‘ମ୍ୟାନ ଅଫ ଦି ମ୍ୟାଚ’ ପାଇବା ପରେ ଶ୍ରେୟଶ ଆୟାର କହିଲେ, ନିଜର ମ୍ୟାଚ ଜିତେଇବାର ଇନିଂସର ରହସ୍ୟ – ଜାଣିଲେ ଆପଣ ମଧ୍ୟ ତାଙ୍କ ପାଇଁ ଗର୍ବ କରିବେ…
1 min readଭାରତୀୟ କ୍ରିକେଟ ଦଳ ନିଉଜିଲାଣ୍ଡ ଗସ୍ତର ବିଜୟୀ ପ୍ରାରମ୍ଭ କରିଛି । ଅକଲାଣ୍ଡରେ ଖେଲାଯାଇଥିବା ପ୍ରଥମ ଟି-20 ମ୍ୟାଚରେ ଟିମ ଇଣ୍ଡିଆ ପୁଣି ଥରେ ପ୍ରମାଣିତ କରିଦେଲା ଯେ ସେ ଲକ୍ଷ ପ୍ରାପ୍ତି କରିବାରେ ଯେକୌଣସି ଲକ୍ଷକୁ ସହଜରେ ହାସିଲ କରିପାରିବ । ନିଉଜିଲାଣ୍ଡଦ୍ଵାରା ପ୍ରଥମେ ବ୍ୟାଟିଂ କରି 204ରନର ଲକ୍ଷ ର ପିଛା କରିବାକୁ ଯାଇ ଟିମ ଇଣ୍ଡିଆ 6ୱିକେଟରେ ବିଜୟଲାଭ କରି 5ମ୍ୟାଚ ବିଶିଷ୍ଟ ସିରିଜରେ 1-0ରେ ଆଗେଇଛି । ଶ୍ରେୟଶ ଆୟାରଙ୍କୁ ମିଳିଲା ‘ମ୍ୟାନ ଅଫ ଦି ମ୍ୟାଚ’ର ପୁରସ୍କାର | ଭାରତୀୟ କ୍ରିକେଟଦଳ 204ରନ ଲକ୍ଷ ପିଛା କରିବାକୁ ଯାଇ 6ୱିକେଟରେ ବିଜୟଲାଭ କରିଛି । ଏହି ମ୍ୟାଚରେ ଶ୍ରେୟସ ଆୟାର 29ବଲରେ 3ଛକା ଓ 5ଚଉକା ସାହାଯ୍ୟରେ 58ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି । ଏଥିପାଇଁ ଆୟାରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ମ୍ୟାଚବିଜୟ ଇନିଂସ ବିଷୟରେ କହିବାକୁ ଯାଇ ଆୟାରକରହିଲେ , ଆମେ ଜଲ୍ଦି ୱିକେଟ ହରେଈ ଦେଇଥିଲୁ, ଏଥିପାଇଁ ଆମକୁ ଭାଗୀଦାରୀ କରିବାକୁ ହୋଇଥିଲା । ଆମେ ସବୁବେଳେ ଜାଣିଥିଲୁ ଯେ ଆମେ ରନ କରିପାରିବୁ କାରଣ ଏହା ଏକ ଛୋଟ ପଡିଆ ଅଟେ । ବାକି ଥିବା ମ୍ୟାଚରେ ମଧ୍ୟ ଏହିଭଳି ସମର୍ଥନ ର ଆଶା କରୁଛୁ ।
ନିଦ ବଟିକା ଖାଇ ଶୋଇବାକୁ ପଡୁଛି
ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଜିତିବା ପରେ ଶ୍ରେୟସ ଆୟାର କମେଣ୍ଟେଟର ଇରଫାନ ପଠାଣଙ୍କୁ ନମ୍ବର-4ରେ ବ୍ୟାଟିଂ କରିବାର ଦାୟିତ୍ଵର କଥା କହିବାକୁ ଯାଇ କହିଲେ , ମୁଁ କୌଣସି ନମ୍ବରରେ ବ୍ୟାଟିଂ କରିପାରିବି, ନମ୍ବର-4 ରେ ଆସୁଥିବା ବ୍ୟାଟ୍ସମ୍ୟାନଙ୍କୁ ବଡବଡ ସର୍ଟସ ସହିତ ଏକ ଦୁଇ ରନ ନେବା ମଧ୍ୟ ଭଲଭାବରେ ଆସୁଥିବା ଦରକାର। ଏଥିପାଇଁ ମୁଁ ଏହାଉପରେ କାମ କରୁଛି ।ତାସହ ଆୟାର ଜ୍ୟାଟଲ୍ୟାଗଙ୍କ ଅସୁବିଧା ର ରହସ୍ୟରେ କହିଲେ ଯେ ଆମେ ନିଉଜିଲାଣ୍ଡରେ ଜ୍ୟାଟଲ୍ୟାକଙ୍କର ଅସୁବିଧା ହେଉଛି। ଯାହାଯୋଗୁ ଆମକୁ ରାତିରେ ନିଦ ବଟିକା ଖାଇ ଶୋଇବାକୁ ପଡୁଛି ।
ଟିମ ଇଣ୍ଡିଆ 6ୱିକେଟରେ ମ୍ୟାଚ ଜିତିଲା – ନ୍ୟୁଜିଲାଣ୍ଡ ଗସ୍ତରେ ଖେଳ ଯାଉଥିବା ଟି-20 ସିରିଜର ପ୍ରଥମ ମ୍ୟାଚ 24ଜାନୁଆରୀକୁ ଅକଲାଣ୍ଡ ରେ ଖେଳଗଲା । ଏହି ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲୀ ଟସ ଜିତି ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂର ଆହ୍ଵାନ ଦେଇଥିଲେ । ପରିଣାମ ସ୍ୱରୂପ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନ୍ୟୁଜିଲାଣ୍ଡ ଦଳ 5ୱିକେଟ ବିନିମୟରେ 203ରନର ଟାର୍ଗେଟ ଦେଇଥିଲା ।
ଜବାବରେ ବ୍ୟାଟିଂ କରିବାକୁ ଓହ୍ଲେଇଥିବା ଟିମ ଇଣ୍ଡିଆ 16ରନରେ ରୋହିତ ଶର୍ମାଙ୍କ ୱିକେଟ ହରେଇଥିଲା । କିନ୍ତୁ ଏହାପରେ କେଏଲ ରାହୁଲ 56, ବିରାଟ କୋହଲୀ 45ରନର ଇନିଂସ ସାହାଯ୍ୟରେ ଭାରତକୁ ମଜବୁତ ପ୍ରାରମ୍ଭ ମିଳିଥିଲା । ଏହା ଆଗକୁ ବଢେଇବାକୁ ଯାଇ ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟାର 58ରନର ମ୍ୟାଚ ବିଜୟ ପାଳି ଖେଳିଥିଲେ।ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜ 1-0ରେ ଆଗେଇଛି । ଆଗକୁ ସିରିଜର ଦ୍ଵିତୀୟ ମ୍ୟାଚ 26ଜାନୁଆରୀରେ ଖେଳାଯିବ।