June 22, 2025

Odia Express

Here, There and Everywhere

ନ୍ୟୁଜିଲାଣ୍ତ ବନାମ୍ ଭାରତ – ୱାଲିଙ୍ଗଟନ୍ ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ୩ ଟି ବଡ ଭୁଲ୍ ପାଇଁ ଭାରତୀୟ ଦଳ ହାରିଲା…

ଭାରତ ଓ ନ୍ୟୁଜିଲାଣ୍ତ ମଧ୍ୟରେ ଟି ଟ୍ୱେଣ୍ଟି ଓ ଏକଦିବସୀୟ ସିରିଜ୍ ପରେ ଏବେ ଟେଷ୍ଟ ସିରିଜ୍ ଆରମ୍ଭ ହୋଇସାରିଛି , ଯାହାର ପ୍ରଥମ ମ୍ୟାଚ୍ ୱାଲିଙ୍ଗଟନ୍ ମଇଦାନରେ ଖେଳାଯାଇଥିଲା , ଏହି ମ୍ୟାଚରେ ନ୍ୟୁଜିଲାଣ୍ତ ଟୀମ୍ ବହୁତ ଶାନଦାର୍ ପ୍ରଦର୍ଶନ କରି ଭାରତୀୟ ଟୀମ୍ କୁ ୧୦ ୱିକେଟ୍ ରେ ଶୋଚନୀୟ ପରାସ୍ତ କରିଦେଲା । ମ୍ୟାଚରେ ଭାରତୀୟ ଟିମ୍ ବହୁତ ଭୁଲ୍  କରିଥିଲେ,  ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡିଛି , ବିରାଟ କୋହଲି ପୁରା ମ୍ୟାଚରେ କେଉଁଠି ବି ଲୟରେ ନଜର୍ ଆସିନଥିଲେ,  ସେ ମ୍ୟାଚ୍ ରେ ବହୁତ ଭୁଲ୍ କରିଥିଲେ,  ଯାହାର କାରଣରୁ ସେ ଏହି ସିରିଜ୍ ରେ ଆରମ୍ଭ ହାର୍ ସହ ହେଲା , ୱାଲିଙ୍ଗଟନ୍ ଏହି ଟେଷ୍ଟ ମ୍ୟାଚରେ ଅଧିନାୟକ ବିରାଟ କୋହଲି ୩ ଟି ବଡ ଭୁଲ୍ କରିଥିଲେ,  ଯାହା ମ୍ୟାଚ୍ ରେ ଜିତ୍ ହାସିଲ୍ କରିପାରିଲେ ନାହିଁ କିନ୍ତୁ ସେ ବଡ ଭୁଲ୍ କରି ଟୀମ୍ ର ଆତ୍ମବିଶ୍ୱାସ କମ୍ କରିଦେଲେ ।

୧) ହନୁମା ବିହାରୀଙ୍କୁ ବୋଲିଙ୍ଗ୍ ନକରାଇବା : ମ୍ୟାଚରେ ବୋଲର୍ ରୁପରେ ଅଲରାଉଣ୍ତର ହନୁମା ବିହାରୀଙ୍କୁ ମଉକା ଦିଆଯାଇଥିଲା,  କିନ୍ତୁ ଅଧିନାୟକ ବିରାଟ କୋହଲି ତାଙ୍କୁ ଗୋଟିଏ ଓଭର ବି ବୋଲିଙ୍ଗ୍ କରାଇଲେ ନାହିଁ ଯାହା ଦ୍ୱାରା ଭାରତୀୟ ବୋଲର୍ ଥକିଯାଇଥିବାର୍ ନଜର ଆସିଲେ  , ଯାହାର କାରଣରୁ ତାଙ୍କ ମଧ୍ୟରେ ୧୨୦ ଗତିରୁ ବୋଲିଙ୍ଗ୍ କରିବାର ନଜର ଆସିଛି ।ଯଦି ମ୍ୟାଚରେ ହନୁମା ବିହାରୀ ବୋଲିଙ୍ଗ୍ କରୁଥିବାର ନଜର ଆସିଥାନ୍ତେ ତେବେ ଅନ୍ୟ ବୋଲର୍ ଥକି ନଥାନ୍ତେ , ଓ ସେ ପୁରା କ୍ଷମତା ସହ ବୋଲିଙ୍ଗ୍ କରିଥାନ୍ତେ , ଯାହାର ଫାଇଦା ଭାରତୀୟ ଟୀମ୍ କୁ ମିଳିଥାନ୍ତା, ଏକଦିବସୀୟ ମ୍ୟାଚରେ ଟିମ୍ କିଛି କେଦାର ଯାଦବଙ୍କ ସହ କରିଥିଲା,  ବୋଲିଙ୍ଗ୍ ବଦଳୁଥିବା ସମୟରେ ହନୁମା ବିହାରୀ ଉପଯୋଗୀ ବୋଲିଙ୍ଗ୍ କରିପାଇଥାନ୍ତେ , କିନ୍ତୁ ତାଙ୍କୁ ଉପଯୁକ୍ତ ମଉକା ମିଳିଲା ନାହିଁ ଯାହାର କାରଣରୁ ତାଙ୍କ ଉପରେ ବହୁତ ପ୍ରଶ୍ନ ଉଠିଲା

