November 22, 2024

Odia Express

Here, There and Everywhere

ଫିଲ୍ମକୁ ଆସୁଥିବା ଏହି ଶିଶୁଙ୍କର ଏହି ସତ୍ୟ ବିଷୟରେ ଆପଣମାନେ ଜାଣିନଥିବେ, ଆପଣ ମଧ୍ୟ ହୋଇଯିବେ ଚକିତ…

ଫିଲ୍ମ ଦେଖିବାର ସଉକ ତ ସମସ୍ତଙ୍କର ଥାଏ ଓ ଏହି ସଉକ ଆଜିର ନୁହେଁ କିନ୍ତୁ ଯେବେଠାରୁ ଭାରତୀୟ ସିନେମା ର ଆରମ୍ଭ ହୋଇଛି ସେବେଠାରୁ । ଆମର ଭାରତୀୟ ସିନେମାରେ ସମସ୍ତ ଆୟୁର ଲୋକଙ୍କ ନିମନ୍ତେ ଫିଲ୍ମ ନିର୍ମିତ ହୋଇଛି ଓ କାରଣ ଏହା ଯେ ଛୁଆ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଏହି ଭାରତୀୟ ଫିଲ୍ମର ପ୍ରଶଂସକ ଅଟନ୍ତି । ଆମେ ଛୋଟବେଳୁ ଫିଲ୍ମ ଦେଖି ଆସୁଛୁ ଯେଉଁଥିରେ ସବୁବେଳେ ଆମକୁ ଏହା ଦେଖାଇ ଦିଆହୁଏ ଯେ ଫିଲ୍ମ ରେ ଏକ ଅଭିନେତା ଥାଆନ୍ତି ଓ ଏକ ଅଭିନେତ୍ରୀ ଓ ଜଣେ ଥାଆନ୍ତି ଖଳନାୟକ ଏହା ବ୍ୟତୀତ ଏକ ଚରିତ୍ର ଆଉ ମଧ୍ୟ ଆପଣ ଅନେକ ବଲିଉଡ କିମ୍ବା ହଲିଉଡ ଫିଲ୍ମରେ ଦେଖିଥିବେ ସେହି ଚରିତ୍ର ଥାଏ ଫିଲ୍ମରେ ଶିଶୁଙ୍କର ଯାହାକୁ ଶିଶୁ କଳାକାର କରିଥାନ୍ତି ।

ହୁଏତ ହିନ୍ଦୀ ସିନେମା ଯୁବ ପ୍ରଧାନ ଅଟେ ଓ ସମୁଦାଯ ସିନେମା ଉଦ୍ୟୋଗ ଯୁବବର୍ଗର ଚିନ୍ତାଧାରା ଓ ଆବଶ୍ୟକତାକୁ ଧ୍ୟାନରେ ରଖି ଫିଲ୍ମ ନିର୍ମାଣ କରାଯାଏ କିନ୍ତୁ ଶିଶୁ କଳାକାର ଏହି ବ୍ୟବସ୍ଥାକୁ ନିଜର ଦମଦାର ଅଭିନୟ ଦ୍ଵାରା ଲଗାତର ଆହ୍ଵାନ ଦିଅନ୍ତି। ବାଳ ଫିଲ୍ମ ର ସଂଖ୍ୟା ବହୁତ କମ ଓ ବାଲ କଳାକାରଙ୍କୁ ମୁଖ୍ୟଧାରାର ସିନେମାରେ କମ ସ୍ଥାନ ମିଳିବା ସତ୍ବେ ଏହି କଳାକାରଙ୍କର ଇତିହାସ ଉଜ୍ଜ୍ଵଳ ଅଟେ ।

ଯେବେ ମଧ୍ୟ ଆମେ ଫିଲ୍ମରେ ଶିଶୁ କଳାକାରଙ୍କୁ ଦେଖୁ ତ ଆମେ ଏହା ଭାବୁ ଯେ ଏମାନେ ଏତେ ଭଲ ଅଭିନୟ କରୁଛନ୍ତି ଓ ଏହି ଶିଶୁଙ୍କୁ ଫିଲ୍ମକୁ କେଉଁଠାରୁ ଅଣାଯାଉଛି । ଆମେ ଆଜି ଆପଣଙ୍କୁ ଏହି ସତ୍ୟତା ବିଷୟରେ କହିବାକୁ ଯାଉଛୁ ଯାହା ବୋଧହୁଏ ଆଜି ପୂର୍ବରୁ ଜାଣିନଥିବେ।

ଏହି ଶିଶୁ କଳାକାରଙ୍କୁ ଦେଖି ଆପଣଙ୍କୁ ମଧ୍ୟ ଏହା ଲାଗୁଥିବ ଯେ ଫିଲ୍ମରେ ଦୃଶ୍ୟ ହେଉଥିବା ଶିଶୁ ନିଶ୍ଚିତ କୌଣସି ହିରୋଇନର ପରିବାରରୁ ହିଁ ଆସିଥିବେ କାରଣ ଏମାନଙ୍କ ଅଭିନୟ ହୋଇଥାଏ ଏତେ ଉଚ୍ଚକୋଟିର କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏହା ବିଲକୁଲ ହୋଇନଥାଏ । ଯେଉଁ ଫିଲ୍ମରେ ଶିଶୁ କାମ କରନ୍ତି, ସେମାନଙ୍କୁ ଅଧିକତର ଏକ ଏଜେନ୍ସି ଦ୍ଵାରା ଅଣାଯାଇଥାଏ। ତାପରେ ସେହି ଶିଶୁ ନିଜର ମାତାପିତାଙ୍କ ସହିତ ଫିଲ୍ମରେ ଅଡିସନ ପାଇଁ ଆସନ୍ତି ।

