October 17, 2024

Odia Express

Here, There and Everywhere

ଏହି କାହାଣୀ ପଡିବ ପରେ ଆପଣ ମଧ୍ୟ କହିବେ ଭଗବାନ ଏମିତି ସ୍ତ୍ରୀ ସମସ୍ତଙ୍କୁ ଦିଅନ୍ତୁ , ଏହି କାହାଣୀ ଆପଣଙ୍କ ହୃଦୟକୁ ନିଶ୍ଚିତ ଛୁଇଁଯିବ ,ପଢନ୍ତୁ ପୂରା କାହାଣୀ…

ସକାଳର ସମୟ ଥିଲା , ମୁଁ ମୋର ଅଫିସ୍ ପାଇଁ ବିଳମ୍ବ ହେଉଥିଲି , ବହୁତଥର ମୁଁ ଜଲଦି ପ୍ରସ୍ତୁତି କରିନିଏ , କିନ୍ତୁ କାଳି ସଂନ୍ଧ୍ୟାରେ ଅଫିସ୍ ରେ ବହୁତ କାମ ଥିଲା,  ଏଥିପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୁଁ ଉଜାଗର ଥିଲି , ସକାଳୁ ଲେଟ୍ ରେ ଉଠିଲି, ଏଥିପାଇଁ ମୋର ଅଫିସ୍ ଯିବାରେ ଲେଟ୍ ହୋଇଗଲା,  ମୁଁ ବାଥ୍ ରୁମ୍ କୁ ଯିବାବେଳେ ,ମୁଁ ମୋର ସ୍ତ୍ରୀଙ୍କୁ ଆବାଜ୍ ଲଗାଇଲି କି ମୋର କପଡା ପ୍ରସ୍ତୁତ ରଖନ୍ତୁ । ମୁଁ ବାଥରୁମ୍ ରେ ଅଧିକା ସମୟ ଲଗାଇନଥିଲି , ଓ ଜଲଦି ଗାଧୋଇକରି ବାହାରକୁ ଆସିଯାଇଥିଲି,  ମୁଁ ମୋର ବିଛଣାରେ ଦେଖିଲି କି କପଡା ଥିଲା ମୁଁ ରାଗରେ ଆଉଥରେ ମୋର ସ୍ତ୍ରୀ କୁ ଆବାଜ୍ ଲଗାଇଲି,  ବୋଧେ ସେ ରୋଷେଇଘରେ ଥିଲେ , ମୋର ପାଇଁ ଖାଇବା ପ୍ରସ୍ତୁତ କରୁଥିବେ , ଏଥିପାଇଁ ମୋର ଆବାଜ୍ ଶୁଣାଗଲା ନାହିଁ , କିମ୍ବା କୁକୁର୍ ଆବାଜ୍ ରୁ ମୋର ଆବାଜ୍ ଶୁଣାଯାଇନଥିଅ , ଏହିଥର ମୁଁ ରାଗରେ ଆହୁରି ଜୋର୍ ରେ ଚିତ୍କାର କରି କହିଲି କିନ୍ତୁ ରୋଷେଇ ଘରୁ ବହୁତ ପ୍ରେମ ପୁର୍ବକ ଉତ୍ତର ଆସିଲା  ମୋର ରାଗ ଚରମ ସୀମାରେ ଥିଲା , ମୋତେ ଅଫିସ୍ ଯିବାକୁ ଲେଟ୍ ହେଉଥିଲା ,

ତେବେ ମୋର ସ୍ତ୍ରୀ ରୁମ୍ କୁ ଆସେ ଓ ସିଧା ଆଲମୀରା ଆଡକୁଯାଏ , ମୋର ମନରେ ପ୍ରଶ୍ନ ଆସିଲା କଣ ପାଇଁ ସେ ମୋର ଆବାଜ୍ ଶୁଣିଲେ ନାହିଁ,  କିମ୍ବା ଅଣଶୁଣା କରିଦେଲେ , ଏହାପରେ ସେ ମୋର ଆଡକୁ ଦେଖିକରି କପଡାକୁ ବିଛଣାରେ ରଖିଦିଏ , ଓ ସେଠାରୁ ବାହାରିଯାଏ , ଅଚାନକ ଫେରି ଆସେ ଓ ମୋତେ କହେ , ଯଦି ମୁଁ ତୁମକୁ କାହା ସହ ଡିନର୍ କିମ୍ବା ଫିଲ୍ମ ଦେଖିବାକୁ କହିବି ତୁମେ କଣ କହିବ , ମୁଁ କିଛି ବୁଝିପାରିଲି ନାହିଁ,  ସେ କାହା ବିଷୟରେ କଥା ହେଉଛି , ଓ କଣ ପାଇଁ ବୋଧେ ସେ ମୋର ଉତ୍ତର ପାଇଁ ଅପେକ୍ଷା ଥିଲା  ମୁଁ କହିଲି ମୁଁ ବୁଝାଇବି କି ଏବେ ତୁମେ ମୋତେ ଆଉ ଭଲ ପାଉନ , ତାପରେ ସେ ମୋତେ ରାଗ କିମ୍ବା ପ୍ରେମରେ ଦେଖିବାକୁ ଲାଗିଲେ ଓ ଓଠରେ ହାଲକା ହସ ନେଇ କହିଲେ ମୁଁ ତୁମକୁ ଭଲ ପାଉଛି , କିନ୍ତୁ ଏହି ସ୍ତ୍ରୀ ଆପଣଙ୍କୁ ବହୁତ ଭଲ ପାଏ , ବୋଧେ ମୋ ଠୁ ବି ଅଧିକା , ଓ ଆପଣଙ୍କ ସହ କିଛି ସମୟ ବିତାଇବାକୁ ଚାହୁଁଛି ।

