October 17, 2024

Odia Express

Here, There and Everywhere

ନିଜ ଦଳରେ ଏହି 3ଟି ସୁଧାର କରି RCB ହୋଇପାରେ 2020 IPL ର ଚମ୍ପିୟାନ…

1 min read

ଆଇପିଏଲ 2020କୁ ଆସିବାରେ ଏବେ ସମୟ ବାକି ଅଛି , କିନ୍ତୁ ଏଥିପାଇଁ ଦଳ ଗୁଡିକ ନିଜର ପ୍ରସ୍ତୁତି କରିବା ଆରମ୍ଭ କରିଦେଇଛନ୍ତି । ଏମାନଙ୍କ ମଧ୍ୟରେ ବିରାଟ କୋହଲୀଙ୍କ ଅଧିନାୟକତ୍ଵରେ ଆରସିବିର ଦଳ ମଧ୍ୟ ସାମିଲ ଅଟେ । ତାଙ୍କର ଦଳ ମଧ୍ୟ ନିଜର କୋଚିଙ୍ଗ ଷ୍ଟାଫ ନିକଟରେ ପୂରାପୂରି ବଦଳେଇ ଦେଇଛନ୍ତି । ଏପର୍ଯ୍ୟନ୍ତ ଆରସିବିର ଦଳ ଥରେ ମଧ୍ୟ ଆଇପିଏଲ ବିଜେତା ହୋଇପାରିନାହିଁ। ଏହି ଦଳ ଏବେ ଯାଏ 2ଥର ଫାଇନାଲ ପର୍ଯ୍ୟନ୍ତର ଦୁରତ୍ଵ ଅତିକ୍ରମ କରିପାରିଛି କିନ୍ତୁ ତା ଆଗକୁ ଏହି ଦଳ ଯାଇପାରି ନାହିଁ । ଏଥର ତାଙ୍କ ଦଳ ଟାଇଟଲ କବ୍ଜା କରିବାପାଇଁ ପଡିଆକୁ ଓହ୍ଲେଇବ।

ପ୍ରତି ସିଜିନରେ ଭୁଲ କରୁଥିବା ଏହି ଦଳ ଯଦି ଏହି ଲିଗ ମ୍ୟାଚର ପୂର୍ବରୁ ଏହି 3କ୍ଷେତ୍ର ଉପରେ ଧ୍ୟାନ ଦେବ ତେବେ ଚଳିତ ଥର ନିଜର ପ୍ରସିଦ୍ଧ ଖେଳାଳିଙ୍କୁ ନେଇ ବିଜୟପ୍ରାପ୍ତ ହୋଇପାରେ ।

ଆରସିବି ମଧ୍ୟକ୍ରମ ବ୍ୟାଟିଂରେ କରୁ ସୁଧାର – ଆରସିବି ପାଖରେ ପାର୍ଥିବ ପଟେ, ବିରାଟ କୋହଲୀ ଓ 19ବର୍ଷୀୟ ଦେବଦତ୍ତ ପଡିକ୍କ୍ଲ ଙ୍କୁ ରଖିବା ସହିତ ନିଶ୍ଚିତ ରୂପେ ତାଙ୍କ ପାଖରେ କ୍ରମ ଆରମ୍ଭ କରିବା ନିମନ୍ତେ ଉତ୍ତମ ବିକଳ୍ପ ରହିଛି । ଆରସିବି ରବୀନ ଉତ୍ଥାପା, ରାହୁଲ ତ୍ରିପାଠୀ କିମ୍ବା ଇୟନ ମର୍ଗାନଙ୍କ ଭଳି କାହାକୁ ମଧ୍ୟ ଚୟନ କରିପାରେ, ଯେଉଁମାନେ ସ୍ଲଗ ଓଭରରେ ଖେଳିବାର ସକ୍ଷମ ଅଟନ୍ତି , ମଧ୍ୟକ୍ରମରେ ଦଳକୁ ସମ୍ଭାଳି ପାରିବେ ।

ଉଚ୍ଚକୋଟିର ଅଲରାଉଣ୍ଡରଙ୍କର ଦଳକୁ ଆବଶ୍ୟକତା ରହିଛି – ଗୋଟିଏ ପଟେ ଆରସିବି, ଅଧିକତର ସମୟରେ ପାଳି ଆରମ୍ଭରେ ପ୍ରଭାବିତ ହୋଇଛି, କିନ୍ତୁ ଦଳ ଡେଥ ଓଭରରେ ଆବଶ୍ୟକତା ଅଛି ଅତିରିକ୍ତ 20-30ରନକରିବା ପାଇଁ ଶକ୍ତିଶାଳୀ ଷ୍ଟ୍ରାଇକରର ଅଭାବ ଯିଏ ତାଙ୍କୁ ସେଟ କରିବା ସମୟରେ ଗତି ପ୍ରଦାନ କରିପାରିବ । ବିରାଟ କୋହଲୀଙ୍କ ଅଧିନାୟକତ୍ଵରେ ଦଳ ଗତ ସିଜିନରେ ଆକ୍ରାମକ ଭୂମିକା ଗ୍ରହଣ କରିଥିବା ହେତମୟର ଓ ଶିବମ ଦୁବେଙ୍କ ସହିତ ଥିଲା , କିନ୍ତୁ ଏହି ଦୁଇଜଣ ଅଲରାଉଣ୍ଡର ଟିମର କିଛି ଅଧିକ କାମରେ ଆସିଲେ ନାହିଁ ଓ ବିପକ୍ଷ ଦଳ ଉପରେ କୌଣସି ଚାପ ପକେଇ ପାରିଲେ ନାହିଁ ।

