October 17, 2024

Odia Express

Here, There and Everywhere

NZvsIND: ଏକଦିବସୀୟ ସିରିଜ ପାଇଁ ୧୬ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳର ଚୟନ, ଶିଖର ଧାବନ ବାହାର ହେଲେ, ପ୍ରଥମ ଥର ଏହି ବଡ ଖେଳାଳିଙ୍କୁ ମିଳିଲା ସୁଯୋଗ – ଦେଖନ୍ତୁ କିଏ କିଏ ଦଳରେ ସାମିଲ ହେଲେ…

1 min read

ଭାରତୀୟ ଦଳର ଅଷ୍ଟ୍ରେଲିଆ ବିରୁଦ୍ଧ ଏକଦିବସୀୟ ସିରିଜ ପରେ ନିଉଜିଲାଣ୍ଡ ଗସ୍ତ ନିମନ୍ତେ ଯିବାର ଅଛି । ଏଠାରେ ଦୁଇ ଦଳ ମଧ୍ୟରେ 5ଟି ଟି-20, 3 ଏକଦିବସୀୟ ଓ 2ଟେଷ୍ଟ ଖେଳାଯିବାର ଅଛି । ଏକଦିବସୀୟ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା ହୋଇଯାଇଛି । ବିଶ୍ଵକପ 2019ର ସେମିଫାଇନାଲରେ ଭାରତକୁ ନିଉଜିଲାଣ୍ଡ ହାତରେ ପରାଜୟର ସାମ୍ନା କରିବାକୁ ହୋଇଥିଲା । ଶିଖର ଧାବନଙ୍କ ସ୍ଥାନରେ ପୃଥ୍ବୀ ଶ ଦଳରେ ସାମିଲ | ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାବନଙ୍କ ସ୍ଥାନରେ ପୃଥ୍ବୀ ଶ ଙ୍କୁ ଏକଦିବସୀୟ ଦଳରେ ସ୍ଥାନ ମିଳିଛି । ସେ ଆହତ ହେବାଯୋଗୁ ୱେଷ୍ଟଇଣ୍ଡିଜ ବିପକ୍ଷ ଏକଦିବସୀୟ ସିରିଜ ମଧ୍ୟ ଖେଳିପାରିନାହାନ୍ତି। ଯଦିଓ ଅଷ୍ଟ୍ରେଲିଆ ସିରିଜ ରେ ସେ ମଧ୍ୟ ଦଳର ଅଂଶ ଥିଲେ , କିନ୍ତୁ ତୃତୀୟ ଏକଦିବସୀୟରେ ସେ ଆହତ ହୋଇ ଦଳରୁ ବାହାର ହୋଇଗଲେ ଓ ଦଳରେ ଥିବା ସତ୍ବେ ବ୍ୟାଟିଂ ପାଇଁ ଆସିନଥିଲେ ।

ତାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଓପନିଂ ବ୍ୟାଟ୍ସମ୍ୟାନ ରୂପରେ ଉଚ୍ଚକୋଟିର ପ୍ରଦର୍ଶନ କରିଛନ୍ତି । ଏହି କାରଣରୁ ସେ ଦଳୀୟ ମ୍ୟାନେଜମେଣ୍ଟ ଓ ଅଧିନାୟକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲେ । ଖେଳାଳି ଏକାଦଶରେ ରୋହିତ ଶର୍ମାଙ୍କ ସ୍ଥାନ ପକ୍କା ଥିଲା, କିନ୍ତୁ ଧାବନ ଓ ରାହୁଲଙ୍କ ମଧ୍ୟରେ ଗୋଟିଏ ସ୍ଥାନ ପାଇଁ ଲଢେଇ ଚାଲିଥିଲା । ଜଦିଓ ପ୍ରଥମ ଦୁଇ ମ୍ଯାଚରେ ଅଧିନାୟକ ତାଙ୍କ ଉପରେ ଭରସା କଲେ କିନ୍ତୁ ତୃତୀୟ ମ୍ଯାଚରେ ତାଙ୍କ ଆଘାତ ହେବା ଯୋଗୁ ମ୍ୟାନେଜମେଣ୍ଟ ରାହୁଲଙ୍କୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୂପେ ଓହ୍ଲେଇଲା। ଏବେ ଯେବେ ଧାବନ ଏହି ଆଘାତ ଯୋଗୁ ଦଳରୁ ବାହାର ହୋଇଗଲେ , ତ ଆଜି ନିଉଜିଲାଣ୍ଡ ର ଖେଳାଳି ଦଳର ଘୋଷଣା କରିବା ସମୟରେ ଚୟନକର୍ତ୍ତା ଧାବନଙ୍କ ସ୍ଥାନରେ ପୃଥ୍ବୀ ଶ ଙ୍କୁ ପ୍ରଥମ ଥର ସୁଯୋଗ ଦେଇଛନ୍ତି ।

ଟି-20ଦଳରେ ହେଲା ପରିବର୍ତ୍ତନ ଶିଖର ଧାବନଙ୍କ ସ୍ଥାନରେ ସାଞ୍ଜୁ ସାମସନଙ୍କୁ ମିଳିଲା ସ୍ଥାନ – ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ସାଞ୍ଜୁ ସାମସନଙ୍କୁ ୱେଷ୍ଟଇଣ୍ଡିଜ ବିରୋଧ ତୃତୀୟ ଟି-20ରେ ସ୍ଥାନ ମିଳିଥିଲା କିନ୍ତୁ ତାପରେ ଅଷ୍ଟ୍ରେଲିଆ ବିରୋଧରେ ଏକଦିବସୀୟ ସିରିଜ ଓ ନିଉଜିଲାଣ୍ଡ ବିରୋଧ ଟି-20 ସିରିଜରେ ତାଙ୍କୁ ବାହାର କରଯାଇଥିଲା , ଏବେ ନିଉଜିଲାଣ୍ଡ ବିରୁଦ୍ଧ ଟି-20ସିରିଜ ପାଇଁ ସାଞ୍ଜୁଙ୍କୁ ଦଳରେ ଶିଖର ଧାବନଙ୍କ ସ୍ଥାନରେ ସାମିଲ କରାଯାଇଛି ।

ଏହି ପ୍ରକାର ଅଟେ ଭାରତୀୟ ଦଳ – ଏକଦିବସୀୟ: ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଊପଅଧିନାୟକ), ପୃଥ୍ବୀ ଶ , କେଏଲ ରାହୁଲ, ଶ୍ରେୟଶ ଆୟାର, ମନୀଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, କୁଳଦୀପ ଯାଦବ, ଯଜୁବେନ୍ଦ୍ର ଚହଳ, ରବୀନ୍ଦ୍ର ଜଡେଜା, ଜସପ୍ରିତ ବୁମରା, ମହମ୍ମଦ ଶାମି, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର ଓ କେଦାର ଯାଦବ

ଟି-20 ଦଳ: ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଊପଅଧିନାୟକ),  ସାଞ୍ଜୁ ସାମସନ, କେଏଲ ରାହୁଲ, ଶ୍ରେୟଶ ଆୟାର, ମନୀଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, କୁଳଦୀପ ଯାଦବ, ଯଜୁବେନ୍ଦ୍ର ଚହଳ, ୱାସିଙ୍ଗଟନ ସୁନ୍ଦର, ରବୀନ୍ଦ୍ର ଜଡେଜା, ଜସପ୍ରିତ ବୁମରା, ମହମ୍ମଦ ଶାମି, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର ଓ କେଦାର ଯାଦବ

Leave a Reply

Your email address will not be published. Required fields are marked *