ମୋତେ ସ୍ତ୍ରୀର ମୁହଁରୁ ଏହି ପ୍ରଶ୍ନ ଆଶା ନଥିଲା , ମୋର ମନରେ ଏକ ସେକେଣ୍ତରେ ହଜାର ପ୍ରଶ୍ନ ଉପର ତଳକୁ ହେବାକୁ ଲାଗିଲା , କେଉଁ ମହିଳା ବିଷୟରେ ସେ କଥା ହେଉଛି, ଓ କାହାକୁ ଦେଖା କରିବାକୁ ଚାହୁଁଛି , ଏମିତି ହଜାର ପ୍ରଶ୍ନର ସହ ମୋର ମୁଣ୍ତରେ ଥିଲା,  ଶେଷରେ ମୁଁ ପଚାରିନେଲି , କାହା କଥା ହେଉଛ । ସ୍ତ୍ରୀ ମୋର ବିନା କିଛି କହି ଗୋଟେ ଫଟୋ ଆଡକୁ ଇସାରା କରିଦେଲା , ସେ ମୋର ମାଙ୍କ ଫଟୋ ଥିଲା,  ଯିଏକି ମୋ ଠାରୁ ଦୂରରେ ରହୁଥିଲେ , ଯାହାଙ୍କୁ ବହୁତ ମାସ ହେଲା ଦେଖା ବି କରିନଥିଲି,  ବୋଧେ କାମର ସକାଶେ ମୁଁ ତାଙ୍କୁ ଫୋନ୍ କରିପାରିଲି ନାହିଁ , ମୁଁ ମୋର ସ୍ତ୍ରୀ ଆଡକୁ ଦେଖିଲି ସ୍ତ୍ରୀ ହସିକରି ମୋତେ ମୋର ମୋବାଇଲ୍ ଧରେଇଦେଲେ । ମୁଁ ମାଙ୍କୁ ଫୋନ୍ କଲି  , ଓ ସେ ମୋତେରାତିରେ ଖାଇବା ସହ ଫିଲ୍ମ ଦେଖିବାପାଇଁ କହିଲେ , ମୋର ଆବାଜ୍ ଶୁଣିକରି ଚୁପ୍ ହୋଇଗଲି , ବୋଧେ କରୁଣ ସ୍ୱର ଥିଲା , ତୁମେ ଠିକ୍ ଅଛ ନା? ତୁମ ଦୁଇ ଜଣଙ୍କ ମଧ୍ୟରେ କିଛି ଅସୁବିଧା ତ ନାହିଁ ।

ମା ପଚାରିଲେ , ତାଙ୍କୁ ମୁଁ ଏପରି ଅଚାନକ ଫୋନ୍ କରିବା ବୋଧେ କେଉଁ କାରଣ କିମ୍ବା ଚିନ୍ତାର ସଙ୍କେତ ଥିଲା । ନା କିଛି ଅସୁବିଧା ନାହିଁ , ଖାଲି ମୁଁ ଭାବିଲି ଆପଣଙ୍କ ସହ ବାହାରକୁ ଯିବା ଏକ ଖୁସିର ସମୟ ହେବ , ମୁଁ ଜବାବରେ କହିଲି ଆମେ ଦୁହେଁ ଯିବୁ , ସେ ସେ କହିଲେ ଶୁକ୍ରବାର ସଂନ୍ଧ୍ୟାରେ ମୁଁ ତାଙ୍କ ଘରେ ପହଞ୍ଚିଲି , ତେବେ ସେ ମୋର ଅପେକ୍ଷା କରୁଥିଲେ,  ମୋତେ ଦେଖିକରି ତାଙ୍କ ଚେହେରା ଖୁସି ହୋଇଯାଈଥିଲା,  ଯେପରି ବର୍ଷକ ପରେ କେଉଁ ସଂମ୍ପତ୍ତି ମିଳିଯାଇଛି , ମୁଁ ମାଙ୍କ ପାଦ ଛୁଇଁଲି, ଓ ସେ ମୋର ଆଡକୁ ଦେଖିକରି ଗାଡି ଆଡକୁ ବଢିବାକୁ ଲାଗିଲେ , କାରରେ ମା କହିଲେ କି ସେ ନିଜ ଏକ ସାଙ୍ଗର ପୁଅ ସହ ବାହାରକୁ ଯିବାର ଅଛି  ଏଥିରେ ପ୍ରଭାବିତ ଥିଲେ , ଏବେ ଆମେ ରେଷ୍ଟୁରାଷ୍ଟରେ ପହଞ୍ଚି ସାରିଥିଲୁ , ଯାହା ଦେଖିଲି ଆରାମ ଦାୟକ ଥିଲା , ତାପରେ ମେନ୍ୟୁ କାର୍ଡକୁ ମୁଁ ସାଇଡ୍ ରେ ରଖିଦେଲି , ଓ ମାକୁ ଖାଇବା ପାଇଁ ପଚାରିଲି ,

