November 22, 2024

Odia Express

Here, There and Everywhere

ବିରାଟ କୋହଲି ଓ ରୋହିତ୍ ଶର୍ମାଙ୍କ ପରି ଆଗାମୀ ୧୦ ବର୍ଷ ନିଜ ନାମରେ କରିପାରନ୍ତି ଏହି ପାଞ୍ଚଜଣ ଭାରତୀୟ ଯୁବା କ୍ରିକେଟିୟର୍ – ଦେଖନ୍ତୁ କିଏ ଭାରତୀୟ ଦଳର ଭବିଷ୍ୟତ..

କ୍ରିକେଟ୍ କ୍ୟାଲେଣ୍ତରର୍ସରେ ୨୦୧୦ ରୁ ୨୦୧୯ ଦଶକ ବହୁତ ଖାସ୍ ରହିଛି , ଏହି ପୁରା ଦଶକରେ ବିଶ୍ୱ କ୍ରିକେଟ୍ ରେ ଜବରଦସ୍ତ ଧୁମ୍ ଦେଖିବାକୁ ମିଳିଛି , କିନ୍ତୁ ଏଥିରେ ଖାସ୍ କରି ଭାରତୀୟ କ୍ରିକେଟ୍ ରେ ପୁରା ନିଶା ଦେଖିବାକୁ ମିଳିଛି , ଏକ ଚ୍ୟାମ୍ପିୟନ୍ ଟିମ୍ ରୁପରେ ଭାରତୀୟ କ୍ରିକେଟ୍ ସାମ୍ନାରେ ଠିଆ ହୋଇଛି , ଭାରତ ପାଇଁ ଗତ ୧୦ ବର୍ଷରେ ଯେଉଁ ପରି ଭାବେ ରହିଛି , ନିଜ ମଧ୍ୟରେ ବହୁତ ଖାସ୍ ଓ ସ୍ମରଣୀୟ ମୁହୁର୍ତ୍ତ କହିପାରିବା । ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ଗତ ଦଶକରୁ ସ୍ମରଣୀୟ ମନାଇବା ପାଇଁ ସବୁଠାରୁ ବଡ ଯୋଗଦାନ ଯେଉଁ ଖେଳାଳୀଙ୍କର ରହିଛି ସେଥିରେ ବିରାଟ କୋହଲି ଓ ରୋହିତ୍ ଶର୍ମାଙ୍କ ନାଁ ଆଗରେ ଅଛି , ବିରାଟ କୋହଲି ଓ ରୋହିତ୍ ଶର୍ମା ନିଜର ଯୁଗଲବନ୍ଦୀ ଦ୍ୱାରା ଭାରତୀୟ କ୍ରିକେଟ୍ ଟିମ୍ କୁ ଏକ ଅଲଗା ପରିଚୟ ଦେଇପାରିଛନ୍ତି ,

ନିଜେ ବିରାଟ କୋହଲି ଓ ରୋହିତ୍ ଶର୍ମା ଏହି ଦଶ ବର୍ଷରେ ନିଜର ବ୍ୟାଟିଙ୍ଗ୍ ର ନମୁନା ଦେଖାଇ ଆଗକୁ ଯାଇଛନ୍ତି , ତାଙ୍କର ଗଣନା ବିଶ୍ୱ କ୍ରିକେଟ୍ ରେ ମହାନ୍ ବ୍ୟାଟିଙ୍ଗ୍ ପାଇଁ ଜଣାଯାଏ , ବିରାଟ ଓ ରୋହିତ୍ ଙ୍କ ପାଇଁ ଯେଉଁ ପରି ଗତ ଦଶକ ଚାଲିଛି , ଏବେ ଆସୁଥିବା ଦଶକରେ କିଛି ଖେଳାଳୀ ସେମିତି ନାଁ କମାଇପାରିବେ , ତେବେ ଆସନ୍ତୁ କହିବୁ ଭାରତୀୟ କ୍ରିକେଟ୍ ଟିମ୍ ପାଞ୍ଚ ଜଣ ଯୁବା କ୍ରିକେଟିୟରଙ୍କ ବିଷୟରେ , ଯିଏକି କୋହଲି ଓ ରୋହିତଙ୍କ ପରି ସଫଳତା ହାସିଲ୍ କରିପାରନ୍ତି

