October 17, 2024

Odia Express

Here, There and Everywhere

ଏ ହେଉଛନ୍ତି ଦୁନିଆର ସବୁଠାରୁ ସୁନ୍ଦର କିନ୍ନର – ତାଙ୍କ ସୁନ୍ଦରତାରେ ବଡ ରୁ ବଡ ଅଭିନେତ୍ରୀଙ୍କୁ କରନ୍ତି ପରାସ୍ତ, ଫଟୋ ଦେଖିଲେ ଉଡିଯିବ ହୋଶ…

ଆମ ସମାଜରେ ଯେଉନଭଳି ସ୍ତ୍ରୀ ଓ ପୁରୁଷଙ୍କୁ ସମାଜର ଅଂଶ ବିବେଚିତ କରାଯାଇଛି ଠିକ ସେହିଭଳି କିନ୍ନର ମଧ୍ୟ ଏହି ସମାଜର ଅଂଶ ଅଟନ୍ତି । ଯଦିଓ ସମାଜରେ କିନ୍ନରଙ୍କୁ ସେହି ମାନସମ୍ମାନ ମିଳେନାହିଁ ଓ ତାଙ୍କୁ ସମାଜରୁ ଦୂର କରିଦିଆଯାଏ । ଏହି କାରଣ ଅଟେ ଯେ ବେଳେବେଳେ କିନ୍ନର ସମୁଦାୟର ଲୋକମାନେ ଆମର ଘରକୁ ଖୁସି ସମୟରେ କିମ୍ବା ସଡକ ଉପରେ ନାଚୁଥିବାର ଦେଖାଯାଇଥାନ୍ତି କରଣ ତାଙ୍କ ପାଖରେ ଆୟ କରିବାର ଅନ୍ୟ ଉପାୟ ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏଭଳି କିନ୍ନର ବିଷୟରେ କହିବାକୁ ଯାଉଛୁ ଯିଏ କୌଣସି ପରିଚୟର ଅଧୀନ ନୁହନ୍ତି ଓ ତାର ନାମ ଆଜି ଓ ସାରା ମଣିପୁରୀଙ୍କ ମଧ୍ୟରେ ପ୍ରସିଦ୍ଧ ଓ ଜଣାଶୁଣା ନାମ ହୋଇସାରିଛି । ସେ ବହୁତ ସୁନ୍ଦରୀ ହେବା ସହିତ ପରମ୍ପରାଗତ ମଧ୍ୟ ଅଟେ ଏହାସହ ସେ ସିନେମା ଦୁନିଆରେ ଅଭିନୟ କରିବାର ପ୍ରଚେଷ୍ଟାରେ ଅଛି ।

ଆମେ କହୁଛୁ ଦୁନିଆର ସର୍ବଶ୍ରେଷ୍ଠ ସୁନ୍ଦରୀ କିନ୍ନର ବିଶେଷ ହୁଡରେମ ଯିଏ କି 27ବର୍ଷର ଅଟନ୍ତି ଯିଏ ଏଥର ଥାଇଲାଣ୍ଡରେ ଆୟୋଜିତ ହେବାକୁ ଥିବା ମିସ ଇଣ୍ଟରନାସନାଲ କ୍ଵିନ ବ୍ୟୁଟି କଣ୍ଟେଷ୍ଟରେ ଭାଗ ନେଇ ନିଜର ପ୍ରସିଦ୍ଧି କୁ ମଣିପୁର ଓ ମଣିପୁରୀ କହୁଥିବା ପଡୋଶୀ କ୍ଷେତ୍ର ଆସାମ, ବାଂଲାଦେଶ ଓ ମ୍ୟାନମାର ଠାରୁ ଆଗକୁ ନେଇଯିବାକୁ ଚାହୁଁଛି । ଆପଣଙ୍କୁ ଜଣେଇଦେବୁ ଯେ ବିଶେଷ ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟରୁ ଫେସନ ଓ ପରିଧାନ ଡିଜାଇନିଙ୍ଗରେ ସ୍ନାତକ କରି ମଣିପୁରୀ ଫିଲ୍ମରେ ଓ ରଙ୍ଗମଞ୍ଚରେ ସବୁଠାରୁ ଅଧିକ ପାଉଣା ନେଉଥିବା କଳାକାରଙ୍କ ମଧ୍ୟରୁ ଜଣେ ଅଟେ ।

