November 19, 2024

Odia Express

Here, There and Everywhere

ମରିବାର ୫ ଘଣ୍ଟା ପରେ ବଞ୍ଚିଗଲେ ଏହି ବ୍ୟକ୍ତି , କହିଲେ ସ୍ୱର୍ଗର କିଛି ରହସ୍ୟ – ଯାହା ଶୁଣିଲେ ଆପଣ ମଧ୍ୟ ଚମକି ପଡିବେ..

ଏବେ କିଛି ଦିନ ହେବ ସୋସିଆଲ୍ ମିଡିଆରେ ଏକ ଖବର ଭାଇରାଲ୍ ହେବାରେ ଲାଗିଛି , ଯାହାକି ଦାବି ହେଉଛି କି ମୃତ୍ୟୁ ପରେ ମଣିଷ ଜୀବିତ ହୋଇ ପରିବାର ଲୋକଙ୍କ ପାଖକୁ ଫେରିଆସିଲା,  ଏହି ପରି ଘଟଣା ଆପଣ ଫିଲ୍ମରେ ଦେଖିଥିବେ କିନ୍ତୁ ଏହା ଅସଲ ଜୀବନ ସହ ଜଡିତ , ଆଜି ଆମେ ସେହି ଘଟଣା ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ।ଖବର ମୁତାବିକ ଏହି ଘଟଣା ଅଲ୍ଲିଗଢର ଅତରୋଲିରେ ଆସୁଥିବା କିରଥଲ ଗାଁର ବୋଲି କୁହାଯାଉଛି , ଏମିତି କୁହାଯାଉଛି କି ଏହି ଗାଁରେ ରହୁଥିବା ରାମକିଶୋର କେଉଁ ପ୍ରକାରର ଗମ୍ଭୀର ରୋଗରେ ପଡି ମୃତ୍ୟୁ ବରଣ କରିଥିଲେ,  ତାଙ୍କର ନିଧନ ହେବାପରେ ପରିବାର ଲୋକେ ବହୁତ ଭୟଭୀତ ହୋଇଯାଇଥିଲେ,  ତାଙ୍କର୍ ପରିବାର ଲୋକେ ସମସ୍ତେ ଶୋକରେ ବୁଡି ରହିଥିଲେ,  ଚାରିଆଡୁ କାନ୍ଦକଟାର ଆବାଜ୍ ଶୁଭୁଥିଲା

ମୃତ୍ୟୁର ଖବର ମିଳିବାପରେ ତାଙ୍କ ପରିବାର ସଦସ୍ୟ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରିବାକୁ ଲାଗିଲେ,  କିନ୍ତୁ ଶବଯାତ୍ରା ପାଇଁ ପ୍ରସ୍ତୁତି ସରିବାପରେ ସେହି ସମୟରେ ଏମିତି କିଛି ହେଲା ଯିଏ ଦେଖିଲେ ସେ ଆଚମ୍ବିତ ହୋଇଗଲା ।ପରିବାର ଲୋକଙ୍କର୍ କହିବା କଥା କି ତାଙ୍କର ମୃତ୍ୟୁ ହୋଇଯିବାପରେ ତାଙ୍କୁ ସ୍ନାନ କରାଇ ତାଙ୍କୁ ଅର୍ଥୀରେ ରଖାଯାଇଥିଲା , କିନ୍ତୁ ସେହି ସମୟରେ ତାଙ୍କ ଶରୀରରେ ଅଚାନକ ହଲଚଲ ହେବାକୁ ଲାଗିଲା,  ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ,  କାହାକୁ ବି ବୁଝାପଡୁନଥିଲା କି ଏମିତି କଣ ପାଇଁ ହେଉଛି , ଏହା ଦେଖି ସମସ୍ତେ ଭୟଭୀତ ହୋଇଗଲେ , କିନ୍ତୁ କିଛି ସମୟ ପରେ ଅଚାନକ ଅର୍ଥୀରୁ ଉଠିପଡିଲେ , ସେ କହିଲେ କି ମୋତେ ବୋଧେ ଯମଦୁତ ଭୁଲରେ ନେଇଯାଈଥିଲେ,  ଯାହାକି ଆଉ କାହାର ଜୀବନ ନେବାପରିବର୍ତ୍ତେ ମୋର ଜୀବନ ନେଇଯାଈଥିଲେ ,

ମୃତ୍ୟୁର ପରେ ଆଉ ଥରେ ଜୀବିତ ହୋଇ ଫେରିଆସିଥିବା ରାମକିଶୋର ଲୋକଙ୍କୁ କହିଲେ କି ସେ ଗତ ୫ ଘଣ୍ଟାରେ ହୋଇଥିବା ଘଟଣାକୁ କିଛି ମନେ ରଖିନାହାନ୍ତି , କିନ୍ତୁ ମୋତେ ଯେଉଁଠିକୁ ନିଆଯାଈଥିଲା ସେଠାରେ ଏକ ବୈଠକ ବସିଥିଲା,  ସେହି ବୈଠକରେ ମହାତ୍ମା ଥିଲେ,  ସେ ସମସ୍ତଙ୍କ ସହ ଲାଇନ୍ ରେ କଥାବାର୍ତ୍ତା କରୁଥିଲେ । ଯେବେ ରାମକିଶୋରଙ୍କ ଲାଇନ୍ ଆସିଲା ତେବେ ମହାତ୍ମା କହିଲେ କି ଏହି ବ୍ୟକ୍ତିଙ୍କୁ କଣ ପାଇଁ ନେଇ ଆସିଛ , ଏବେ ଏହି ବ୍ୟକ୍ତି ଆହୁରି ବଞ୍ଚିବ , ଏହା ସହ ସେ ମହାତ୍ମା ମୋତେ ବହୁତ ପ୍ରଶ୍ନ କରିଥିଲେ , ତାପରେ ସେ ଅଚାନକ ମୋତେ ଧକ୍କା ଦେଲେ,  ଓ ତାପରେ ମୋର ଆଖି ଖୋଲିବାପରେ ମୁଁ ମୋର ପରିବାର ସଦସ୍ୟଙ୍କୁ ଆଖପାଖରେ ଦେଖିଲି କି ସେ ତାଙ୍କ ମୃତ୍ୟୁକୁ ନେଇ ଶୋକରେ କାନ୍ଦୁଛନ୍ତି ।

Leave a Reply

Your email address will not be published. Required fields are marked *