ରିଷଭ ପନ୍ଥ : ଭାରତୀୟ କ୍ରିକେଟ୍ ରେ ପ୍ରତିଭାବାନ ଖେଳାଳୀ ଓ ୱିକେଟ୍ କିପର୍ ଓ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥଙ୍କୁ ଭାରତିୟ କ୍ରିକେଟ୍ ଟିମ୍ ର ଭବିଷ୍ୟରେ ବହୁତ ବଡ ଖେଳାଳୀ ଭାବେ ଦେଖିବାକୁ ମିଳୁଛି , ଗତ କିଚି ବର୍ଷରେ ରିଷଭ ପନ୍ଥ ଭାରତୀୟ ଟୀମ୍ ରେ ଖେଳିବାକୁ ମଉକା ପାଇଥିଲେ, ଓ ଯେଉଁ ପ୍ରତିଭା ସେ ଦେଖାଇଲେ ତାଙ୍କର ଖାସ୍ କୌଶଳ ଖେଳରେ ଦେଖିବାକୁ ମିଳୁଛି ।

ପୃଥବୀ ଶୋ : ମୁମ୍ବାଇ କ୍ରିକେଟ୍ ରେ ଏବେ ପର୍ଯ୍ୟନ୍ତ ବହୁତ କ୍ରିକେଟିୟର ଦେଇଛନ୍ତି , ସେଥିରୁ ଜଣେ ଗତ ବର୍ଷ ମୁମ୍ବାଈର ଯୁବା ସଲାମୀ ବ୍ୟାଟ୍ସମ୍ୟାନ୍ ଥିଲେ ପୃଥିବୀ ଶୋ , ଭାରତୀୟ କ୍ରିକେଟ୍ ଦୁନିଆଁରେ ପ୍ରବେଶ କଲେ , ପୃଥିବୀ ଶୋ ଏବେ ପର୍ଯ୍ୟନ୍ତ ଭାରତ ପାଇଁଂ କେବଳ ଦୁଇଟି ଟେଷ୍ଟ ଖେଳିଛନ୍ତି , ସେ ଏହି ସମୟରେ ନିଜ ପ୍ରତିଭା ଖାସ୍ କରିଛନ୍ତି । ସେ ଘରୋଇ କ୍ରିକେଟ୍ ରେ ଭାରତ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି , ଯେଉଁପରି ୨୦ ବର୍ଷୀୟ ଯୁବା ବ୍ୟାଟ୍ସମ୍ୟାନ୍ ନିଜ ବ୍ୟାଟିଙ୍ଗ୍ ଶୈଳୀରେ ସମସ୍ତଙ୍କ ଉପରେ ପ୍ରଭାବ ପକାଇଛି , ସେ ଭବିଷ୍ୟତରେ ଜଣେ ଉତ୍କୁଷ୍ଟ ବ୍ୟାଟ୍ସମ୍ୟାନ୍ ହେବାର ଆଶା ଅଛି  ।

ଶୁଭମନ୍ ଗିଲ୍ : ଭାରତୀୟ ଅଣ୍ତର୍ ୧୯ କ୍ରିକେଟ୍ ଟିମ୍ ପାଇଁ ୨୦୧୮ ରେ ସମ୍ମାନ ପାଇଥିବା ବହୁତ ବଡ ଭୁମିକା ଦେଇଥିବା ପଞ୍ଜାବର ଯୁବା ଖେଳାଳୀ ଶୁଭମନ ଗିଲ୍ ଗଜବର ପ୍ରତିଭା ଦେଖାଇଥିଲେ,  ଶୁଭମନ ଗିଲ୍ ତାଙ୍କର ବ୍ୟାଟିଙ୍ଗ୍ ପାଇଁ ଗତ ବର୍ଷ ଭାରତୀୟ କ୍ରିକେଟ୍ ଟିମ୍ ରେ ଡେବ୍ୟୁ କରିଥିଲେ , କିନ୍ତୁ ସେ ଜଲଦି ବାହାରି ଆସିଲେ,  କିନ୍ତୁ ଯେଉଁ ଭଳି ପ୍ରତିଭା ସେ ଦେଖାଇଛନ୍ତି , ତାହା କହିବା ସମ୍ଭବ ନୁହେଁ , ଘରୋଇ କ୍ରିକେଟ୍ ଆଇପିଏଲ୍ ରେ ସେ କମାଲ୍ କରିଛନ୍ତି , ଓ ଆଗକୁ ଜଣେ ଉଜ୍ଜଳନୀୟ ଖେଳାଳୀ ହୋଇପାରିବେ ।

