October 16, 2024

Odia Express

Here, There and Everywhere

ଜଣେ ଝିଅ ରାଜାଙ୍କୁ କହିଲା ତାର ବାପା ସ୍ୱର୍ଗର ପାଣି ଅଟକେଇବା ପାଇଁ ଯାଇଛନ୍ତି , ଓ ଭାଇ ବିନା ଝଗଡାର ଝଗଡା କରିବାକୁ ଯାଇଛି , ମା ଗୋଟେରୁ ଦୁଇଟି କରିବାକୁ ଯାଇଛି , ରାଜା ଯେବେ ସେହି ଝିଅକୁ ଏହି ସବୁ କଥାର ଅର୍ଥ ପଚାରିଲେ ତ ଝିଅ କହିଲା…

ଜଣେ ଗରିବ ଚାଷୀ ରାଜାଙ୍କୁ ଏହା କହିକରି କରଜ ନେଇଥିଲେ କି ୫ ବର୍ଷ ମଧ୍ୟରେ ସେ ଏହାର ଋଣ ସବୁ ପରିଶୋଧ କରିଦେବ , କିନ୍ତୁ ୫ ବର୍ଷ ବିତିଗଲା , କିନ୍ତୁ ଚାଷୀ ସେହି କରଜକୁ ସୁଝିପାରିଲା ନାହିଁ । ରାଜା ନିଜ ମନ୍ତ୍ରୀଙ୍କୁ କହିଲେ କି ସେହି ବ୍ୟକ୍ତିର ଧନକୁ ଫେରାଇ ଆଣ , ମନ୍ତ୍ରୀ ସେହି ଚାଷି ପାଖକୁ ଗଲେ , କିନ୍ତୁ ସେ କରଜ ନ ସୁଝିପାରିବାରୁ ରାଜା ଭାବିଲେ କି ମୁଁନିଜେ ସେହି ଚାଷି ପାଖକୁ ଯିବି , ଓ ଯେବେ ସେ ସେହି ଚାଷି ପାଖକୁ ଗଲେ ତେବେ ତାଙ୍କୁ ଏକ ଝିଅ ଦେଖିବାକୁ ମିଳିଲା ,ରାଜା ପଚାରିଲେ ତୁମର ବାପା କେଉଁଠି ଅଛନ୍ତି , ଝିଅଟି କହିଲା କି ବାପା ସ୍ୱର୍ଗର ପାଣି ଆଣିବାକୁ ଯାଈଛନ୍ତି , ରାଜାଙ୍କୁ ଏହି କଥା କିଛି ବୁଝାପଡିଲା ନାହିଁ , ତାପରେ ରାଜା ପଚାରିଲେ ତୁମର ଭାଇ କେଉଁଠି ଅଛି ,

ଝିଅଟି କହିଲା କି ମୋର ଭାଇ ବିନା ଝଗଡାରେ ଝଗଡା କରିବାକୁ ଯାଇଛି , ତାପରେ ଏହି କଥାକୁ ରାଜାଙ୍କୁ କିଛି ବୁଝାପଡିଲା ନାହିଁ , ତାପରେ ରାଜା ପଚାରିଲେ ତୁମର ମା କେଉଁଠି ଅଛନ୍ତି , ସେ କହିଲାକି ସେ ଗୋଟେ କୁ ଦୁଇଟା କରିବାକୁ ଯାଇଛନ୍ତି , ଏବେ ରାଜାଙ୍କୁ କ୍ରୋଧ ଆସିଗଲା , ଓ ସେ ରାଗରେ ପଚାରିଲେ ତୁମେ କଣ କରୁଛ, ତେବେ ସେ ଉତ୍ତର ଦେଲା କି ମୁଁ ଘରେ ବସି ସଂସାର ଦେଖୁଛି , ଏହି କଥା ଶୁଣିକରି ରାଜାଙ୍କୁ ରାଗ ଆସିଗଲା , ସେ ନିଜକୁ ଶାନ୍ତ କରାଇଲେ , ଓ କହିଲେ ଏହି ଝିଅକୁ ଭଲରେ ପଚାରିବାକୁ ପଡିବ ।

