November 19, 2024

Odia Express

Here, There and Everywhere

କଣ ପାଇଁ ଲୋକେ ଫୋନରେ ସବୁଠାରୁ ପ୍ରଥମେ “ହ୍ୟାଲୋ” କହିଥାନ୍ତି , ଜାଣନ୍ତୁ ଏହାର ସତ୍ୟତା – ପ୍ରାୟ ୯୯ ପ୍ରତିଶତ ଲୋକ ଏ ବିଷୟରେ ଜାଣିନାହାନ୍ତି..

ଆଜିର ସମୟରେ ସବୁ ବ୍ୟକ୍ତିଙ୍କ ପାଖରେ ମୋବାଇଲ୍ ଫୋନ୍ ଅଛି , ଏହି ମୋବାଇଲ୍ ଫୋନ୍ ଘରେ ମହଜୁଦ୍ ଲ୍ୟାଣ୍ତଲାଇନ୍ ରେ କଥା ହେଲା ବେଳେ ଆମେ ପ୍ରଥମେ ହ୍ୟାଲୋ କହିଥାଉ , ଯାହାକି ମୋବାଇଲ୍ ଫୋନ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇସାରିଛି , କିନ୍ତୁ କଣ ଆପଣ ଜାଣିଛନ୍ତି କି ଫୋନରେ ହ୍ୟାଲୋ କଣ ପାଇଁ କୁହାଯାଏ , ତେବେ ଆସନ୍ତୁ ଜାଣିବା ।ଯେବେ ଆମେ କାହା ସହ ଫୋନରେ କଥାବାର୍ତ୍ତା କରିବାର ଥିବ ତେବେ ପ୍ରଥମେ ଆମେ କଲ୍ ଲାଗିଲା ପରେ କଲ୍ ରିସିଭ୍ ସମୟରେ ହ୍ୟାଲୋ କହିଥାଉ ସେହିପରି ଆମେ କାହାକୁ କଲ୍ ଲାଗିଲେ ତାକୁ ହ୍ୟାଲୋ କହୁ , ଆମେ ବି ଛୁଆ ବେଳେ ଏହି ହ୍ୟାଲୋ ଶୁଣିଆସିଛୁ , କିନ୍ତୁ ଏହା ପଛରେ ଏକ ରହସ୍ୟ ଲୁଚି ରହିଛି , ଆଜି ଆମେ ସେହି ବିଷୟରେ ଆଲୋଚନା କରିବୁ ।

ଏବେ ଆମେ ଆପଣଙ୍କୁ ଏହି ହ୍ୟାଲୋ ଶବ୍ଦର ମତଲବ କଣ ହୋଇଥାଏ ତାହା ବିଷୟରେ କହିବୁ , ଅକ୍ସପୋର୍ଡ ଇଙ୍ଗଲିସ୍ ଡିସନାରୀରେ ଦେଖିଲେ ହ୍ୟାଲୋ ଶବ୍ଦର ପ୍ରୟୋଗ ୧୮୨୭ ରେ କରାଯାଇଥିଲା,  ଏହି ହ୍ୟାଲୋର ମତଲବ ହାଏ ହୋଇନଥାଏ , ସନ୍ ୧୮୩୦ ରେ ହ୍ୟାଲୋ ଶବ୍ଦର ପ୍ରୟୋଗ ଲୋକଙ୍କ ଧ୍ୟାନ ଆକର୍ଷିତ କରିବାପାଇଁ କରୁଥିଲେ,  ହ୍ୟାଲୋ ଶବ୍ଦର ହାଲା କିମ୍ବା ହୋଲା ରୁ ହୋଇଛି , ଏହା ଏକ ଜର୍ମାନ ଓ ଫ୍ରାନ୍ସି ଶବ୍ଦ ହୋଲାରୁ ବାହାରିଛି , ଯାହାର ମତଲବ ହୋଇଥାଏ , କିପରି ଅଛ କିମ୍ବା କଣ ତୁମେ ସେଠାରେ ଅଛ , କଣ ତୁମେ ମୋତେ ଶୁଣିପାରୁଛ । ଏବେ ଏହାର ପଛରେ ରହସ୍ୟ ବିଷୟରେ ଜାଣିବା , ଏମିତି ମାନାଯାଏ କି ସମୁଦ୍ର ମଧ୍ୟରେ ରାତିର ସମୟରେ ନାବିକ ଜଣେ ଅନ୍ୟଜଣଙ୍କ ବୋଟ୍ ଦେଖିପାରନ୍ତି ନାହିଁ , ଏଥିପାଇଁ ସେମାନେ ଅନ୍ୟ ଜଣଙ୍କ ସହ ସଂମ୍ପର୍କ କରିବାପାଇଁ ହାଲଚାଳ୍ ପଚାରିଥାନ୍ତି , ଆହୋୟ୍ ହୋୟ୍ ଶବ୍ଦର ବ୍ୟବହାର କରୁଥିଲେ,

