October 17, 2024

Odia Express

Here, There and Everywhere

ଅକ୍ଷୟକୁମାର ଙ୍କ ପ୍ରଥମ ଫିଲ୍ମର ଏହି ସୁନ୍ଦରୀ ହିରୋଇନଙ୍କ ସହିତ ଯାହା ହେଲା, ଏପରି ଭଗବାନ କୌଣସି ଶତ୍ରୁ ସହିତ ମଧ୍ୟ ନକରନ୍ତୁ – ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ..

ବଲିଉଡର ଖିଲାଡ଼ିକୁମାର ମାନେ ଅକ୍ଷୟ କୁମାର ଭରାତିୟ ସିନେମାର ଏକ ଜଣାଶୁଣା ଅଭିନେତା ଅଟନ୍ତି ଯିଏ ହିନ୍ଦୀ ସିନେମାରେ ଅନେକ ବଲିଉଡ ଅଭିନେତାଙ୍କ ସହିତ ଅଭିନୟ କରିଛନ୍ତି । ଅକ୍ଷୟ କୁମାର 1991ରେ ଫିଲ୍ମ ନିର୍ଦେଶକ ରାଜ ଶିପ୍ପୀ ଙ୍କର ଫିଲ୍ମ ରେ ମୁଖ୍ୟ କଳାକାର ରୂପେ ନିଜର କ୍ଯାରିଆର ପ୍ରାରମ୍ଭ ‘ସୌଗନ୍ଧ’ ଫିଲ୍ମ ରୁ କରିଥିଲେ ଯଦିଓ ପ୍ରାରମ୍ଭିକ ସମୟରେ ତାଙ୍କର ଫିଲ୍ମକୁ ଖାସ ପ୍ରତିକ୍ରିୟା ମିଳିନଥିଲା କିନ୍ତୁ ତାଙ୍କର ଖିଲାଡ଼ି ସିରିଜର ଫିଲ୍ମ ତାଙ୍କୁ ବଲିଉଡରେ ‘ଖିଲାଡ଼ି କୁମାର’ ବନେଇ ଦେଇଥିଲା ।

ଆଜି ଆମେ ଆପଣଙ୍କୁ ଅକ୍ଷୟ କୁମାରଙ୍କ ପ୍ରାରମ୍ଭିକ କ୍ୟାରିଆରରେ ତାଙ୍କର ସହିତ ଅଭିନୟ କରିଥିବା ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ବହୁତ କମ ବୟସରେ ବିଧବା ହୋଇସାରିଛନ୍ତି । ଆମେ ଯେଉଁ ଅବିନେତ୍ରୀଙ୍କ ବିଷୟରେ କହୁଛୁ ସେ ଅକ୍ଷୟ କୁମାରଙ୍କର ପ୍ରଥମ ଫିଲ୍ମ ସୌଗନ୍ଧ ରେ ତାଙ୍କର ଗାର୍ଲଫ୍ରେଣ୍ଡର ଚରିତ୍ର କରିଥିଲେ ଯାହାଙ୍କର ଶାନ୍ତିପ୍ରିୟା ଅଟେ ଯଦିଓ ଫିଲ୍ମ ଫ୍ଲପହୋଇଥିଲା , କିନ୍ତୁ ଶାନ୍ତିଙ୍କୁ ବଲିଉଡରେ କାମ ମିଳୁଥିଲା ।

ଅକ୍ଷୟଙ୍କ ଫିଲ୍ମ ସୌଗନ୍ଧରେ ଶାନ୍ତିପ୍ରିୟା ଓ ଅକ୍ଷୟ କୁମାରଙ୍କର ଯୋଡିକୁ ଅନସ୍କ୍ରୀନରେ ବହୁତ ପ୍ରଶଂସା ମିଳିଥିଲା ଓ ଏହାଙ୍କ ଉଚ୍ଚକୋଟିର କମେଣ୍ଟ୍ରି ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା ଓ ଏତିକି ନୁହେଁ ଏହି ଫିଲ୍ମରେ ଶାନ୍ତିଙ୍କ ଲୁକ ଓ ପ୍ରଥମ ଫିଲ୍ମରେ ବୋଲ୍ଡକିସ କୁ ନେଇ ବିବାଦ ମଧ୍ୟ ହୋଇଥିଲା । କାରଣ ସେହି ସମୟରେ ଏତେ ବୋଲ୍ଡସିନ କୌଣସି ଫିଲ୍ମରେ ପ୍ରଦର୍ଶିତ କରାଯାଉନଥିଲା ।

ସୌଗନ୍ଧ ଫିଲ୍ମରେ ଡେବ୍ୟୁ କରିଥିବା ଅକ୍ଷୟ କୁମାର ତ ନିଜର ଦମଦାର ଅଭିନୟ କୌଶଳ ଦ୍ଵାରା ଆଜି ସୁପରଷ୍ଟାର ହୋଇଯାଇଛନ୍ତି କିନ୍ତୁ ଶାନ୍ତିପ୍ରିୟାଙ୍କର କ୍ୟାରିଆର କିଛି ଖାସ ରହିନାହିଁ ଯେଉଁ କାରଣରୁ ଶାନ୍ତିପ୍ରିୟା ବଲିଉଡକୁ ଅଲଭିଦା କହିଦେଲେ ଓ ଯାହାପରେ 1999ରେ ଶାନ୍ତିପ୍ରିୟା ବଲିଉଡ ଅଭିନେତା ସିଦ୍ଧାର୍ଥ ରାୟଙ୍କୁ ବିବାହ କରିନେଲେ ।

