October 17, 2024

Odia Express

Here, There and Everywhere

ଘାତକ ଫିଲ୍ମ ରେ ଥିଲେ ସନୀ ଦେଓଲଙ୍କର ହିରୋଇନ , କିନ୍ତୁ ଆଜି ଏହାଙ୍କ ଅବସ୍ଥା ଦେଖି ଆପଣ ମଧ୍ୟ ହୋଇଯିବେ ବିସ୍ମିତ…ଦେଖନ୍ତୁ କିପରି ତାଙ୍କ ଜୀବନ ବଦଳିଯାଇଛି..

ଅନେକ ସମୟରେ ଆମ ସାମ୍ନାରେ ବଲିଉଡର କିଛି ସମୟ ପୂର୍ବର ଅଭିନେତା ଓ ଅଭିନେତ୍ରୀଙ୍କର ଛବି ସାମନାକୁ ଆସେ ଯାହାଙ୍କୁ ଦେଖି ତାଙ୍କୁ ଏବେ ଚିହ୍ନିବା ମଧ୍ୟ କଷ୍ଟ ହୋଇଥାଏ । ଯାହାକି ଆମେ ସମସ୍ତେ ଜାଣୁ ଯେ ଆମର ବଲିଉଡରେ ଏକ ରୁ ବଳି ଏକ ପ୍ରସିଦ୍ଧ କଳାକାର ରହିଛନ୍ତି ଯେଉଁମାନେ ନିଜର ଉଚ୍ଚକୋଟିର ଅଭିନୟ ଦ୍ଵାରା ଦର୍ଶକଙ୍କ ହୃଦୟରେ ଏକ ଛାପ ଛାଡିଯାଇଛନ୍ତି । ଠିକ ସେହିପରି ବଲିଉଡ ଅଭିନେତା ସନୀ ଦେଓଲ ମଧ୍ୟ ଅଟନ୍ତି ଯେ କି ନିଜର ଉଚ୍ଚକୋଟିର ଅଭିନୟ ଓ ଦମଦାର ସଂଳାପ ଦ୍ଵାରା ପରିଚିତ ଅଟନ୍ତି ।

ସନୀ ଦେଓଲ ଆଜିପର୍ଯ୍ୟନ୍ତ ନିଜର ଫିଲ୍ମ କ୍ୟାରିଆରରେ ଏକରୁ ବଳି ଏକ ହିଟ ଫିଲ୍ମ ଦେଇଛନ୍ତି ଯେଉଁମାନଙ୍କ ମଧ୍ୟରେ ତାଙ୍କର ଅଭିନୟକୁ ଏତେ ପସନ୍ଦ କରାଯାଇଛି ଯେ ଆଜି ଦେଶ ସାରା ତାଙ୍କର କୋଟିକୋଟି ପ୍ରଶଂସକ ରହିଛନ୍ତି । ସନୀ ଦେଓଲ ନିଜର କିଛି ସୁପରହିଟ ଫିଲ୍ମ ଯେପରିକି ଘାତକ, ଦାମିନୀ ଓ ଗଦର ଭଳି ଫିଲ୍ମ ନିମନ୍ତେ ଜରିଆରେ ସୁପରିଚିତ ଅଟନ୍ତି । ସନୀ ଦେଓଲଙ୍କୁ ତାଙ୍କର ଆଜି ପର୍ଯ୍ୟନ୍ତର ଫିଲ୍ମ କ୍ୟାରିଆରରେ ଦୁଇଟି ଫିଲ୍ମ ଫେୟାର ଓ ଦୁଇଟି ରାଷ୍ଟ୍ରୀୟ ପୁରସ୍କାର ମିଳି ସାରିଛି ।

