October 17, 2024

Odia Express

Here, There and Everywhere

IPL ଅଲ୍ ଷ୍ଟାର୍ ମ୍ୟାଚରେ ଗୋଟେ ଟିମ୍ ରୁ ଖେଳିବାର ନଜର ଆସିବେ ବିରାଟ, ରୋହିତ୍ ଓ ଧୋନୀ , ଏହି ଦିନ ଖେଳାଯିବ ମୁକାବଲା…

ଆଇପିଏଲ୍ ୨୦୨୦ ର ପୁର୍ବରୁ ବିସିସିଆଇ ଅଲ୍ ଷ୍ଟାର୍ ମ୍ୟାଚର ଆୟୋଜନ କରିବାକୁ ଯାଉଛି , ଏହି ଆଇପିଏଲ୍ ଇତିହାସରେ ପ୍ରଥମଥର ହେବାକୁ ଯାଉଛି , ଟୁର୍ଣ୍ଣାମେଣ୍ଟର ଆରମ୍ଭରୁ ଏହି ମ୍ୟାଚର ଆୟୋଜନ କରାଯିବ , ଦିଲ୍ଲୀରେ ସୋମବାରକୁ ଆଇପିଏଲ୍ ଗଭର୍ଣ୍ଣିଙ୍ଗ କାଉନସିଲ୍ ମିଟିଙ୍ଗ୍ ହୋଇଥିଲା , ମିଟିଙ୍ଗ୍ ପରେ ବୋର୍ଡ ଅଧ୍ୟକ୍ଷ୍ୟ ସୌରଭ ଗାଙ୍ଗୁଲି ମିଡିଆ ସହ କଥା ହୋଇ ଏହି ସୁଚନା ଦେଲେ ।ଅଲ୍ ଷ୍ଟାର୍ ମ୍ୟାଚ୍ ପାଇଁ ଚାରି ଚାରୋଟି ଫ୍ରାଞ୍ଚାଇଜି ମିଶିକରି ଦୁଇଟି ଟିମ୍ ବନାଇପାରିବେ , ଇଏସ୍ ପିଏନ୍ କ୍ରିକେଟ୍ ଇନଫୋର ରିପୋର୍ଟ ଆଧାରରେ ନର୍ଥ ଇଷ୍ଟ ଓ ସାଉଥ୍ ୱେଷ୍ଟ ଟିମ୍ ଯାଇପାରିବେ , ଆଇପିଏଲ୍ ରେ ସମୁଦାୟ ୮ ଟି ଫ୍ରାଞ୍ଚାଇଜି ହୋଇଥାଏ , ନର୍ଥ ଇଷ୍ଟର ଟିମ୍ ରେ ରାଜସ୍ଥାନ ରୋୟାଲ୍ସ, କିଙ୍ଗ୍ସ ଇଲେଭେନ୍ ପଞ୍ଜାବ , ଦିଲ୍ଲୀ ଡେୟାରଡେଭିଲ୍ , କୋଲକତା ନାଇଟ୍ ରାଇଡର୍ସ ଟିମ୍ ସାମିଲ୍ ଅଛି , ସାଉଥ୍ ୱେଷ୍ଟରେ ମୁମ୍ବାଇ ଇଣ୍ତିଆନ୍ସ, ଚେନ୍ନାଇ ସୁପରକିଙ୍ଗ୍ , ରୋୟାଲ୍ ଚ୍ୟାଲେଞ୍ଜର ବାଙ୍ଗାଲୋର୍ , ଓ ସନରାଜରସ୍ ହାଇଦ୍ରାବାଦ ଟିମ୍ ସାମିଲ୍ ହୋଇଛନ୍ତି ।

ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି , ୱିକେଟ୍ କିପର ମହେନ୍ଦ୍ର ସିଂ ଧୋନୀ ଓ ଉପଅଧିନାୟକ ରୋହିତ୍ ଶର୍ମା କେବେ ଗୋଟେ ଟୀମ୍ ପାଇଁ ଆଇପିଏଲ୍ ଖେଳିନାହାନ୍ତି , ଯଦି ରିପୋର୍ଟ ସଠିକ୍ ହେଲା ତେବେ ତିନି ଜଣ ଖେଳାଳୀ ଗୋଟେ ଟିମ୍ ପାଇଁ ଖେଳୁଥିବାର ନଜର ଆସିବେ , ଦ୍ୱିତୀୟ ପଟେ ଆନ୍ଦ୍ରେ ରାସେଲ୍ , ଗ୍ଲେନ୍ ମ୍ୟାକ୍ସୱେଲ୍, ପୃଥୀ ଶୋ, ଷ୍ଟିଭ୍ ସ୍ମିଥ୍ , ବେନ ଷ୍ଟ୍ରୋକ୍ସ, ପରି ଖେଳାଳୀ ନର୍ଥ ଇଷ୍ଟର ଫ୍ରାଞ୍ଚାଇଜି ପାଇଁ ଖେଳୁଥିବାର ନଜର ଆସିବେ , ଏମିତିରେ ଏହି ମ୍ୟାଚ୍ ରୋମାଞ୍ଚକର ଶାନଦାର୍ ମ୍ୟାଚ୍ ଦେଖିବାକୁ ମିଳିବ ।

ଆଇପିଏଲ୍ ୨୦୨୦ ର ଆରମ୍ଭ ୨୯ ମାର୍ଚ୍ଚରୁ ହେବ , ରିପୋର୍ଟରୁ ମାନିଲେ ଏହି ତିନିଦିନ ପୁର୍ବରୁ ଅଲ ଷ୍ଟାର୍ ମ୍ୟାଚ୍ ଖେଳାଯିବ , ଏହା ମୁକାବଲା କେଉଁ ମଇଦାନ୍ ରେ ହେବ , ଏହାର ଘୋଷଣା ହୋଇନାହିଁ , ଏବେ ପର୍ଯ୍ୟନ୍ତ ଆଇପିଏଲ୍ ସିଡ୍ୟୁଲ୍ ରେ ଘୋଷିତ ହୋଇନାହିଁଂ , ଏହା ଫେବୃୟାରୀର ଆରମ୍ଭରେ ଘୋଷିତ କରାଯିବ , ଏହା ସହ ମ୍ୟାଚର ଆରମ୍ଭ ୮ ଟାରୁ ହେବ , ଏହି ୭ କିମ୍ବା ସାଢେ ସାତ ଆରମ୍ଭ କରିବାକୁ ଦାବି ହୋଇଛି , କିନ୍ତୁ ଏମିତି ହେବ ନାହିଁ , ସୌରଭ ଗାଙ୍ଗୁଲି ମିଡିଆକୁ ଏପରି ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *