June 21, 2025

Odia Express

Here, There and Everywhere

ପେଟରେ କୃମି ହେବାରୁ ଅଛନ୍ତି ଆପଣ ଚିନ୍ତିତ ,ଏହି ରାମବାଣ ଚିକିତ୍ସା ବ୍ୟବହାର କରନ୍ତୁ ସବୁ କ୍ରମି ମରିଯିବେ…

ପେଟରେ କୃମି ହେଲେ ବ୍ୟକ୍ତିର ଶରୀରରେ ଓଜନ କମିବାକୁ ଲାଗିଥାଏ , ଅଧିକା ଭୋକ ଲାଗିଥାଏ , ଛୁଆଙ୍କୁ ଏହି ସମସ୍ୟା ଅଧିକା ଦେଖାଯାଏ , ଏମିତିରେ ପେଟ ପିଡା ହେବା , ପେଟ ଫୁଲିବା , ଗ୍ୟାସ୍ ହେବା ସବୁ ହେବାକୁ ଲାଗିଥାଏ , ଏହାକୁ  ଶେଷ କରିବାପାଇଁ ମେଡିସିନ୍ ଉପଲ୍ଲବ୍ଧ ଅଛି , କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କିଛି ଏପରି ଘରୋଇ ଜିନିଅ ଯାହାକି ପେଟର କୃମିର ଉପଚାର କରାଯାଇପାରିବ , କଲରା, କଖାରୁ ,ଗାଜର, ଆଲୋବେର ଏହି କିଛି ପ୍ରାକୃତିକ ଜିନିଷ ଅଛି ଯାହା ପେଟରେ କୃମିକୁ ଶେଷ କରିଦିଏ ।

ଜୁଆଣୀ : ଔଷଧୀୟ ଗୁଣରେ ଭରପୁର ଜୁଆଣୀ ପେଟର ସବୁ କୃମିକୁ ଶେଷ କରିଦିଏ , ଅଧା ଚାମଚ ଜୁଆଣୀକୁ ନଖ ଉଷୁମ ପାଣିର ସହ ରାତିରେ ଖାଇଲେ ପେଟରେ ସବୁ କୃମି ଶେଷ ହୋଇଯାଏ , ଛୋଟ ଛୁଆଙ୍କୁ ଜୁଆଣୀ ଖୁଆଯାଇପାରିବ ନାହିଁ,  ତାଙ୍କୁ ଜୁଆଣୀର ପାଣି ପିଆଇପାରିବେ , ଜୁଆଣୀ ଅପଚ, ପେଟ ପୀଡା , ଓ ଗ୍ୟାସ ଉପରେ ପ୍ରଭାବ ପକାଇଥାଏ , ଏଥିରେ ମିଳୁଥିବା ଥାଇମୋଲ୍ ପେଟରେ ଥିବା କୃମିକୁ ମାରିଦିଏ ।

ରସୁଣ : ନିଜ ଗନ୍ଧରୁ ଜଣାଯାଉଥିବା ରସୁଣ ପେଟର କୃମିକୁ ମାରିବାର କାମ କରିଥାଏ , ଏଥିରେ ସଲଫର ଯୁକ୍ତ ଆମିନୋ ଏସିଡ୍ ହୋଇଥାଏ , ଯାହା ପେଟରେ କୃମି ମାରିବାରେ ସକ୍ଷମ ହୋଇଥାଏ , ରସୁଣକୁ ଆପଣ ସକାଳସକାଳ ସମୟରେ ସେବନ୍ କଲେ ଏହା ପ୍ରଭାବକାରି ହେବ ।

କଖାରୁ : ଏହି ପରିବା ଅନ୍ତରେ ଥିବା ସବୁ ପୋକକୁ ଶରୀରରୁ ବାହାର କରିବାରେ ସାହାଯ୍ୟକାରୀ ହୋଇଥାଏ , ଏହାର୍ ସେବନରୁ କୃମି ଅନ୍ତରୁ ହଟାଇଦେଇଥାଏ , କଖାରୁ ବି ଆପଣ କଞ୍ଚା ଖାଇପାରିବେ ।

ଗାଜର ଓ ଟମାଟର : ଏହି ଦୁହେଁ ପରିବାକୁ ଖାଇଲେ ପେଟରେ କୃମି ରୁହେ ନାହିଁ , ଯଦି ଆପଣ ଗାଜର ଓ ଟମାଟର ନିୟମିତ ସେବନ କରୁଛନ୍ତି , ତେବେ ପେଟରେ କୃମି ଶେଷ କରିଦେଇଥାଏ,  ଓ ତାହା ସହ କେବେ ହେବାର ଆଶଙ୍କା ରୁହେ ନାହିଁ ,

କଲର ଓ ଆଲୋବେରା ଜୁସ୍ : କଲର ପେଟରେ ପୋକକୁ ଖାଲି ମାରେ ନାହିଁ ବରଂ ଏହା ଅନ୍ତକୁ ବି ମଜବୁତ୍ କରିଥାଏ । ଆଲୋବେରା ଜୁସ୍ ଗରମ ପାଣିରେ ପିଇଲେ ପେଟରେ କୃମି ସବୁ ମରିଯାଆନ୍ତି ।

 

 

Leave a Reply

Your email address will not be published. Required fields are marked *