ସନୀ ଦେଓଲ ଆଜି ପର୍ଯ୍ୟନ୍ତ ନିଜର କ୍ୟାରିଆରରେ ଅନେକ ଅଭିନେତ୍ରୀଙ୍କ ସହିତ ଅଭିନୟ କରିସାରିଛନ୍ତି କିନ୍ତୁ ଆଜି ଆମେ ସନୀ ଦେଓଲଙ୍କର ସୁପରହିଟ ଫିଲ୍ମ ଘାତକ ଯାହାକି 8ନଭେମ୍ବର1996ରେ ରିଲିଜ ହୋଇଥିଲା ଓ ସନିଦେଓଲଙ୍କର ଏହି ଫିଲ୍ମର ନିର୍ଦେଶକ ରାଜକୁମାର ସନ୍ତୋସୀ ଥିଲେ । ସନିଦେଓଲଙ୍କର ଏହି ଫିଲ୍ମରେ ତାଙ୍କ ସହ ଯେଉଁ ଅଭିନେତ୍ରୀ ଥିଲେ ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କିଛି ସୂଚନା ଦେବାକୁ ଯାଉଛୁ ।

ଆପଣ ଯଦି ସନିଦେଓଲଙ୍କର ଏହି ହିଟ ଫିଲ୍ମ ଘାତକ ଦେଖିଥିବେ ତ ଆପଣଙ୍କର ମନେଥିବ ଏହି ଫିଲ୍ମରେ ସନିଦେଓଲଙ୍କ ସହିତ ବଲିଉଡ ଫିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରୀ ମୁଖ୍ୟ ରୋଲରେ ନଜର ଆସିଥିଲେ ଯିଏ କି ସେ ସମୟର ଜଣେ ସୁନ୍ଦରୀ ଓ ଉନ୍ନତମାନର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ । ଆପଣଙ୍କୁ ଜଣେଇଦେବୁ ଯେ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀ ନିଜର ସୌନ୍ଦର୍ଜ୍ୟ ଯୋଗୁ ‘ଏବି ୱୀକ୍ଲି ମିସ ଇଣ୍ଡିଆ 1981’ ର ଟାଇଟଲ ଜିତିଥିଲେ । ମିନାକ୍ଷୀ ଶେଷାଦ୍ରୀଙ୍କର ଜନ୍ମ 16ନଭେମ୍ବର 1963ରେ ହୋଇଥିଲା। ମିନାକ୍ଷୀ ଶେଷାଦ୍ରୀ ନିଜ ସମୟର ସୁନ୍ଦର ରହସ୍ୟର ଚାଦରରେ ଆବୃତ୍ତ ଏକ ମନପସନ୍ଦ ଅଭିନେତ୍ରୀ ରୂପେ ପରିଚିତ ଥିଲେ ।

ଆପଣଙ୍କୁ ଜଣେଇଦେବୁ ଯେ ମୀନାକ୍ଷୀ ଶେଷାଦ୍ରୀ ଯିଏ କି 18ବର୍ଷ ବୟସରେ ଫିଲ୍ମରେ ଡେବ୍ୟୁ କରିଥିଲେ ଓ ଦେଖୁଦେଖୁ ଜଣେ ସୁପରହିଟ ହିରୋଇନ ହୋଇଗଲେ । 15ବର୍ଷ ପର୍ଯ୍ୟନ୍ତ ରୁପେଲି ପରଦାର ଏହି ଦାମିନୀଙ୍କର ଚମକରେ ଝିଲିମିଲି ହେଉଥିଲା । କିନ୍ତୁ 1996ରେ ଅଚାନକ ତାଙ୍କର ଜୀବନରେ କେହି ଆସିଲେ ଓ ଏହି ଚେହରା ଫିଲ୍ମ ଦୁନିଆରୁ ଅଦୃଶ୍ୟ ହୋଇଗଲା ଓ ମିନାକ୍ଷୀ ଶେଷାଦ୍ରୀ ଷ୍ଟାରଡମର ଚରମରେ ଥାଇ ମଯନଗରୀର| ରଙ୍ଗୀନ ଦୁନିଆ ଛାଡି ରହସ୍ୟଲୋକକୁ ଚାଲିଗଲେ ଓ ସେବେଠାରୁ ଆଜି ପର୍ଯ୍ୟନ୍ତ ମିନାକ୍ଷୀ ଶେଷାଦ୍ରୀଙ୍କ ଜୀବନ ସମାଜ ପାଇଁ ଏକ ରହସ୍ୟ ହୋଇ ରହିଯାଇଛି ।

