ଶ୍ରୀଲଙ୍କା ଟି ଟ୍ୱେଣ୍ଟି ସିରିଜ ରେ ଏହି ୫ ଜଣ ଭାରତୀୟ ଖେଳାଳୀଙ୍କର ପାଖରେ ନିଜକୁ ପ୍ରମାଣିତ କରିବାର ଶେଷ ମଉକା ଅଛି ନଚେତ ଦଳରୁ ବିଦା ହେବେ – ଦେଖନ୍ତୁ କେଉଁ ୫ଜଣ ସାମିଲ ଅଛନ୍ତି…
ୱେଷ୍ଟଇଣ୍ତିଜ୍ ବିପକ୍ଷରେ ସିରିଜ୍ ଶେଷ ହେବାପରେ ଭାରତୀୟ ଟୀମ୍ କୁ ଶ୍ରୀଲଙ୍କା ବିପକ୍ଷରେ ଟି ଟ୍ୱେଣ୍ଟି ସିରିଜ୍ ଖେଳୀବାର ଅଛି ଯେଉଁଠି ସେ ତାଙ୍କର ପ୍ରଥମ ମ୍ୟାଚ୍ ୫ ଜାନୁୟାରୀକୁ ଖେଳିବେ , ଭାରତୀୟ ଟିମ୍ ଏହି ସିରିଜ୍ ଜିତିକରି ଘରୋଇ ମଇଦାନରେ ନିଜର ଫର୍ମକୁ ରଖିବାକୁ ପ୍ରୟାସ କରିବ ।ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ସିରିଜ୍ ରେ ଭାରତୀୟ ଟିମ୍ ର କିଛି ଖେଳାଳୀ ଭଲ ପ୍ରଦର୍ଶନ କରି ଟିମ୍ ରେ ଜାଗା ରଖିପାରିବେ , ନ୍ୟୁଜିଲାଣ୍ତ ଗ୍ରସ୍ତରେ ହେବାକୁ ଥିବା ୫ ଟି ମ୍ୟାଚର୍ ଟିଟ୍ୱେଣ୍ଟି ସିରିଜ୍ ରେ ନିଜ ଜାଗା ରଖିବାକୁ ପୁରା ପ୍ରୟାସ କରିବେ । ଆଜି ଆମେ ଆପଣଙ୍କୁ ସେହି ୫ ଜଣ ଖେଳାଳୀଙ୍କର ବିଷୟରେ କହିବାକୁ ଯାଉଛୁ , ଯାହାଙ୍କ ପାଖରେ ସିରିଜ୍ ର ଏକ ଶେଷ ମଉକା ଅଛି । ଏଥିପାଇଁ ଏହି ସିରିଜ୍ ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ ।
ଆଜି ଆମେ ଆପଣଙ୍କୁ ସେହି ୫ ଜଣ ଖେଳାଳୀଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କ ପାଖରେ ସିରିଜ୍ ର ଶେଷ ମଉକା ଅଛି , ଏହି ସିରିଜ୍ ରେ ନିଜର ପ୍ରଦର୍ଶନ ଦେଖାଇ ସେମାନେ ନିଜ ଜାଗା ଅକ୍ତିଆର କରିପାରିବେ ।
