November 20, 2024

Odia Express

Here, There and Everywhere

ଏହି ବଡ ଖେଳାଳି କହିଲେ କି ଯଦି ମୁଁ ଚୟନକର୍ତ୍ତା ହୋଇଥାନ୍ତି ତେବେ ଶିଖର ଧବନଙ୍କୁ T20 ବିଶ୍ୱକପ୍ ରେ ଖେଳିବା ପାଇଁ ସୁଯୋଗ ଦିୟନ୍ତି ନାହିଁ କାରଣ..

ଭାରତୀୟ କ୍ରିକେଟ୍ ଟିମ୍ ର ସଲାମୀ ବ୍ୟାଟ୍ସମ୍ୟାନ୍ ଶିଖର ଧବନଙ୍କ ପାଇଁ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ଆଘାତ ଲାଗିବା ଦିନଠାରୁ ଟି ଟ୍ୱେଣ୍ଟି ଓ ୱାନ୍ ଡେ ସିରିଜ୍ ରୁ ଦୁରେଇଦେଲେ , ଶିଖର ଧବନ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ଆଘାତ ଲାଗିବା କାରଣରୁ ବାହାର ହୋଇଥିଲେ,  କିନ୍ତୁ ଆଉଥରେ ଶିଖର ଧବନ ଶ୍ରୀଲଙ୍କାର ଟିଟ୍ୱେଣ୍ଟି ସିରିଜ୍ ରେ ଫେରିଆସିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ତିନୋଟି ମ୍ୟାଚ ପାଇଁ ଶିଖର ଧବନଙ୍କୁ ବଛାଯାଇଛି , କିନ୍ତୁ ଏବେ ଧବନ ଟେଷ୍ଟ କ୍ରିକେଟ୍ ପରେ ଟି ଟ୍ୱେଣ୍ଟି ଫର୍ମାଟ୍ ରେ ସେମିତି ନଜର ଆସିଛନ୍ତି । ଭାରତ ପାଇଁ ତିନୋଟି ଫର୍ମାଟରେ ସ୍ଥାପିତ ହୋଇଥିବା ଶିଖର ଧବନ ପାଇଁ ଗତ ବର୍ଷ ଟେଷ୍ଟ କ୍ରିକେଟ୍ ରେ ଜାଗା ଶେଷ ହୋଇଥିଲା, ଯାହାପରେ ତାଙ୍କର ଟେଷ୍ଟରେ ଫେରିପାରିଲେ ନାହିଁ , ଏହାପରେ ଧବନ ଲଗାତାର ଟି ଟେଣ୍ଟି ଓ ୱାନ୍ ଡେ ଖେଳୁଛନ୍ତି , କିନ୍ତୁ ଅନ୍ୟ ପଟେ ତାଙ୍କ ଉପରେ ଭାରତର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ୍ ପ୍ରେସର୍ ପକାଉଛନ୍ତି ।

ଶ୍ରୀଲଙ୍କା ବିପକ୍ଷର ଟିଟ୍ୱେଣ୍ଟିରେ ଭାରତ ପାଇଁ ସଲାମୀ ବ୍ୟାଟ୍ସମ୍ୟାନ୍ ହିସାବରେ ଶିଖର ଧବନ ଓ କେ ଏଲ୍ ରାହୁଲ୍ ଙ୍କୁ ବଛାଯାଈଛି , କିନ୍ତୁ ଭାରତର ପୂର୍ବ ଦିଗଜ କୃଷ୍ଣମାଚାରୀ ଶ୍ରୀକାନ୍ତ ମାନିଲେ କି ଶ୍ରୀଲଙ୍କା ବିପକ୍ଷରେ ଯେତେ ବି ଧବନ ରନ୍ କରିନିଅନ୍ତୁ କିନ୍ତୁ କେଏଲ୍ ରାହୁଲ୍ ପରି ହୋଇପାରିବେ ନାହିଁ । କେ ଶ୍ରୀକାନ୍ତ ଏହା ବି କହିଦେଲେ କି ରାହୁଲ୍ ଧବନଙ୍କ ଠାରୁ ଭଲ ଖେଳ ପ୍ରଦର୍ଶନ କରନ୍ତି , ଷ୍ଟାର୍ ସ୍ପୋର୍ଟ୍ସ ତାମିଲ୍ ସହ କଥାବାର୍ତ୍ତା କରୁଥିବା ବେଳେ ସେ କହିଲେ କି ଶ୍ରୀଲଙ୍କା ବିପକ୍ଷରେ ରନର କିଛି ମହତ୍ତ୍ୱ ନାହିଁ,  ଯଦି ମୁଁ ଚୟନ ସମିତି ରେ ଚେୟାରମ୍ୟାନ୍ ହୋଇଥାନ୍ତି ତେବେ ଟିଟ୍ୱେଣ୍ଟି ବିଶେଷ ରୁପରେ ଧବନଙ୍କୁ ବାଛି ନଥାନ୍ତି , ତାଙ୍କ ଜାଗାରେ କେ ଏଲ୍ ରାହୁଲ୍ ଙ୍କୁ ବାଛିଥାନ୍ତି ।

ଗତ କିଛି ସମୟରୁ କେଏଲ୍ ରାହୁଲ୍ ପ୍ରଦର୍ଶନ ଭଲ ରଖୁଛନ୍ତି , ଭାରତ ପାଇଁ ଟେଷ୍ଟରେ ଜାଗା କରିବା ପରେ ରାହୁଲ୍ ସିମିତ ଓଭର୍ କ୍ରିକେଟ୍ ରେ ବି ନିଜର ପ୍ରେସର ପକାଇ ରଖିଛନ୍ତି , ତାଙ୍କର ୱାନ୍ ଡେ ଓ ଟିଟ୍ୱେଣ୍ଟି ଦୁହେଁରେ ଭଲ ପ୍ରଦର୍ଶନ ରହିଛି , ଟି ଟ୍ୱେଣ୍ଟିରେ ରାହୁଲ୍ ଙ୍କ ବ୍ୟାଟ୍ ରୁ ୯ ଟୀ ପାରିରୁ ୪ ଟି ଅର୍ଦ୍ଧଶତକ ହୋଇଛି ।

ସେମିତି ଅନ୍ୟ ପଟେ ଶିଖର ଧବନଙ୍କ କଥା କହିଲେ ସେ ଲଗାତାର ପ୍ଲପ୍ ହେଉଛନ୍ତି , ଟି ଟ୍ୱେଣ୍ଟି ଫର୍ମାଟ ତ ଧବନଙ୍କ ଟାର୍ଗେଟ୍ ସେଟ୍ ହୋଇନାହିଁ , ପ୍ରଥମତଃ ଦ୍ରୁତ୍ ରନ୍ ସଂଗ୍ରହ କରିନାହାନ୍ତି ଓ ଗତ ୧୩ ଟି ଟିଟ୍ୱେଣ୍ଟିରୁ ସେ ଗୋଟେ ବି ଅର୍ଦ୍ଧଶତକ ବି କରିପାରିନାହାନ୍ତି ।

 

 

Leave a Reply

Your email address will not be published. Required fields are marked *