୫ ଭାରତୀୟ ଖେଳାଳି ଯେଉଁମାନେ ଅଣ୍ଡର-୧୯ ରେ ଥିଲେ ଭାରତର ବିଜୟର ହୀରୋ – ତଥାପି ଆଜି ଯାଏଁ ମିଳି ନାହିଁ ଭାରତୀୟ ଦଳରେ ସୁଯୋଗ – ଦେଖନ୍ତୁ କିଏ ସେ ମହାନ ଖେଳାଳି…
1 min readଆଇସିସି ଅଣ୍ଡର-19ବିଶ୍ଵକପ2020ର ପ୍ରାରମ୍ଭ 17ଜାନୁୟାରୀ ଠାରୁ ସାଉଥ ଆଫ୍ରିକାରେ ଆରମ୍ଭ ହୋଇଛି । ଅଣ୍ଡର-19 ବିଶ୍ଵକପରେ ଏବେ ଯାଏଁ ଭାରତୀୟ ଦଳ 4, ପାକିସ୍ଥାନ 2, ଅଷ୍ଟ୍ରେଲିଆ 3, ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ଏକ ଥର ଲେଖାଏଁ ଶୃଙ୍ଖଳା କବ୍ଜା କରିଛନ୍ତି । ଏବେ ମଧ୍ୟ ଅନେକ ଦଳ ଅଣ୍ଡର-19 ଟ୍ରଫିରୁ ବଞ୍ଚିତ ଅଛନ୍ତି । ଏହି ଆୟୋଜନ ଯୁବ ଖେଳାଳିଙ୍କୁ ନିଜର ସାମର୍ଥ୍ୟ ପ୍ରମାଣିତ କରିବାର ବଡ ସୁଯୋଗ ପ୍ରଦାନ କରିଥାଏ । ତେଣୁ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରି ଏହି ଦଳରେ ସାମିଲ ହେବାକୁ ସବୁ ଶକ୍ତି ଲଗେଇ ଦିଅନ୍ତି । ଅତିକମରେ ପ୍ରଥମ ଅଣ୍ଡର-19 ଖେଳନ୍ତି ତାପରେ ତାଙ୍କୁ ଅନ୍ତରାଷ୍ଟ୍ରୀୟ ଦଳରେ ସୁଯୋଗ ମିଳିଥାଏ ।
କିନ୍ତୁ ଅନେକ ଅଣ୍ଡର-19 ଖେଳାଳି ଆଜି ମଧ୍ୟ ଅଜ୍ଞାନ୍ତ ଜୀବନ ବଞ୍ଚୁଛନ୍ତି । ପ୍ରକୃତରେ ସେହି ସମୟରେ ଖେଳାଳି ପ୍ରସିଦ୍ଧ ତ ହୋଇଛନ୍ତି କିନ୍ତୁ ନା ତାଙ୍କୁ ଅଧିକ ସୁଯୋଗ ମିଳିଛି ନା ହିଁ ସେମାନେ ମିଳିଥିବା ସୁଯୋଗର ସଦୁପଯୋଗ କରିବାରେ ଅସଫଳ ରହିଛନ୍ତି । ତେବେ ଆସନ୍ତୁ ଏହି ଲେଖାରେ ଆପଣଙ୍କୁ ସେହି 5 ଅଣ୍ଡର-19 ତାରକା ଖେଳାଳିଙ୍କ ବିଷୟରେ କହିବୁ ଯେଉଁମାନେ ଏବେ ଅଜ୍ଞାନ୍ତ ଅଛନ୍ତି ।
ରଣବିତ ରିକୀ: ଭାରତୀୟ କ୍ରିକେଟ ରଣବିତ ରିକୀ 2002ରେ ମହହମଦ କଇଫଙ୍କ ଅଧିନାୟକତ୍ଵରେ ଖେଲାଯାଇଥିବା ଅଣ୍ଡର-19ରେ ଦ୍ଵିତୀୟ ସର୍ବାଧିକ ରନ ସ୍କୋରର କରିଥିବା ଖେଳାଳି ଥିଲେ । ରିକୀ 8ଟି ମ୍ୟାଚରେ 42.50ହାରରେ ଏକ ଶତକ ଓ 2ଅର୍ଦ୍ଧ ଶତକ ସହିତ ଦଳ ନିମନ୍ତେ 240ରନ କରିଥିଲେ । ସେହି ସିଜିନର ଅନେକ ପ୍ରମୁଖ ଖେଳାଳି