June 21, 2025

Odia Express

Here, There and Everywhere

ଶ୍ରୀଲଙ୍କା ଅଧିନାୟକ ଲାସିଥ ମାଲିଙ୍ଗା ମ୍ୟାଚ ହାରିବା ପରେ କହିଦେଲେ ଏଭଳି କଥା ଯେ ଜାଣିଲେ ସବୁ ଭାରତୀୟଙ୍କ ହୃଦୟ ଖୁସି ହେଇଯିବ – ଦେଖି ନିୟନ୍ତୁ କଣ କହିଲେ ମାଲିଙ୍ଗା

1 min read

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି୨୦ ମ୍ୟାଚ ମହାରାଷ୍ଟ୍ର ପୁନେ ରେ ଖେଳାଯାଇଥିଲା |ଏହି ମ୍ୟାଚ ରେ ୭୮ ରଂ ରେ ଭାରତ ବୃହତ ବିଜୟଲାଭ କରିଛି |ତେବେ ଏହା ସହ ଭାରତ ୨-୦ ରେ ସିରିଜ କୁ ନିଜ କବ୍ଜା କୁ ନେଇଛି | ତେବେ ପ୍ରଥମ ମ୍ୟାଚ ରେ ବର୍ଷା ହେବ ଯୋଗୁ ଖେଳ ବାତିଲ ହେଇଥିଲା ଓ ଏହାପରେ ଦୁଇଟି ଜଣକ ମ୍ୟାଚ ଭାରତ ବିଜୟଲାଭ କରି ସାରା ଦେଶର ଲୋକଙ୍କ ଠାରୁ ସବାସୀ ପାଇଛନ୍ତି |ଏହା ସହ ଗତ ୧୯ ଟି ସିରିଜ ମଧ୍ୟରୁ ଭାରତ ୧୭ ଟି T20 ସିରିଜ ଶ୍ରୀଲଙ୍କା ଵିପକ୍ଷେରେ ଜିତିଛି ଯେତେବେଳେ କି ୨ଟି ସିରିଜ ଡ୍ର ଥିଲା

ତେବେ ଏହି ଖେଳାକୁ ନେଇ ବର୍ତମାନ ଭାରତୀୟ ଖେଳ ପ୍ରେମୀ ମାନେ ବ୍ୟଟ୍ସମ୍ୟାନ ଙ୍କ ଅପେକ୍ଷା ଦଳର ବୋଲର ମନକୁ ଅଧିକ ଶ୍ରେୟ ଦେଇଛନ୍ତି | ଦୁଇଟି ମ୍ୟାଚ ରୁ ଦୁଇଟି ରେ ଦଳ ଖୁବ ଭଲ ବୋଲିଂ ପଦର୍ଶନ କରିଥିଲା |ତେବେ ଏହି ସିରିଜ ହାରିବା ପରେ ଶ୍ରୀଲଙ୍କା ର ଅଧିନାୟକ ଲାସିଥ ମାଲିଙ୍ଗା ନିଜର ମତ ରଖିଛନ୍ତି |ସେ ହାରିବାର ମୁଖ୍ୟ କାରଣ ଅନ୍ତିମ ୩ ଓଭର ପାଇଁ ବୋଲି କହିଛନ୍ତି |

ସେ କହିଛନ୍ତି ଯେ ” ମୋତେ ଲାଗୁଚି ଏଭଳି ପରିସ୍ଥିତ ରେ ବଲ ଓଦା ରହୁଥିଲା ଓ କାକର ପଡୁଥିଲା |ଆମକୁ ବଲ କୁ ନିଜ ନିୟନ୍ତ୍ରଣ ରେ ରଖିବାର ଥିଲା |ତେବେ ଅନ୍ତିମ ୩ ଓଭର ରେ ଭାରତ ଆମଠୁ ମ୍ୟାଚ କୁ ଦୁରକୁ ନେଇଯାଇଥିଲେ |ତେବେ ଆମର ପ୍ରଥମ ବ୍ୟାଟ୍ସମ୍ୟାନ ମାନେ ଜଲ୍ଦି ଆଉଟ ହେଇଯାଇଥିଲେ |ଓ ଅନ୍ତିମ ପର୍ଯାୟର ବ୍ୟାଟ୍ସମ୍ୟାନ ମାନେ ଆମକୁ ଦେଖଇଥିଲେ ଯେ କିପରି ଭଲ ଖେଳି ହେଇପାରିଥାନ୍ତା ଏହି ସମୟରେ |ସେ ବହୁତ ଭଲ ଖେଳିଥିଲେ |ତେବେ ଆମକୁ ଶିଖିବା ପାଇଁ ପଡିବ ଯେ ଏହି ପରିସ୍ଥିତି ରେ କିଭଳି ଖେଳିବା ପାଇଁ ପଡିବ