ଶ୍ରେୟସ୍ ଆୟର୍ : ଭାରତୀୟ କ୍ରିକେଟ୍ ଟିମ୍ ଗତ କିଛି ବରାଅରୁ ଲଗାତାର ୱାନ୍ ଡେ କ୍ରିକେଟ୍ ରେ ଏକ କିମ୍ବା ଚାର୍ ସ୍ଥାନରେ ସ୍ଥାପିତ ବ୍ୟାଟ୍ସମ୍ୟାନ୍ ଖୋଜୁଥିଲେ,  ଏହିପରି କେହି ବାହାରିନଥିଲେ ତେବେ ଶ୍ରେୟସ୍ ଆୟର୍ ଟିମ୍ ରେ ନିରନ୍ତରତ ସହ ମଉକା ଦିଆଗଲା , ଏବେ ସେ ନମ୍ବର ୪ ରେ ରହି ବ୍ୟାଟିଙ୍ଗ୍ ଭାର ସମ୍ଭାଳିଛନ୍ତି । ଶ୍ରେୟର୍ସ୍ କିଛି ମାସରେ ଆଉଥରେ ଭାରତୀୟ ଟିମ୍ ରେ ଫେରିଆସିଛନ୍ତି , ଲଗାତାର ଭଲ ପ୍ରଦର୍ଶନ କରୁଛନ୍ତି , ଓ ନିଜ ପ୍ରତିଭାକୁ ଦେଖିଲେ ସେ ଆଗାମୀ କିଛି ବର୍ଷରେ ଜଣେ ଉଦିୟମାନ ଖେଳାଳୀ ହୋଇପାରିବେ ।

ଜଶପ୍ରିତ୍ ବୁମରାହ୍ : ଭାରତୀୟ କ୍ରିକେଟ୍ ରେ ଦ୍ରୁତ୍ ବୋଲର୍ ଜଶପ୍ରୀତ୍ ବୁମରାହ୍ କେଉଁ ପରିଚୟର ଆବଶ୍ୟକତା ପଡିବ ନାହିଁ , ଜଶପ୍ରିତ୍ ବୁମରାହ ନିଜର ଅନୋଖା ବୋଲିଙ୍ଗ୍ ଶୈଳୀ ଦେଖାଈ ସମସ୍ତଙ୍କୁ ବିମୋହିତ୍ କରିଛନ୍ତି , ବୁମରାହ୍ ଏବେ ଭାରତୀୟ କ୍ରିକେଟ୍ ରେ ନୁହେଁ ବରଂ ବିଶ୍ୱ କ୍ରିକେଟ୍ ରେ ସବୁ ଠାରୁ ସଫଳ ଖେଳାଳୀ ଭାବେ ଜଣାଯାଉଛନ୍ତି , ଯେଉଁ ପରି ସେ ଭାରତ ପାଇଁ ତିନୋଟି ଫର୍ମାଟରେ ଆଗକୁ ବଢିଛନ୍ତି , ଓ ୱିକେଟ୍ ବାହାର କରିବାର କୌଶଲ ଦେଖାଇଛନ୍ତି , ତାଙ୍କୁ କୁହାଯାଇପାରିବ କି ଆଗାମୀ ଦଶକରେ ସେ ଜଣେ ଖାସ୍ ଖେଳାଳୀ ହୋଇପାରିବେ ।

Leave a Reply

Your email address will not be published. Required fields are marked *