ନିଜ ଦେଶର ପ୍ରତିନିଧିତ୍ଵ କରିବା ନିମନ୍ତେ ମଇଦାନକୁ ଓହ୍ଲେଇଥିଲେ। ଏହି ସୂଚୀରେ ଗ୍ରାଏମେ ସ୍ମିଥ, ଶେନ ୱାଟସନଓ ଯୁବରଜ ସିଂହଙ୍କ ଭଳି ବଡବଡ ନାମ ସାମିଲ ଥିଲା । ଅଣ୍ଡର-19ରେ ଏହି ଉଚ୍ଚକୋଟୀର ପ୍ରଦର୍ଶନ ସତ୍ବେ ରିକୀଙ୍କୁ କେବେ ମଧ୍ୟ ଭାରତୀୟ ଦଳରେ ଖେଳିବାର ସୁଯୋଗ ମିଳିନଥିଲା ।
ଅଜିତେଶ ଅର୍ଗଳ: ଭାରତୀୟ ଦଳ 2008ରେ ବିରାଟ କୋହଲୀଙ୍କ ଅଧିନାୟକତ୍ଵରେ ମାଲେସିଆରେ ଖେଲାଯାଇଥିବା ଅଣ୍ଡର-19 ବିଶ୍ଵକପରେ ବିଜୟପ୍ରାପ୍ତ ହୋଇଥିଲା । ଏହି ବିଶ୍ଵକପରେ ଦ୍ରୁତ ବୋଲର ଅଜିତେଶ ଅର୍ଗଳ ଅନେକ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଖେଲାଯାଇଥିବା 6ମ୍ୟାଚରେ 12.75ହାରରେ ଓ 2.91ଇକୋନୋମି ରେଟରେ 8ୱିକେଟ ନିଜ ନାମରେ କରିଥିଲେ । ଅର୍ଗଳ ଫାଇନାଲ ମୁକାବିଲାରେ 5.2-7-2 ୱିକେଟର ଆଶ୍ଚର୍ଯ୍ୟଜନକ ପରିସଂଖ୍ୟାନ ସହିତ, ପିଟର ମାଳନ ଓ ରିଲେ ରାସୁବଙ୍କୁ ଆଉଟ କରିଥିଲେ ଅର୍ଗଳଙ୍କ ପ୍ରତିଭା ଯୋଗୁ ଭାରତ 25 ଓଭରରେ ଡ଼ିଏଲଏସ ମେଥଡ ସାହାଯ୍ୟରେ ମିଳିଥିବା 116ରନର ଲକ୍ଷ କୁ ବଞ୍ଚେଇ ବିଜୟ ପ୍ରାପ୍ତ ହୋଇଥିଲା । ଏହି ମିଡିଆମ ପେସର ଙ୍କୁ ଫାଇନାଲରେ ମ୍ୟାନ ଅଫ ଦି ମ୍ୟାଚର ପୁରସ୍କାରରେ ସମ୍ମାନିତ କରଯାଇଥିଲା ।
ଏହି ଉଚ୍ଚକୋଟୀର ପ୍ରଦର୍ଶନ ସତ୍ବେ ଏହି ଖେଳାଳିଙ୍କୁ ଟିମ ଇଣ୍ଡିଆରେ ଖେଳିବାର ସୁଯୋଗ ମିଳିନଥିଲା । ମଧ୍ୟପ୍ରଦେଶ ପାଇଁ ମୋଟ 10ପ୍ରଥମଶ୍ରେଣୀ ମ୍ୟାଚ ଖେଳି ସେ ନିଜର କ୍ରିକେଟ କ୍ୟାରିଅରକୁ ବିଦାୟ ଦେଇଦେଲେ । ଅଧିକ ଖେଳ ଦେଖାଇବା ସତ୍ବେ , ଆରଗା ମଧ୍ୟପ୍ରଦେଶ ପାଇଁ କେବଳ 10 ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ ଓ 2015ରେ ନିଜର କ୍ରିକେଟ କ୍ୟାରିଅରକୁ ବିଦାୟ ଦେଲେ ।