୧) ଶିଖର ଧବନ : ଶିଖର ଧବନ ଆଘାତ ପାଇବାପରେ ଟିମ୍ କୁ ଫେରୁଛନ୍ତି , ଯାହାର କାରଣରୁ ତାଙ୍କୁ ଆଉଥରେ ପ୍ରମାଣିତ କରିବାକୁ ହେବ , ଗତ କିଛି ସିଜିନ୍ ରେ ସିଖର ଧବନଙ୍କ ଷ୍ଟ୍ରାଇକ୍ ରେଟ୍ ଭଲ ହୋଇନଥିଲା, ଯାହାର କାରଣରୁ ତାଙ୍କୁ ପାୱାର୍ ପ୍ଲେ ରେ ତାଙ୍କୁ ଆକ୍ରାମକ ବ୍ୟାଟିଙ୍ଗ୍ କରି ନିଜକୁ ଏକ ଦକ୍ଷ ପ୍ଲେୟାର୍ ହିସାବରେ ଜଣାଇବାକୁ ହେବ । ଯେଉଁଥିରେ ଟୀ ଟ୍ୱେଣ୍ଟି ବିଶ୍ୱକପ୍ ନିଜ ଜାଗା ପକ୍କା କରିପାରିବେ ।
୨) ରିଷଭ ପନ୍ଥ : ୱିକେଟ୍ କିପର ଓ ବ୍ୟାଟ୍ସମ୍ୟନ୍ ରିଷଭ ପନ୍ଥ ଟୀମ୍ ପାଇଁ ଗତ ୬ ମାସରୁ ଖେଳୁଛନ୍ତି , କିନ୍ତୁ ପରେ ଏବେ ଟିମ୍ ରେ ଜାଗା ବନାଇପାରିନାହାନ୍ତି , ଏଥିପାଇଁ ଚୟନ କମିଟିକୁ ସମସ୍ତେ ଆବାଜ୍ ଉଠାଉଛନ୍ତି , ପନ୍ଥଙ୍କୁ ଧୋନୀଙ୍କ ବିକଳ୍ପ କୁହାଯାଉଛି , ରିଷଭ ପନ୍ଥ ବ୍ୟାଟିଙ୍ଗ୍ ରେ ଛୋଟ ପାରି ଖେଳିଛନ୍ତି , ପନ୍ଥ ଶ୍ରୀଲଙ୍କା ବିପକ୍ଷରେ ମିଳିଥିବା ଏହି ସିରିଜ୍ ରେ ଭଲ ପ୍ରଦର୍ଶନ୍ କରିବାକୁ ହେବ , ଯେଉଁଥିରେ ସେ ଟି ଟ୍ୱେଣ୍ଟି ବିଶ୍ୱକପ୍ ରେ ଟିମ୍ ର୍ ପ୍ରଥମ ପସନ୍ଦ ହୋଇପାରନ୍ତୁ , ପନ୍ଥଙ୍କ ଛଡା ନିଜ ୱିକେଟ୍ କିପିଙ୍ଗ୍ ରେ ସୁଧାର ଆଣିପାରିବେ ।
୩) ରବିନ୍ଦ୍ର ଜାଡେଜା : ଦିନିକିଆ ସିରିଜ୍ ଓ ଟେଷ୍ଟ କ୍ରିକେଟ୍ ସିରିଜ୍ ରେ ସେ ତାଙ୍କ ଜାଗା ପକ୍କା କରିସାରିଲେଣି , କିନ୍ତୁ ଟି ଟ୍ୱେଣ୍ଟି ଫର୍ମାଟରେ ଏବେ ନିଜକୁ ପ୍ରମାଣିତ କରିବାକୁ ଅଛି, ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ସିରିଜ୍ ପଇଁ ଶେଷ ମଉକା ଅଛି , ବୋଲର୍ ରୁପରେ ସେମିତି ଜାଡେଜା ଟୀମ୍ ର ଗୁରୁତ୍ୱପୁର୍ଣ୍ଣ ସଦସ୍ୟ ହୋଇଛନ୍ତି , କିନ୍ତୁ ବ୍ୟାଟିଙ୍ଗ୍ ସହ ତାଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ । ସେ ଟିଟ୍ୱେଣ୍ଟି ବିଶ୍ୱକପ୍ ଓ ନ୍ୟୁଜିଲାଣ୍ତ ବିପକ୍ଷରେ ହେବାକୁ ଥିବା ସିରିଜ୍ ପାଇଁ ଟୀମ୍ ର ଏକ ଗୁରୁତ୍ୱପୁର୍ଣ୍ଣ ଭାଗ ହେବେ ।
