October 17, 2024

Odia Express

Here, There and Everywhere

ଆଗ ଗୁପଚୁପ ବିକୁଥିଲେ ,ଭୋକିଲା ପେଟରେ ଶୁଅନ୍ତି – ଆଉ ଏବେ ବିଶ୍ୱକପ ରେ ଧୁମଲ ବ୍ୟାଟିଂ କରିଲେ ଏହି ଭାରତୀୟ ଖେଳାଳି – ସମସ୍ତେ ତାଙ୍କ ଜୀବନକାହାଣୀ ପଢିବା ଦରକାର…

1 min read

ଭାରତୀୟ ଅଣ୍ଡର-19 ଦଳରେ ସାମିଲ ହୋଇଥିବା କ୍ରିକେଟର ଯଶସ୍ଵୀ ଜୟଶ୍ଵାଲଙ୍କ କାହାଣୀ କିଛି ଏପରି ଯାହା ଖରାପ ସମୟ ଦେଇ ବ୍ୟତୀତ ହୋଇ କୌଣସି ବ୍ୟକ୍ତିଙ୍କର ସଫଳତା ହେବାରେ ଦର୍ଶାଉଛି, ଯାହାକୁ ସାରା ଦୁନିଆ ଆଶ୍ଚର୍ଯ୍ୟ ହୋଇ ଦେଖିବ । ବୋଧହୁଏ ବହୁତ କମ ଲୋକ ଜାଣନ୍ତି ଯେ ସେ ଏହି ସ୍ଥାନ ହାସଲ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଜି ଆମେ ଆପଣଙ୍କୁ 17ବର୍ଷୀୟ ଯଶସ୍ଵୀ ଜୟଶ୍ଵାଲଙ୍କର କାହାଣୀ କହିବାକୁ ଯାଉଛୁ , ଯେ କି ନିକଟରେ ନିଜର କାହାଣୀ ଦ୍ଵାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଆଜିର ସମୟରେ ଯଶସ୍ଵୀ ଜୟଶ୍ଵାଲଙ୍କର ନାମ ଇଣ୍ଡିଆନ କ୍ରିକେଟ ପ୍ରେମୀଙ୍କ ନିକଟରେ ଅଜଣା ନୁହେଁ। ଅଣ୍ଡର-19ଦଳର ଏହି ବ୍ୟାଟ୍ସମ୍ୟାନଙ୍କ ଖେଳର ପ୍ରଶଂସକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ଆପଣଙ୍କୁ ଜଣେଇଦେବୁ ଯେ ଗତ ମଙ୍ଗଳବାର ଦିନ ପୋଚେଷ୍ଟ୍ରାମ(ସାଉଥଆଫ୍ରିକା)ରେ ଯଶସ୍ଵୀ ଜୟଶ୍ଵାଲ ପାକିସ୍ଥାନର ବିପକ୍ଷରେ ଯେଉନଭଳି ଖେଳ ପ୍ରଦର୍ଶନ କରିଛନ୍ତି ତାହା ଦେଖି ଏକଥା କୁହାଯାଇପାରିବ ଯେ ଭାରତୀୟ କ୍ରିକେଟର ଭବିଷ୍ୟ ପୂର୍ଣ୍ଣତଃ ସୁରକ୍ଷିତ ହସ୍ତରେ ରହିଛି। ଏଇ ଇନିଂସରେ ଯଶସ୍ଵୀ ଜୟଶ୍ଵାଲ ଅପରାଜିତ 105ରନ କରିଥିଲେ ଓ ଅନ୍ତିମ ବଲରେ ଛକକା ମାରି ଦଳକୁ ବିଜୟୀ କରାଇଲେ ଓ ନିଜର ଶତକ ମଧ୍ୟ ପୂର୍ଣ୍ଣ କଲେ। ଏହି ବ୍ୟାଟ୍ସମ୍ୟାନଙ୍କ କାହାଣୀ ମୁମ୍ବାଇଏଫଆର ସଡକରୁ ଆରମ୍ଭ ହୋଇ ଏବେ ୱାର୍ଲ୍ଡକପ ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଗତବର୍ଷ ଇନିଦ ଅଣ୍ଡର-19ଦଳରେ ଶ୍ରୀଲଙ୍କା ଦଳକୁ 144ରନରେ ପରାସ୍ତ କରି ଷଷ୍ଠଥର ନିମନ୍ତେ  ଏସିଆକପ ନିଜ ନାମରେ କରିନେଇଛି । ଏହି ସିରିଜ ସମୟରେ ବହୁତ ଖେଳାଳି ବହୁତ ଭଲ ପ୍ରଦର୍ଶନ କରିଥିଲେ ଓ ଏହି ଖେଳାଳିଙ୍କ ମଧ୍ୟରୁ ଜଣେଥିଲେ ଯଶସ୍ଵୀ ଜୟଶ୍ଵାଲ। ଦଳର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ଵୀ ଜୟଶ୍ଵାଲ ଫାଇନାଲ ମ୍ୟାଚରେ 85ରନର ଇନିଂସ ଖେଳିଥିଲେ । ଏହାଛଡା ଯଶସ୍ଵୀ ଜୟଶ୍ଵାଲ ତିନି ମ୍ୟାଚରେ 214ରନ କରିଥିଲେ ।

