October 17, 2024

Odia Express

Here, There and Everywhere

ଯାହା ଧୋନୀ ମୋ ସହିତ କରିଥିଲେ ତାହା ଏବେ ଋଷଭ ପନ୍ତଙ୍କ ସହିତ ବିରାଟ କୋହଲୀ କରୁଛନ୍ତି : ବିରେନ୍ଦ୍ର ସେହବାଗ – ଦେଖନ୍ତୁ କଣ ପାଇଁ ଏପରି କହିଲେ ସେ…

ଭାରତୀୟ କ୍ରିକେଟ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ କିଛି ସମୟ ପୂର୍ବ ପର୍ଯ୍ୟନ୍ତ ଭାରତୀୟ ଦଳର ପୂର୍ବତନ ଅଧିନାଯକ ମହେନ୍ଦ୍ର ସିଂହ ଧୋନୀଙ୍କ ଆଦର୍ଶ ବିକଳ୍ପ କୁହାଯାଉଥିଲା। ଏପରିକି ଭାରତୀୟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଋଷଭ ପନ୍ତଙ୍କୁ ଏକ ମ୍ୟାଚବିଜୟୀ ଖେଳାଳି ବୋଲି କହିଥିଲେ । ସେଠାରେ ଏହି ସମୟରେ ଋଷଭ ପନ୍ତଙ୍କର ଅବସ୍ଥା ଏହା ଯେ ତାଙ୍କୁ ଦଳରେ ଚୁଡାନ୍ତ ଏକାଦଶରେ ମଧ୍ୟ ସୁଯୋଗ ମିଳୁନାହିଁ। ଋଷଭ ପନ୍ତଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ ନକରିବାକୁ ନେଇ ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ଓପନର ବିରେନ୍ଦ୍ର ସେହବାଗ ଦଳୀୟ ମ୍ୟାନେଜମେଣ୍ଟର କଡା ସମାଲୋଚନା କରିଛନ୍ତି । ଯଦି ଋଷଭ ପନ୍ତ ମ୍ୟାଚ ବିଜେତା ତେବେ ଚୁଡାନ୍ତ ଏକାଦଶରେ କାହିଁକି ସ୍ଥାନ ଦିଆଯାଉନାହିଁ ।

ବିରେନ୍ଦ୍ର ସେହବାଗ କ୍ରୀକବଜ ସହିତ ଏକ ଶୋ ରେ କହିଲେ ଯେ ‘ଋଷଭ ପନ୍ତଙ୍କୁ ଚୁଡାନ୍ତ ଏକାଦଶରେ ଖେଳାଯାଉ ନାହିଁ ’ ଏମିତିରେ ସେ ରନ କରିବେ କିପରି। ଯଦି ଆପଣ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ବେଞ୍ଚରେ ବସେଇ ରଖିବେ ତେବେ ସେ ମଧ୍ୟ ରନ କରିପାରିବେ ନାହିଁ ଯଦି ଆପଣଙ୍କୁ ଲାଗୁଛି ଯେ ଋଷଭ ପନ୍ତ ମ୍ୟାଚ ବିଜେତା ଅଟନ୍ତି ତେବେ ଆପଣ ତାଙ୍କୁ କାହିଁକି ଖେଳାଉ ନାହାନ୍ତି? କାହିଁକି ସେ ନିୟମିତ ନୁହନ୍ତି ‘। କେଉଁ ଆଧାରରେ ଋଷଭ ପନ୍ତଙ୍କୁ ଦିଆଯାଉ ନାହିଁ ଚୁଡାନ୍ତ ଏକାଦଶରେ ସ୍ଥାନ

