ଏହି ପାଞ୍ଚଜଣ ବୋଲର ଯେଉଁମାନେ IPL 2020 ରେ ଉଚ୍ଚକୋଟିର ପ୍ରଦର୍ଶନ ଦ୍ଵାରା ବିଶ୍ଵକପରେ ନିଜର ସ୍ଥାନ ବନେଇ ପାରିବେ…
1 min readଆଇପିଏଲ 2020 ଏବେ ଅଧିକ ଦୂର ନାହିଁ , ଉଲ୍ଲେଖାଯୋଗ୍ୟଯେ ଏହି 29ମାର୍ଚରୁ 14ମେ ପର୍ଯ୍ୟନ୍ତ ଖେଳା ଯିବ। ଏମିତିରେ ଅନେକ ଖେଳାଳିଙ୍କ ପାଖରେ ଆଇପିଏଲ ର 13ତମ ସିଜିନରେ ଭଲ ପ୍ରଦର୍ଶନ କରି ନିଜ ନିଜର ସ୍ଥାନ ରାଷ୍ଟ୍ରୀୟ ଦଳରେ ସ୍ଥାନ ପକ୍କା କରିବାର ସୁଯୋଗ ରହିଛି । ଆମେ ଅନେକଥର ଦେଖିଛୁ ଯେ ଅନେକ ବିଦେଶୀ ଖେଳାଳିଙ୍କୁ ମଧ୍ୟ ଆଇପିଏଲରେ ଭଲ ପ୍ରଦର୍ଶନ କରିବା ଯୋଗୁ ସେମାନଙ୍କ ରାଷ୍ଟ୍ରୀୟ ଦଳରେ ସ୍ଥାନ ମିଳିପାରିଛି । ଯୋଫ୍ରା ଆର୍ଚର ଏହାର ଆଦର୍ଶ ଉଦାହରଣ ଅଟନ୍ତି । ବିଦେଶୀ ଖେଳାଳିଙ୍କ ଭଳି ଭାରତୀୟ ଖେଳାଳିଙ୍କୁ ମଧ୍ୟ ଏହି ମଞ୍ଚ ଭୂମିରୁ ଆକାଶ ପର୍ଯ୍ୟନ୍ତ ନେଇପାରେ ଓ ଭାରତୀୟ ଦଳରେ ସ୍ଥାନ ବନେଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ଏହି ସମୟ ଭାରତୀୟ ଦଳର କଥା କହିବୁ ତ ବ୍ୟାଟିଂ ବହୁତ ଉଚ୍ଚକୋଟିର ଅଟେ, କିନ୍ତୁ ବୋଲିଂ କେଉଁଠି ନା କେଉଁଠି ଦୁର୍ବଳ ଦେଖାଯାଉଛି ।
ଏହି କାରଣରୁ ଆଜି ଆମେ କହିବୁ ଆଇପିଏଲ 2020ର ସେହି ଭାରତୀୟ ବୋଲରଙ୍କ ବିଷୟରେ ଯେଉଁମାନଙ୍କ ଉପରେ ତିକ୍ଷ୍ନ ଦ୍ରୁଷ୍ଟି ରହିବ କାରଣ 2020ରେ ଟି20 ବିଶ୍ଵକପ ମଧ୍ୟ ଖେଳାଯିବ ସେଥିପାଇଁ ଚୟନ ହେବା ଏବେ ବାକି ଅଛି । ଏଥିପାଇଁ ଅନେକ ନୂତନ ଓ ବର୍ତ୍ତମାନ ଖେଳାଳିଙ୍କର ଚୟନ ହେବାକୁ ଅଛି । ଏମିତିରେ ଆଜି ଆମେ ଆପଣଙ୍କୁ ଜଣେଇବୁ ଯେ ସେମାନେ କେଉଁ 5ଜଣ ବୋଲର ଅଟନ୍ତି ଯେଉଁମାନେ ଭାରତୀୟ ଦଳରେ ନିଜର ସ୍ଥାନ ବନେଇ ପାରନ୍ତି ।