ସାରା ଦିନ କ୍ରିକେଟ ଖେଳିବା ପରେ ତାଙ୍କ ଭିତରେ ଏତିକି ଶକ୍ତି ଶେଷ ରହିନଥାଏ ଯେ ସେ ଦୋକାନରେ କାମ କରିପାରିବେ ଏଥିପାଇଁ ସେ ଦୋକାନରେ ଯାଇ ସିଧା ସୋଇପଡନ୍ତି । ଦିନେ ଡାଏରୀ ମାଲିକ ତାଙ୍କ ଜିନିଷ ସବୁକୁ ବାହାରେ ଫିଙ୍ଗିଦେଲେ । ତିନି ବର୍ଷ ପର୍ଯ୍ୟନ୍ତ ସେ ଟେଣ୍ଟକୁ ନିଜଘର ଭାବି ରହୁଥିଲେ । ସେ ନିଜର ଏହି କଷ୍ଟ ବିଷୟରେ ନିଜର ଘରଲୋକଙ୍କୁ ମଧ୍ୟ କହିବାକୁ ଚାହୁଁନଥିଲେ। କେବେ କେବେ ତାଙ୍କ ଘରଲୋକେ କିଛି ପଇସା ପଠେଇଦେଉଥିଲେ । କିନ୍ତୁ ସେହି ସ୍ୱଳ୍ପ ପଇସା ରେ ଖର୍ଚ୍ଚ ଚଳେଇବା କଷ୍ଟ ଥିଲା । ଏଥିଇପାୟନ ସେ ଖାଲି ସମୟରେ ଗୁପଚୁପ ବିକ୍ରି କରୁଥିଲେ ଯାହାଦ୍ଵାରା କିଛି ଆମଦାନୀ ହେଉଥିଲା । କିନ୍ତୁ କେବେକେବେ ଏପରି ହେଉଥିଲା ଯେବେ ତାଙ୍କୁ ଖାଲି ପେଟରେ ଶୋଇବାକୁ ପଡୁଥିଲା ।

ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ଲାଗିବ ଯେ ଯଶସ୍ଵୀ ଜୟଶ୍ଵାଲ ମୁମ୍ବାଇର ମୁସ୍ଲିମ ଉନାଇଟେଡ କ୍ଲବର ଗାର୍ଡ ସହିତ ତିନି ବର୍ଷ ପର୍ଯ୍ୟନ୍ତ ଟେଣ୍ଟରେ ରହୁଥିଲେ । ଯିଏ ତାଙ୍କର ସଂଘର୍ଷର କାହାଣୀ ବୟାନ କରିଥାଏ । ଏହା ବ୍ୟତୀତ ଯଶସ୍ଵୀ ଏହାପୂର୍ବରୁ ଡାଏରୀରେ କାମ କରୁଥିଲେ ଯେଉଁଠାରେ ତାଙ୍କୁ କୌଣସି ରାତି ଓପାସ କଟେଇବାକୁ ପଡିଥିଲା। ସବୁଠାରୁ ଦୁଖଦ କଥା ଏହା ଯେ ଯଶସ୍ଵୀ ଙ୍କୁ ଏହି ଡାଏରୀ ବାହାର କରିଦେଇଥିଲା ଓ ସେହି ସମୟରେ ସେ ମାତ୍ର 11ବର୍ଷର ଥିଲେ । ଯଶସ୍ଵୀ ଏହି ମୁସ୍କିଲ ସମୟରେ କେବଳ ଏହି ସ୍ଵପ୍ନ ସାହାରାରେ କାଟିଦେଇଥିଲେ ଯେ ଦିନେ ତାଙ୍କୁ ଭାରତୀୟ କ୍ରିକେଟ ଦଳ ପାଇଁ ଖେଳିବାର ଅଛି ।