ଆପଣଙ୍କୁ ଜଣେଇଦେବୁ ଯେ ଶାନ୍ତିପ୍ରିୟାଙ୍କ ସ୍ଵାମୀ ସିଦ୍ଧାର୍ଥ ରାୟ ଭି.ଶାନ୍ତାରାମଙ୍କର ନାତି ଥିଲେ ଓ ତାସହ ଜଣେ ଉନ୍ନତମାନର ଅଭିନେତା ମଧ୍ୟ ଥିଲେ । ସିଦ୍ଧାର୍ଥ ରାୟ 1992ରେ ଫିଲ୍ମ ‘ବଂଶ’ରେ ବଲିଉଡରେ ଡେବ୍ୟୁ କରିଥିଲେ ଓ ଏହାପରେ ଶାହରୁଖ ଖାନଙ୍କ ଫିଲ୍ମ ବାଜିଗରରୁ ତାଙ୍କୁ ଲୋକପ୍ରିୟତା ମିଳିଥିଲା ଯେଉଁଥିରେ ସେ କାଜଲଙ୍କର ନିକଟତମ ବନ୍ଧୁ ଇନ୍ସପେକ୍ଟର କରଣ ସକସେନାର ଚରିତ୍ର ନିର୍ବାହ କରିଥିଲେ ।

ଶାନ୍ତିପ୍ରିୟାଙ୍କ ସହିତ ବିବାହ ପରେ ତାଙ୍କର ଦୁଇଟି ସନ୍ତାନ ହୋଇଥିଲେ କିନ୍ତୁ ଭାଗ୍ୟକୁ ବୋଧେ ଅନ୍ୟ କିଛି ହେବାର ଥିଲା ସେଥିପାଇଁ 2004ରେ ତାଙ୍କର ସ୍ଵାମୀ ସିଦ୍ଧାର୍ଥ ରାୟଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇଗଲା । ଆପଣଙ୍କୁ ଜଣେଇଦେବୁ ଯେ ସିଦ୍ଧାର୍ଥ ରାୟଙ୍କ ମୃତ୍ୟୁ ବେଳକୁ ଶାନ୍ତିପ୍ରିୟା କେବଳ 35ବର୍ଷର ଥିଲେ ।

ସ୍ଵାମୀଙ୍କର ଅଚାନକ ଏଭଳି ନିଧନ ପରେ ନିଜ ପରିବାରର ସମସ୍ତ ଭାର ଶାନ୍ତିପ୍ରିୟାଙ୍କ କାନ୍ଧରେ ପଡିଲା। ଏହା ଚିନ୍ତାକରି ସେ ଆଉଥରେ 2008ରେ ପୁଣି ଅଭିନୟ କ୍ଷେତ୍ରକୁ ଫେରିଲେ । ଯଦିଓ ଏହି ସମୟରେ ସେ ସାଉଥ ଇଣ୍ଡିଆନ ସିନେମାର ଅନେକ ଫିଲ୍ମ କରିସାରିଥିଲେ କିନ୍ତୁ ସେ କିଛି ଖାସ ନଥିଲା । ତେଣୁ ଏଥର ସେ ଫିଲ୍ମ ବଦଳରେ ଟିଭିରେ ଅଭିନୟ କରିବାକୁ ସ୍ଥିର କଲେ।

ହିନ୍ଦୀ ଫିଳ୍ମ ବ୍ୟତୀତ ଶାନ୍ତିପ୍ରିୟା ତାମିଲ, କନ୍ନଡ ଓ ତେଲୁଗୁ ଫିଲ୍ମରେ ମଧ୍ୟ ଅଭିନୟ କରିସାରିଛନ୍ତି । ଅକ୍ଷୟ କୁମାରଙ୍କ ସହିତ କରିଥିବା ଫିଲ୍ମ ‘ସୌଗନ୍ଧ’ ଫ୍ଲପ ହେବାପରେ ଶାନ୍ତିପ୍ରିୟା ‘ଫୁଲ ଔର ଅଙ୍ଗାରେ’, ବୀରତା’ ଓ ‘ଇକ୍କେ ପେ ଇକ୍କା’ ଆଦି କେତେଗୁଡିଏ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି ଓ ଏହାଛଡା ଶାନ୍ତିପ୍ରିୟା ‘ମାତା କି ଚୌକି’ ଓ ‘ଦ୍ଵାରକାଧୀଶ’ ଭଳି ଦୁଇଟି ଟିଭି ଶୋ ରେ ମଧ୍ୟ ନଜର ଆସିଛନ୍ତି । ତାଙ୍କର ଶେଷ ଫିଲ୍ମ 2011ରେ ଆସିଥିଲା ଓ ସେବେଠାରୁ ତାଙ୍କର ଆଗାମୀ ପ୍ରୋଜେକ୍ଟ ବିଷୟରେ କିଛି ସୂଚନା ନାହିଁ।

Leave a Reply

Your email address will not be published. Required fields are marked *