ଖଲିଲ ଅହମଦ : ଭାରତୀୟ ଦଳରେ ଏହି ସମୟରେ କୌଣସି ବାମ ହାତୀ ବୋଲର ଉପସ୍ଥିତ ନାହାନ୍ତି । ଏହି କାରଣରୁ ଭାରତୀୟ ଦଳରେ ଖଲିଲ ଅହମଦ ଙ୍କୁ ପ୍ରଥମରୁ ଅନେକ ସୁଯୋଗ ଦିଆଯାଇଛି । ଏଥିପାଇଁ ଖଲିଲ ଅହମଦ ଭାରତୀୟ ଦଳର ଥିଙ୍କଟ୍ୟାଙ୍କରେ ନିଶ୍ଚିତ ଥିବେ । ଖଲିଲ ଆଇପିଏଲ 2020ରେ ସନରାଇଜର୍ସ ହାଇଦରାବାଦ ନିମନ୍ତେ ଖେଳି ଆସୁଛନ୍ତି । ଜଣେଇଦେବୁ ଯେ ସେ ଆଜି ପର୍ଯ୍ୟନ୍ତ 2ସିଜିନ ଖେଳିଛନ୍ତି ଓ ବହୁତ ଉତ୍ତମ ପ୍ରଦର୍ଶନ କରିଛନ୍ତି । ଯଦିଓ 2018ର ସଂସ୍କରଣ ରେ ସେ ଅଧିକ ଖେଳିନଥିଲେ କିନ୍ତୁ 2019ର ଆଇପିଏଲରେ ସେ 9ମ୍ୟାଚରେ 9ୱିକେଟ ନେଇଛନ୍ତି ।
ଏହିପ୍ରକାର ସେ ଭାରତୀୟ ଦଳରେ ସ୍ଥାନ କରିବାରେ ମଧ୍ୟ ସଫଳ ହୋଇଥିଲେ । ଖଲିଲ ଆଜିଯାଏଁ 11 ଏକଦିବସୀୟ ମ୍ୟାଚରେ 15 ଓ 11 ଟି20ରେ 11 ୱିକେଟ ନେଇସାରିଛନ୍ତି କିନ୍ତୁ ଦଳରୁ ଭିତର ବାହାର ହେଉଛନ୍ତି । କିନ୍ତୁ ଯଦି ଏହିଥରର ଆଇପିଏଲ ସିଜିନରେ ଖଲିଲ ଭଲ ପ୍ରଦର୍ଶନ କରିବେ ତେବେ ସେ ଆଗାମୀ ବିଶ୍ଵକପରେ ମଧ୍ୟ ଭାରତୀୟ ଦଳର ଅଂଶ ହୋଇପାରିବେ ।
ଜୟଦେବ ଉନାଦକତ: ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଦକତଙ୍କୁ ରାଜସ୍ଥାନ ରୟାଲ୍ସ ବିଗତ ଦୁଇ ନିଲାମ ରେ ଉଚ୍ଚ ମୂଲ୍ୟ ଦେଇ କିଣିଛି , କିନ୍ତୁ ଦୁଇଥର ସେ କୌଣସି ପ୍ରକାରେ ନିଜର ବୋଲିଂ ଦ୍ଵାରା ପ୍ରଭାବିତ କରିବାରେ ବିଫଳ ହୋଇଛନ୍ତି । ଜୟଦେବ ଉନାଦକତ 2017 ଆଇପିଏଲ ରେ ରାଇଜିଙ୍ଗ ପୁନେ ସୁପରଜ୍ୟାଣ୍ଟ୍ସ ନିମନ୍ତେ ଭଲ ପ୍ରଦର୍ଶନ କରିଥିଲେ ଯେଉଁ କାରଣରୁ ତାଙ୍କୁ 2018ରେ 11.5କୋଟିର ରାଶି ମିଳିଥିଲା । ଏହାପରେ ଆଗାମୀ ନିଲାମି ରେ ମଧ୍ୟ ତାଙ୍କୁ 8.4କୋଟିର ନିଲାମି ମିଳିଥିଲା । ଓ ଏହି ନିଲାମିରେ ମଧ୍ୟ ରାଜସ୍ଥାନ ଏହି ଯୁବ ଖେଳାଳିଙ୍କ ଉପରେ ଭରସା କରିଛି । ଏହାର ଅର୍ଥ ଏହା ଯେ ଏହି ଖେଳାଳିଙ୍କ ଥରେ କିଛି ଖାସ କଥା ନିଶ୍ଚିତ ଅଛି । ଏହାର ପ୍ରଦର୍ଶନ ସେ ଘରୋଇ କ୍ରିକେଟରେ ଦେଖାଇଛନ୍ତି ।
ଜୟଦେବ ଉନାଦକତ ରଣଜୀ ଟ୍ରଫିରେ 2019-20ରେ ଆଜିପର୍ଯ୍ୟନ୍ତ 6ମ୍ୟାଚରେ 45ୱିକେଟ ନେଇଛନ୍ତି । ଜୟଦେବ ଉନାଦକତ ଯଦି ନିଜର ଏଭଳି ପ୍ରଦର୍ଶନ ଆଇପିଏଲ 2020ରେ ଜାରି ରଖିବେ ତେବେ ବାମ ହାତୀ ବୋଲର ହେବାର ଲାଭ ତାଙ୍କୁ ମିଳିବ ଓ ତାଙ୍କୁ ଆଗାମୀ ବିଶ୍ଵକପରେ ଭାରତୀୟ ଦଳରେ ସ୍ଥାନ ମିଳିପାରେ ।
