ପାଦରେ ପାଦ ମିଳେଇ ସାଥିଙ୍କ ସହ ଜୀବନସାରା ରୁହନ୍ତି ଏହି ୪ରାଶିର ଝିଅମାନେ, ପ୍ରମାଣିତ ହୁଅନ୍ତି ଶ୍ରେଷ୍ଠ ଜୀବନସାଥୀ – ଦେଖନ୍ତୁ କେଉଁ ରାଶି ସାମିଲ ଅଛନ୍ତି ଏଟଂଜିରେ…

ଆଜିର ସମୟରେ ସବୁ ଝିଅଙ୍କ ମନରେ ଗୋଟିଏ ସ୍ଵପ୍ନ ଥାଏ ଯେ ତାଙ୍କୁ ଯେଉଁ ଜୀବନସାଥୀ ମିଳାନ୍ତୁ ସେ ସବୁ ପ୍ରକାର କାମରେ ସଠିକ ହୋଇଥିବେ କିନ୍ତୁ ଅନେକଥର ଏପରି ହୋଇନଥାଏ । ଏହାହିଁ କାରଣ ଯେ ଆଜିକାଲି ବିବାହରେ ପୁଅଝିଅ ଡେଟ କରିବା ପୂର୍ବରୁ ପ୍ରଥମେ ତାଙ୍କୁ ଭଲ ଭାବରେ ଜାଣିବାକୁ ଓ ବୁଝିବାକୁ ଚାହାନ୍ତି । ଏକଥା ମଧ୍ୟ ସତ ଯେ ଆଜିର ସମୟରେ ଥରକରେ କାହାକୁ ଚିହ୍ନିବା ଏତେ ସହଜ ନୁହେଁ । ଏଥିପାଇଁ ଆମେ ଅଜେୟ ଆପଣଙ୍କୁ ଏପରି ରାଶି ବିଷୟରେ ଜଣେଇବାକୁ ଯାଉଛୁ ଯାହା ଏକ ଶ୍ରେଷ୍ଠ ଜୀବନସାଥୀ/ଶ୍ରେଷ୍ଠ ସାଥି/ଶ୍ରେଷ୍ଠ ପତ୍ନୀ ପ୍ରମାଣିତ ହୋଇଥାନ୍ତି । ଏହି ଝିଅମାନେ ନିଜର ଜୀବନସାଥିଙ୍କ ସହ କାନ୍ଧରେ କାନ୍ଧ ମିଶେଇ ଚାଲନ୍ତି । । ଏତିକି ନୁହେଁ ଏମାନେ ନିଜ ସାଥିଙ୍କର ମଧ୍ୟ ବହୁତ ଧ୍ୟାନ ରଖନ୍ତି । ଆସନ୍ତୁ ଜାଣିବା ସେହି 4ରାଶିର ଝିଅମାନଙ୍କ ବିଷୟରେ ଯେଉଁମାନେ ହୋଇଥାନ୍ତି ଶ୍ରେଷ୍ଠ ଜୀବନସଙ୍ଗିନୀ
ମେଷ ରାଶି – ଏହି ତାଲିକାରେ ସର୍ବପ୍ରଥମ ନାମ ଆସେ ମେଷ ରାଶିର ଜାତକଙ୍କର ଯେଉଁମାନେ ନିଜର ସାଥିଙ୍କ ସହ ସବୁସମୟରେ ଠିଆ ହୋଇଥାନ୍ତି । ଟାଣୁଆ ବ୍ୟକ୍ତିତ୍ବ ହେବାସହ ଏହି ରାଶିର ଝିଅମାନଙ୍କୁ ଅନେକ ସମୟରେ ପ୍ରକୃତ ପ୍ରେମର ସନ୍ଧାନ ଥାଏ ଓ ଏହାହିଁ କାରଣ ଯେ ଯେଉଁ ପୁଅଙ୍କୁ ଏହି ରାଶିର ଝିଅମାନେ ମିଳନ୍ତି ସେମାନେ ପୂର୍ଣ୍ଣ ମାନପ୍ରାଣ ସହ ତାଙ୍କ ସହ ଜୀବନ ନିର୍ବାହ କରନ୍ତି ।