ଏହା ଛଡା ଏମିତି କୁହାଯାଏ କି ହ୍ୟାଲୋ ଶବ୍ଦ ହୋଲାରୁ ଆସିଛି , ଓ ଏହାର ମତଲବ ହୋଇଥାଏ , ଅଟକିଯାଅ , ଓ ଧ୍ୟାନ ଦିଅ । ଏହି କଥା ସମସ୍ତେ ଜାଣିଥିବେ କି ଟେଲିଫୋନର ଆବିଷ୍କାର କରିଥିବା ଆଲେକ୍ସଜାଣ୍ତର ଗ୍ରାହମ୍ ବେଲ୍ କରିଥିଲେ, ସେ ଏହି ଆବିଷ୍କାର ୧୦ ମାର୍ଚ୍ଚ ୧୮୭୬ କୁ କରିଥିଲେ , ଆପଣଙ୍କୁ ଜଣେଇଦେବୁ କି ଏହି ଘଟଣାର୍ ସତ୍ୟତା ଗ୍ରାହମବେଲ୍ ଙ୍କ ଗାର୍ଲଫ୍ରେଣ୍ତଙ୍କନାଁ ହେଲୋ ଥିଲା , ଏହି କାରଣରୁ କଥାବାର୍ତ୍ତା କରୁଥିବା ସମୟରେ ହେଲୋ ଶବ୍ଦର ଉପଯୋଗକରନ୍ତି , କିନ୍ତୁ ଗ୍ରାହମ୍ ବେଲ୍ ଗାର୍ଲଫ୍ରେଣ୍ତ ମାରଗ୍ରେଟ୍ ହେଲୋ ଥିଲେ,  ଏହି କଥା କିଛି ସ୍ପଷ୍ଟ ଜଣାପଡିନାହିଁ , କୁହାଯାଉଛି କି ଗ୍ରାହମବେଲ୍ ଙ୍କ ଗାର୍ଲଫ୍ରେଣ୍ତଙ୍କ ନାଁ ମାବେଲ୍ ହବବାର୍ଡ ଥିଲା ସେ ୧୮୭୭ ରେ ମାବେଲ୍ ଙ୍କୁ ବିବାହ କରିଥିଲେ,  ଓ ବିବାହ ପରେ ନିଜ ନାଁ ମାବେଲ୍ ବେଲ୍ ରଖିନେଲେ , ଏହାର ମତଲବ ଏହି କଥାର ପୁରା ସତ୍ୟତା ନାହୀଁ ।