ରାଜା ଶାନ୍ତ ହୋଇକରି ଝିଅକୁ ପଚାରିଲା କି ଝିଅ ତୁମେ ଏହି ପ୍ରଶ୍ନର ଯାହା ଉତ୍ତର ଦେଲ ମୋତେ କିଛି ବି ଜଣାପଡିଲା ନାହିଁ ତୁମେ ମୋତେ ଏହାର ଅର୍ଥ ବୁଝାଇଦେବ , ଝିଅ କହିଲା ଯଦି ମୁଁ ଏହାର ଅର୍ଥ ବୁଝାଇଦେବି ତେବେ ମୋତେ କଣ ମିଳିବ , ରାଜା କହିଲେ ମୁଁ ତୁମକୁ ଯାହା ମାଗିବ ସେଇଆ ଦେବି , ଝିଅଟି କହିଳା ମୋର ବାପାଙ୍କର କରଜ ମାଫ୍ କରିଦେବେ କି , ରାଜା କହିଲେ ଠିକ୍ ଅଛି ତୁମର ବାପାଙ୍କର ସବୁ କରଜ ମାଫ୍ କରିଦେବି , ତାପରେ ଝିଅଟି ରାଜାଙ୍କୁ କହିଲା ମୁଁ ଆଜି ବି ବୁଝିପାରୁନି , କାଲି ଆସନ୍ତୁ , ଏହାପରେ ରାଜା ତାପର ଦିନ ସେହି ଚାଷି ଘରକୁ ଗଲେ , ତେବେ ଘରେ ସବୁ ଲୋକ ମହଜୁତ୍ ଥିଲେ , ଝିଅଟି ରାଜାଙ୍କୁ କହିଲ ଆପଣଙ୍କୁ କାଲିର କଥା ମନେ ଅଛି ନା ରାଜା କହିଲେ ହଁ ମୋତେ ସବୁ ମନେ ଅଛି , ତୁମେ ମୋତେ ତାହାର ମତଲବ କୁହ ।

ତାପରେ ଝିଅଟି କହିଲା ସର୍ବପ୍ରଥମେ ମୁଁ କହିଥିଲି କି ମୋର ବାପା ସ୍ୱର୍ଗର୍ ପାଣି ଅଟକାଇବାକୁ ଯାଈଛନ୍ତି , ଏହାର ମତଲବ ବର୍ଷାଦିନର ସମୟ ଅଟେ,  ଯେବେ ବର୍ଷା ହୋଇଥାଏ ତେବେ ଆମର ଛାତରୁ ପାଣି ପଡିଥାଏ , ଏଥିପାଇଁ ମୋର ବାପା ଛାତ ପକାଉଥିଲେ,  ବର୍ଷା ପାଣି ସ୍ୱର୍ଗରୁ ଆସିଥାଏ , ଏଥିପାଇଁ ମୋର ବାପା ସ୍ୱର୍ଗର ପାଣି ଅଟକାଇବାକୁ ଯାଈଥିଲେ , ମୋର ଦ୍ୱିତୀୟ ଉତ୍ତରରେ କହିଥିଲି କି ମୋର ଭାଇ ଝଗଡାକୁ ଝଗଡା କରିବାକୁ ଯାଈଛି , ଏହାର ମତଲଅବ୍ କ୍ଷେତରେ କଣ୍ଟା ହଟାଇବାକୁ ଯାଇଛି , ସେ କଣ୍ଟା ସଫା କରିଲେ ତେବେ କଣ୍ଟା ଲାଗିଅ , ଯାହା ଦ୍ୱାରା ରକ୍ତ ବାହାରିବ , ମାନେ ବିନା ଝଗଡାରେ ଝଗଡା କରିବାକୁ ଲାଗିବ ,

ଝିଅଟି କହିଲା ମୋର ତୃତୀୟ ଉତ୍ତର ମୋର ମା ଗୋଟେ ରୁ ଦୁଇଟି କରିବାକୁ ଯାଇଛନ୍ତି ମାନେ ମୋର ମା ଡାଲି ପେଷିବାକୁ ଯାଇଛନ୍ତି , ଯେବେ ଡାଲିର ଦାନା ପେଷାଯାଏ ତେବେ ତାହା ଦୁଇ ଖଣ୍ତରେ ପରିଣତ ହୁଏ , ମୁଁ ଚତୁର୍ଥ ଉତ୍ତର ଏହା ଥିଲା କି ମୁଁ ବସି ସଂସାର ଦେଖୁଛ୍ହି , ସେହି ସମୟରେ ଭାତ ବସିଥିଲା,  ମୁଁ ଟିକିଏ ଟିକିଏ କରି ଭାତକୁ ଦେଖୁଥିଲି , କାରଣ ଚାଉଳର ସଂସାର ସିଝିଲାଣି ନା ନାହିଁ ମ୍ ରାଜା ସେହି ଝିଅର ବୁଦ୍ଧିମାନ ଓ ଚତୁରତା ଦେଖି ବହୁତ ପ୍ରସନ୍ନ ହେଲେ , ଓ ତାଙ୍କର ସବୁ କରଜ ମାଫ୍ କରିଦେଲେ ।

କଥାରୁ ଏହା ଶିକ୍ଷା ମିଳେ କି ଯଦି ଅସୁବିଧା ସମୟରେ ବୁଦ୍ଧିମତାର୍ ସହ କାମ କରାଯାଏ ତେବେ ବଡରୁ ବଡ ଅସୁବିଧା ସହଜରେ ମୁକ୍ତି ପାଇପାରିବେ ।

Leave a Reply

Your email address will not be published. Required fields are marked *