ସେ କହିଲେ ଯେ ‘ଦଳୀୟ ମ୍ୟାନେଜମେଣ୍ଟ ଯେବେ କୌଣସି ଖେଳାଳିଙ୍କୁ ଡ୍ରପ କରନ୍ତି ତେବେ ତାଙ୍କ ପାଖରେ ପର୍ଯ୍ୟାପ୍ତ କାରଣ ଥିବା ଉଚିତ, 2012ରେ ମହେନ୍ଦ୍ର ସିଂହ ଧୋନୀ କହିଥିଲେ ଯେ ସଚିନ ତେନ୍ଦୁଲକର ସେହବାଗ ଓ ଗୌତମ ଗମ୍ଭୀରଙ୍କୁ ଟପ ଅର୍ଡରରେ ରୋଟେଟ କରାଯିବ, କାରଣ ସେମାନେ ପଡିଆରେ ସ୍ଲୋ ଅଟନ୍ତି । ସେହି ସମୟରେ ଏଥିପାଇଁ ରୋଟେସନ ପଲିଶି ଚାଲୁ କରାଯାଇଥିଲା , କାରଣ ରୋହିତ ଶର୍ମାଙ୍କୁ ସୁଯୋଗ ଦିଆଯିବାର ଥିଲା’।

ଧୋନୀ ଆମ ସହିତ ବିନା କଥାହୋଇ କରିଥିଲେ ଦଳରୁ ବାହାର

ସେହବାଗ ସେହି ସମୟକୁ ମଧ୍ୟ ସ୍ମରଣ କରିଥିଲେ ଯେବେ ଧୋନୀ ତାଙ୍କୁ ଦଳରୁ ବାହାର କରିଥିଲେ । ସେହବାଗ କହିଲେ,‘ଆମ ସମୟରେ ଅଧିନାଯକ ଖେଳାଳିଙ୍କ ପାଖକୁ ଯାଉଥିଲେ ଓ ପ୍ରଶ୍ନ କରୁଥିଲେ । ମୋତେ ଜଣା ନାହିଁ ବିରାଟ କୋହଲୀ ଏପରି କରନ୍ତି କି ନାହିଁ । ଲୋକେ କୁହନ୍ତି ଯେବେ ରୋହିତ ଶର୍ମା ଏସିଆ କପରେ ଦଳର ଅଧିନାୟକ ରୂପେ ଯାଇଥିଲେ ତ ସେ ଖେଳାଳିଙ୍କ ସହିତ କଥା ହେଉଥିଲେ । ଯେବେ ମହେନ୍ଦ୍ର ସିଂହ ଧୋନୀ ଅଷ୍ଟ୍ରେଲିଆରେ ଏହା କହିଥିଲେ ଯେ ଟପ 3 ସ୍ଲୋ ଫିଲଡର ଅଟନ୍ତି ତ ଆମକୁ କେବେ ଏକଥା କୁହାଯାଇନଥିଲା । ଆମକୁ ମିଡିଆ ଦ୍ଵାରା ଏସବୁ ଜଣା ପଡିଥିଲା । ସେ ଏକଥା ପ୍ରେସ କଂଫରେନ୍ସରେ କହିଲେ , କିନ୍ତୁ ଖେଳାଳିଙ୍କୁ ନୁହେଁ ‘।

ଋଷଭ ପନ୍ତ ଶେଷଥର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ – ଋଷଭ ପନ୍ତଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଏକଦିବସୀୟରେ ଖେଲାଯାଇଥିଲା । ସେ 28ରନ କରିଥିଲେ, କିନ୍ତୁ ଫିଟ ଥିବା ସତ୍ବେ ତାଙ୍କୁ ଇନ୍ଦୋରରେ ଖେଲାଯାଇଥିବା ଏକଦିବସୀୟରେ ଖେଳଗଲା ନାହିଁ । ବେଙ୍ଗାଲୁରୁରେ କେଏଲ ରାହୁଲଙ୍କୁ ପ୍ରଥମିକତା ଦିଆଗଲା ଓ ଯେବେଠାରୁ କେଏଲ ରାହୁଲ ୱିକେଟ ପଛକୁ ଆସିଲେ ,ଋଷଭ ପନ୍ତ ଭାରତୀୟ ଚୁଡାନ୍ତ ଏକାଦଶର ଅଂଶ ରହିନାହାନ୍ତି ।

Leave a Reply

Your email address will not be published. Required fields are marked *