ପଞ୍ଜାବର ରୋମାଞ୍ଚକ ବ୍ୟାଟ୍ସମ୍ୟାନ ଗୁରୁକିରାତ ସିଂହ ମାନ ଙ୍କ ବ୍ୟତୀତଦୁବେଙ୍କୁ ଦଳରେ ରଖିବା ପରେ, ଆରସିବି ନିଜର ତଳ ମଧ୍ୟକରମ ରେ କିଛି ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ଯୋଡିବାକୁ ଚାହିଁବ ଏଥିପାଇଁ ତାଙ୍କ ନିକଟରେ ଅନେକ ବିକଳ୍ପ ରହିଛି । ଏହି ବର୍ଷ ନିଲାମ ପ୍ରକ୍ରିୟାରେ ଜେମ୍ସ ନିଶମ, କର୍ଲୋସ ବ୍ରେଥୱେଟ ସହିତ ଅନ୍ୟ ଖେଳାଳି ନିଜକୁ ପରଖିବାକୁ ଚାହିଁବେ ଏମିତିରେ ଦଳ ସହିତ ଜଣେ ଉଚ୍ଚକୋଟିର ଅଲରାଉଣ୍ଡର ରହିବା ବିରାଟଙ୍କୁ ସହାୟ ହେବ ।

ଆରସିବି କ୍ଵାଲିଟି ବୋଲରଙ୍କୁ ସ୍ଥାନ ଦେଉ – ବିଗତ କିଛି ବର୍ଷରୁ ଆରସିବି ର ସବୁଠାରୁ ବଡ ସମସ୍ୟାମଧ୍ୟରୁ ଗୋଟିଏ ଅଟେ, ସ୍ଲଗ ଓଭରରେ ରନ ରୋକିବା ନିମନ୍ତେ ତାଙ୍କର ବୋଲିଂ ଆକ୍ରମଣର ଅକ୍ଷମତା, ଯଦିଓ ଯଜୁବେନ୍ଦ୍ର ଚହଳ ମଝି ଓଭରରେ ବ୍ୟାଟ୍ସମ୍ୟାନଙ୍କ ଉପରେ ଅଙ୍କୁଶ ରଖିବାରେ ସଫଳ ହୋଇଛନ୍ତି , କିନ୍ତୁ ଆରସିବିର ଦ୍ରୁତ ବୋଲର ଶେଷ ପର୍ଯ୍ୟନ୍ତ ସଫଳ ହୋଇପାରୁନାହାନ୍ତି ।

ୱାସିଂଟନ ସୁନ୍ଦର ଜଣେ ଉପଯୋଗୀ ପାୱାରପ୍ଲେ ଓଭରର ବୋଲର ରୂପରେ ନିଜର ଛାପ ଛାଡିଛନ୍ତି ଓ ଉମେଶ ଯାଦବ କିଛି ଦ୍ରୁତ ଗତି ଓ ସ୍ଵୀଙ୍ଗ ବୋଲିଂ ସହିତ ବ୍ୟାଟିଂକୁ ଶୀଘ୍ର ହଇରାଣ କରିବାରେ ସକ୍ଷମ ଥିଲେ , ଆରସିବି ଜଣେ ଦ୍ରୁତ ବୋଲର ସହିତ ଭଲ କରିପାରିଥାନ୍ତା ଯାହା ସ୍ଲଗ ଓଭରରେ ଗେମଚେଞ୍ଜର ହୋଇପାରିବ ।

ଯାହାକି ଆରସିବି ନିକଟରେ ନବଦୀପ ସାଇନି ଓ ମହମ୍ମଦ ସିରାଜ ରୂପରେ ଦୁଇଜଣ ଦ୍ରୁତ ବୋଲର ଅଛନ୍ତି , ବୋଲରଙ୍କର ଅଧିକ ରନ ଦେବା କାରଣରୁ ସେହି ରନ ଯୋଗୁ ସବୁବେଳେ ଲିଗ ମୁକାବିଲାରୁ ବାହାର ହେଇଯାଉଛନ୍ତି । ନିଶ୍ଚିତ ରୂପେ , ବହୁତ କିଛି ଅଟନ୍ତି ଯେଉଁମାନେ ଏଥର ନିଲାମି ପ୍ରକ୍ରିୟାର ଅଂଶ ହେବେ, ଯେଉଁଥିରେ ମିଚେଲ ଷ୍ଟାର୍କ ଓ ଡେଲ ଷ୍ଟେନଙ୍କର ପୂର୍ବର ଆରସିବି ଖେଳାଳି ସାମିଲ ଅଛନ୍ତି, ଯଦିଓ ଟି20 ପ୍ରାରମ୍ଭ ନିଶ୍ଚିତ ରୂପେ ବୋଲରଙ୍କ ପକ୍ଷ ନିଏ ନାହିଁ।

Leave a Reply

Your email address will not be published. Required fields are marked *