ଏହି ସହରରେ ମାତ୍ର 71 ଟଙ୍କାରେ ମିଳୁଛି ଘର – ଦେଖନ୍ତୁ କେଉଁଥି ପାଇଁ ଏତେ ଶସ୍ତା ଘର ମିଳେ…
ପ୍ରତ୍ୟେକ ମନୁଷ୍ୟର ସ୍ଵପ୍ନ ହୋଇଥାଏ ନିଜର ଘର କରିବା । କିନ୍ତୁ ବର୍ତ୍ତମାନର ଏହି ମହଙ୍ଗା ସମୟରେ ସମସ୍ତଙ୍କ ନିମନ୍ତେ ଏହା ଅସମ୍ଭବ ଭଳି ଲାଗୁଛି । ମହଙ୍ଗା ହେବା ଯୋଗୁ ଲୋକମାନେ ଭଡାରେ ରହୁଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏକ ଏଭଳି ସହର ବିଷୟରେ ଯେଉଁଠାରେ ମାତ୍ର 71ଟଙ୍କାରେ ନିଜର ଘର କିଣିହେବ। ଏହି ସହର ବିଲକୁଲ ସ୍ଵର୍ଗ ଭଳି ଅଟେ । ଆସନ୍ତୁ ଜାଣିବା ସେହି ସହରର ନାମ । ଆଜି ଆମେ ଆପଣଙ୍କୁ ଯେଉଁ ସ୍ଥାନର ନାମ କହିବାକୁ ଯାଉଛୁ ସେଠାରେ ଘର କିଣିବା ବହୁତ ସହଜ ଅଟେ କାରଣ ଏଠାରେ ବହୁତ କମ ମୂଲ୍ୟରେ ଘର ମିଳୁଛି । ଆମେ କହୁଛୁ ଦୁନିଆର ସବୁଠାରୁ ସୁନ୍ଦରଦେଶ ମାନଙ୍କ ମଧ୍ୟରୁ ଅନ୍ୟତମଏକ ଦେଶ ଯାହାର ନାମ ବିବୋନା ଅଟେ ଯାହା ଇଟାଲୀର ସିସିଲିରେ ଅବସ୍ଥିତ । ଏଠାରେ ପ୍ରାୟ 71ଟଙ୍କାରେ ମାନେ 1ଡଲାରରେ ଘର ବିକ୍ରି ହେଉଛି । କଣ ଆପଣ କ୍ରୟ କରିବେ?
ଏହି ସହର ପ୍ରକୃତିକ ରୂପରେ ଅତ୍ୟନ୍ତ ସୁନ୍ଦର ଅଟେ। ଏତିକି ନୁହେଁ ଏଠାରେ ଏବ ପ୍ରାୟ ଏକ ଡଜନରୁ ଅଧିକ ଏଭଳି ଘର ଅଛି ଯାହାକୁ ଏଠାକାର ପ୍ରଶାସନ ମାତ୍ର 71ଟଙ୍କାରେ ବିକ୍ରୟ କରିବାକୁ ପ୍ରସ୍ତୁତ ଅଛି । ଅର୍ଥ ଯଦି ଆପଣ ଏହି ସହରରେ ନିଜର ଘର ନେବାକୁ ଚାହୁଁଛନ୍ତି ତେବେ ଏହା ଉତ୍ତମ ସୁଯୋଗ ଅଟେ । ଏଠାକାର ଲୋକ ଚାହାନ୍ତି ଯେ ଯେବେ ଏଠାରେ ବାହାରର ଲୋକ ଆସି ରହିବେ ତେବେ ସେମାନଙ୍କୁ ଏଠାକାର ସଂସ୍କୃତି ଓ ପରିବେଶ ବିଷୟରେ ଜ୍ଞାନ ହେବ । ସେମାନେ ଆମର ସଂସ୍କୃତି ଓ ଇତିହାସର ରକ୍ଷା କରିବାରେ ସାହାଯ୍ୟ କରିବେ। ତାସହ ସହର ପୁଣି ସୌନ୍ଦର୍ଜ୍ୟପୂର୍ଣ୍ଣ ହୋଇଯିବ ।
ଏହି ସହରରେ ଏବେ କେବଳ 3800ଲୋକ ଅଛନ୍ତି । ଅଧିକତର ଲୋକ ବୃଦ୍ଧ ଅଟନ୍ତି କିନ୍ତୁ ବହୁତ ସକ୍ରିୟ , ସ୍ଫୁର୍ତ୍ତିବାନ ଓ ଖୁସିମିଜାଜ ଅଟନ୍ତି । ଏଠାକାର ଯୁବଗୋଷ୍ଠୀ ଚାକିରି ନିମନ୍ତେ ଅନ୍ୟ ସହରକୁ କିମ୍ବା ଦେଶକୁ ଚାଲିଯାଇଛନ୍ତି । ଦେଖାଯିବ ତ ଏହି ସହରର ଚତୁର୍ପାର୍ଶ୍ୱରେ ବହୁତ ସୁନ୍ଦର ପାହାଡ ରହିଛି ଓ ଶୀତଋତୁରେ ଏହା ବହୁତ ସୁନ୍ଦର ଦୃଶ୍ୟ ହୋଇଥାଏ । କାରଣ ଏହା ପୂର୍ଣ୍ଣ ରୂପେ ବରଫରେ ଢାଙ୍କି ହୋଇଯାଏ। ଗ୍ରୀଷ୍ମଋତୁରେ ଏଠାକାର ଘାଟିରେ ରଙ୍ଗବେରଙ୍ଗ ଫୁଲ ଫୁଟିଥାଏ । ଏଠାରେ କୌଣସି ପ୍ରଦୂଷଣ ନାହିଁ। ବହୁତ ସଫାସୁତୁରା ପବନ ଅଛି । ଲୋକମାନେ ରୋଗରେ ବହୁତ କମ ପଡନ୍ତି ।