October 17, 2024

Odia Express

Here, There and Everywhere

ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଏକଦିବସୀୟ ମ୍ୟାଚରେ ଏହି ୩ ଖେଳାଳିଙ୍କୁ ଦଳରୁ ବାହାରେ କରିଲେ ବିରାଟ କୋହଲୀ – ଦେଖନ୍ତୁ କିଏ ସେ ଖେଳାଳି…

ଟି20ସିରିଜ ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ଶୋଚନୀୟ ଭାବରେ ପରାସ୍ତ କରିଥିଲା । କିନ୍ତୁ ସେହି ଫର୍ମ ଏକଦିବସୀୟ ସିରିଜରେ ବନେଇ ରଖିପାରିଲା ନାହିଁ ଓ ପ୍ରଥମ ଦୁଇ ମ୍ୟାଚ ହାରି ସିରିଜ ହାତଛଡା କଲା । ଯଦିଓ ଏବେ ସିରିଜର ତୃତୀୟ ଓ ଶେଷ ମ୍ୟାଚ ବେଓବାଲ ମଇଦାନରେ ଖେଳାଯିବାକୁ ବାକି ଅଛି । ଏହି ମ୍ୟାଚରେ ଭାରତୀୟ ଦଳର ଲକ୍ଷ୍ୟ ବିଜୟ ପ୍ରାପ୍ତ କରି ସମ୍ମାନ ରକ୍ଷା କରିବାର ଅଟେ ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ଦଳ ଏଠାରେ ମ୍ୟାଚ ଜିତି ସିରିଜ କ୍ଳିନସୁଇପ କରିବାର ପୁରା ପ୍ରୟାସ କରିବ । ଏହି ମ୍ୟାଚରେ ବିରାଟ କୋହଲୀ ପ୍ରୟୋଗ କରିବାର ନଜର ଆସିପାରନ୍ତି । ଯେଉଁ କାରଣରୁ ଆଶା ଅଟେ ଯେ ଏବେ ଯାଏଁ ଖେଳୁଥିବା କିଛି ଖେଳାଳି ଚୁଡାନ୍ତ ଏକାଦଶ ବାହାରେ ରହିପାରନ୍ତି ।

କେଦାର ଯାଦବ: ଏବେ ଯାଏଁ ଖେଳ ଯାଇଥିବା ଦୁଇଟି ମ୍ୟାଚରେ ଭାରତୀୟ ଦଳ ନିମନ୍ତେ ଫିନିଶର ଭୂମିକା ନେଇଥିବା କେଦାର ଯାଦବ ଆସିଥିଲେ । କିନ୍ତୁ ପ୍ରଥମ ମ୍ୟାଚରେ ସେ ଛୋଟ ଇନିଂସ ଖେଳିଲେ ଓ ତାପରେ ଦ୍ଵିତୀୟ ଇନିଂସରେ ବଡ ସ୍କୋର କରିବାରେ ସୁଯୋଗ ହରେଇଦେଲେ । ଯେଉଁ କାରଣରୁ ଏବେ ତାଙ୍କୁ ଏହି ମ୍ୟାଚରେ ଖେଳିବାର ସୁଯୋଗ ମିଳିନପାରେ ।

କେଦାର ଯାଦବ ଖେଳିଥିବା 2ମ୍ୟାଚରେ 35ହାରରେ 35ରନ କରିଛନ୍ତି । ଯେବେକୀ ସେ ଦଳ ନିମନ୍ତେ କାମ ଆସିପାରିଲେ ନାହିଁ। ଏବେ ବୋଲିଂରେ ମଧ୍ୟ ଯାଦବ ନଜର ଆସୁନାହାନ୍ତି । ଯେଉଁ କାରଣରୁ ଏବେ ତାଙ୍କ ସ୍ଥାନରେ ଦଳରେ ମନୀଷ ପାଣ୍ଡେଙ୍କୁ ସୁଯୋଗ ଦିଆଯାଇପାରେ । ଯେ କି ବିଗତ କିଛି ସମୟରୁ ଉଚ୍ଚକୋଟିର ଫର୍ମରେ ନଜର ଆସୁଛନ୍ତି ।

