October 17, 2024

Odia Express

Here, There and Everywhere

ଗଙ୍ଗାରେ ସ୍ନାନ କରିବା ହୋଇଥାଏ ବହୁତ ଶୁଭ , ଗଙ୍ଗାରେ ବୁଡ ପକାଇବା ଦ୍ୱାରା ଶେଷ ହୋଇଯାଏ ୧୦ ପ୍ରକାରର ପାପ…

ଗଙ୍ଗା ବହୁତ ହିଁ ପବିତ୍ର ନଦୀ ଅଟେ,  ଗଙ୍ଗାରେ ସ୍ନାନ କରିଲେ ମଣିଷ ଦ୍ୱାରା କରାଯାଇଥିବା ପାପରୁ ମୁକ୍ତି ମିଳିଥାଏ , ପୌରାଣିକ କଥାରୁ ଗଙ୍ଗାର ଆଗମନ ଧରିତ୍ରୀରେ ଜୈଷ୍ଠ ମାସ ଶୁକ୍ଳ ପକ୍ଷ ଦଶମୀ କୁ ହସ୍ତ ନକ୍ଷତ୍ରରେ ହୋଇଥିଲା , ଏଥିପାଇଁ ସବୁ ବର୍ଷ ଜୈଷ୍ଠ ମାସ ଶୁକ୍ଳ ପକ୍ଷ ଦଶମୀ କୁ ଗଙ୍ଗା ଦଶହରା ରୁପରେ ପାଳିତ ହୁଏ , ଗଙ୍ଗା ଦଶହରା ଦିନ ଲୋକଙ୍କ ଦ୍ୱାରା ଗଙ୍ଗା ସ୍ନାନ ନିଶ୍ଚିତ କରାଯାଏ । ଏହି ଦିନ ଗଙ୍ଗା ସ୍ନାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ , ଓ ସବୁ ପାପ ନଷ୍ଠ ହୋଇଯାଏ , ଏହି ବର୍ଷ ଗଙ୍ଗା ଦଶହରା ୧୨ ଜୁନ୍ କୁ ଆସୁଛି , ଆପଣ ଏହି ଦିନ ଗଙ୍ଗାରେ ନିଶ୍ଚିତ ସ୍ନାନ କରନ୍ତୁ ।

ସ୍ମୃତି ଗ୍ରନ୍ଥ ଦଶ ପ୍ରକାରର ପାପର ଉଲ୍ଲେଖ କରିଛି , ଏହି ଗ୍ରନ୍ଥରେ ଏହି ଦଶ ପ୍ରକାରର ପାପର ତିନୋଟି ଶ୍ରେଣୀ ଭିତରେ ରଖାଯାଈଛି , ସ୍ମୃତି ଗ୍ରନ୍ଥର ଅନୁସାରେ , ବାଚିକ ଓ ମାନସିକ ତିନିପ୍ରକାର ପାପ ହୋଇଥାଏ,  କାୟିକ ପାପ ଅନ୍ତର୍ଗତ ତିନୋଟି ପାପ ଆସିଥାଏ ,ଯାହା କେଉଁ ବସ୍ତୁକୁ ଚୋରାଇବା , ହିଂସା କରିବା , ପର ସ୍ତ୍ରୀ ଗମନ ଅଟେ,  ଯେଉଁ ଲୋକ ପାପ କରିଥାନ୍ତି , ଶାରରୀକ ରୁପେ ପାପ ଲାଗିଥାଏ,  ବାଚିକ ପାପ ଅନ୍ତର୍ଗତ ଚାରି ପ୍ରକାରର ପାପ ଆସିଥାଏ , ଯାହା କି କାହାର୍ ଖରାପ ଚିନ୍ତା କରିବା , କାହାର ନିନ୍ଦା କରିବା , କଟୁ କହିବା , କାହା ସହ ଅନ୍ୟାୟ କରିବା , ମନରେ କିଛି ଭୁଲ୍ ଇଚ୍ଛା ରଖିବା , ଓ ଅସତ୍ୟ କହିବା ପାପ ବୋଲି ଜଣାଯାଏ , ଓ ଏହି ତିନୋଟି ପାପ ମାନସିକ ଶ୍ରେଣୀରେ ଭିତରେ ଆସେ ।