ଯଶସ୍ଵୀ ନିଜର ଆଖିରେ କ୍ରିକେଟ ଖେଳିବାର ସ୍ଵପ୍ନ ନେଇ ଉତ୍ତରପ୍ରଦେଶ ରୁ ମୁମ୍ବାଇ ଆସିଥିଲେ। ଏହି ସ୍ଵପ୍ନ କାରଣରୁ ତାଙ୍କ ଭିତରେ ଏତେ କଷ୍ଟ ସହ୍ୟ କରିବାର ଶକ୍ତି ଆସୁଥିଲା । ଆଜିର ସମୟରେ ପୁରା 6ବର୍ଷ ବିତିଯାଇଛି ଏବେ ତାଙ୍କ ବୟସ 17 ହୋଇସାରିଛି । ଏବେ ଯଶସ୍ଵୀ ଏକ ମଧ୍ୟକ୍ରମର ଆକ୍ରାମକ ବ୍ୟାଟ୍ସମ୍ୟାନ ଅଟନ୍ତି । ଯଶସ୍ଵୀଙ୍କ ନାମ ଶୀଘ୍ର ଶ୍ରୀଲଙ୍କା ଗସ୍ତ ନିମନ୍ତେ ଅଣ୍ଡର-19 ଦଳ ନିମନ୍ତେ ଘୋଷିତ ହେବାକୁ ଅଛି ।

ମୁମ୍ବାଇର ଅଣ୍ଡର-19କୋଚ ସତୀଶସାମନ୍ତ କୁହନ୍ତି ଯେ ଯଶସ୍ଵୀ ଜୟଶ୍ଵାଲଙ୍କ ଭିତରେ କ୍ରିକେଟର ଅସାଧାରଣ ଜ୍ଞାନ ରହିଛି ଓ ତାସହ ତାଙ୍କର ଏକାଗ୍ରତା ମଧ୍ୟ ଲକ୍ଷପୂର୍ଣ୍ଣ ଅଟେ । ଯଶସ୍ଵୀ ଙ୍କ ପିତା ଉତ୍ତରପ୍ରଦେଶର ଭଦୋହି ଗ୍ରାମରେ ଏକ ଛୋଟିଆ ଦୋକାନ କରିଛନ୍ତି ।

ଯଶସ୍ଵୀ ଦୁଇ ଭାଇଙ୍କ ମଧ୍ୟରେ କନିଷ୍ଠ ଅଟନ୍ତି । ସେ ଛୋଟବେଳରୁ କ୍ରିକେଟର ହେବାର ସ୍ଵପ୍ନ ଦେଖୁଥ୍ଲେ । ନିଜର ସ୍ଵପ୍ନ ପୁରା କରିବା ନିମନ୍ତେ ଯଶସ୍ଵୀ ମୁମ୍ବାଇ ଆସିଗଲେ। ମୁମ୍ବାଇ ଆସି ସେ ନିଜର କକା ସନ୍ତୋଷଙ୍କ ପାଖରେ ରହିବାର ଥିଲା । କିନ୍ତୁ ମୁମ୍ବାଇ ଆସି ତାଙ୍କୁ ଜଣାପଡିଲା ଯେ ତାଙ୍କର ଅଙ୍କଲଙ୍କ ଘରେ ଅତିରିକ୍ତ ଅତିଥି ରହିବା ନିମନ୍ତେ ସ୍ଥାନ ନାହିଁ। ଏଥିପାଇଁ ସେ ଏକ ଟେଣ୍ଟରେ ରହିବାକୁ ଲାଗିଲେ । ଜସ୍ଵାସ୍ଵୀ କୁହନ୍ତି ଯେ ଏହି ଘଟଣା ସେହି ସମୟର ଅଟେ ଯେବେ ତାଙ୍କୁ କଳାବାଦେବୀରେ ଉପସ୍ଥିତ ଏକ ଡାଏରୀରୁ ବାହାର କରିଦିଆଗଲା ।