କନ୍ୟାରାଶି – କନ୍ୟା ରାଶିର ଜାତକ ମାନେ ସ୍ଵଭାବତଃ ବହୁତ ଭାବୁକ ଓ ହୃଦୟ ନିର୍ମଳ ଥାଏ ତାଙ୍କର। ଏହି ରାଶିର ଝିଅମାନେ ରିଲେସନସିପ ମାମଲାରେ ପ୍ରାୟତଃ ସାବଧାନ ରୁହନ୍ତି । ଆପଣଙ୍କୁ ଜଣେଇଦେଉଛୁ ଯେ ଏମାନେ କିଛି ଆଧିପତ୍ୟ ବିସ୍ତାରକାରୀ ହେବାସତ୍ବେ ନିଜର ସାଥିଙ୍କ ସହ ସବୁ ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହନ୍ତି । କିନ୍ତୁ ଏମାନଙ୍କୁ ବେଳେବଳେ ସ୍ମରଣ କରେଇବାକୁ ହୋଇଥାଏ ଯେ ଆପଣ ତାଙ୍କ ନିମନ୍ତେ ଉତ୍ସର୍ଗୀକୃତ ଅଟନ୍ତି ।
ତୁଳା ରାଶି – ତୁଳା ରାଶିର ଝିଅମାନେ ବହୁତ ଉଦାର ସ୍ଵଭାବର ହୋଇଥାନ୍ତି ଓ ଏମାନେ ସକାରାତ୍ମକ ଚିନ୍ତାଧାରା ରଖୁଥିବା ମହିଳା ଅଟନ୍ତି । ଏତିକି ନୁହେଁ ଏମାନେ କୌଣସି କଥାରେ ବହୁତ ଶୀଘ୍ର ଆଘାତ ପାଇଥାନ୍ତି । ଏହି ରାଶିର ଝିଅମାନେ ନିଜର ସାଥିଙ୍କ ସହିତ ସଂପୂର୍ଣ୍ଣ ସଚ୍ଚୋଟ ରୁହନ୍ତି । ଶ୍ରେଷ୍ଠ ନାରୀବନ୍ଧୁ ହେବା ସହ ଏହି ରାଶିର ଝିଅମାନେ ଉତ୍ତମ ଜୀବନସାଥୀ ହୋଇଥାନ୍ତି ।
ମୀନ ରାଶି – ଏହି ତାଲିକାର ସବୁଠାରୁ ଶେଷରେ ମୀନ ରାଶି ଆସୁଛି , ଯିଏ କି ବହୁତ ପ୍ରତିକ୍ରିୟାଶୀଳ ଅଟନ୍ତି ଓ ଏମାନେ ରିଲେସନସିପ ପାଇଁ ସବୁଠାରୁ ବିଶ୍ଵାସଯୋଗ୍ୟ ହୋଇଥାନ୍ତି । ଏମାନେ ଯେକୌଣସି ସମ୍ପର୍କରେ ନିଜର ଶତପ୍ରତିଶତ ଦେଇଥାନ୍ତି ଓ ଏତିକିନୁହେଁ ନିଜର ପାର୍ଟନରଙ୍କୁ ନିଃସ୍ଵାର୍ଥ ଭାବରେ ପ୍ରେମ କରିବା ସହ ଯତ୍ନଶୀଳ ମଧ୍ୟ ହୋଇଥାନ୍ତି । କିନ୍ତୁ ଏମାନେ ନିଜର ପାର୍ଟନରଙ୍କ ଠାରୁ ଦୂରରେ ରହିବାକୁ ଜମା ପସନ୍ଦ କରନ୍ତି ନାହିଁ ।