November 20, 2024

Odia Express

Here, There and Everywhere

ଏହି ମହିଳା ଭୁଲ ରେ ପରିବା ସହ ପକାଇଦେଲେ ଗହଣା ଓ ତାକୁ ଖାଇ ଦେଲା ଷଣ୍ଢ , ଆଉ ଏବେ ପରିବାର ଲୋକ ଏହି କାମ କରୁଛନ୍ତି ଯେ ଜାଣିଲେ ଚକିତ ହେଇଯିବେ..

ଜଣେ ମହିଳା ପ୍ରିୟ ସୃଙ୍ଗାର ଗହଣା ହୋଇଥାଏ , ମହିଳାଙ୍କୁ ସାଜସଜ୍ଜା ହେବା ବହୁତ ଭଲ ଲାଗିଥାଏ , କଥା ହେବା ଯଦି ସୁନାର ଗହଣା ଉପରେ ତେବେ ମହିଳାଙ୍କୁ ସେଥିରେ ଅଧିକା ପ୍ରେମ ଥାଏ । କିନ୍ତୁ ହରିଆଣାର ସିରସା କାନ୍ଦବଲି ଗାଁରେ କିଛି ଏପରି ହେଲା ଯାହାକୁ ପଢିଲେ ଆପଣ ଚକିତ ହୋଇଯିବେ , ସେଠାରେ ଗୋଟେ  ପରିବାର କେଉଁ ସଂମ୍ପର୍କିୟ ବିବାହରୁ ଘରକୁ ଫେରୁଥିଲେ , ଜନକ ରାଜ୍ ଙ୍କ ସ୍ତ୍ରୀ ଘରକୁ ଆସି ସୁନାର ଗହଣା ବାହାର କରି ତାକୁ ପରି୍ବା ଝୁଡିରେ ରଖିଦେଲା , ଜନକରାଜ୍ ଙ୍କ ସ୍ତ୍ରୀ କିଛି ସମୟ ଯାଏଁ ଅନ୍ୟ କାମ କରିବାକୁ ଲାଗିଲେ , ଓ ସେ ଭୁଲି ଗଲେ କି ତାଙ୍କର ଗହଣା ସେ ପରିବା ଝୁଡିରେ ଅଛି ବୋଲି , ଓ ତାହା ସହ ତା ଉପରେ ପରିବାର ଚୋପା ବି ପକାଇଦେଲେ , କିନ୍ତୁ ସେ ସେ ପର୍ଯ୍ୟନ୍ତ ବି ମନେ ପକାଇନାହାନ୍ତି କି ସେ ପରିବା ର ଝୁଡିରେ ସୁନାର ଗହଣା ରଖିଛନ୍ତି ବୋଲି ।

ମହିଳା ଜଣଙ୍କ ସେହି ପରିବା ର ଝୁଡିକୁ ଧରିଲେ ଓ ବାହାରେ ପକାଇଦେଲେ , ଯାହା ଦ୍ୱାରା ସେ ପରିବା ଚୋପାକୁ କେଉଁ ଗାଇ ଖାଇଦେଉ , ମହିଳାଙ୍କୁ ଏହି କଥା ବିଲକୁଲ୍ ଧ୍ୟାନ ନଥିଲା କି ସେହି ଝୁଡିରେ ସୁନାର ଗହଣା ଅଛି , ପରେ ଯେବେ ଜଣା ପଡିଲା ତେବେ ସେ ନିଜ ପରିବାର ସହ ବାହାରକୁ ବାହାରିଲେ ତେବେ ସେ ଦେଖିଲେ କି ଗୋଟେ ଷଣ୍ଢ ସେହି ଗହଣାକୁ ଖାଇଦେଇଛି , ଏହା ଦେଖି ପରିବାର ଲୋକେ ଚକିତ ହୋଇଗଲେ , ଏହି ସମୟରେ କାହାର କିଛି ବୁଝାପଡୁନଥିଲା କି କଣ କରାଯାଇପାରିବ । ଏତିକିରେ ତାଙ୍କ ମୁଣ୍ତରେ ଏକ ଆଇଡିଆ ଆସିଲା ସେ ଷଣ୍ଢକୁ ଘରକୁ ନେଇଆସିଲେ , ଓ ତାକୁ ବହୁତ ସାରା ଚାରା ଖୁଆଇଲେ , ଓ ଘାସ ବି ଖୁଆଇଲେ । ପରିବାର ଲୋକେ ଭାବିଲେ କି ଯଦି ସେ ଘାସ ଖାଇବ ତେବେ ଗୋବରରେ ମଳତ୍ୟାଗ କଲେ ସୁନାର ଗହଣା ବାହାରି ଆସିବ , କିନ୍ତୁ ଏପରି କିଛି ହେଲା ନାହିଁ , ଓ ପରିବାର ଲୋକେ ନିରାଶ ହୋଇଗଲେ , ପରିବାର ଲୋକେ ଡାକ୍ତର ପାଖକୁ ଗଲେ , ଡାକ୍ତରଙ୍କୁ ଯେବେ ପୁରା ଘଟଣା କହିଲେ ତେବେ ଗୋଟିଏ ହିଁ ବ୍ୟବସ୍ଥା ଥିଲା ଯାହାକି ଅପରେସନ୍ ର , କିନ୍ତୁ ଏଥିରେ ସେ ଷଣ୍ଢର ଜୀବନ ଉପରେ ବିପଦ ଆସିପାରେ ,

ହରିଆଣାର ଏହି ପରିବାରଙ୍କ ଚର୍ଚ୍ଚା ସୋସିଆଲ୍ ମିଡିଆରେ ବହୁତ ଚର୍ଚ୍ଚାର ବିଷୟ ପାଲଟିଛି , ମହିଳାଙ୍କ ଭୁଲ୍ ପାଇଁ ଏବେ ସେହି ଷଣ୍ଢର ଜୀବନ ଉପରେ ବିପଦ ଆସିପାରେ , କିନ୍ତୁ କିଛି ଗହଣାର ଲୋଭରେ କିପରି ଏକ ପଶୁ ସହ ଏପରି କାର୍ଯ୍ୟ କରିପାରିବେ , ଏଥିପାଇଁ ସେ ତାକୁ ନିଜ ପାଖରେ ରଖିବା ଠିକ୍ ଭାବିଲେ,  ପୁରା ପରିବାର ସବୁଦିନ ତାକୁ ଘାସ ଖୁଆଉଥିଲେ ଯାହା ଦ୍ୱାରା ସେ ଗହଣା ନିଜ ପେଟରୁ ମଳଆକାରରେ ବାହାର କରିଦେବ , ଏହି ଦୁନିଆଁରେ ଏମିତି ବହୁତ ସାରା ଲୋକ ଅଛନ୍ତି ଯିଏକି ପଶୁ ମାନଙ୍କର ବଳି ଚଢଇଥାନ୍ତି , କିନ୍ତୁ ନିଜ ସ୍ୱାର୍ଥ ପାଇଁ ପଶୁଙ୍କର ରକ୍ତ ବୁହାଇଦିଅନ୍ତି , କିନ୍ତୁ ଏହି ପରିବାର କିଛି ଏପରି କରିନଥିଲେ ।

Leave a Reply

Your email address will not be published. Required fields are marked *