ତେବେ ଶ୍ରୀଲଙ୍କାର ସ୍ପିନର ଏହି ସିରିଜ ରେ ଭଲ ପଦର୍ଶନ କରିଥିଲେ | ମାଲିଙ୍ଗା ଏହାକୁ ନେଇ କହିଛନ୍ତି ଯେ ଏମାନେ ସେଇ ପ୍ରତିଭା ଅଟନ୍ତି ଯିଏକି ଆମ ଶ୍ରୀଲଙ୍କା ପାଖରେ ଅଛନ୍ତି | ଏମାନଂକୁ ଅଧିକ ସୁଯୋଗ ଦେଇ ଆମେ ବିଶ୍ୱକପ ରେ ଏମାନଙ୍କ ଠାରୁ ଅଧିକ ଲାଭବାନ ହେବୁ |ଦୁନିଆ ର ସବୁ ଟିମ ବର୍ତମାନ ସ୍ପିନର ଉପରେ ପ୍ରାୟ ନିର୍ଭର କରୁଛି |ଓ ଆମ ପାଖରେ ୱେସରାଙ୍ଗ ଓ ସନ୍ଦକଣ ଭଳି ବୋଲର ଅଛନ୍ତି |ଏହି ବୋଲର ଙ୍କୁ ଆମେ ବିଶ୍ୱକପ ରେ ଦେଖୁଚୁ

ତେବେ ଏହା ସହ ସେ ଶେଷରେ କହିଥିଲେ ଯେ ଭାରତ ସହ ମ୍ୟାଚ ଖେଳି ଆମକୁ ବହୁତ ଖୁସି ଲାଗିଲା | ଏଠିକାର ଦର୍ଶକ ମାନକ ଖେଳ ପ୍ରତି ଆଗ୍ରହ ଦେଖି ବହୁତ ଭଲ ଲାଗୁଚି |ଭାରତରେ କ୍ରିକେଟ ଖେଳ କୁ ଏତେ ମାତ୍ର ରେ ଭଲ ପାଉଚ୍ଛନ୍ତି ଯାହାକି ସବୁ ଦେଶର ଦର୍ଶକ ତାଙ୍କ ଠାରୁ କିଛି ଶିଖିବା ଦରକାର |ଭାରତ ସହ ଆଗାମୀ ଦିନରେ ଆଉ କିଛି ମ୍ୟାଚ ଖେଳିବାର ଆଶା ର୍କଚନାଟି ମାଲିଙ୍ଗା | ତେବେ ଆପଣମାନେ ଜନଥିବେ କିଛି ଦିନ ପରେ T20 ବିଶ୍ୱକପ ହେବାକୁ ଯାଉଛି | ତେବେ ଏହି ସମୟରେ ଆପଣମାନେ ଦେଖୁଛନ୍ତି ଭାରତୀୟ ଦଳ ଖୁବ ଭଲ ପଦର୍ଶନ କରୁଛି | ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ କୁ ହରେଇ ଭାରତ ମଧ୍ୟ ସିରିଜ ବିଜୟୀ ହେଇଥିଲା | ତେବେ ଆପଣଙ୍କ ମତରେ ଭାରତୀୟ ଦଳ T20 ବିଶ୍ୱକପ ଜିତିପାରିବ କି ?

Leave a Reply

Your email address will not be published. Required fields are marked *