October 18, 2024

Odia Express

Here, There and Everywhere

ସମ୍ପୂର୍ଣ ଫିଲ୍ମ କାହାଣୀ ଅଟେ ମୁକେଶ ଅମ୍ବାନୀଙ୍କ ଭଉଣୀଙ୍କ ଲଭ୍ ଷ୍ଟୋରୀ , ଯେବେ ପ୍ରଥମ ସାକ୍ଷାତ ହୋଇଥିଲା ସେତେବେଳେ..

ରିଲାୟନ୍ସ ଇଣ୍ତଷ୍ଟ୍ରିର ନିମ୍ବ ରଖିଥିବା ଧିରୁ ଭାଇ ଅମ୍ବାନୀ ସବୁ ବିଜନେସ୍ ମ୍ୟାନ୍ ଙ୍କ ପାଇଁ ଏକ ପ୍ରେରଣା ଅଟନ୍ତି , ଜଣେ ମିଡିଲ୍ କ୍ଲାସ୍ ଫ୍ୟାମିଲି ହେଇଥିବା ସତ୍ତ୍ୱେ ସେ ବହୁତ ବଡ ସାମ୍ରାଜ୍ୟ ଠିଆ କରିଥିଲେ , ୬ ଜୁଲାଇ କୁ ୨୦୦୨ ରେ ଧିରୁଭାଇ ଅମ୍ବାନୀଙ୍କ ନିଧନ ହୋଇଥିଲା,  ତାଙ୍କର ମୃତ୍ୟୁ ପରେ ତାଙ୍କ ଦୁଇ ପୁଅ ମୁକେଶ ଅମ୍ବାନୀ ଓ ଅନିଲ୍ ଅମ୍ବାନୀ ତାଙ୍କ ବିଜନେସ୍ ଭାର ନିଜ କାନ୍ଧରେ ନେଇଥିଲେ,  ଆଜି ଏହି ଦୁହେଁ ଭାଇ ନିଜ କ୍ଷେତ୍ରରେ ବହୁତ ଉନ୍ନତି ସାଧନ କରୁଛନ୍ତି , ଏହି ଦୁହେଁ ଦେଶରେ ବଡ ନାଁ କମାଇଛନ୍ତି , ଖାସ୍ କରି ମୁକେଶ ଅମ୍ବାନୀ ଭାରତର ସବୁଠାରୁ ଧନୀ ଶାଳୀ ବ୍ୟକ୍ତି ହୋଇଛନ୍ତି , ତାଙ୍କର ବିଜନେସ୍ ଭାରତରେ ବ୍ୟାପିଛି , ଓ ସେ ସବୁବେଳେ କିଛି ନା କିଛି କାରଣରୁ ମିଡିଆ ଆଗକୁ ଆସିଥାନ୍ତି ।

କେବଳ ମୁକେଶ ନୁହେଁ ବରଂ ତାଙ୍କ ସ୍ତ୍ରୀ ଓ ତିନୋଟି ଛୁଆ ବି ମିଡିଆରେ ଚର୍ଚ୍ଚିତ ହୋଇଛନ୍ତି , କିନ୍ତୁ ବହୁତ କମ୍ ଲୋକ ଏହି କଥା ଜାଣିଛନ୍ତି କି ଧିରୁଭାଇ ଅମ୍ବାନୀଙ୍କ ଦୁଇ ପୁଅ ଛଡା ଆହୁରି ଦୁଇ ଝିଅ ଅଛନ୍ତି , ନିନା କୋଠାରୀ ଓ ଦିପ୍ତି ସଲଗୋକର୍ ନାଁରେ ଦୁହେଁ ମହିଲା ମୁକେଶ ଅମ୍ବାନୀଙ୍କ ଭଉଣୀ ଅଟନ୍ତି , ଆପଣ ସଲଗୋକର୍ ନାଁ ତ ପୁର୍ବରୁ ଶୁଣିଥିବେ , ଏହା ଏକ ଫେମସ୍ ଫୁଟବଲ୍ ଟିମ୍ ନାଁ ବି ଅଛି , ଦିପ୍ତି ଙ୍କ ସ୍ୱାମୀ ଦତ୍ତରାଜ ସଲଗୋକର୍ ଏହି ଫୁଟବଲ୍ ଟିମ୍ ର ମାଲିକ ଅଟନ୍ତି , ଏମିତିରେ ଆଜି ଆମେ ଆପଣଙ୍କୁ ମୁକେଶ ଅମ୍ବାନୀଙ୍କ ଭଉଣୀ ଦିପ୍ତି ସଲଗୋକର୍ ଙ୍କ ବିଷୟରେ କିଛି କହିବୁ ।