ରୀତିନ୍ଦର ସିଂହ ସୋଢୀ: ଅଣ୍ଡର-19 ବିଶ୍ଵକପର2000ରେ ମହମ୍ମଦ କଇଫଙ୍କ ଅଧିନାୟକତ୍ଵ ରେ ଖେଳିଥିବା ରୀତିନ୍ଦର ସିଂହ ସୋଢି ମଧ୍ୟ ସେହି ଖେଳାଳି ମାନଙ୍କର ତାଲିକାରେ ସାମିଲ ଅଟନ୍ତି ଯେଉଁମାନେ ସେହି ସମୟରେ ଉନ୍ନତ କ୍ରିଡା ପ୍ରଦର୍ଶନ କରିଥିଲେ କିନ୍ତୁ ପରେ ସେମାନେ ନିଜର ପ୍ରଦର୍ଶନକୁ କାୟମ ରଖିପାରିଲେ ନାହିଁ ଓ ଅଜ୍ଞାନ୍ତ ରହିଗଲେ । ଶ୍ରୀଲଙ୍କା ବିରୋଧରେ ଖେଲାଯାଇଥିବା ଫାଇନାଲ ମ୍ୟାଚରେ 6ୱିକେଟରେ ହରେଈ ଭାରତ ବିଜୟପ୍ରାପ୍ତ ହୋଇଥିଲା । ଏହି ମ୍ୟାଚରେ ଅଲରାଉଣ୍ଡର ଖେଳାଳି ନିଜର 10ଓଭରରେ କେବଳ 26ରନ ଦେଇ ବହୁତ ମିତବ୍ୟୟୀ ବୋଲିଂ କରିଥିଲେ । ତାସହ 43ରନର ଅପରାଜିତ ଇନିଂସ ଖେଳି ଭାରତକୁ ଟ୍ରଫି ଜିତେଇବାରେ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।
ଟୁର୍ଣ୍ଣାମେଣ୍ଟରେ ସୋଢି 8ମ୍ୟାହକରେ 33.50ହାରରେ 134ରନ ଯୋଗଦାନ ଦେଇଥିଲେ , ଓ କିଛି ଓଭର ମିତବ୍ୟୟୀ ବୋଲିଂ ମଧ୍ୟ କରିଥିଲେ । ସେ ପଡିଆରେ କ୍ଷେତ୍ରରକ୍ଷଣରେ ମଧ୍ୟ ଉଚ୍ଚକୋଟୀର ଥିଲେ । ଏହି ଉଚ୍ଚକୋଟୀର ପ୍ରଦର୍ଶନ ନିମନ୍ତେ ରୀତିନ୍ଦରଙ୍କୁ 2000ରେ ଭାରତୀୟ ଦଳରେ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା । କିନ୍ତୁ ଏହି ଖେଳାଳି ନିଜର ପ୍ରତିଭା ପ୍ରଦର୍ଶନରେ ବିଫଳ ହୋଇଥିଲେ । 8ଏକଦିବସୀୟ ମ୍ୟାଚରେ ସେ 25.45ହାରରେ କେବଳ 280ରନ କରିଥିଲେ ଓ 73ହାରରେ 5ୱିକେଟ ନେଇଥିଲେ । ସେ ନଭେମ୍ବର 2002ରେ ଭାରତ ନିମନ୍ତେ ନିଜର ଶେଷ ଏକଦିବସୀୟ ମ୍ୟାଚ ଖେଳିଥଲେ । ଭାରତୀୟ କ୍ରିକେଟ ଲିଗରେ ସୋଢି ଭାରତ ନିମନ୍ତେ ସବୁଠାରୁ କମ ବୟସର ମ୍ୟାଚ ରେଫରି ହୋଇଗଲେ ।
ଗୌରବ ଧୀମନ: ଅଲରାଉଣ୍ଡର ଖେଳାଳି ଗୌରବ ଧୀମନଙ୍କ ନାମ ମଧ୍ୟ ସେହି ଖେଳାଳି ଙ୍କ ମଧ୍ୟରେ ଗଣା ଯିବ, ଯେଉଁମାନେ ଅଣ୍ଡର-19ବିଶ୍ଵକପରେ ବହୁତ ଭଲ ନାମ କମେଇଥିଲେ କିନ୍ତୁ ଆଗକୁ ଆଉ ସେହି ଖେଳ ପ୍ରତିଭା ବଜାୟ ରଖିପାରିନଥିଲେ । ଧୀମନ 2004ଓ 2006ର ଅଣ୍ଡର-19 ବିଶ୍ଵକପରେ ଭାରତର ପ୍ରତିନିଧିତ୍ଵ ପ୍ରତିନିଧିତ୍ଵ କରିଥିଲେ ।