October 17, 2024

Odia Express

Here, There and Everywhere

ନ୍ୟୁଜିଲାଣ୍ତ vs ଭାରତ ତୃତୀୟ ଟି ଟ୍ୱେଣ୍ଟି : ସୁପର୍ ଓଭରରେ ରୋହିତ୍ ଶର୍ମା ଭାରତକୁ ଜିତାଇଲେ ଜିତ୍ , ଲୋକ କହିଲେ ସେ ଜଣେ…

ନ୍ୟୁଜିଲାଣ୍ତ ଓ ଭାରତ ମଧ୍ୟରେ ଟି ଟ୍ୱେଣ୍ଟି ସିରିଜ୍ ର ତୃତୀୟ ମୁକାବଲା ହାମିଲଟନରେ ଖେଳାଯାଇଥିଲା । ନ୍ୟୁଜିଲାଣ୍ତ ଟିମ୍ ର ଅଧିନାୟକ କେନ୍ ୱିଲିଙ୍ଗସନ୍ ଟସ୍ ଜିତିକରି ବୋଲିଙ୍ଗ୍ କରିବାର ଫଇସଲା ନେଇଥିଲେ , ରୋହିତ୍ ଶର୍ମା ଭାରତୀୟ ଟିମ୍ ଦ୍ରୁତ ବେଗରେ ଖେଳ ପ୍ରଦର୍ଶନ କରିଥିଲେ , କେ ଏଲ୍ ରାହୁଲ୍ ବି ତାଙ୍କର ଭଲ ସାଥ୍ ଦେଲେ , ରୋହିତ୍ ଶର୍ମା ୱିକେଟ୍ ପଡିବାପରେ ଭାରତୀୟ ପାରି ହଲଚଲ୍ ହୋଇଯାଇଥିଲା ।ରୋହିତ୍ ଆଉଟ୍ ହେବାପରେ ଶିବମ୍ ଦୁବେ ସେହି ଓଭରରେ ବି ଆଉଟ୍ ହୋଇଗଲେ , ଏହାପରେ ବିରାଟ କୋହଲି ଓ ଶ୍ରେୟସ୍ ଆୟର୍ ପାରି ସମ୍ଭାଳିଲେ , ଭାରତୀୟ ଟିମ୍ ୨୦ ଓଭରରେ ୫ ୱିକେଟ୍ ରେ ୧୭୯ ରନ୍ ବନାଇପାରିଲେ , ପ୍ରଥମ ୬ ଓଭରରେ ସ୍କୋର୍ ଥିଲା ୬୯ ରନ୍ ।

ମାର୍ଟିନ୍ ଗଫଟିଲ୍ ଆଉଥରେ ଦ୍ରୁତ ଆରମ୍ଭ କରିବାକୁ ଯାଇ ଆଉଟ୍ ହୋଇଗଲେ , ଏହାପରେ ଅଧିନାୟକ କେନ୍ ୱିଲିଙ୍ଗସନ୍ ମୋର୍ଚ୍ଚା ସମ୍ଭାଳିଲେ , ମିଚେଲ୍ ସେଣ୍ଟନର୍ ଓ କୋଲିନ୍ ଡି ଗ୍ରାଣ୍ତହୋମ୍ ମିଶିକରି ୨୩ ଟି ବଲ୍ ରୁ ୧୪ ରନ୍ କରିଥିଲେ କିନ୍ତୁ ୱିଲିଙ୍ଗସନ୍ ଲଗାତାର ସର୍ଟ ଖେଳିଲେ , ଭାରତୀୟ ଟିମ୍ ଖରାପ ଫିଲଡିଙ୍ଗ୍ ପାଇଁ ତାଙ୍କର ପୁରା ସାଥ୍ ଦେଲେ , ୱିଲିଙ୍ଗନସନ୍ ୯୫ ରନ୍ କରି ଅନ୍ତିମ ଓଭରରେ ଆଉଟ୍ ହୋଇଗଲେ , ଅନ୍ତିମ ବଲ୍ ରେ ସେ ଜିତ୍ ପାଈଁ ୧ ରନ୍ ଦରକାର ଥିଲା , ଯାହା ଟେଲର୍ ବୋଲ୍ଡ ଆଉଟ୍ ହୋଇଗଲେ ,

ସୁପର ଓଭର୍ ରେ କେନ୍ ୱିଲିଙ୍ଗସନ୍ ଓ ମାର୍ଟିନ୍ ଗଫଟିଲ୍ ବୁମରାହଙ୍କ ବଲରେ ୧୭ ରନ୍ କରିନେଲେ , ରୋହିତ୍ ଶର୍ମା ଓ କେ ଏଲ୍ ରାହୁଲ୍ ଙ୍କ ଯୋଡି ଭାରତକୁ ଲଗାତାର ଛକା ଓ ଚଉକା ମାରି ଜିତ୍ ହାସିଲ୍ କରାଇଦେଲେ , ଭାରତ ଜିତ୍ ପାଇଁ ୨ ଟି ବଲରେ ୧୦ ରନ୍ ଦରକାର କରୁଥିଲା , ଯାହାକି ରୋହିତ୍ ଶର୍ମା ଦୁଇଟି ଲମ୍ବା ଛକା ମାଧ୍ୟମରେ ଭାରତୀୟ ଟିମ୍ ଜିତ୍ ରାସ୍ତା ଦେଖାଇଦେଲେ  ।

Leave a Reply

Your email address will not be published. Required fields are marked *