ଦିପ୍ତି ଓ ତାଙ୍କର ସ୍ୱାମୀ ଦତ୍ତରାଜଙ୍କ ପ୍ରେମ କାହାଣୀ ବହୁତ ଇଣ୍ଟରେଷ୍ଟିଙ୍ଗ୍ ଅଟେ । ଏହି କଥା ୧୯୭୮ ର ଥିଲା ଯେବେ ଦୁହେଁ ପରିବାର ସେହି ସମୟରେ ମୁମ୍ବାଇର ଉଚ୍ଚା ବିଲଡିଙ୍ଗ୍ ଉଷାକିରଣରେ ରହୁଥିଲେ , ଅମ୍ବାନୀଙ୍କ ପରିବାର ଏହି ବିଲଡିଙ୍ଗ୍ ର ୨୨ ତମ ମହଲାରେ ଥିଲା ,ଯେବେ କି ଦତ୍ତରାଜଙ୍କ ଫ୍ୟାମିଲି ୧୪ତମ ମହଲାରେ ରହୁଥିଲେ,  ଧିରୁଭାଇ ଅମ୍ବାନୀ ଓ ଦତ୍ତରାଜଙ୍କ ବାପା ବାସୁଦେବ ସଲଗୋକର୍ ଦୁହେଁ ବହୁତ ଲୋକପ୍ରିୟ ହୋଇଥିଲେ , ଏହି ଦୁହେଁ ନିଜ କଡା ପରିଶ୍ରମ ବଳରେ ସଫଲତା ପାଇଥିଲେ । ଓ ବିଜନେସ୍ ର ଦୁନିଆଁରେ ବଡ ନାଁ କମାଇଥିଲେ,  ଏମିତିରେ ଦୁହେଁ ପରସ୍ପର ଭଲ ବନ୍ଧୁ ହୋଇଯାଈଥିଲେ , ଧିରୁଭାଇ ବହୁତଥର ଦତ୍ତରାଜଙ୍କ ବାପାଙ୍କୁ ସଠିକ୍ ଗାଇଡ୍ ଲାଇନ୍ସ ଦେଉଥିଲେ , ଦତ୍ତରାଜ ଓ ମୁକେଶ ଅମ୍ବାନୀଙ୍କ ବୟସ ପ୍ରାୟ ସମାନ ଅଟେ, ଏମିତିରେ ଦୁହେଁଙ୍କ ବନ୍ଧୁତା ହୋଇଗଲା , ଦୁହେଁ ଜଣେ ଅନ୍ୟ ଜଣଙ୍କ ଘରକୁ ଆସିବାକୁ ଲାଗିଲେ  ଏହି ପରି ମୁକେଶଙ୍କ ସହ ଦତ୍ତରାଜଙ୍କ ଦିପ୍ତି ଙ୍କ ସହ ଭଲ ବନ୍ଧୁତା ହୋଇଗଲା

ଜଲଦି ହିଁ ଦିପ୍ତି ଓ ଦତ୍ତରାଜଙ୍କ ବନ୍ଧୁତା ପ୍ରେମରେ ପରିବର୍ତ୍ତନ ହୋଇଗଲା , ଦୁହେଁ ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ସଂମ୍ପର୍କରେ ଥିଲେ,  ଯେବେ ଏହି ଦୁହେଁ ନିଜ ଘର ଲୋକଙ୍କୁ ଏହି ବିଷୟରେ କହିଲେ ତେବେ କେହି କିଛି ଆପତ୍ତି କରିନଥିଲେ,  ଓ ବିବାହ କରିନେଇଥିଲେ,  ଏହି ପରି ଦିପ୍ତି ଓ ଦତ୍ତରାଜ ୩୧ ଡିସେମ୍ବର ୧୯୮୩ କୁ ବିବାହ କରିନେଲେ , ଏକ ଇଣ୍ଟରଭ୍ୟୁରେ ଦତ୍ତରାଜ ଦିପ୍ତିଙ୍କ ପ୍ରଶଂସା କରି କହିଥିଲେ କି ଦିପ୍ତି ଠିକ୍ ସେପରି ଖାଇବା ତିଆରି କରନ୍ତି , ଯେପରି ତାଙ୍କ ମା ତିଆରି କରନ୍ତି , ଏହି ଦୁହେଁ ଙ୍କର ଗୋଟିଏ ଝିଅ ଅଛି ଯାହାଙ୍କ ନାଁ ଇସିତା ସଲୋଗକର୍ ଅଟେ , ସେମିତି କହିଦେବୁ କି ଦିପ୍ତି ଅମ୍ବାନୀ ପରିବାରର ସବୁଠାରୁ ଛୋଟ ଭଉଣୀ ଅଟନ୍ତି ,ଯାହାଙ୍କ କାରଣରୁ ତାଙ୍କୁ ଛୁଆ ବେଳରୁ ବହୁତ ସ୍ନେହ ଶ୍ରଦ୍ଧା ମିଳିଥିଲା,  ଆଜି ସେ ଲାଇମ୍ ଲାଇଟ୍ ରୁ ଦୁରେଇ ରହିବାକୁ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *