ଯଦି ଆପଣଙ୍କ ଘରେ ଝିଟିପିଟି ଦେଖାଦିଏ ତ , ଜାଣନ୍ତୁ କଣ ହୋଇଥାଏ ଏହାର ସଂକେତ…
ସ୍ଵପ୍ନ ଆମ ଜୀବନର ମହତ୍ଵପୂର୍ଣ୍ଣ ଅଂଶ ହୋଇଥାଏ । କିଛି ସ୍ଵପ୍ନ ଏପରି ହୋଇଥାଏ ଯାହାର ସମ୍ବନ୍ଧ ଆମର ଦୈନିକ ଦିନଚର୍ଜ୍ୟା ସହ ଜଡିତ ଥାଏ କାରଣ ତାହା ଆମକୁ ଏପରି ସଂକେତ ବିଷୟରେ ଜଣେଇଥାଏ ଯାହାର ଆମକୁ ଅନୁମାନ ହୋଇଯାଇଥାଏ । ଏଭଳି ସ୍ଵପ୍ନ ଏହା ଜଣେଇଥାଏ ଯେ ଆସୁଥିବା ସମୟରେ ଆମ ସହିତ କଣ ହେବାର ଅଛି । ଯେପରି ଝିଟିପିଟି ଶରୀର ଉପରେ ପଡିବାରୁ ମଧ୍ୟ ଶୁଭ ଅଶୁଭ ପ୍ରଭାବ ବିଷୟରେ ଜଣାଯାଇଥାଏ। ଶାସ୍ତ୍ର ଅନୁଯାୟୀ ଝିଟିପିଟିର ପୁରୁଷଙ୍କ ବାମ ଅଙ୍ଗ ଓ ମହିଳାଙ୍କର ଡାହାଣ ଅଙ୍ଗରେ ପଡିବା ଅଶୁଭ ହୋଇଥାଏ ଓ ଯଦି ପୁରୁଷଙ୍କ ଡାହାଣ ଅଙ୍ଗ ଓ ମହିଳାଙ୍କର ବାମ ଅଙ୍ଗରେ ପଡେ ତେବେ ଏହାକୁ ଶୁଭ ମାନନ୍ତି।
ଯଦି ଝିଟିପିଟି ଶରୀରର କୌଣସି ଅଙ୍ଗରେ ପଡିଯାଏ ତେବେ ସେହି ସ୍ଥାନଙ୍କୁ ପାଣିରେ ଧୋଇବା ଉଚିତ କିମ୍ବା ସ୍ନାନ କରିବା ଉଚିତ ହୋଇଥାଏ କାରଣ ତାହାର ଶରୀରରେ ବିଷକ୍ତ ପଦାର୍ଥ ଥାଏ ଯାହା ଆପଣଙ୍କ ଶରୀର ଉପରେ ପଡିବ ଦ୍ଵାରା ଆପଣଙ୍କ ତ୍ଵଚା ଉପରେ ଛାଡିଦିଏ । ସ୍ଵପ୍ନରେ ଝିଟିପିଟି ଦେଖିବା ତାହାର ସ୍ଥିତି ଅନୁଯାୟୀ ଫଳ ଦେଇଥାଏ । ତେବେ ଆସନ୍ତୁ ଆମେ ସ୍ଵପ୍ନରେ ଝିଟିପିଟି ଦେଖିବାର ଅର୍ଥ ଜାଣିବା । ଯଦି ଝିଟିପିଟି ସମାଗମ ହେବାର ଦେଖାଯାଏ ତେବେ ବୁଝାନ୍ତୁ ଯେ ଆପଣଙ୍କ ସାକ୍ଷାତ କୌଣସି ପୁରାତନ ମିତ୍ର ସହିତ ହୋଇପାରେ । ଯଦି ଝିଟିପିଟି ଲଢିବାର ଦେଖନ୍ତି ତେବେ କୌଣସି ଅନ୍ୟ ଲୋକ ସହିତ ଝଗଡା ହେବା ନିଶ୍ଚିତ ଅଟେ ।
ଯଦି ଝିଟିପିଟି କୌଣସି ପୋକ କିମ୍ବା ପତଙ୍ଗ ଆଡକୁ ଝାମ୍ପ ଦିଏ ତେବେ ବୁଝାନ୍ତୁ ଯେ ଘରେ ଚୋରୀ ହୋଇପାରେ ।
ଶାସ୍ତ୍ର କୁହେ ଯେ ଯଦି ଭୋଜନ କରିବା ସମୟରେ ଝିଟିପିଟି ଶବ୍ଦ କରେ ତେବେ ବୁଝିଯାଆନ୍ତୁ ଯେ ଆପଣାକୁ ବହୁତ ଶୀଘ୍ର ଶୁଭ ସମାଚାର ମିଳିପାରେ। ଯଦିଓ ଏହି ଘଟଣା ବହୁତ କମ ହୋଇଥାଏ କାରଣ ଝିଟିପିଟି ଅଧିକାଂଶ ରାତିରେ ଶବ୍ଦ କରନ୍ତି ।
ଯଦି ଝିଟିପିଟି ମୁଣ୍ଡ ଉପରେ ପଡେ ତେବେ ଏହାର ସମ୍ପତ୍ତି ପ୍ରାପ୍ତି ର ସମ୍ଭାବନାକୁ ସଂକେତ ଦେଇଥାଏ ।
ଯଦି ଝିଟିପିଟି ଡାହାଣ ଆଣ୍ଠୁ ଉପରେ ପଡିଯାଏ ତେବେ ବୁଝନ୍ତୁ ଯେ ଯାତ୍ରାର ସଂଯୋଗ ନିର୍ମିତ ହେଉଛି । ବାମ ଆଣ୍ଠୁ ରେ ଝିଟିପିଟି ପଡିବାର ଅର୍ଥ ବୁଦ୍ଧି ହାନି ହୋଇଥାଏ ।
ଶାସ୍ତ୍ର ଅନୁଯାୟୀ ଯଦି ଝିଟିପିଟି ଘରେ ପ୍ରବେଶ କରିବା ସମୟରେ ଗୃହସ୍ଵାମୀଙ୍କୁ ମୃତ କିମ୍ବା ମାଟି ଲାଗିଥିବାର ଦେଖାଯାଏ ତେବେ ସେଥିରେ ନିବାସ କରୁଥିବା ଲୋକ ରୋଗୀ ହୋଇପାରନ୍ତି, ଏହି ଅଶୁଭତ୍ଵ ରୁ ରକ୍ଷା ପାଇବା ନିମନ୍ତେ ପୂର୍ଣ୍ଣ ବିଧିବିଧାନ ସହିତ ପୂଜା କରିବାପରେ ହିଁ ନୂତନ ଗୃହରେ ପ୍ରବେଶ କରିବା ଉଚିତ ।
ଯଦି ଝିଟିପିଟି ଡାହାଣ ଆଖି ଉପରେ ପଡେ ତେବେ ଏହାର ଅର୍ଥ କୌଣସି ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ । ବାମ ଆଖିରେ ପଡିବାର ଅର୍ଥ ଶୀଘ୍ର କୌଣସି ବୃହତ ହାନି ହୋଇପାରେ ।
ଯଦି ଝିଟିପିଟି ଦାଢି ଉପରେ ପଡେ ତେବେ ଏହାର ଅର୍ଥ ଆପଣଙ୍କ ଆଗରେ ଶୀଘ୍ର କୌଣସି ଭୟାବହ ଘଟଣା ହୋଇପାରେ ।