ବୋଧେ ଆପଣ ଜାଣିନାହାନ୍ତି ଗ୍ରାହମ୍ ବେଲ୍ କେବେ ହ୍ୟାଲୋ ଶବ୍ଦର ବ୍ୟବହାର କରିନାହାନ୍ତି , ଟେଲିଫୋନ୍ ଆବିଷ୍କାର କରିଥିବାପରେ ସେ ସବୁଠାରୁ ପ୍ରଥମେ ନିଜ ଆସିଷ୍ଟାଣ୍ତକୁ ଫୋନରେ କହିଥିଲେ, କମ୍ ହିଅର୍ ଆଇ ୱାଟ୍ ଟୁ ସି ୟୁ , ଏହାରଛଡା କୁହାଯାଏ କି ଗ୍ରାହମ୍ ବେଲ୍ ଆହୟୋ ଶବ୍ଦର ବ୍ୟବହାର୍ କରୁଥିଲେ,  ଏହି ଶବ୍ଦ ବ୍ୟବହାର ଫୋନ୍ ଆରମ୍ଭ ହେବାର ପୁର୍ବରୁ କରାଯାଉଥିଲା,  କଣ ଆପଣ ଜାଣିଛନ୍ତି ହ୍ୟାଲୋ ଶବ୍ଦର ପଛରେ ଏକ ଏଡିସନ୍ ନାଁ ଆସିଥାଏ , ସେହି ସମୟରେ ଏଡିସନ୍ ଟେଲିଫୋନ୍ କେବଳ ବିଜନେସ୍ ଡିଭାଇସ୍ ମାନୁଥିଲେ । ଯାହା ଏକ ପାର୍ଟି ଆଉ ଜଣେ ପାର୍ଟିଙ୍କୁ କଥା ହୋଇପାରିବେ , କିନ୍ତୁ ଏହାର ସମସ୍ୟା ଥିଲା କି ଟେଲିଫୋନ୍ ରେ ଦ୍ୱିତୀୟ ପଟୁ କିପରି ଜାଣିବ କି ତାହାର ଅନ୍ୟ ପଟ ବ୍ୟକ୍ତି କଣ କହିବାକୁ ଚାହୁଁଛି , ଓ ଏଡିସନ୍ ଏହି ସମସ୍ୟାକୁ ଜାଣିଲେ ,

ସେ ଭାବିଲେ କି ୧୦ ରୁ ୨୦ ଫୁଟ୍ ଦୁରରୁ ଶୁଣିବା ଦରକାର , ଯେବେ ଦୁରରେ ଆହୟୋ କୁହାଗଲା ତେବେ ଦ୍ୱିତୀୟ ଆଡୁ ଆବାଜ୍ ଆସିଲା , କିନ୍ତୁ ଥମସ୍ ଏଡିସନ୍ ଆହୋୟକୁ ଭୁଲ୍ ଶୁଣିନେଲେ ଓ ୧୮୭୭ ରେ ସେ ହ୍ୟାଲୋ କହିବାର ପ୍ରସ୍ତାବ ରଖିଲେ, କହିଦେବୁ କି ବେଲ୍ ଟେଲିଫୋନ୍ ରେ କଥାବାର୍ତ୍ତା କରୁଥିବା ସମୟରେ ଆହୋ ଶବ୍ଦର ବ୍ୟବହାର କରୁଥିଲେ, ଯାହା ବଦଳିକରି ହ୍ୟାଲୋ ହୋଇଗଲା ,

ଏହି ପରିବର୍ତ୍ତନକୁ ଆଣିବାକୁ ୧୫ ଅଗଷ୍ଟ ୧୮୭୭ ରେ ପିଟର୍ଷ ବର୍ଗ ସେଣ୍ଟ୍ରାଲ୍ ଡିଷ୍ଟ୍ରିକ୍ ଆଣ୍ତ ପ୍ରିଟିଙ୍ଗ୍ ଟେଲିଗ୍ରାପ୍ କମ୍ପାନୀ ର ଅଧ୍ୟକ୍ଷ୍ୟ ଟିବିଏ ସ୍ମିଥ୍ ଙ୍କୁଏକ ପତ୍ର ଲେଖିଲେ , ଓ କହିଲେ ଟେଲିଫୋନରେ ପ୍ରଥମେ ଶବ୍ଦ ରୁପେ ହ୍ୟାଲୋ କହିବା ଉଚିତ୍ , ଏହାପରେ ଯେବେ ଲୋକେ ଫୋନ୍ କଲେ ସବୁଠାରୁ ପ୍ରଥମେ ହ୍ୟାଲୋ ଶବ୍ଦର ବ୍ୟବହାରକଲେ । ୨୮ ଜାନୁୟାରି ୧୮୭୮ କୁ ନ୍ୟୁ ହେବେନ୍ ଏହି ହ୍ୟାଲୋ ଶବ୍ଦର ବ୍ୟବହାର କରିବା ଆରମ୍ଭ କରିଥିଲେ, ଏହି କାରାଣରୁ ୟୁନାଇଟେଡ୍ ଷ୍ଟେଟ୍ ରେ ଏହି ଏଡିସନ୍ ଶବ୍ଦକୁ ଆପାଣାଇନେଲେ ।

Leave a Reply

Your email address will not be published. Required fields are marked *