ପୁରା ଦିନ କ୍ରିକେଟ ଖେଳିବା ପରେ ତାଙ୍କ ଭିତରେ କାମ କରିବାର ଶକ୍ତି ନଥାଏ ଯେ ସେ ଦୋକାନରେ କାମ କରିପାରିବେ ଏଥିପାଇଁ ସେ ଦୋକାନ କୁ ଆସି ସିଧା ସୋଇଯାଉଥିଲେ । ଦିନେ ଡାଏରୀ ମାଲିକ ତାଙ୍କର ଜିନିଷ ସବୁ ଦୋକାନ ବାହାରକୁ ଫିଙ୍ଗିଦେଲେ। ତିନି ବର୍ଷ ପର୍ଯ୍ୟନ୍ତ ସେ ଟେଣ୍ଟକୁ ନିଜର ଘର ଭାବି ରହୁ ଥିଲେ । ସେ ନିଜର ଏହି କଷ୍ଟକର ସମୟ ବିଷୟରେ ନିଜର ଘରଲୋକଙ୍କୁ କହିବାକୁ ଚାହୁଁନଥିଲେ । କେବେ ତାଙ୍କ ଘରଲୋକେ କିଛି ପଇସା ପଠେଇଦେଉଥିଲେ କିନ୍ତୁ ସେତିକି ରେ ଚଳିବା କଷ୍ଟ ଥିଲା ।

ଏଥିପାଇଁ ସେ ଖାଲି ସମୟରେ ପାଣିପୁରୀ ବିକ୍ରି କରୁଥିଲେ ଯଦ୍ୱାରା କିଛି ପଇସା ଆସୁଥିଲା। କିନ୍ତୁ କେବେକେବେ ଏପରି ହେଉଥିଲା ଯେ ତାଙ୍କୁ ଖାଲି ପେଟରେ ଶୋଇବାକୁ ପଡୁଥିଲା । ଯଶସ୍ଵୀ ପାଇନ କମେଇବା ପାଇଁ ବହୁତ ଅଧିକ ପରିଶ୍ରମ କରୁଥିଲେ । ସେ ବଡବଡ ଖେଳାଳିଙ୍କ ସହିତ କ୍ରିକେଟ ଖେଳି ଓ ରନ କରି ସପ୍ତାହକୁ 200-300 ଟଙ୍କା ଆୟ କରୁଥିଲେ ସେ ନିଜର ଲଞ୍ଚ ଓ ଡିନର ଟେଣ୍ଟରେ କରୁଥିଲେ । ଟାକର କାମ ରୁଟି କରିବାର ଥିଲା ଓ ସବୁଦିନ ରାତିରେ ସେ ମହମବତୀ ଆଲୁଅ ରେ ସେମାନେ ଡିନର କରୁଥିଲେ । କାରଣ ଟେଣ୍ଟରେ ଲାଇଟ ଆସୁନଥିଲା।

ଅଣ୍ଡର-19କ୍ରିକେଟ ଦଳରେ ଚୟନ ହେବା ପୂର୍ବରୁ ଆଜାଦ ମଇଦାନରେ ଏ କଥା ହେବାରେ ଲାଗିଲା ଯେ ଜଣେ ଖେଳାଳିଙ୍କୁ ସାହାଯ୍ୟ ଆବଶ୍ୟକ । ଅବସ୍ଥାରେ ସୁଧାର ତେବେ ଆସିଲା ଯେବେ ଏକ ସ୍ଥାନୀୟ କୋଚ ଜ୍ଵାଳା ସିଂହ ଯଶସ୍ଵୀଙ୍କର ସାହାଯ୍ୟ ନିମନ୍ତେ ଆଗକୁ ଆସିଲେ । କ୍ରିକେଟ କୋଚ ଜ୍ଵାଳା ସିଂହଙ୍କ ସାହାଯ୍ୟ ପରେ ଯଶସ୍ଵୀ ଜୟଶ୍ଵାଲଙ୍କ ଅବସ୍ଥାରେ ପରିବର୍ତ୍ତନ ଆସିଲା ଓ ବହୁତ ଶୀଘ୍ର ଯଶସ୍ଵୀ ଶ୍ରୀଲଙ୍କା ଗସ୍ତରେ ଇଣ୍ଡିଆ ଅଣ୍ଡର-19ଦଳରେ ଖେଳିବାକୁ ଯାଉଛନ୍ତି

Leave a Reply

Your email address will not be published. Required fields are marked *