November 22, 2024

Odia Express

Here, There and Everywhere

VVS ଲକ୍ଷ୍ମଣ ମନୋନିତ କଲେ T20 ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ – ଧୋନୀଙ୍କୁ ଜାଗା ମିଳିଲା ନା ନାହିଁ ଦେଖନ୍ତୁ…

1 min read

ଭାରତ ବନାମ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଈଥିବା ଦ୍ୱିତିୟ ଟି ଟ୍ୱେଣ୍ଟି ବହୁତ ରୋମାଞ୍ଚକର ରହିଲା , ମ୍ୟାଚରେ ଟିମ୍ ଇଣ୍ତିଆ ୭ ୱିକେଟ୍ ରେ ଜିତ୍ ଦର୍ଜ କରି ସିରିଜ୍ ରେ ୧-୦ ରେ ଆଗୁଆ ରହିଛନ୍ତି । ଏହି ମ୍ୟାଚରେ କମେଣ୍ଟ୍ରି କରୁଥିବା ପୁର୍ବ ଦିଗଜ୍ଜ କ୍ରିକେଟିୟର ଭିଭିଏସ୍ ଲକ୍ଷ୍ମଣ ଅକ୍ଟୋବରରେ ଅଷ୍ଟ୍ରେଲିଆ ତରଫରୁ ଆୟୋଜିତ ହେଉଥିବା ଟି ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଟି ଟେଣ୍ଟି ଟିମ୍ ବାଛି ଛନ୍ତି , ଟିମ୍ ଅଧିନାୟକ ଲକ୍ଷ୍ନଣ ବିରାଟ କୋହଲିଙ୍କୁ ଦାୟିତ୍ୱ ଦେଇଛନ୍ତି । ୨୦୨୦ ରେ ଅଷ୍ଟ୍ରେଲିଆ ତରଫରୁ ଆୟୋଜିତ ହେଉଥିବା ଆଇସିସି ଟି ଟେଣ୍ଟି ବିଶ୍ୱ କପ୍ ଖେଳାଯିବ , ଏହାର ପୁର୍ବରୁ ସବୁ ଟିମ୍ ଅଧିକରୁ ଅଧିକା ଟିମ୍ ମ୍ୟାଚ୍ ଖେଳିକରି ନିଜକୁ ଆଇସିସି ବିଶ୍ୱକପ୍ ପାଇଁ ପ୍ରସ୍ତୁତ କରିବ , ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ତିଆ ଏହି ବର୍ଷ ବିଜୟରୁ ଆରମ୍ଭ  କରିଛି , ଦ୍ୱିତିୟ ମ୍ୟାଚ୍ ସମୟରେ କମେଣ୍ଟ୍ରି କରୁଥିବା ଭିଭିଏସ୍ ଲକ୍ଷ୍ମଣ ଟି ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ୧୪ ସଦସୀୟ ଟିମ୍ ଇଣ୍ତିଆ ବାଛିଛନ୍ତି ।

ଭିଭିଏସ୍ ଙ୍କ ଏହି ଟିମ୍ ରେ ଟପ୍ ଅର୍ଡରରେ ରୋହିତ୍ ଶର୍ମା, କେଏଲ୍ ରାହୁଲ୍ , ବିରାଟ କୋହଲିଙ୍କୁ ସାମିଲ୍ କରାଯାଇଛି , ଲକ୍ଷ୍ମଣ ନିଜ ଟିମ୍ ରେ ଶିଖର ଧବନଙ୍କୁ ସାମିଲ୍ କରିନାହାନ୍ତି , ବିରାଟଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ତିଆ ଏହି ବିଶ୍ୱକପ୍ ଟି ଟ୍ୱେଣ୍ଟି ଜିତିବାର ପୁରା ପ୍ରୟାସ କରିବ , ଗତ କିଛି ସମୟରୁ କେଏଲ୍ ରାହୁଲ୍ ଶତକୀୟ ପାରି ଖେଳିକରି ସମସ୍ତଙ୍କୁ ନିଜ ଆଡକୁ ଧ୍ୟାନ କେନ୍ଦ୍ରୀତ କରିଥିଲେ,  ଏହା କହିବା ଭୁଲ୍ ହେବ ନାହିଁ କି ତାଙ୍କର ଏଣ୍ଟ୍ରି, ଶିଖର ଧବନଙ୍କ ପାଇଁ ଖତରାର ଘଣ୍ଟି ହୋଇପାରେ ।