ସେ ମେନ୍ୟୁ ଆଡକୁ ଇସାରା କରି କହିଲେ ତୁମକୁ ମନେ ଅଛି ଯେବେ ତୁ ଛୋଟ ଥିଲୁ ଆମେ ବାହାରେ ଖାଉଥିଲେ , ମୁଁ ତୋର ପାଇଁ ଏପରି ମେନ୍ୟୁକୁ ଭଲରେ ଦେଖୁଥିଲି ଓ ଖାଇବା ଅର୍ଡର କରୁଥିଲି , ଯାହା ତୋତେ ପସନ୍ଦ ଥିଲା , କିନ୍ତୁ ଏବେ ସମୟ ବଦଳିଯାଇଛି,  ମହଙ୍ଗା ହୋଇଯାଈଛି , ତୁ ବୋଧେ ମେନ୍ୟୁରେ କିଛି ଅଲଗା ଦେଖିଥିବୁ । ମାର ଏହି ଜବାବ୍ ଶୁଣିକରି ଆଖିରୁ ଲୁହ ଚାଲି ଆସିଲା , କିନ୍ତୁ ନିଜକୁ ସମ୍ଭାଳିକରି କହିଲି ମା ମୁଁ ତୁମ ପାଇଁ ମେନ୍ୟୁ ପଢିବାକୁ ଚାହୁଁଛି , ଏହାପରେ ମୁଁ ମା ପାଇଁ ଭଲ ଡିସ୍ ଅର୍ଡର୍ କଲି, ଖାଇବା ସମୟରେ ମା ମୋର ଛୁଆ ବେଳର ବହୁତ କଥା ଶୁଣାଇଲେ ,ମୋତେ ଏମିତି ଲାଗୁଥିଲା କି ଯେପରି ମୁଁ ଆଉଥରେ ଛୁଆବେଳକୁ ଆସିସାରିଛି , ମୋତେ ବହୁତ୍ ଖୁସି ଲାଗିଥିଲା , ଏହି କଥାରେ କଥାରେ ମୋତେ ସମୟ ଜଣା ପଡିଲା ନାହିଁ , ମୁଁ ମା ସହ ଆହୁରି କିଛି ସମୟ ଅତିବାହିତ କରିବାକୁ ଚାହୁଁଥିଲି,  କିନ୍ତୁ ସଂନ୍ଧ୍ୟ ହୋଇସାରିଥିଲା , ଓ ମାଙ୍କୁ ଘରକୁ ଛାଡିବାକୁ ଯିବାର ଥିଲା , ଏହି ଶବ୍ଦର ମତଲବ ମୋତେ ପରେ ବୁଝାପଡିଲା , ତାପରେ ମୁଁ ମାଙ୍କୁ ଘରକୁ ଛାଡିବାକୁ ଆସିଲି  ମା ମୋର ଆଡକୁ ଦେଖିବାକୁ ଲାଗିଲେ ଓ କହିଲେ କି ଆଗାମୀ ଥର ମୁଁ ତାଙ୍କୁ ବିଲ୍ ପେମେଣ୍ଟ କରିବାକୁ ଦେବି ,

 

