October 17, 2024

Odia Express

Here, There and Everywhere

ଏଠାରେ ଗୋଟିଏରୁ ଅଧିକ ପତ୍ନୀ ଥିବା ସ୍ଵାମୀଙ୍କୁ ସରକାର ପୁରସ୍କୃତ କରିବେ, ନିୟମ ଓ ସର୍ତ୍ତ ମଧ୍ୟ ଜାଣିନିଅନ୍ତୁ…

1 min read

ବୈବାହିକ ସମ୍ପର୍କ ସମସ୍ତଙ୍କ ନିମନ୍ତେ ସ୍ଵତନ୍ତ୍ର ହୋଇଥାଏ । ଏପରି କୁହାଯାଏ ଯେ ବିବାହ ଜୀବନରେ ଥରେ ହୋଇଥାଏ ଏଥିପାଇଁ ଏହି ନିଷ୍ପତ୍ତି ଭାବିଛିନ୍ତି କରିବା ଉଚିତ । ବିବାହ ପରେ ଆପଣଙ୍କ ପତ୍ନୀ ଆପଣଙ୍କ ଜୀବନସଙ୍ଗିନୀ ହୋଇଥାନ୍ତି । ଏହାଛଡା ଅନ୍ୟ କେଉଁ ମହିଳାଙ୍କ ସହ ଚକ୍କର ଚଳେଇବା ଭୁଲ ହୋଇଥାଏ । କିନ୍ତୁ କଣ ହୋଇଥାଏ ଯେବେ ଆପଣଙ୍କୁ ଏକ ରୁ ଅଧିକ ବିବାହ କରିବା ନିମନ୍ତେ ସ୍ଵାଧୀନତା ମିଳିବ । ଏତିକି ନୁହେଁ ଆପଣଙ୍କୁ ଏହି ଦ୍ଵିତୀୟ ବିବାହ କରିବା ପାଇଁ ନିଜେ ସରକାର ପ୍ରୋତ୍ସାହିତ କରନ୍ତି । ତାପରେ ଆପଣଙ୍କୁ ଏହି ଦ୍ଵିତୀୟ ବିବାହକୁ ଘରେ ରଖିବା ପାଇଁ ପୁରସ୍କାର ମଧ୍ୟ ଦିଆଯିବ । ତାହେଲେ କଣ ଏବେ ଆପଣ ଦ୍ଵିତୀୟ ବିବାହ କରିବାକୁ ପସନ୍ଦ କରିବେ କି ?

ଯାହାକି ଆପଣ ସମସ୍ତେ ଜାଣନ୍ତି ଭାରତ ଓ ଅନ୍ୟ ଅନେକ ଦେଶରେ ଦୁଇ ବିବାହ କରିବା ବେଆଇନ ଅଟେ । ଏଠାରେ ଆପଣ ଦ୍ଵିତୀୟ ବିବାହ ସେତେବେଳେ କରିପାରିବେ ଯେବେ ଆପଣଙ୍କ ପ୍ରଥମ ପତ୍ନୀଙ୍କ ସହ ସମ୍ପର୍କ ଶେଷ ହୋଇଯାଇଥିବ । ଅର୍ଥ ଏହା ଯେ ଆପଣ ପ୍ରଥମ ପତ୍ନୀ ଥାଇ ଦ୍ଵିତୀୟ ପତ୍ନୀ ଘରେ ରଖିପାରିବେ ନାହିଁ । କିନ୍ତୁ UAE(ସଂଯୁକ୍ତ ଆରବ ଏମିରେଟ)ର ଏହି ବିଷୟରେ ଚିନ୍ତାଧାରା କିଛି ଭିନ୍ନ ଅଟେ । ଏହି ଦେଶର ସରକାର ଚାହାନ୍ତି ଯେ ତାଙ୍କ ନାଗରିକ ଏକାଧିକ ପତ୍ନୀ ରଖନ୍ତୁ। ଏତିକି ନୁହେଁ ସେମାନେ ନାଗରିକ ମାନଙ୍କୁ ଏହି କାମ କରିବା ନିମନ୍ତେ ପ୍ରୋତ୍ସାହନ ସ୍ୱରୂପ ପୁରସ୍କାର ମଧ୍ୟ ଦେଉଛନ୍ତି । ଆସନ୍ତୁ ବିସ୍ତାରପୂର୍ବକ ଜାଣିବା ସଂପୂର୍ଣ୍ଣ ଘଟଣା ।