ଭିଭିଏସ୍ ନିଜ ଟିମ୍ ରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ହିସାବରେ ଶ୍ରେୟାସ୍ ଆୟାର୍ , ୱିକେଟ୍ କିପର ଓ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥ, ମନୀଷ ପାଣ୍ତେ, ଓ ଅଲରାଉଣ୍ତର ଓ ବୋଲର୍ ହାର୍ଧିକ ପାଣ୍ତିଆ ଶିବମ୍ ଦୁବେଙ୍କୁ ଟିମ୍ ରେ ସାମିଲ୍ କରାଯାଈଛି , ଅୟରଙ୍କ କଥା କହିଲେ ସେ ଗତ କିଛି ଦିନରୁ ଟିମ୍ କୁ ଅସୁବିଧାର ପରିସ୍ଥିତିରୁ ବାହାର କରି ଭଲ ଖେଳ ପ୍ରଦର୍ଶନ କରିଛନ୍ତି , ଏହା ପାଇଁ ତାଙ୍କ ପାଇଁ ଏହି ଟିଟ୍ୱେଣ୍ଟି ବିଶ୍ୱକପ୍ ରେ ସାମିଲ୍ ହେବା ତୟ ଅଛି , ଶ୍ରୀଲଙ୍କା ବିପକ୍ଷରେ ଦ୍ୱିତୀୟ ଟିଟ୍ୱେଣ୍ଟି ମ୍ୟାଚରେ ବିରାଟ କୋହଲି ଅୟର ନିଜ ଜାଗା ନମ୍ବର ୩ ରେ ବ୍ୟାଟିଙ୍ଗ୍ କରିବାକୁ ପଠାଇଥିଲେ ,

ସେମିତି ୱିକେଟ୍ କିପର ଓ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥ ଙ୍କ କଥା କହିଲେ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ପନ୍ଥ ନିଜ ବ୍ୟାଟ୍ ରୁ ଲମ୍ବା ସମୟ ପରେ ଲମ୍ବା ପାରି ଖେଳ ଦେଖିବାକୁ ମିଳିବ , ଭିଭିଏସ୍ ଟିମ୍ ଧୋନୀଙ୍କ ଅନୁପସ୍ଥିତିରେ ୱିକେଟ୍ କିପର ରିଷଭ ପନ୍ଥଙ୍କୁ ଟିମ୍ ରେ ସାମିଲ୍ କରିଛନ୍ତି । ଭିଭିଏସ୍ ନିଜ ଟିମ୍ ରେ ଜଶପ୍ରିତ ବୁମରାହ  ଭୁବନେଶ୍ୱର କୁମାର, ଦିପକ ଚାହର, ଓ ମହମ୍ମଦ ଶାମୀଙ୍କ ରୁପରେ ତିନୋଟି ବୋଲର୍ ବାଛିଛନ୍ତି , ତେବେ ସେମିତି କୁଲଦିପ ଯାଦବ , ୟଜୁବେନ୍ଦ୍ର ଚେହେଲ୍ ସ୍ପିନର୍ ରୁପରେ ବାଛିଛନ୍ତି , ଭିଭିଏସ୍ ନିଜ ବୋଲର୍ ହିସାବରେ ଅଲରାଉଣ୍ତର ଶିବମ୍ ଦୁବେ ଓ ହାର୍ଦ୍ଧିକ୍ ପାଣ୍ତିଆଙ୍କୁ ବାଛିଛନ୍ତି ,

ଆପଣଙ୍କୁ କହିଦେବୁ କି ଭୁବନେଶ୍ୱର କୁମାର ଏବେ ଆଘାତପ୍ରାପ୍ତ ଯୋଗୁଁ ଟିମ୍ ରେ ବାହାରେ ଅଛନ୍ତି , ଆପଣଙ୍କୁ କହିଦେବୁ କି ହାର୍ଦ୍ଧିକଙ୍କ ଅନୁପସ୍ଥିତିରେ ଶିବମ୍ ଦୁବେ ଟିମ୍ ଇଣ୍ତିଆ ପାଇଁ ଭଲ ପ୍ରଦର୍ଶନ କରି ବିଶ୍ୱକପ୍ ଜିତିବାର ଦାବିଦାରି କରିପାରିବେ , ସେମିତି ସ୍ପିନ୍ ବୋଲିଙ୍ଗ୍ ଅଲରାଉଣ୍ତର୍ ରୁପରେ ଟିମ୍  ରେ ରବିନ୍ଦ୍ର ଜାଡେଜା ଙ୍କୁ ବାଛିଛନ୍ତି , ଟି ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଭିଭିଏସ୍ ଲକ୍ଷ୍ମଣଙ୍କ ଟିମ୍ , ବିରାଟକୋହଲି, ଅଧିନାୟକ) ରୋହିତ୍ ଶର୍ମା, କେଏଲ୍ ରାହୁଲ୍ , ଶ୍ରେୟସ୍ ଆୟର୍ , ରିଷଭ ପନ୍ଥ , ମନୀଷ ପାଣ୍ତେ,  ଜଶପ୍ରିତ ବୁମରାହ୍ , ୟଜୁବେନ୍ଦ୍ର ଚେହେଲ୍ , କୁଲଦିପ ଯାଦବ ,ଶିବମ୍ ଦୁବେ, ରବିନ୍ଦ୍ର ଜାଡେଜା , ମହମ୍ମଦ ଶାମୀ, ଦିପକ୍ ଚାହର୍ , ଭୁବନେଶ୍ୱର କୁମାର ଅଛନ୍ତି ।

Leave a Reply

Your email address will not be published. Required fields are marked *