November 16, 2024

Odia Express

Here, There and Everywhere

ନ୍ୟୁଜିଲାଣ୍ତ ବନାମ୍ ଇଣ୍ତିଆ ମ୍ୟାଚ – ମ୍ୟାଚରେ ହେଲା ୯ ଟି ରେକର୍ଡ , କେଏଲ୍ ରାହୁଲ୍ ବନାଇଦେଲେ ବହୁତ ଐତିହାସିକ ରେକର୍ଡ…

1 min read

ଭାରତୀୟ ଟିମ୍ ନିଜ ଶାନଦାର୍ ପ୍ରଦର୍ଶନ ଦମ୍ ରେ ଆଜି ଅକଲ୍ୟାଣ୍ତରେ ଖେଳାଯାଈଥିବା ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ତକୁ ୭ ୱିକେଟ୍ ରେ ହରାଇଦେଇଛି , ଓ ୫ ଟି ମ୍ୟାଚର ଏହି ଟି ଟ୍ୱେଣ୍ଟି ସିରିଜ୍ ରେ ୨-୦ ରେ ଆଗୁଆ ଅଛି , ଏହି ଦ୍ୱିତୀୟ ଟି ଟ୍ୱେଣ୍ଟିର ସମୟରେ ଦୁହେଁ ଟିମ୍ ବହୁତ ଶାନଦାର୍ ଓ ମଜାଦାର୍ ରେକର୍ଡ କରିଥିଲେ  ଆମେ ଆପଣଙ୍କୁ ଏହି ଲେଖରେ ଆଜିର ମ୍ୟାଚରେ ହୋଇଥିବା ସବୁ ଶାନଦାର୍ ରେକର୍ଡସ୍ ବିଷୟରେ କହିବୁ ।

ରେକର୍ଡସ୍ ଗୁଡିକ :

୧) ଭାରତର ନ୍ୟୁଜିଲ୍ୟାଣ୍ତ ବିପକ୍ଷରେ ଟି ଟ୍ୱେଣ୍ଟିରେ ଏହା ପଞ୍ଚମ ଜିତ୍ ଥିଲା , ଏହା ପୁର୍ବରୁ ଦୁହେଁ ଟିମ୍ ମଧ୍ୟରେ ପ୍ରାୟ ୧୨ ଟି ମ୍ୟାଚ୍ ଖେଳାଯାଇଥିଲା,  ଯେଉଁଠି ୮ ଟି ନ୍ୟୁଜିଲାଣ୍ତ ଟିମ୍ ଜିତିଛନ୍ତି , ଓ ୪ ଟି ମ୍ୟାଚ୍ ଭାରତୀୟ ଟିମ୍ ଜିତିଛନ୍ତି ।

୨) ଭାରତ ନ୍ୟୁଜିଲାଣ୍ତ ବିପକ୍ଷରେ ତାଙ୍କର ମାଟିରେ ତୃତୀୟ ଟି ଟ୍ୱେଣ୍ଟି ଜିତିଥିଲେ , ଏଥିରେ ପୂର୍ବରୁ ଦୁଇଟି ଟିମ୍ ମଧ୍ୟରେ ନ୍ୟୁଜିଲାଣ୍ତ ମାଟିରେ ପ୍ରାୟ ୬ ଟି ମ୍ୟାଚ୍ ଖେଳାଯାଇଥିଲା,  ଯେଉଁଥିରେ ୪ ଟି ମ୍ୟାଚ୍ ନ୍ୟୁଜିଲାଣ୍ତ ଟିମ୍ ଜିତିଛନ୍ତି , ସେମିତି ୨ ଟି ମ୍ୟାଚ୍ ଭାରତୀୟ ଟିମ୍ ଜିତିଥିଲା ।

୩) ଏହି ମ୍ୟାଚରେ ନିଜ ତୃତୀୟ ଓଭର ପୁରା କରି ୟଜୁବେନ୍ଦ୍ର ଚେହେଲ୍ ଟି ଟ୍ୱେଣ୍ଟିରେ ଭାରତ ପାଇଁ ୫୦ ଓଭର କରାଇବା ଚତୁର୍ଥ ବୋଲର୍ ହୋଇଗଲେ , ସେଥିରୁ ପୁର୍ବରୁ ଅଶ୍ୱିନ, ବୁମରାହ, ଓ ଜାଡେଜା ହିଁ ୧୫୦ ଓଭର କରିଥିଲେ ।