ଏକ ରୁ ଅଧିକ ପତ୍ନୀ ରଖିଲେ ମିଳିବ ଘର ଭତ୍ତା

ପ୍ରକୃତରେ ଇଉଏଇ ସରକାର ନିକଟରେ ଘୋଷଣା କରିଛନ୍ତି ଯେ ତାଙ୍କ ଦେଶର ନାଗରିକ ଯଦି ଏକ ରୁ ଅଧିକ ପତ୍ନୀ ରଖନ୍ତି ତେବେ ତାଙ୍କୁ ଅତିରିକ୍ତ ଘର ଭତ୍ତା ଦିଆଯିବ । ମାନେ ତାଙ୍କୁ ଏକ ରୁ ଅଧିକ ପତ୍ନୀ ରଖିଲେ ପ୍ରତି ପତ୍ନୀ ନିମନ୍ତେ ପୁରସ୍କାର ସ୍ୱରୂପ ଘର ଭତ୍ତା ପ୍ରଦାନ କରାଯିବ ।

ଏହି କାରଣରୁ ଦିଆଯାଉଛି ପୁରସ୍କାର  – ଆପଣ ମାନଙ୍କ ମଧ୍ୟରୁ ଅନେକ ଭାବୁଥିବେ ଯେ ଇଉଏଇ ସରକାର ନିଜ ଦେଶର ନାଗରିକଙ୍କୁ ଏକ ରୁ ଅଧିକ ପତ୍ନୀ ରଖିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି କାହିଁକି । ପ୍ରକୃତରେ UAE ସରକାର ଏହି ନିର୍ଣ୍ଣୟ ଦେଶରେ ଥିବା ଅବିବାହିତ ଝିଅଙ୍କ ବଢୁଥିବା ସଂଖ୍ୟା କୁ ଦେଖି ନେଇଛନ୍ତି । ଏଠାରେ ଏପରି ଅନେକ ଝିଅ ଅଛନ୍ତି ଯେଉଁ ମାନଙ୍କ ବିବାହ ହୋଇପାରୁ ନାହିଁ । ସେମାନଙ୍କୁ ଆବାସ ପ୍ରଦାନ ନିମନ୍ତେ ସରକାର ଙ୍କୁ ପୁରସ୍କାର ଦେଇ ଦ୍ଵିତୀୟ ବିବାହ ପାଇଁ ପ୍ରୋତ୍ସାହିତ କରୁଛନ୍ତି ।

ଏହା ହେଲା ନିୟମ ଓ ସର୍ତ୍ତ

UAE ମିଡିଆ ହାଉସ ଖାଲିଜ ଟାଇମସ ଅନୁଯାୟୀ UAEର ବେସିକ ଷ୍ଟ୍ରକଚର ଡେଭେଲପ ମିନିଷ୍ଟର ଡା. ଅବ୍ଦୁଲ୍ଲା ବେଲହୈଫ ଅଳ ନୁଇମି ଏହି ନୂତନ ଯୋଜନାର ଘୋଷଣା ଫେଡେରାଲ ନାସନାଲ କାଉନସିଲ (ଏଫଏନସି) ରେ କରିଛନ୍ତି । ଏହି ଯୋଜନା ଅନୁଯାୟୀ ଦୁଇଟି ପତ୍ନୀ ରଖିବା ଇଚ୍ଛୁକ ଙ୍କ ପାଇଁ ସେଖ ଯାଏଦ ହାଉସିଂ କାର୍ଯ୍ୟକ୍ରମ ଅନ୍ତର୍ଗତ ଘର ଭତ୍ତା ଦିଆଯିବ । ଏହି ଘର ଭତ୍ତା ଦ୍ଵିତୀୟ ପତ୍ନୀ ନିମନ୍ତେ ଅଲଗା ଭାବରେ ଦିଆଯିବ । ମାନେ ପ୍ରଥମ ପତ୍ନୀ ପାଇଁ ଦିଆଯାଉଥିବା ଭତ୍ତା ଜାରି ରହିବ । ଏହାର ଏକ ସ୍ଵତନ୍ତ୍ର ସର୍ତ୍ତ ଏହା ଯେ ଦ୍ଵିତୀୟ ପତ୍ନୀ ରହିବାର ବ୍ୟବସ୍ଥା ସ୍ବାମୀଙ୍କୁ ଠିକ ସେହିଭଳି କରିବାକୁ ହେବ ଯେପରି ସେ ପ୍ରଥମ ପତ୍ନୀ ନିମନ୍ତେ କରିଛନ୍ତି । ତାସହ ଏହି ଘର ଭତ୍ତା ସେପର୍ଯ୍ୟନ୍ତ ଜାରି ରହିବ ଯେଉଁ ପର୍ଯ୍ୟନ୍ତ ଆପଣ ଦୁଇ ପତ୍ନୀଙ୍କ ସହିତ ବୈବାହିକ ସମ୍ପର୍କ ବନେଇ ରଖିବେ । UAE ସରକାରଙ୍କୁ ଆଶା ଅଛି ଯେ ଏହି ଯୋଜନା ଦ୍ଵାରା ଦେଶରେ ଅବିବାହିତ ମହିଳାଙ୍କ ସଂଖ୍ୟାରେ ହ୍ରାସ ହେବ ।

Leave a Reply

Your email address will not be published. Required fields are marked *