November 16, 2024

Odia Express

Here, There and Everywhere

ବିବାହ ସରିବାପରେ କନ୍ୟା ବାହାର କରିଦେଲା ବିବାହ ବସ୍ତ୍ର , କାରଣ ଜାଣିଲେ ଆପଣ ମଧ୍ୟ କହିବେ- ‘ଠିକ କରିଛି’..

1 min read

ଚଳିତ ସମୟରେ ଯେଉଁଠାରେ ଦେଖିବ ବିବାହ ଋତୁ ଚାଲୁଅଛି । ଏମିତିରେ ଏହି ନିକଟରେ ବିବାହ ସହ ଜଡିତ ଅନେକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ଖବର ଶୁଣିବାକୁ ମିଳୁଛି । ଏବେ ନିକଟରେ ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଗୋଟିଏ ବିବାହିତ ଯୋଡି ବିବାହ ଦିନ ମଣ୍ଡପରେ ରକ୍ତଦନ କରିଥିଲେ । ଅନ୍ୟ ଏକ ଘଟଣାରେ ଗୋଟିଏ ଝିଅ ବରଯାତ୍ରୀଙ୍କୁ ଏଥିପାଇଁ ଫେରେଇ ଦେଲା କାରଣ ସେଦିନ ସେ ବରଙ୍କୁ ଗୁଟଖା ଖାଉଥିବାର ଦେଖିନେଇ ଥିଲେ । ଏହି ଶୃଙ୍ଖଳରେ ଏବେ ମଧ୍ୟପ୍ରଦେଶ ର ରାୟସେନ ରୁ ବିବାହ ସହ ଜଡିତ ଏକ ରୋଚକ ଖବର ଆସିଛି ।

ଏଠାରେ ଶୁକ୍ରବାର ଦିନ ସଂପୂର୍ଣ୍ଣ ନୀତିନିୟମ ସହ ବରକନ୍ୟାଙ୍କର ବିବାହ ସମ୍ପର୍ଣ୍ଣ ହୋଇଥିଲା । ଦୁହିଁଙ୍କ ପରିବାର ଖୁସି ଦେଖାଯାଉଥିଲେ । ଏହାପରେ ଶନିବାର ସକାଳେ କନ୍ୟା ବିବାହ ବସ୍ତ୍ର ପିନ୍ଧି ବିଦାୟୀ ହେବାର ଥିଲା। କିନ୍ତୁ ବିଦାୟୀ ସମୟରେ ଘରେ କନ୍ୟା ନୁହେଁ ତାବଦଳରେ କନ୍ୟାର ବିବାହ ବସ୍ତ୍ର ପଡିଥିଲା । ଆସନ୍ତୁ ବିସ୍ତାର ପୂର୍ବକ ଜାଣିବା ଘଟଣାଟିକୁ ।

ଏହି କାରଣରୁ କନ୍ୟା ଖୋଲିଦେଲା ବିବାହ ବସ୍ତ୍ର

ପ୍ରକୃତରେ ରାୟସେନ ର ୱାର୍ଡ ନ-୧ ର ନରପୁରାରେ ରହୁଥିବା କନ୍ୟା ସୀମା ଶାକ୍ୟାଙ୍କ ବିବାହ ଶୁକ୍ରବାର ରାତିରେ ରାୟସେନ ଠାରୁ ୨୦କି.ମି. ଦୂର ରତନପୁର ନିବାସୀ ଶିବପ୍ରସାଦଙ୍କ ସହ ହୋଇଥିଲା । ବିବାହ ପରେ , ଆସନ୍ତା ଦିନ ସକାଳ ସମୟରେ କନ୍ୟାର ପରୀକ୍ଷା ଥିଲା, ଯାହାକୁ ଦେବାର ଇଚ୍ଛା କନ୍ୟା ନିଜର ସ୍ଵାମୀଙ୍କ ସମ୍ମୁଖରେ ଜାହିର କଲେ। କନ୍ୟାଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ସ୍ଵାମୀ ନିଜର ଘରଲୋକଙ୍କୁ ରାଜି କରେଇଲେ ଓ ବରଯାତ୍ରୀଙ୍କୁ କିଛି ଘଣ୍ଟା ପ୍ରତୀକ୍ଷା କରିବାକୁ କହି କନ୍ୟାଙ୍କୁ ପରୀକ୍ଷା ଦେବାକୁ ନେଇଗଲେ ।

କନ୍ୟା ସୀମା ବୌଦ୍ଧ୍ର ବିଶ୍ୱବିଦ୍ୟାଳୟରେ ଏମଏ ଯୋଗ ପଢୁଥିଲେ। ସୀମା ନିଜର ପାଠ କୁ ନେଇ ବହୁତ ଗମ୍ଭୀର ଅଟନ୍ତି ଓ ନିଜର ଯୋଗ ପରୀକ୍ଷାର ପ୍ରାକ୍ଟିକାଲ ବାତିଲ କରିବାକୁ ଚାହୁଁନଥିଲେ । ଏହି କାରଣରୁ ସେ ବିବାହର କିଛି ଘଣ୍ଟା ପରେ ନିଜର ବିବାହ ବସ୍ତ୍ର ଖୋଲିଦେଲେ ଓ ପରୀକ୍ଷା ଦେବାନିମନ୍ତେ ଚାଲିଗଲେ । ପରେ କିଛି ଘଣ୍ଟା ପରେ ଯେବେ କନ୍ୟା ପରୀକ୍ଷା ଦେଇ ଆସିଲେ ତ ସେ ପୁଣି ନିଜର ବିବାହ ବସ୍ତ୍ର ପିନ୍ଧିଲେ ଓ ତେବେ ଯାଇ ବିଦାୟୀ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଥିଲା ।

ବର ସଂପୂର୍ଣ୍ଣ ସହଯୋଗ କରିଥିଲେ

କନ୍ୟାଙ୍କ ପାଠ ପଢିବାର ଇଚ୍ଛା ଦେଖି ବର ମଧ୍ୟ ଖୋଲା ମନରେ ସମର୍ଥନ କଲେ ଓ ତାଙ୍କୁ ବିଦାୟୀ ପୂର୍ବରୁ ପରୀକ୍ଷା ଦେବାର ଅନୁମତି ପ୍ରଦାନ କରିଥିଲେ । ବର ଙ୍କର ଏହି ନିର୍ଣ୍ଣୟ କୁ ସେଠାରେ ଉପସ୍ଥିତ ଲୋକେ ପ୍ରଶଂସା କରିଥିଲେ । କନ୍ୟାଙ୍କ ପରୀକ୍ଷା କାରଣରୁ ବରଯାତ୍ରୀଙ୍କ ବିଦାୟୀ ବିଳମ୍ବ ନିଶ୍ଚିତ ହେଲା, କିନ୍ତୁ କନ୍ୟାଙ୍କ ବୁଝେଇବା ପରେ ସମସ୍ତେ ରାଜି ହୋଇଗଲେ । ଏହି ପ୍ରକାରରେ ସକାଳେ ୬ଟା ସମୟ ବଦଳରେ ଦିନ ୧୧ଟା ସମୟରେ ବିଦାୟୀ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଥିଲା ।

Leave a Reply

Your email address will not be published. Required fields are marked *