ସନ୍ଦୀପ ଶର୍ମା : 23ବର୍ଷୀୟ ଏହି ବୋଲର ପ୍ରଥମ ଥର ସେତେବେଳେ ଚର୍ଚ୍ଚାରେ ଥିଲେ ଯେବେ ସେ 2012ର ଅଣ୍ଡର-19 ବିଶ୍ଵକପର ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ 4ୱିକେଟ ନେଇଥିଲେ । ଏହି ପ୍ରଦର୍ଶନ କାରଣରୁ ତାଙ୍କୁ ଆଇପିଏଲ ର ପଞ୍ଜାବ ଦଳ ନିଜ ଦଳରେ ସାମିଲ କରିଥିଲେ। ନିଜର 3ସିଜିନରେ ସନ୍ଦୀପ କେବଳ 39ୱିକେଟନେଇଛନ୍ତି କିନ୍ତୁ ସେ ନିଜର ଅଧିନାୟକଙ୍କ ପାଇଁ ଶେଷ ଓଭରରେ ମଧ୍ୟ କଞ୍ଜୁସ ବୋଲିଂ କରିଛନ୍ତି । ତାଙ୍କର ଏହି ଯୋଗ୍ୟତାକୁ ଦେଖି ତାଙ୍କୁ 2015ରେ ଜିମ୍ବାୱେ ବିପକ୍ଷ 2ମ୍ୟାଚର ଟି20ସିରିଜ ପାଇଁ ଭାରତୀୟ ଦଳରେ ଚୟନ କରଯାଇଥିଲା ।
କିନ୍ତୁ ଏହି ସୁଯୋଗରୁ ସଫଳତା ସାଉଣ୍ଟିବାରେ ସେ ସକ୍ଷମ ହୋଇନଥିଲେ । ଆଶା ଅଛି ଯେ ସନ୍ଦୀପ ଏହିଠାର ନିଜର ପ୍ରଶଂସକ ମାନଙ୍କୁ ନିରାଶ କରିବେ ନାହିଁ। ସନ୍ଦୀପ ନୂଆ ତଥା ପୁରୁଣା ଉଭୟ ବଲରେ ଦଳ ନିମନ୍ତେ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି । ଏହି କାରଣ ଅଟେ ଯେ ଯଦି ସେ ଆଇପିଏଲ 2020ରେ ଉଚ୍ଚକୋଟିର ପ୍ରଦର୍ଶନ କରନ୍ତି ତେବେ ଚୟନକର୍ତ୍ତା ତାଙ୍କ ବିଷୟରେ ପୁଣି ଚିନ୍ତା କରିପାରନ୍ତି ।
ପ୍ରସିଦ୍ଧ କ୍ରୀଷ୍ଣା: ପ୍ରସିଦ୍ଧ କ୍ରୀଷ୍ଣା ଡାହାଣହାତୀ ଦ୍ରୁତ ବୋଲର ଅଟନ୍ତି , ଯିଏ ଭାରତୀୟ ଘରୋଇ କ୍ରିକେଟରେ କର୍ଣ୍ଣାଟକ ଦଳ ତରଫରୁ ଖେଳନ୍ତି । ବିଜୟହଜାରେ ଟ୍ରଫି 2018-19ରେ ସେ କର୍ଣ୍ଣାଟକ ଦଳ ତରଫରୁ ଖେଳି ସର୍ବାଧିକ ୱିକେଟ ନେଇଥିବା ବୋଲର ଥିଲେ । ସେ ସେହି ସମୟରେ 7ଟି ମ୍ୟାଚରେ 13ଟି ୱିକେଟ ନେଇଥିଲେ । ଆଇପିଏଲ ର ଗତ ସିଜିନରେ ପ୍ରସିଦ୍ଧ କ୍ରୀଷ୍ଣାଙ୍କ ନିମନ୍ତେ ବହୁତ ଭଲ ଥିଲା , ସେ ଆଇପିଏଲ 2018ରେ କମଲେଶ ନାଗରକୋଟ୍ଟୀଙ୍କ ଆଘାତ ହେବା ଯୋଗୁ କୋଲକାତା ଦଳରେ ସାମିଲ ହୋଇଥିଲେ । ପ୍ରସିଦ୍ଧ କ୍ରୀଷ୍ଣା ଏବେ ଯାଏଁ କେବଳ 2ଆଇପିଏଲ ସିଜିନ ଖେଳିଛନ୍ତି , ଏହି ସମୟରେ ସେ 18ମ୍ୟାଚରେ 14ୱିକେଟ ନେଇଛନ୍ତି ।