2004 ସିଜିନରେ ଏହି ଅଲରାଉଣ୍ଡର ଖେଳାଳି ବ୍ୟାଟିଂ ଓ ବୋଲିଂ ଦୁଇଟି ଯାକ ବିଭାଗରେ କିଛି ଉପଯୋଗୀ ଯୋଗଦାନ ଦେଇଥିଲେ । 2006ରେ ତାଙ୍କର ପ୍ରତିଭାରେ ଧାର ଆସିଲା । ଏହି ପ୍ରତିଯୋଗୀତାରେ ସେ 44.40ହାରରେ ଓ 123.33 ଷ୍ଟ୍ରାଇକରେଟ ସହିତ 222ରନ କରିଥିଲେ । ଏଥିରେ 2ଅର୍ଦ୍ଧ ଶତକ ମଧ୍ୟ ସାମିଲ ଥିଲା । ସେ ନିଜର ମାଧ୍ୟମ ଗତି ବୋଲିଂ ସହିତ 4ୱିକେଟ ମଧ୍ୟ ନିଜ ନାମରେ କରିଥିଲେ ।
ଧୀମନ 2005ଶ୍ରୀଲଙ୍କା ବିପକ୍ଷରେ ଅଣ୍ଡର-19 ଆଫ୍ରୋ-ଏସିଆନ କପର ଫାଇନାଲରେ 75ବଲରେ ଉଚ୍ଚକୋଟୀର 110ରନ କରିଥିଲେ । ସେହି ସମୟରେ ଏଭଳି ଲାଗୁଥିଲା ଯେ ଧୀମନଙ୍କୁ ଭାରତୀୟ ଦଳରେ ଖୁବ ଶୀଘ୍ର ସୁଯୋଗ ମିଳିବ । କିନ୍ତୁ ଏହି ଖେଳାଳିଙ୍କୁ ନିଜକୁ ପ୍ରମାଣିତ କରିବାର ଆଉ ସୁଯୋଗ ମିଳିଲା ନାହିଁ । ଏହାପରେ ସେ କେବଳ ଏକ ପ୍ରଥମଶ୍ରେଣୀ ମ୍ୟାଚ ଓ 7 ଲିଷ୍ଟ ଏ ମ୍ୟାଚ ଖେଳିବାର ନଜର ଆସିଥିଲେ ।
ଅମିତ ଭଣ୍ଡାରୀ: ପୂର୍ବ ମାଧ୍ୟମ ଦ୍ରୁତ ବୋଲର ଅମିତ ଭଣ୍ଡାରୀ ଅଣ୍ଡର-19 ବିଶ୍ଵକପରେ 1998ର ସିଜିନରେ ପ୍ରଭାବିତ କରିଥିଲେ। ସେ ଛଅ ମ୍ୟାଚରେ 15.18 ହାରରେ ଓ 22.23ଷ୍ଟ୍ରାଇକରେଟ ସହିତ ଏହି ପ୍ରତିଯୋଗୀତାରେ ଭାରତର ସର୍ବାଧିକ ୱିକେଟ ନେବାର ବୋଲର ରୂପରେ ଆଗକୁ ଆସିଥିଲେ । କିଛି ବର୍ଷ ପରେ, ସେ ସିନିୟର ଭାରତୀୟ ଦଳ ସହିତ ନିଜର ଡେବ୍ୟୁ କରିଥିଲେ । ଏହି ଆରମ୍ଭ ପରେ ଭଣ୍ଡାରୀଙ୍କୁ ଲୋକେ ଭୁଲିଗଲେ । କାରଣ ସେ ଜୁନ 2000ରେ ଢାକାରେ ପାକିସ୍ଥାନ ବିପକ୍ଷ ମ୍ୟାଚରେ 10ଓଭରରେ 75ରନ ଦେଇଥିଲେ , ଯଦିଓ ସେ 2ୱିକେଟ ନିଜ ନାମରେ କରିଥିଲେ ।
ଚାରିବର୍ଷ ପରେ ଭଣ୍ଡାରୀ ଭାରତ ପାଇଁ ନିଜର ଦ୍ଵିତୀୟ ମ୍ୟାଚ ଖେଳିଲେ ଓ ତାପରେ ସେ ଜିମ୍ବାୱେ ବିପକ୍ଷରେ 31ରନ ଦେଇ 3ୱିକେଟ ନେଲେ କିନ୍ତୁ ସେ ତାପରେ କେବେ ଭାରତୀୟ ଦଳର ଜର୍ସିରେ ଦୃଶ୍ୟ ହେଲେ ନାହିଁ । ଖେଳାଳିଙ୍କ ଘରୋଇ କ୍ରିକେଟ କ୍ୟାରିଅରରେ ସେ 95ମ୍ୟାଚରେ 26.78ହାରରେ 314ୱିକେଟ ନେଇଛନ୍ତି ।