ଦ୍ରୁତଗାମୀ ଟ୍ରେନ ମଧ୍ୟ ଏହି ଚମତ୍କାରୀ ହନୁମାନ ମନ୍ଦିର ଆଗରେ କରେ ପ୍ରଣାମ, ଏଠାରେ ଅଟକି ଯାଏ ଟ୍ରେନ ର ବେଗ..
ଆମର ଦେଶ ଭାରତ ଧର୍ମ ଓ ଆସ୍ଥାର ଦେଶ କୁହାଯାଏ ଓ ଏଥିପାଇଁ ଭାରତରେ ଅନେକ ଧାର୍ମିକ ମନ୍ଦିର ସ୍ଥଳ ରହିଛି ଯାହା କୌଣସି ନା କୌଣସି କଥା ଦ୍ଵାରା ପ୍ରଖ୍ୟାତ ଅଟେ । ଇଶ୍ଵରଙ୍କ ଶକ୍ତିରେ ବିଶ୍ବାସ ରଖିବା ନରଖିବା ଏହା ତ ମନୁଷ୍ୟର ବିଚାର ଉପରେ ନିର୍ଭର କରେ କିନ୍ତୁ ଏକଥାକୁ ମଧ୍ୟ ମନା କରାଯାଇ ପାରିବ ନାହିଁ ଯେ ଇଶ୍ଵରଙ୍କ କୃପା ବିନା ଏହି ବିଶ୍ବରେ ଗୋଟିଏ କୁଟା ମଧ୍ୟ ହଲିପାରେ ନାହିଁ ଓ ଇଶ୍ଵରଙ୍କ ହେବାର ଅନୁଭବ ଆମକୁ ସବୁଆଡେ ଦେଖାଯାଇଥାଏ । ଆଜି ଯଦି ଆମେ ଥରେ ମଧ୍ୟ ନିଶ୍ଵାସ ନେଉଛେ ତ ତାହା ଇଶ୍ଵରଙ୍କ କୃପା ଅଟେ ।
ଏହା କାରଣ ଅଟେ ଯେ ଆଜି କୋଟିକୋଟି ଲୋକଙ୍କର ଆଶା ଏକ ମୂର୍ତ୍ତି ସମ୍ମୁଖରେ ଆସି ତଳକୁ ହୋଇଯାଏ । ଏହା ଏକ ବିଶ୍ବାସ ଅଟେ ନହେଲେ ଇଶ୍ଵର ତ ଆମର ହୃଦୟରେ ଅଛନ୍ତି ଓ ଆମର ପ୍ରତ୍ୟେକ ନିଶ୍ଵାସରେ ଅଛନ୍ତି ତଥାପି ଆମକୁ ଏହା ବିଶ୍ବାସ ଯେ ଆମକୁ ଇଶ୍ଵରଙ୍କ ଦର୍ଶନ ଧାର୍ମିକ ସ୍ଥଳରେ ହୋଇଥାଏ । ଏହା କାରଣ ଅଟେ ଯେ ଆଜି ଭାରତରେ ଏତେ ସବୁ ମନ୍ଦିର ଅଛି ଯେଉଁଠାରେ ଲକ୍ଷ କୋଟି ସଂଖ୍ୟାରେ ଲୋକଙ୍କର ଶ୍ରଦ୍ଧା ଜଡିତ ଅଛି ।
ଆଜି ଆମେ ଆପଣଙ୍କୁ ଏକ ଏଭଳି ଚମତ୍କାରୀ ଶକ୍ତିପୀଠ ବିଷୟରେ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତିରେ ତ ଭାରତରେ ଏଭଳି ଅନେକ ଚମତ୍କାରୀ ଧାର୍ମିକ ସ୍ଥଳ ରହିଛି ଯାହା ବିଶ୍ବବିଖ୍ୟାତ ଅଟେ କିନ୍ତୁ ଆଜି ଆମେ ଯେଉଁ ଶକ୍ତିପୀଠ କଥା କହୁଛୁ ତାହା ମଧ୍ୟପ୍ରଦେଶର ଶାଜାପୁର ସ୍ଥିତ ବୋଲାଇ ଗ୍ରାମରେ ଅବସ୍ଥିତ ଅଟେ ଯେଉଁଠାରେ ହନୁମାନଙ୍କର ଏକ ମନ୍ଦିର ଅଛି ଯେଉଁଥିରେ ଏତେ ଶକ୍ତି ରହିଛି ଯେ ଏହତରେ କେତେ ବି ଦ୍ରୁତଗାମୀ ଟ୍ରେନ ଆସୁ ତାହା ଏଠାକୁ ଆସିବା ମାତ୍ରେ ସ୍ଵୟଂ ବେଗ ଧୀର ହୋଇଯାଏ ଓ ଏହି ମନ୍ଦିରର ଏଭଳି ମାନ୍ୟତା ଅଛି ଯେ ଟ୍ରେନର ବେଗ ଧୀର ହୋଇ ସ୍ଵୟଂ ତାଙ୍କୁ ପ୍ରଣାମ କରିବା ନିମନ୍ତେ ଅଟକି ଯାଏ ।