ପ୍ରସିଦ୍ଧ କ୍ରୀଷ୍ଣା କୋଲକାତାର ମୁଖ୍ୟ ଭାରତୀୟ ଦ୍ରୁତ ବୋଲର ଅଟନ୍ତି । ଯଦି ଏହି ସିଜିନରେ ଆଉଠାରେ ସେ ନିଜର ବୋଲିଂଦ୍ଵାରା ସମସ୍ତଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୁଅନ୍ତି ତଥା ଉଚ୍ଚକୋଟିର ପ୍ରଦର୍ଶନ କରନ୍ତି ତେବେ ଏହି ବୋଲର ମଧ୍ୟ ଆଗାମୀ ବିଶ୍ଵକପ ରେ ଭାରତୀୟ ଦଳରେ ସ୍ଥାନ ପାଇପାରନ୍ତି ।
ସିଦ୍ଧାର୍ଥ କୌଲ ଆଇପିଏଲ 2020ରେ କରିପାରନ୍ତି ଉତ୍ତମ ପ୍ରଦର୍ଶନ -ସିଦ୍ଧାର୍ଥ କୌଲ ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଖେଳି ନିଜର ଆଇପିଏଲ ପ୍ରାରମ୍ଭ କରିଥିଲେ । କିନ୍ତୁ ପଞ୍ଜାବରେ ଜନ୍ମିତ ଏହି ଦ୍ରୁତ ବୋଲର ସିଦ୍ଧାର୍ଥ କୌଲ ସନରାଇଜର୍ସ ହାଇଦରାବାଦରେ ସାମିଲ ହେବାପରେ ନିଜର କ୍ୟାରିଆରରେ ଅଧିକ ବୃଦ୍ଧି କରିବାରେ ସକ୍ଷମ ହୋଇଥିଲେ । ସେ 2017ରେ ଆଇପିଏଲ ସିଜିନରେ ଉତ୍ତମ ପ୍ରଦର୍ଶନକରି ଚର୍ଚ୍ଚିତ ହୋଇଥିଲେ । ଆଇପିଏଲ ର ଏହି ଦଶମ ସିଜିନରେ ଖେଳି ସିଦ୍ଧାର୍ଥ କୌଲ 10ମ୍ୟାଚରେ 16 ୱିକେଟ ହାସିଲ କରିଥିଲେ ।
ଏହାସହିତ ସେ ଏହି ସିଜିନରେ ନିଜର ଦଳର ସାଥି ଓ 2017ରେ ଆଇପିଏଲ ସିଜିନର ପର୍ପଲ କ୍ୟାପ ବିଜେତା ଓ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କର ପୁରା ସହଭାଗୀ ହୋଇଥିଲେ । ପଞ୍ଜାବର ଏହି ବୋଲର ଅନ୍ୟ ବୋଲରଙ୍କ ଉପରେ ଭାର କମ କରିଦିଅନ୍ତି। ଡେଥ ଓଭରରେ ମଧ୍ୟ ସିଦ୍ଧାର୍ଥ କୌଲ ଉଚ୍ଚକୋଟିର ୟର୍କର ପକେଇଥାନ୍ତି ।
ସନରାଇଜର୍ସ ହାଇଦରାବାଦକୁ ଏହି ବର୍ଷ ମଧ୍ୟ ସିଦ୍ଧାର୍ଥ କୌଲଙ୍କ ଠାରୁ ବହୁତ ଅଧିକ ଆଶା ରହିଛି ଓ ତାସହ ସିଦ୍ଧାର୍ଥ କୌଲ ନିଜର ସୁନ୍ଦର ବୋଲିଂ ଦ୍ଵାରା ଆଗାମୀ ବିଶ୍ଵକପ ପାଇଁ ଦାବିଦାର ହୋଇପାରନ୍ତି ।