ଆପଣଙ୍କୁ ଜଣେଇଦେବୁ ଯେ ଥାଇଲାଣ୍ଡରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗୀତାକେବଳ କିନ୍ନରଙ୍କ ପାଇଁ ହିଁ ଆୟୋଜିତ କରାଯାଏ ଯେଉଁତିରେ ସବୁଠାରୁ ସୁନ୍ଦରୀ କିନ୍ନର ଇଣ୍ଟରନାସନାଲ ବ୍ୟୁଟି କ୍ଵିନ ଉପାଧିରେ ସମ୍ମାନିତ ହୋଇଥାନ୍ତି । ଆପଣଙ୍କୁ ଜଣେଇଦେବୁ ଯେ ଏହି ପ୍ରତିଯୋଗୀତାରେ ବିଶେଷ ଚୟନ ହୋଇଥିବା 30 ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ଅଟେ ।

ବିଶେଷର ବାପା ଆଇଏଏନଏସକୁ ଜଣେଇଛନ୍ତି ଯେ ଯେବେ ବାଲ୍ୟକାଳରେ ତାଙ୍କୁ ବିଶେଷର କିନ୍ନର ହେବାର ବିଷୟରେ ଜଣାପଡିଲା ତ ସେ ବହୁତ ଧୌର୍ଯ୍ୟ ରଖିଲେ ଓ ସେ ଏହା ମଧ୍ୟ କହିଲେ ଯେ “ଏକଥା କୁ ବୁଝିବାର ଆବଶ୍ୟକତା ରହିଛି ଯେ ମୋର ସନ୍ତାନ ଏକ ଝିଅ ଠାରୁ ଅନେକ ଭଲ ଅଟେ ଯାହାପରେ ସେ ବିଶେଷକୁ ଦୂରେଇ ଦେବା ବଦଳରେ ବହୁତ ସ୍ନେହ ପ୍ରେମ ସହିତ ପାଳିପୋଷି ବଡ କରିଛନ୍ତି ।

ବିଶେଷର ମାଆ ଖୋମାଦୋଂବୀ କହିଲେ ଯେ ପ୍ରଥମେ ପ୍ରଥମେ ଆମ ପାଇଁ ଏହା ବହୁତ କଷ୍ଟକର ହେଉଥିଲା କରଣ ଯେବେ ମଧ୍ୟ ସେ ନିଜର ପୁଅ ଦ୍ଵାରା ଝିଅ ମାନଙ୍କ ପୋଷାକ ପ୍ରତି ଆକର୍ଷିତ ହେବାର ଦେଖୁଥିଲେ ତ ବହୁତ ବିରକ୍ତ ହେଉଥିଲେ କିନ୍ତୁ ପରେ ସେ ଏହାକୁ ସ୍ଵୀକାର କରିନେଲେ । ଆପଣଙ୍କୁ ଜଣେଇଦେବୁ ଯେ ବିଶେଷ ବିଗତ ବର୍ଷ ମହିଳାଙ୍କ ନିମନ୍ତେ ବ୍ୟୁଟି ପାର୍ଲର ମଧ୍ୟ ଚଳଉଥିଲା ।

ଏହି ଭଳି ବିଶେଷ ବହୁତ କଠିନ ପରିସ୍ଥିତି ଦେଇ ନିଜକୁ ଏହି ସ୍ତରରେ ପହଞ୍ଚେଇ ପାରିଛି । ତାକୁ ପ୍ରତିଯୋଗୀତା ଓ ଯାତ୍ରାର ଖର୍ଚ୍ଚ ମଧ୍ୟ ନିଜକୁ କରିବାକୁ ପଡୁଛି । ଏହାଛଡା ବିଶେଷ କହିଛନ୍ତି ଯେ ତାଙ୍କୁ ଜଣେ ପ୍ରସିଦ୍ଧ କିନ୍ନର ହେବା ଯୋଗୁ ଅନାବଶ୍ୟକ ବିବାଦର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି କିନ୍ତୁ ତାଙ୍କୁ ରାଜ୍ୟର ଅନ୍ୟ କିନ୍ନରଙ୍କର ସମର୍ଥନ ରହିଛି ।

Leave a Reply

Your email address will not be published. Required fields are marked *