୨) ରବିନ୍ଦ୍ର ଜାଡେଜାଙ୍କୁ ମଉକା ମିଳିପାରିଲା ନାହିଁ : ସ୍ପିନର୍ ରୁପରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମଉକା ଦିଆଗଲା,  ଯେବେ କି ଲଗାତାର ଫର୍ମରେ ଚାଲୁଥିବା ରବିନ୍ଦ୍ର ଯାଡେଜା ପ୍ଲେଇଙ୍ଗ୍ ଇଲେଭେନ୍ ରେ ଯାଗା ମିଳିଲା ନାହିଁ ସେ ଭଲ ଲୟରେ ଥିଲେ,  ତାହା ପରେ ବି ତାଙ୍କୁ ଟୀମ୍ ରେ ବାହାରେ ରଖାଗଲା ,

ରବିଚନ୍ଦ୍ରନ ଅଶ୍ୱିନ୍ ମ୍ୟାଚର୍ ବୋଲିଙ୍ଗ୍ ଓ ବ୍ୟାଟିଙ୍ଗ୍ ରେ ଭଲ ପ୍ରଦର୍ଶନ କରିଥିଲେ, କିନ୍ତୁ କିଛି ସମୟ ମଧ୍ୟରେ ମଇଦାନରେ ଜାଡେଜା ଏକ ଭଲ କ୍ୟାଚ୍ ନେଇ ସମସ୍ତଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ର ହୋଇଥିଲେ, ଏହି ଦୁହେଁ ଖେଳାଳିଙ୍କ ଫରକ ନଜର ଆସୁଛି  ।ଫର୍ମରେ ଚାଳୁଥିବା ରବିନ୍ଦ୍ର ଜାଡେଜାଙ୍କୁ ଟିମ୍ ରେ ବାହାରେ ରଖିବାର ଫଇସଲା ଆଲୋଚନାର ବିଷୟ ହୋଇଥିଲା  ବିରଟ କୋହଲି ବି ସୋସିଆଲ୍ ମିଡିଆରେ ଏହାକୁ ନେଇ ନାନାପ୍ରକାରର କଥା ଶୁଣିଲେ , ଯାହାର କାରଣରୁ ଏବେ ବିରାଟ କୋହଲି ଏହାକୁ ବଡ ଭୁଲ୍ କହିଲେ ।

୩) ଶୁଭମନ ଗିଲ୍ ଙ୍କୁ ଟୀମ୍ ରେ ନ ରଖିବା : ସଲାମୀ ବ୍ୟାଟ୍ସମ୍ୟାନ୍ ରୁପରେ ପୃଥିବୀ ଶୋ ଓ ମୟଙ୍କ ଅଗ୍ରୱାଲ୍ ଙ୍କୁ ମଉକା ଦିଆଗଲା , ଯେବେ କି ଲଗାତାର ନ୍ୟୁଜିଲାଣ୍ତ ବିପକ୍ଷରେ ଇଣ୍ତିଆ ଏ ପାଇଁ ରନ୍ କରିଥିବା ଶୁଭମନ ଗିଲ୍ ଖେଳିବାର ମଉକା ମିଳିଲା ନାହିଁ , ଯେବେ କି ମହଜୁଦା ସମୟରେ ଭଲ ଫର୍ମରେ ଥାଇ ବି ବାହାରେ ବସିଥିଲେ ,

ପୃଥିବୀ ଶୋ ଏକଦିବସୀୟ ଫର୍ମାଟର ସମୟରେ କିଛି ଖାସ୍ ପ୍ରଦର୍ଶନକରିପାରିନାହାନ୍ତି , କିନ୍ତୁ ତାପରେ ତାଙ୍କୁ ଟିମ୍ ରେ ମଉକା ମିଳିଛି  ଯାହାକୁ ନେଇ ବିରାଟ କୋହଲିଙ୍କ ଦ୍ୱାରା ଏକ ଭୁଲ୍ ଫଇସଲା କୁହାଯାଇପାରେ , ଯାହାପାଇଁ ସୋସିଆଲ୍ ମିଡିଆରେ ଫ୍ୟାନ୍ସ ବହୁତ ଟ୍ରୋଲ୍ କରିଥିଲେ  । ଶୁଭମନ ଗିଲ୍ ଏହି ପରିସ୍ଥିତିରେ ଖେଲିକରି ଏକ ଦ୍ୱିତୀୟ ଶତକ ଓ ଶାନଦାର୍ ଶତକ ମାରିଥିଲେ,  ଯାହାର କାରଣରୁ ତାଣ୍କୁ ଟିମ୍ ରେ ମଉକା ଦିଆଗଲା,  ସେ ପ୍ଲେଇଙ୍ଗ୍ ଇଲେଭେନ୍ ଖେଲିବାର ମଉକା ଏବେ ବିରାଟଙ୍କୁ ଦେବା ଉଚିତ୍ ।

Leave a Reply

Your email address will not be published. Required fields are marked *