ଯଦି ମଣିଷଙ୍କ ଦ୍ୱାରା ଉପର କୁହାଯାଈଥିବା ପାପ କରାଯାଈଛି , ତେବେ ମଣିଷ ଗଙ୍ଗାରେ ବୁଡ ପକାଇନିଅନ୍ତୁ , ଏମିତି କୁହାଯାଏ କି ଗଙ୍ଗାରେ ସ୍ନାନ କରିଲେ ଏଇ ପାପର ଦଣ୍ତ ମିଳେ ନାହିଁ , ଏହି ପାପ ପାଇଁ ଭଗବାନଙ୍କ କ୍ଷମା ମିଳିଯାଏ,  ଗଙ୍ଗାରେ ସ୍ନାନ କରୁଥିବା ବେଳେ ନାନାପ୍ରକାରର ନିୟମ ପାଳନ କରିବା ଉଚିତ୍ , ଗଙ୍ଗାରେ ସ୍ନାନ କରିବା ପାଇମ୍ଂ ୫ ଟି ମହତ୍ତ୍ୱପୁର୍ଣ୍ଣ ନିୟମ ଯୋଡାଯାଈଛି , ଯାହାକି କିଛି ଏହିପ୍ରକାରର ଅଟେ ।

୧) ଗଙ୍ଗାରେ ସ୍ନାନ କରିବା ପୁର୍ବରୁ ଆପଣ ସାମାନ୍ୟ ଜଳରେ ସ୍ନାନ କରନ୍ତୁ , ଓ ତାପରେ ଗଙ୍ଗାରେ ବୁଡ ପକାନ୍ତୁ , ଗଙ୍ଗାରେ ତିନିଥର ବୁଡ ଲଗାଇବା ଶୁଭ ହୋଇଥାଏ,  ଏଥିପାଇଂ ଗଙ୍ଗାରେ କମ୍ ସେ କମ୍ ତିନିଥର୍ ବୁଡ ପକାନ୍ତୁ ।

୨) ଗଙ୍ଗାରେ ସ୍ନାନ କରୁଥିବା ସମୟରେ ଗଙ୍ଗାଙ୍କୁ ଅଶୁଦ୍ଧି କରନ୍ତୁ ନାହିଁ , ଓ ସାବୁନକୁ ବ୍ୟବହାର ବିଲକୁଲ୍ କରନ୍ତୁ ନାହିଁ

୩) ଗଙ୍ଗାରେ ସ୍ନାନ କରିବା ପରେ ଆପଣ ନିଜ ଶରୀର କୁ ତଉଲିଆ ରେ ସଫା କରନ୍ତୁ ନାହୀଁ , ଓ ଓଦା ଶରୀରକୁ ଆପେ ଆପେ ଶୁଖିବାକୁ ଦିଅନ୍ତୁ ,

୪) ଗଙ୍ଗାରେ ସ୍ନାନ କରିବା ସମୟରେ ଗଙ୍ଗାରେ କେଉଁ ପ୍ରକାରର ଫୁଲ୍ କିମ୍ବା ପୁଜାର ଜିନିଷ ପକାନ୍ତୁ ନାହିଁ , ଯଦି କିଛି ଜିନିଷ ଗଙ୍ଗାରେ ଅର୍ପଣ କରିବାର ଅଛି ତେବେ ସ୍ନାନ କରିବାପରେ ଗଙ୍ଗାରେ ଅର୍ପଣ କରନ୍ତୁ ,

୫) ଯଦି ଆପଣଙ୍କ ଘରେ ଗଙ୍ଗା ଜଳ ଅଛି , ତେବେ ଘରେ ଗଙ୍ଗା ସ୍ନାନ କରିପାରିବେ , ଘରେ ଗଙ୍ଗା ସ୍ନାନ ହେତୁ ଆପଣଙ୍କ ଗାଧୋଇବାପାଣିରେ ଗଙ୍ଗା ଜଳ ପକାଇଦିଅନ୍ତୁ , ଓ ଏହି ପାଣିରେ ସ୍ନାନ କରନ୍ତୁ , ମନେ ରଖନ୍ତୁ ଗଙ୍ଗା ଜଳ ମିଶିଥିବା ପାଣିକୁ ପକାନ୍ତୁ ନାହିଁ , ପୁରା ପାଣିକୁ ପ୍ରୟୋଗ କରିବାପାଇଁ ପୁରା ସ୍ନାନ ସେହି ପାଣିରେ କରନ୍ତୁ ।

Leave a Reply

Your email address will not be published. Required fields are marked *