କେନ ୱିଲିୟମସନ-ବିରାଟ କୋହଲୀ ଦେଖାଇଲେ ଖେଳ ଭାବନା, ସୋସିଆଲ ମିଡିଆ ବ୍ୟବହାରକାରୀ କଲେ ପ୍ରଶଂସା – କହିଲେ ଏମାନେ ତା ଅଟନ୍ତି …
1 min read
ଭାରତ ବନାମ ନିୟୁଜିଲାଣ୍ଡ ମଧ୍ୟରେ ଟି20 ସିରିଜ ର ପଞ୍ଚମ ମ୍ୟାଚ ବେଓବାଲ ଷ୍ଟାଡିୟମରେ ଖେଳାଯାଇଥିଲା। ଭାରତୀୟ ଦଳ ବ୍ୟାଟିଂ କରି ପ୍ରଥମେ 164ରନର ଲକ୍ଷ୍ୟ ଦେଇଥିଲେ। ଏହି ମ୍ୟାଚରେ ଦୁଇ ଦଳର ଅଧିନାୟକ ଭିନ୍ନ ଭିନ୍ନ କାରଣରୁ ଚୁଡାନ୍ତ ଏକାଦଶରୁ ବାହାରେ ଥିଲେ । ଏ ମଧ୍ୟରେ ବାଉଣ୍ଡରୀ ବାହାରେ କିୱି ଅଧିନାୟକ କେନ ୱିଲିୟମସନ ଭାରତୀୟ ଅଧିନାୟକ ବିରାଟ କୋହଲୀଙ୍କ ସହିତ ବସି କଥାବାର୍ତ୍ତା ହେଉଥିବାର ଦୃଶ୍ୟ ହୋଇଥିଲା । କେନ ୱିଲିୟମସନ-ବିରାଟ କୋହଲୀ ଦେଖାଇଲେ ଖେଳ ଭାବନା – କ୍ରିକେଟ ପଡିଆରେ ଖେଳାଳି ନିଜର ପ୍ରଦର୍ଶନ ବ୍ୟତୀତ କେବେକେବେ କିଛି ଏପରି କରନ୍ତି ଯାହାର ସବୁଆଡେ ପ୍ରଶଂସା ହୋଇଥାଏ । ଏଭଳି ଏକ ଦ୍ରୁଶ୍ଯ ଭାରତ ବନାମ ନିୟୁଜିଲାଣ୍ଡ ମଧ୍ୟରେ ବେଓଭଲର ଷ୍ଟାଡିୟମରେ ଖେଲାଯାଇଥିବା ପଞ୍ଚମ ଟି20 ମ୍ୟାଚରେ ଦେଖିବାକୁ ମିଳିଲା ।
ଯେବେ ଚୁଡାନ୍ତ ଏକାଦଶରୁ ବାହାର ଭାରତୀୟ ଅଧିନାୟକ ବିରାଟ କୋହଲୀ ଓ କିୱି ଅଧିନାୟକ କେନ ୱିଲିୟମସନ ସୀମା ବାହାରେ ଏକତ୍ର ବସି କଥାବାର୍ତ୍ତା କରୁଥିବାର ନଜର ଆସିଲେ । ବିସିସିଆଇ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ସହିତ କ୍ୟାପ୍ସନରେ ଲେଖିଛନ୍ତି- ସ୍ପିରିଟ ଅଫ କ୍ରିକେଟ।
କେନ ୱିଲିୟମସନ ଆହତ ଓ ବିରାଟ କୋହଲୀଙ୍କୁ ମିଳିଲା ବିଶ୍ରାମ – ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀଙ୍କୁ ବେ ଓଭାଲରେ ଖେଲାଯାଇଥିବା ପଞ୍ଚମ ତଥା ଅନ୍ତିମ ଟି20ମ୍ୟାଚରେ ଦଳୀୟ ମ୍ୟାନେଜମେଣ୍ଟ ବିଶ୍ରାମ ଦେଇଥିଲା। କାରଣ କୋହଲୀଙ୍କୁ ନିକଟରେ ଲଗାତାର ଏକଦିବସୀୟ ଓ ଟେଷ୍ଟ ସିରିଜର ଅଧିନାୟକତ୍ଵ କରିବାର ଅଛି । ବିରାଟଙ୍କ ସ୍ଥାନରେ ରୋହିତ ଶର୍ମା ଅଧିନାୟକ ହୋଇଥିଲେ କିନ୍ତୁ ରୋହିତ ବ୍ୟାଟିଂ କରିବା ସମୟରେ ଆହତ ହୋଇଥିଲେ ଓ ତାପରେ ଓପନିଂ ବ୍ୟାଟ୍ସମ୍ୟାନ ରାହୁଲ ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ ।
ଅନ୍ୟ ପକ୍ଷରେ କେନ ୱିଲିୟମସନ ଆହତ କାରଣରୁ ଚତୁର୍ଥ ଓ ପଞ୍ଚମ ଟି20ମ୍ୟାଚ ଚୁଡାନ୍ତ ଏକାଦଶରୁ ବାଦ ପଡିଥିଲେ । ୱିଲିୟମସନଙ୍କ ଅନୁପସ୍ଥିତି ରେ ନିୟୁଜିଲାଣ୍ଡ ଦଳର ଅଧିନାୟକତ୍ଵ କରିଥିଲେ ଟିମ ସୌଦି ।