ଏଠାକୁ ଆସିବାର ସୁଗମ ସାଧନ ରେଳମାର୍ଗ ଅଟେ ଏହି କାରଣରୁ ଏଠାକୁ ଆସୁଥିବା ପ୍ରତ୍ୟେକ ଟ୍ରେନର ବେଗ ମନକୁମନ ସ୍ଥିର ହୋଇଯାଏ । ଅନେକଥର ଟ୍ରେନର ଡ୍ରାଇଭରକୁ ଲାଗେ ଯେ କିଏ ତାଙ୍କୁ ଟ୍ରେନର ବେଗ କମେଇବାକୁ କହୁଛି ଓ ଯଦି ସେ ଏହାକୁ ନଜର ଅନ୍ଦାଜ କରନ୍ତି ତେବେ ଏଠାକୁ ଆସିବା ମାତ୍ରେ ଟ୍ରେନ ଆପେଆପେ ଧୀରେ ହୋଇଯାଏ । ଏହି ମନ୍ଦିରର ଚମତ୍କାର କାରଣରୁ ଯେଉଁଠାରେ ଲୋକଙ୍କୁ ଏହି ଧାରଣା ଅଟେ ଯେ ଏହା ଏଥିପାଇଁ ହୋଇଥାଏ କାରଣ ଏହି ଚମତ୍କାରୀ ମନ୍ଦିର ରେଳ ଦ୍ଵାରା ହେବାକୁ ଥିବା ଆକସ୍ମିକ ଘଟଣା ବିଷୟରେ ପ୍ରଥମରୁ ସତର୍କ କରିଦେଇଥାଏ । ଏହି ମନ୍ଦିର ବିଷୟରେ ଏହା କୁହାଯାଏ ଯେ ଆଜି ଠାରୁ କିଛି ସମୟ ପୂର୍ବରୁ ଏହି ସ୍ଥାନରେ ସମ୍ମୁଖରେ ରେଲୱେ ଟ୍ରାକ ଉପରେ ଦୁଇ ମାଲଗାଡି ପରସ୍ପର ମଧ୍ୟରେ ଧକ୍କା ହୋଇଥିଲେ କିନ୍ତୁ ଏହି ଦୁର୍ଘଟଣାର ଅନୁଭବ ଏହି ଦୁଇ ଗାଡିର ଡ୍ରାଇଭରଙ୍କୁ ପ୍ରଥମରୁ ହୋଇଯାଇଥିଲା ଓ ସେହି ସମୟରେ ଟ୍ରେନର ଗତି ମଧ୍ୟ ଆପେଆପେ ଧୀର ହୋଇଯିବା କାରଣରୁ ଏହି ଦୁର୍ଘଟଣା ଅଧିକ ମାତ୍ରାରେ ହୋଇନଥିଲା ଓ କୌଣସି ପ୍ରକାର ଜନଜୀବନ ହାନି ହୋଇନଥିଲା ।
ଶ୍ରଦ୍ଧାଳୁଙ୍କ ଅନୁଯାୟୀ ମନ୍ଦିର ପ୍ରାୟ 600ବର୍ଷ ପୁରାତନ ଅଟେ । ମାନ୍ୟତା ଅନୁଯାୟୀ ହନୁମାନ ଏବଂ ଗଣେଶ ଗୋଟିଏ ପ୍ରତିମା ମଧ୍ୟରେ ଥିବାରୁ ଶୁଭ ଫଳ ମିଳିଥାଏ । ମନ୍ଦିରରେ ପ୍ରତିଷ୍ଠିତ ମୂର୍ତ୍ତି ଅତି ପ୍ରାଚୀନ ଅଟେ । ମାନ୍ୟତା ଅଛି ଯେ ଏଠାରେ ମନୋକାମନା ପୂର୍ଣ୍ଣ ହୋଇଥାଏ। ଏହି ମନ୍ଦିରର ପ୍ରତିମାର ସ୍ଵତନ୍ତ୍ରତା ଏହା ଯେ ହନୁମାନ ପ୍ରତିମାଙ୍କର ବାମ ବାହୁରେ ଶ୍ରୀ ସିଦ୍ଧ ବିନୟକ ଗଣେଶ ମହାପ୍ରଭୁ ବିରାଜିତ ଅଛନ୍ତି । ଏଭଳି ପ୍ରତିମା ନଯା କେଉଁଠାରେ ନାହିଁ ।
ମନ୍ଦିରର ଜୀର୍ଣ୍ଣୋଦ୍ଧାର300ବର୍ଷ ପୂର୍ବେ ଠାକୁର ଦେବୀ ସିଂହଙ୍କ ଦ୍ଵାରା ହୋଇଥିଲା । ଏଠାରେ 1959ରେ ସନ୍ଥ କମଳନୟନ ତ୍ୟାଗୀ ନିଜର ଗୃହସ୍ଥ ଜୀବନର ତ୍ୟାଗ ପୂର୍ବକ ସେହି ସ୍ଥାନକୁ ନିଜର ତପୋଭୂମି କରିଥିଲେ ଓ ଏଠାରେ ସେ 24ବର୍ଷ ପର୍ଯ୍ୟନ୍ତ କଠିନ ତପସ୍ୟା ପୂର୍ବକ ସିଦ୍ଧି ପ୍ରାପ୍ତ ହୋଇଥିଲେ ।