ଶରୀରରେ କୌଣସି ପ୍ରକାରର ପୀଡା ହେଉ ନା କାହିଁକି , ସବୁ ହେଇଯିବ ଛୁମନ୍ତର ଯେବେ ଖାଇବେ ଘରର ତିଆରି ଏହି ଜିନିଷ..
ବେଳେବେଳେ ଏପରି ହୋଇଥାଏ ଯେ ଘରେ କୌଣସି ନା କୌଣସି ସଦସ୍ୟ କୌଣସି ପୀଡାରେ କଷ୍ଟ ପାଆନ୍ତି , ପଛେ ସେ ଗଣ୍ଠି ହେଉ କିମ୍ବା ଅଣ୍ଟା, ବୟସ୍କ ଲୋକମାନେ ପ୍ରାୟତଃ ଆଣ୍ଠୁ ପୀଡାରେ କଷ୍ଟ ଭୋଗନ୍ତି ତ ଆଜି ଆମେ ଆପଣଙ୍କ ପାଇଁ ଆଣି ଆସିଛୁ ଏକ ଏପରି ଲଡୁ ଯାହା ଆପଣଙ୍କ ସମସ୍ତ ପୀଡା, ଗଣ୍ଠି ପୀଡା, ଅଣ୍ଟା ପୀଡା, ଆଣ୍ଠୁ ପୀଡା, ସବୁ ଛୁମନ୍ତର ହୋଇଯିବ। କିନ୍ତୁ ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କଛି ସାମଗ୍ରୀର ଆବଶ୍ୟକତା ହେବ, ଏହି ସୁଣ୍ଠିର ଲଡୁର ସବୁଠାରୁ ବଡ କଥା ଏହା ଯେ ଆପଣ ଏହାକୁ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ମାନଙ୍କୁ ମଧ୍ୟ ଖୁଆଇ ପାରିବେ ।
ସୁଣ୍ଠି ଲଡୁ ପ୍ରସ୍ତୁତ ନିମନ୍ତେ ଜରୁରୀ ସାମଗ୍ରୀ – ଗୁଡ ଏକ କିଲୋ ,ଘିଅ,ବାଦାମ 100ଗ୍ରାମ,କାଜୁ 100ଗ୍ରାମ,ପେସ୍ତା 100ଗ୍ରାମ,ଚିରୌଞ୍ଜି 100ଗ୍ରାମ,କିସିମିସ 100ଗ୍ରାମ,ମଖାନେ 20ଗ୍ରାମ,ଗୋନ୍ଦ 100ଗ୍ରାମ,ଖସଖସ 100ଗ୍ରାମ,ଗହମ ଅଟା 500ଗ୍ରାମ,ସୁଣ୍ଠି 100ଗ୍ରାମ
ସୁଣ୍ଠି ଲଡୁ ପ୍ରସ୍ତୁତି ପ୍ରଣାଳୀ – ଲଡୁ ତିଆରି ପାଇଁ ଆପଣ ସର୍ବପ୍ରଥମେ ଗୁଡକୁ ଭଲଭାବରେ କୁଟି ଗୁଣ୍ଡ କରିଦିଅନ୍ତୁ, ଏହାକୁ ଆପଣ ଛୁରି ସହାୟତାରେ କିମ୍ବା ଗୁଡକୁ କୁଟି କରିପାରିବେ, ଏହାପରେ ଆପଣ ଏହାକୁ ଅଲଗା ବାସନରେ ବାହାର କରି ରଖିବେ । ସାମଗ୍ରୀକୁ ଘିଅ ରେ ଭାଜନ୍ତୁ | ଏବେ ଆପଣ ଏକ ପ୍ୟାନରେ ଘିଅ ଢାଳି ଏଥିରେ ଥର ଥର କରି ବାଦାମ, କାଜୁ, ପେସ୍ତା, ଚିରୌଞ୍ଜି, କିସମିସ, ମଖାନେ, ଗୋନ୍ଦ, ଖସଖସ, ଗହମ ଅଟା ଓ ସୁଣ୍ଠି ସବୁ କୁ ଭାଜନ୍ତୁ ।
ଏହି କଥାର ଧ୍ୟାନ ରଖନ୍ତୁ – ଥର ଥର କରି ସବୁ ଗୁଡିକ ଭାଜିବା ସମୟରେ ଆପଣଙ୍କୁ ଗୁଡରେ ମିଶ୍ରଣ କରିବାକୁ ହେବ । ଗୋନ୍ଦ ଭାଜିବା ପରେ ଆପଣ ଏହାକୁ କୁଟି ଛୋଟ ଛୋଟ ଖଣ୍ଡ କରିଦିଅନ୍ତୁ, ଏହାପରେ ଆପଣଙ୍କୁ ଗହମ ଅଟା ବାଦାମି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜି ଗୁଡରେ ମିଶ୍ରଣ କରିବାକୁ ହେବ । ଧ୍ୟାନ ରହେ ଯେ ଆପଣଙ୍କୁ ଅଟା ଭାଜିବା ପରେ ତାହାକୁ ଗରମ ଗରମ ଗୁଡରେ ମିଶ୍ରଣ କରିବାକୁ ହେବ । ସମସ୍ତ ଜିନିଷକୁ ଭଲଭାବରେ ମିଶ୍ରଣ କରି ଆପଣଙ୍କୁ ଏଥିରେ ଦୁଇ ତିନି ଚାମଚ ଘିଅ ମିଶ୍ରଣ କରିବାକୁ ହେବ । ଲଡୁ ଖାଆନ୍ତୁ ଓ ପୀଡା ଭଗାନ୍ତୁ
ସମସ୍ତ ଜିନିଷ ମିଶ୍ରଣ କରିବା ପରେ ଆପଣ ହାଲୁକା ହାତରେ ଏହାର ଲଡୁ ପ୍ରସ୍ତୁତ କରନ୍ତୁ, ଲଡୁ ବନେଇବା ପରେ ପାନ ଏହାକୁ ଦିନରେ ଅତି କମରେ ଗୋଟିଏ ଖାଆନ୍ତୁ ଓ ସମସ୍ତଙ୍କୁ ଖୁଆନ୍ତୁ, ଏହାଦ୍ଵାରା ଆପଣଙ୍କ ସମସ୍ତ ପୀଡାରୁ ମୁକ୍ତି ମିଳିବ ଓ ଆପଣ ଲଡୁର ଆନନ୍ଦ ମଧ୍ୟ ପାଇପାରିବେ ।