80ଦଶକରେ ଶ୍ରୀଦେବୀଙ୍କ ଷ୍ଟାରଡମକୁ ଟକ୍କର ଦେଇଥିବା ମିନାକ୍ଷୀ ଏକାକୀ ହିରୋଇନ ଥିଲେ। 22ଜୁନ 1990ରେ ଫିଲ୍ମ ପରଦାକୁ ଆସିଥିବା ମିନାକ୍ଷୀଙ୍କର ଫିଲ୍ମ ଘାୟଲ ଯାହା ତାଙ୍କର ସୁପରହିଟ ଫିଲ୍ମ ମଧ୍ୟରୁ ଗୋଟିଏ ଫିଲ୍ମ ଥିଲା ଓ ଏହି ଫିଲ୍ମରେ ସେ ସନିଦେଓଲଙ୍କ ସହିତ ନଜର ଆସିଥିଲେ ଓ ଦୁହିଁଙ୍କ ଯୋଡିର ବହୁତ ପ୍ରଶଂସା କରଯାଇଥିଲା ।

1996ପର୍ଯ୍ୟନ୍ତ ମିନାକ୍ଷୀଙ୍କର ବଲିଉଡରେ ମୋହଭଙ୍ଗ ହେବାରେ ଲାଗିଥିଲା । ହିରୋଇନ ରୂପରେ ମିନାକ୍ଷୀଙ୍କ ଗସିପ ଓ ଲିଙ୍କଅପର ଖବରରୁ ସେ ବିବ୍ରତ ହେବାରେ ଲାଗିଥିଲେ । ନିଜର ପ୍ରତିଷ୍ଠାକୁ ନେଇ ନେଇ ତାଙ୍କୁ ବହୁତ ଅଧିକ ଚିନ୍ତା ଥିଲା । ପ୍ରକୃତରେ ନିଜକୁ ଅନ୍ୟ ହିରୋଇନଙ୍କ ଠାରୁ ଭିନ୍ନ ଭାବୁଥିବା ମିନାକ୍ଷୀ ଗୋଟିଏ ସତ ଲୁଚେଇବାର ପ୍ରଚେଷ୍ଟା କରୁଥିଲେ । ସେହି ସତ୍ୟ ଥିଲା ମୀନାକ୍ଷୀଙ୍କର ବୈବାହିକ ଜୀବନର ।

1995ରେ ମିନାକ୍ଷୀ ନ୍ୟୁୟର୍କ ନିବାସୀ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ହରିଶ ମାୟାରଙ୍କୁ ବିବାହ କରିନେଇଥିଲେ । ଏ ଦୁହେଁ ଏକ ଫିଲ୍ମ ପାର୍ଟିରେ ପରସ୍ପରକୁ ଭେଟି ଥିଲେ ଓ ସେହିଠାରୁ ପ୍ରେମ ହୋଇଥିଲା ଓ ଦୁହେଁ ଚୁପଚାପ ବିବାହ କରିନେଇଥିଲେ । ମିନାକ୍ଷୀଙ୍କର ବିବାହ ମଧ୍ୟ କୌଣସି ସସପେନ୍ସ ଠାରୁ କମ ନଥିଲା । କୁହାଯାଏ ଯେ ତାଙ୍କର ପରିବାରର ଲୋକଙ୍କୁ ମଧ୍ୟ ଏକଥାର ସୂଚନା ପରେ ମିଳିଲା । ବିବାହ ପରେ ମିନାକ୍ଷୀ ଆମେରିକାରେ ରହିବାର ନିଷ୍ପତ୍ତି ନେଲେ । ମିନାକ୍ଷୀ ମୁମ୍ବାଇ ଛାଡି ଟେକଶାସ ଚାଲିଗଲେ ଓ ପରେ ସେ କେବେ ଫିଲ୍ମ ଦୁନିଆ ଆଡକୁ ବୁଲିକରି ଦେଖିନାହାନ୍ତି ।

ଯଦିଓ ମିନାକ୍ଷୀ ନିଜର ଏହି ବୈବାହିକ ଜୀବନରେ ବହୁତ ଖୁସି ଅଛନ୍ତି ଓ ତାଙ୍କର ଦୁଇଟି ପୁଅ ଜୋଶ ଓ ମ୍ୟାଟ ଏବଂ  ଗୋଟିଏ ଝିଅ କିଣ୍ଡର ଅଛି।

Leave a Reply

Your email address will not be published. Required fields are marked *