କୁଳଦୀପ ଯାଦବ: ହାମିଲ୍ଟନରେ ଖେଲାଯାଇଥିବା ପ୍ରଥମ ମ୍ୟାଚରେ କୁଳଦୀପ ଯାଦବଙ୍କୁ ସୁଯୋଗ ମିଳିଥିଲା। କିନ୍ତୁ ସେହି ସମୟ ସେ ନିଜର ବୋଲିଂ ଦ୍ଵାରା ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକେଇବାରେ ଅସଫଳ ହେଲେ । ଯେବେକି କ୍ଷେତ୍ରରକ୍ଷଣରେ ସେ ନିଜର ଦଳ ନିମନ୍ତେ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଲେ । ଯେଉଁ କାରଣରୁ ସେ ଦ୍ଵିତୀୟ ମ୍ୟାଚରେ ବାହାରେ ବସିଥିଲେ । କୁଳଦୀପ ଯାଦବଙ୍କ ସ୍ଥାନରେ ଦ୍ଵିତୀୟ ମ୍ୟାଚରେ ଯଜୁବେନ୍ଦ୍ର ଚହଳଙ୍କୁ ସୁଯୋଗ ମିଳିଥିଲା। ସେ ବହୁତ ସୁନ୍ଦର ପ୍ରଦର୍ଶନ ମଧ୍ୟ କରିଥିଲେ । ଯେଉଁ କାରଣରୁ ଏବେ ତୃତୀୟ ମ୍ୟାଚରେ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ କୁଳଦୀପ ଯାଦବଙ୍କୁ ବେଞ୍ଚରେ ବସିବାକୁ ପଡିପାରେ । ଯେବେ କି ଯଜୁବେନ୍ଦ୍ର ଚହଳ ଦଳର ଅଂଶ ରହିବେ ।

ଶିବମ ଦୁବେ: ଦ୍ରୁତ ବୋଲର ଅଲରାଉଣ୍ଡର ରୂପରେ ଶିବମ ଦୁବେ ଯଦିଓ ଦଳର ଅଂଶ ଥିଲେ କିନ୍ତୁ ତାଙ୍କୁ ପୂର୍ବ ମ୍ୟାଚ ଦୁଇଟିରେ ଖେଳିବାର ସୁଯୋଗ ମିଳିଲା ନାହିଁ । ଏବେ ସେ ଓବାଲରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଓ ଶେଷ ଏକଦିବସୀୟ ମ୍ୟାଚରେ ମଧ୍ୟ ତାଙ୍କୁ ଖେଳିବାର ସୁଯୋଗ ମିଳିନପାରେ ।

ଶିବମ ଦୁବେଙ୍କ ଟି20 ସିରିଜ ସମୟରେ ଫର୍ମକୁ ଦେଖି ଗୋଟିଏ କଥା ସ୍ପଷ୍ଟ ଯେ ତାଙ୍କୁ ଏହି ମହତ୍ବପୂର୍ଣ୍ଣ ମ୍ୟାଚରେ ଖେଳିବାର ସୁଯୋଗ ହୁଏତ ମିଳିନପାରେ । ଯେଉଁ କାରଣରୁ ଦୁବେ ଏହି ମ୍ୟାଚରେ ମଧ୍ୟ ବେଞ୍ଚରେ ବସିଥିବାର ନଜର ଆସିବେ । ନବଦୀପ ସାଇନି ପୂର୍ବ ମ୍ୟାଚରେ ବ୍ୟାଟରେ ନିଜକୁ ପ୍ରମାଣିତ କରି ଦୁବେଙ୍କ ଠାରୁ ସେହି ସୁଯୋଗ ହାତେଇ ନେଇଛନ୍ତି ।

Leave a Reply

Your email address will not be published. Required fields are marked *