ଯାହାପରେ ଯେଉ ନିର୍ଦେଶକଙ୍କୁ ଫିଲ୍ମ ନିମନ୍ତେ ଯେଉଁ ଶିଶୁ ଠିକ ଲାଗେ ଓ ସେହି ଚରିତ୍ର ପାଇଁ ପୁରା ଫିଟ ହୁଏ ତାକୁ ଫିଲ୍ମ ନିମନ୍ତେ ଚୟନ କରାଯାଏ । ଏହାଛଡା କେବେକେବେ ଏଭଳି ମଧ୍ୟ ହୋଇଥାଏ ଯାହା କି ବଲିଉଡ କଳାକାରଙ୍କ ସନ୍ତାନ ମଧ୍ୟ ଫିଲ୍ମରେ ନିଆଯାଇଥାନ୍ତି , କିନ୍ତୁ ତାଙ୍କର ମଧ୍ୟ ଅଡିସନ ନିଆଯାଏ ଯେପରି ଅନ୍ୟ ଶିଶୁଙ୍କର ନିଆଯାଏ ଓ ଯଦି ସେହି ଦୃଶ୍ୟ ପାଇଁ ଠିକ ଲାଗନ୍ତି ତେବେ ତାଙ୍କୁ ଚୁଡାନ୍ତ କରାଯାଏ ।

ଏତିକି ବେତନ ଦିଆଯାଏ

ପ୍ରାୟତଃ ଫିଲ୍ମ ମାନଙ୍କରେ ନିର୍ଦେଶକଙ୍କୁ ପ୍ରକାରପ୍ରକାରର ଶିଶୁଙ୍କର ଆବଶ୍ୟକତା ହୋଇଥାଏ କେବେ କଳା ଶିଶୁ ତ କେବେ ଗୋରା ଶିଶୁ ତ କେବେ ବିଲକୁଲ ଛୋଟ ଶିଶୁଙ୍କର ଆବଶ୍ୟକତା ହୋଇଥାଏ କାରଣ ସେହି ଶିଶୁଙ୍କୁ ଫିଲ୍ମର ଦୃଶ୍ୟ ଅନୁଯାୟୀ ନିର୍ବାଚିତ କରାଯାଏ। ଏବେ ଆପଣ ଭାବୁଥିବେ ଯେ ଏହି ଶିଶୁଙ୍କୁ କେତେ ବେତନ ଦିଆଯାଉଥିବ ତ ଆମେ ଆପଣଙ୍କୁ ଜଣେଇଦେବୁ କି ଯଦି ଏହି ଶିଶୁଙ୍କ ବେତନ ବିଷୟରେ କହିବୁ ତ ଏହା ବିଲକୁଲ ହୋଇନଥାଏ ଯେ ଏହାଙ୍କୁ ହିରୋ ହିରୋଇନଙ୍କ ଭଳି କୋଟିକୋଟି ଟଙ୍କା ବେତନ ମିଳେ କିନ୍ତୁ ଏହି ଶିଶୁଙ୍କୁ ଏକଦିନର ଅଭିନୟ ପାଇଁ ପ୍ରାୟ 10,000ଟଙ୍କା ରୁ ଆରମ୍ଭ କରି  20,000ପର୍ଯ୍ୟନ୍ତ ଟଙ୍କା ମିଳିଥାଏ ଯାହା ଏମାନଙ୍କ ମାତାପିତାଙ୍କୁ ଦିଆଯାଏ ।

ଆପଣଙ୍କୁ ଜଣେଇଦେବୁ ଯେ ସତୁରୀ ଦଶକରେ ଏଭଳି ଅନେକ ଶିଶୁ କଳାକାର ମଧ୍ୟ ଥିଲେ ଯେଉଁମାନେ ପରେ ଅଭିନେତା ଓ ଅଭିନେତ୍ରୀ ହୋଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଅଲିଭା ଛାପ ଛାଡିଯାଇଛନ୍ତି । ସେମାନଙ୍କ ମଧ୍ୟରେ ନିତୁ ସିଂହ, ପଦ୍ମିନୀ କୋଲ୍ହାପୁରେ ଓ ସଚିନ ପ୍ରମୁଖ ଅଟନ୍ତି ।

ତାରେ ଜମିନ ପର ରେ ନିଜର ଉନ୍ନତମାନର ଅଭିନୟ ଦ୍ଵାରା ଦର୍ଶୀଲ ସଫାରି ଏହା ପ୍ରମାଣିତ କରିଦେଇଛନ୍ତି ଯେ ସୁପର ଷ୍ଟାରଙ୍କ ତୁଳନାରେ ଶିଶୁ କଳାକାର ମଧ୍ୟ ଶଶକ୍ତ ଅଭିନୟ କରିପାରିବେ ଓ ତାସହ କୋଟିକୋଟି ଦର୍ଶକଙ୍କ ମଧ୍ୟରେ କୌଣସି ସଂବେଦନଶୀଳ ସମସ୍ୟା ଉପରେ ସାମାଜିକ ଚେତନା ବିସ୍ତାର ଓ ତା ଉପରେ ଜରୁରୀ ପଦକ୍ଷେପ ଉଠେଇବାରେ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ।

Leave a Reply

Your email address will not be published. Required fields are marked *