୪) ୱାଶିଙ୍ଗଟନ୍ ସୁନ୍ଦର : ସ୍ପିନ୍ ଅଲରାଉଣ୍ତର ରୁପରେ ଟିମ୍ ରେ ଜାଗା ବନେଇବାପାଇଂ ସେ ଚାହିଁବେ କି ଟିମ୍ ରେ ନିଜ ଜାଗା ଅକ୍ତିଆର କରିବାପାଇଁ , ରନ୍ ରୋକିବା ରେ ସଫଳ ହୋଇଥିବା ସୁନ୍ଦର ଏବେ ଭାରତୀୟ ଟିମ୍ ପାଇଁ ୱିକେଟ୍ ବାହାର କରିବାକୁ ହେବ , ସେ ପ୍ରଥମେ ନିଜକୁ ଅଲରାଉଣ୍ତରପ୍ରମାଣିତ୍ କରିବାକୁ ହେବ। ଯାହା ପରେ ସେ ଟିମ୍ ରେ ଜାଗା ପକ୍କା କରିପାରିବେ , ଗତ ସିଜିନ୍ ରେ ସେ କିଛି କ୍ୟାଚ୍ ଛାଡିଥିଲେ, ଏହା ଛଡା ଶ୍ରୀଲଙ୍କା ବିପକ୍ଷରେ ବୋଲିଙ୍ଗ୍ ରେ ସେ ଭଲ ହେବା ସହ ବ୍ୟାଟିଙ୍ଗ୍ ରେ ଭଲ ପ୍ରଦର୍ଶନ କରିବାକୁ ହେବ । ଯାହାପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ ।
୫) ଶାର୍ଦ୍ଧୁଲ୍ ଠାକୁର୍ : ବହୁତ ସମୟ ପରେ ଶାର୍ଧୁଲ୍ ଟି ଟ୍ୱେଣ୍ଟି ଫର୍ମାଟରେ ଖେଳିବାକୁ ମଉକା ମିଳିଛି , ଯାହାର କାରଣରୁ ସେ ପ୍ରୟାସ କରୁଥିବାର ନଜର ଆସିବେ , ୱେଷ୍ଟଇଣ୍ତିଜ୍ ବିପକ୍ଷରେ ସେ ଶେଷ ମୁକାବଲାରେ ବ୍ୟାଟିଙ୍ଗ୍ ଭଲ କରିଥିଲେ, ସେ ତଳକ୍ରମର ବ୍ୟାଟିଙ୍ଗ୍ କରିପାରିବେ , ଏହା ଛଡା ଶ୍ରୀଲଙ୍କା ବିପକ୍ଷରେ ଜଣେ ଭଲ ବୋଲର୍ ଟିମ୍ ର ଆରମ୍ଭ ଓଭରରେ ୱିକେଟ୍ ନେବାକୁ ଚାହିଁବ , ଏହା ସହ ଡେଥ୍ ଓଭରରେ ବି ରନ୍ ଅଟକାଇ ୱିକେଟ୍ ନେବାକୁ ଚାହିଁବେ , ଯେଉଁଥିରେ ସେ ନ୍ୟୁଜିଲାଣ୍ତ ବିପକ୍ଷରେ ଆଗାମୀ ସିରିଜ୍ ବି ଏହି ଫର୍ମାଟରେ ନିଜ ଜାଗା ବନାଇପାରିବେ । ଠାକୁରଙ୍କୁ ମଉକା ମିଳିବାପରେ ତଳ କ୍ରମରେ ରନ୍ ବନାଇବାକୁ ପ୍ରୟାସ କରିବେ , ଘରୋଇ ଫର୍ମାଟରେ ସେ ଭଲ ପ୍ରଦର୍ଶନ କରିଆସୁଛନ୍ତି , ଯାହାକୁ ଶ୍ରୀଲଙ୍କା ବିପକ୍ଷରେ ଜାରି ରଖିବାକୁ ହେବ ।