କଣ ଆପଣଙ୍କ ହାତରେ ରହିଛି ମହାଦେବଙ୍କ ତ୍ରିଶୂଳ, ଜାଣନ୍ତୁ କଣ ଏହାର ଅର୍ଥ…
ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ଲାଗିବ ଯେ ଆପଣଙ୍କ ହାତର ରେଖା ସବୁ ଆପଣଙ୍କ ଭାଗ୍ୟର ନିର୍ଧାରଣ କରିଥାଏ । ଆପଣଙ୍କ ଭାଗ୍ୟ ଆପଣଙ୍କ ହାତରେ ଲୁଚି ରହିଛି କିନ୍ତୁ ଆପଣ ତାହାକୁ ଦେଖିପାରନ୍ତି ନାହିଁ। ଅନେକ ଲୋକ ଆପଣଙ୍କ ହାତର ରେଖା ଦେଖି ଅପାନଙ୍କୁ ଆପଣଙ୍କ ଭବିଷ୍ୟ କୁହନ୍ତି । କିନ୍ତୁ ଏଥିପାଇଁ ଆପଣଙ୍କୁ ପ୍ରାପ୍ୟ ଦେବାକୁ ହୋଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେଇବୁ ଯେ କିପରି କାହାର ହାତର ରେଖା ଦେଖି ଆପଣ ତାହାର ଭାଗ୍ୟ ବିଷୟରେ ଜଣେଇ ପାରିବେ ।ସମୁଦ୍ରଶାସ୍ତ୍ର ଅନୁଯାୟୀ ହାତର ରେଖା ଙ୍କର କିଛି ସ୍ଵତନ୍ତ୍ର ମହତ୍ଵ ହୋଇଥାଏ କିନ୍ତୁ କିଛି ରେଖା ଏଭଳି ମଧ୍ୟ ଆପଣଙ୍କ ହରେ ଥାଏ ଯାହା ଆପଣଙ୍କୁ ବହୁତ ଭାଗ୍ୟଶାଳୀ କରିଦିଏ ତ କିଛି ଦୁର୍ଭାଗ୍ୟଶାଳୀ ।
ଯଦି କହିବୁ ହାତରେ ନିର୍ମିତ ତ୍ରିଶୂଳ ଓ ଚକ୍ର ଚିହ୍ନର ତେବେ ଏହା ବହୁତ କମ ଲୋକଙ୍କ ଠାରେ ମିଳିଥାଏ । ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁମାନଙ୍କ ହାତରେ ଏଭଳି ଚିହ୍ନ ଥାଏ ସେମାନେ ପୂର୍ବ ଜନ୍ମରେ ଭଲ କର୍ମ କରିଥିବେ ଓ ଏହି ଜୀବନରେ ଏହାଙ୍କ ଉପରେ ଭଗବାନ ଶିବ ଓ ଭଗବାନ ବିଷ୍ଣୁଙ୍କର କୃପା ସବୁବେଳେ ରହିଥାଏ ।
ତ୍ରିଶୂଳର ରହସ୍ୟ – ଆପଣଙ୍କୁ ଜଣେଇଦେବୁ ଯେ ଆମର ଶାସ୍ତ୍ରରେ ହସ୍ତରେଖା ବିଜ୍ଞାନ ଯାହାକି ଜ୍ୟୋତିଷ ବିଦ୍ୟାର ଅଂଶ ଅଟେ ଏକ ଏଭଳି ବିଦ୍ୟା ଅଟେ ଯାହାଦ୍ଵାରା ଆମେ କୌଣସି ବ୍ୟକ୍ତିଙ୍କର ଭବିଷ୍ୟ ପରିଷ୍କାର ଭାବରେ ଦେଖିପାରୁ ଓ ଏହା ମଧ୍ୟ ଜ୍ୟୋତିଷବିଦ୍ୟାର ରହସ୍ୟ ଅଟେ । ହସ୍ତରେଖା ବିଜ୍ଞାନର ଜ୍ଞାନ ଯାହାର ଥାଏ ସେ ଆପଣଙ୍କ ଭବିଷ୍ୟ ବିଷୟରେ କହି ପାରିବେ କିନ୍ତୁ ଏହା ସମସ୍ତଙ୍କ ନିୟନ୍ତ୍ରଣର କଥା ନୁହେଁ କାରଣ ଏହାକୁ ବୁଝିବା ବହୁତ କଷ୍ଟପ୍ରଦ ଅଟେ ।
ଶାସ୍ତ୍ରରେ କୁହାଯାଇଛି ଯେ ହାତରେ ତ୍ରିଶୂଳ ଚିହ୍ନ ଥିଲେ ଜୀବନ ସମୃଦ୍ଧ, ସୁଖୀ ଓ ଭାଗ୍ୟଶାଳୀ ହୋଇଥାଏ । ଯାହା ହାତରେ ତ୍ରିଶୂଳ ରହିବାର ଭିନ୍ନ ଭିନ୍ନ ପ୍ରଭାବ ହୋଇଥାଏ । ଉଦାହରଣ ଅନାମିକା ତଳେ ସୂର୍ଯ୍ୟ ରେଖାର ଶେଷରେ ତ୍ରିଶୂଳ ରହିବା ରାଜଯୋଗ ନିର୍ମିତ କରିଥାଏ ଓ ତଦ୍ୱାରା ନାମ, ଧନ ଓ ସାଂସାରିକ ଉପଭୋଗର ପ୍ରାପ୍ତି ହୋଇଥାଏ । ତର୍ଜନୀ ତଳେ ଗୁରୁ ପର୍ବତ ପର୍ଯ୍ୟନ୍ତ ଯାଉଥିବା ହୃଦୟ ରେଖାର ଶେଷରେ ଚିହ୍ନ ଥିଲେ ଜୀବନରେ କେବେ କୌଣସି ଜିନିଷର ଅଭାବ ହୋଇନଥାଏ । ମାନ୍ୟତା ଅଛି ଯେ ସ୍ଵପ୍ନରେ ଯଦି ତ୍ରିଶୂଳ ଦେଖା ଦିଏ ତ କାମ ରେ ସଫଳତା ପ୍ରାପ୍ତିର ସମ୍ଭାବନା ବଢିଯାଇଥାଏ ।