ସେ ମୋର ସହ ଆଉଥରେ ଡିନର୍ ରେ ଆସିବାକୁ ଚାହିଁବେ , ମୁଁ ହସିକରି କହିଲି ମା ମା ଯେବେ ତୁମେ ଚାହିଁବ ବିଲ୍ ପେମେଣ୍ଟ କରିଦେବେ ମୋର ଫରକ ପଡୁନି , ମା ମୋର ଆଡକୁ ଦେଖିଲେ ଓ ହସିକରି କହିଲେ ଫରକ ପଡିଥାଏ , ଆଗାମୀ ଥର ସେ ବିଲ୍ ପେମେଣ୍ଟ କରିବେ । ଏହାପରେ ମାଙ୍କୁ ଛାଡିଲି, ନିଜ ଘର ଆଡକୁ ଚାଲି ଆସିଲି , ଘରେ ପହଞ୍ଚିକରି ଦେଖିଲି କି ମୋର ସ୍ତ୍ରୀ ମୋର ଅପେକ୍ଷା କରିଥିଲେ , ସେ ପଚାରିଲେ କେମିତି ରହିଲା ଆଜିର ଦିନ , ବହୁତ ବଢିଆ , ଯେପରି ଭାବିଥିଲି ତାହା ଠାରୁ ଭଲରେ କଟିଲା , ମୋର ଜବାବ ଥିଲା । ଏହାର କିଛି ଦିନପରେ ମୋତେ ଅଚାନକ ମାଙ୍କ ଦେହାନ୍ତ ହେବାର ସୁଚନା ମିଳିଲା , ମୋର ହୃଦୟ ଭାଙ୍ଗିଗଲା,  ଅଚାନକ ମୋତେ କିଛି ଜଣା ପଡିଲା ନାହିଁ ,

ମୁଁ ମା ଙ୍କ ପାଈଁ କେତେ କଣ ଭାବିଥିଲି , ତାଙ୍କ ସହ ସମୟ ଅତିବାହିତ କରିବାକୁ ଚାହୁଁଥିଲି , କିନ୍ତୁ ଅଫସୋସ୍ ମୁଁ ବ୍ୟସ୍ତ ସମୟରେ ତାଙ୍କ ପାଇଁ ସମୟ ବାହାର କରିପାରିଲି ନାହିଁ , କିନ୍ତୁ ଏବେ କଣ ଯେବେ ମାଙ୍କ ପାଇଁ ସମୟ ଥିଲା ମୁଁ ଦେଇପାରିନଥିଲି , ମାଙ୍କ ଦେହାନ୍ତ ପରେ ମୋତେଏକ ଲଫାଫା ମିଳିଲା , ସେହି ଲଫାଫାରେ ରେଷ୍ଟୁରାଣ୍ଟର ଆଡଭାନ୍ସ ପେମେଣ୍ଟ ରସିଦ୍ ସହ ମାଙ୍କ ଏକ ଚିଠିଥିଲା , ଯେଉଁଥିରେ ମା ଲେଖିଥିଲେ କି ମୋର ପୁଅ ମୋତେ ଜଣା ନାହିଁ କି ତୁମ ସହ ଆଉଥରେ ଡିନର୍ କରିବି ,ଏଥିପାଇଁ ଦୁଇଜଣ ଲୋକଙ୍କର ଅନୁମାନିତ ଖାଇବାର ବିଲ୍ ଆଡଭାନ୍ସ ପେମେଣ୍ଟ କରିଦେଇଛି ,

ଯଦି ମୁଁ ଆସିପାରିବି ନାହିଁ ତୁମେ ତୁମର ସ୍ତ୍ରୀ ସହ ଭୋଜନ କରିନେବ  ତୁମେ ସେହି ରାତିରେ କହିଥିଲୁ ନା ମୋତେ କିଛି ଫରକ ପଡେ ନାହିଁ ବୋଲି , ତୁମେ ସେଥିପାଇଁ ତୁମ ସ୍ତ୍ରୀ ସହ ଭୋଜନ କରିବାକୁ ଯିବ , ମୋତେ ଏକେଲା ବୁଢି ମାକୁ କଣ ଫରକ ପଡେ , ତୁମ ସହ ସେହି ରାତି ଅତିବାହିତ କରିବା ମୋର ଜୀବନର ଏକ ସୁଖଦ ଅନୁଭୁତି ଥିଲା , ଭଗବାନ ତୁମକୁ ସବୁବେଳେ ଏମିତି ଖୁସିରେ ରଖୁ , ତୁମର ମା । ମଣିଷକୁ ଦୁଃଖକୁ ଆପଣାଇ ହରାଇବାର ପରେ ଦୁଃଖ ହୋଇଥାଏ , ଯଦି ସମୟ ଥିବା ସମୟରେ ଅନୁଭବ ହୋଇଯାଏ , ତେବେ ଜୀବନରେ ଛୋଟ ଛୋଟ କଥାକୁ ପରିବାରରେ ଖୁସି ବାଣ୍ଟି ହୋଇଯାଏ , ଓ ମା ବାପାଙ୍କ ଜୀବନରେ ବହୁତ ଅମୁଲ୍ୟ ଯୋଗଦାନ ଅଛି ।

Leave a Reply

Your email address will not be published. Required fields are marked *