୪)ମାତ୍ର ୭ ରନ୍ କରି କେ ଏଲ୍ ରାହୁଲ୍ ଟି ଟ୍ୱେଣ୍ଟି କ୍ରିକେଟ୍ ରେ ୧୩୦୦ ରନ୍ ବନାଇଥିବା ବ୍ୟାଟ୍ସମ୍ୟାନ୍ ହୋଇଗଲେ , ସେ ଏମିତି କରିଥିବା ଭାରତୀୟ ଟୀମ୍ ର ଷଷ୍ଠତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି , ତାଙ୍କ ପୁର୍ବରୁ ରୋହିତ୍ ଶର୍ମା , କୋହଲି, ଧୋନୀ , ରାଇନା , ଓ ଧବନ ଭାରତ ପାଇଁ ଟିଟ୍ୱେଣ୍ଟିରେ ୧୩୦୦ ରନ୍ କରିସାରିଛନ୍ତି ।

୫) କେଏଲ୍ ରାହୁଲ୍ ଆଜି ନିଜ ଟିଟ୍ୱେଣ୍ଟି ଅନ୍ତରାଷ୍ଟ୍ରିୟ କ୍ୟାରିୟରର ୧୧ତମ ଅର୍ଦ୍ଧଶତକ କଲେ ।

୬) ଟି ଟ୍ୱେଣ୍ଟି ଅନ୍ତରାଷ୍ଟ୍ରିୟରେ ଭାରତୀୟ ଦଳରେ ଖେଳାଳୀଙ୍କ ସର୍ବାଧିକ କ୍ୟାଚ୍ : ୪୨ ଟି ସୁରେଶ୍ ରାଇନା , ୪୦ ଟି ବିରାଟ କୋହଲି , ୩୯ ଟି ରୋହିତ୍ ଶର୍ମା ।

୭) ଟିଟ୍ୱେଣ୍ଟି ଅନ୍ତରାଷ୍ଟ୍ରିୟରେ ୧୦୦୦ ରୁ ଅଧିକା ରନ୍ ଯୋଡିଥିବା ଖେଳାଳୀ :

ଶିଖର ଧବନ/ରୋହିତ୍ ଶର୍ମା , କାୟଲି/ ଜର୍ଜ ମୁନସେ , ଡେଭିଡ୍ ୱାର୍ଣ୍ଣର୍ / ଶେନ୍ ୱାଟସନ୍ , ମାର୍ଟିନ୍ ଗୁଫଟିଲ୍। କେନ୍ ୱିଲିଙ୍ଗସନ୍ , କେବିନ୍ ଓ ବ୍ରାୟନ୍ / ପଲ୍ ଷ୍ଟଲିଙ୍ଗ୍ , ୱିଲିୟମ୍ ପୋଟର ଫିଲ୍ଡ,/ ପଲ୍ ଷ୍ଟର୍ଲିଙ୍ଗ୍ , ଏମ୍ ଗୁଫଟିଲ୍/ କଲିନ୍ ମୁନରୋ ,

୮) କେଏଲ୍ ରାହୁଲ୍ ନିଜ ଗତ ୮ଟି ଟି ଟ୍ୱେଣ୍ଟି ଅନ୍ତରାଷ୍ଟ୍ରିୟ ପାରିରୁ ଛଅ ତମ ଅର୍ଥଶତକ କରିଥିଲେ , ଗତ ୮ ଟି ପାରିରୁ ୬ ଟି ଅର୍ଦ୍ଧଶତକ ବନାଇଥିବା ସେ ପ୍ରଥମ ଭାରତୀୟ ଖେଳାଳୀ ହୋଇଛନ୍ତି ।

୯) ଇଶା ଶୋଢି ଆଜି ୧ ୱିକେଟ୍ ହାସିଲ୍ କରି ଟି ଟ୍ୱେଣ୍ଟି କ୍ରିକେଟ୍ ରେ ନିଜ ୫୦ ଟି ୱିକେଟ୍ ପୁରା କରିଦେଇଛନ୍ତି , ସେ ନ୍ୟୁଜିଲ୍ୟାଣ୍ତ ପାଇଁ ୫୦ ଟି ୱିକେଟ୍ ନେଇଥିବା ଚତୁର୍ଥ ଖେଳାଳୀ ଭାବେ ସ୍ଥାନ ପାଇଛନ୍ତି ।

Leave a Reply

Your email address will not be published. Required fields are marked *