November 23, 2024

Odia Express

Here, There and Everywhere

ନେତା ହେବ ତ ଏପରି – ୪ ଥର ରହିସାରିଛନ୍ତି ସାଂସଦ , ତାପରେ ସତ୍ତ୍ୱେ ବି ପକ୍କା ଘର ତିଆରି କରିପାରିନାହାନ୍ତି ,ରହୁଛନ୍ତି ଭଙ୍ଗା ଘରେ – ଦେଖନ୍ତୁ ଏଭଳି ଜଣେ ମହାନ ନେତାଙ୍କ ବିଷୟରେ…

କେଉଁ ବିଧାନସଭାରେ ଲଗାତାର ଚାରିଥର ସାଂସଦ ହେବା ଓ ନିର୍ବାଚନରେ ଜିତ୍ ହାସିଲ୍ କରିବା ମୁସକିଲ୍ ହୋଇଥାଏ , ଯେ କୌଣସି ପାର୍ଟି ଏହିପରି ନେତାଙ୍କୁ ପୁରା ସମ୍ମାନ ଦେଇଥାନ୍ତି , କିନ୍ତୁ ଏମ୍ ପି ଖଣ୍ତବାରୁ ଲଗାତାର ଚାରି ବର୍ଷ ପର୍ଯ୍ୟନ୍ତ ଏମ୍ ଏଲ୍ ଏ ରହିଥିବା ରଘୁନାଥ ସିଂହ ତୋମାର୍ ଙ୍କ ସହ ଏମିତି ହେଲା ନାହୀଁ , ଲଗାତାର ଏତେ ବର୍ଷରୁ ଏମ୍ ଏଲ୍ ଏ ରହିବାପରେ ବି ପାର୍ଟିରୁ ରଘୁରାଜ ଟିକେଟ୍ ପାଇଲେ ନାହିଁ , ୨୦୦୩ ପରେ ରଘୁରାଜ କିଛି ବି ନିର୍ବାଚନ ଲଢିନଥିଲେ,  ଓ ଆଜିର ସମୟରେ ଏକ ସାଧାରଣ ବ୍ୟକ୍ତିଙ୍କ ଭଳି ଜୀବନ ଅତିବାହିତ କରୁଛନ୍ତି , ଆଜି ବି ସେ ଇମାନଦାର୍ ସେବକ ହୋଇଛନ୍ତି , ଏହି ନେତାଙ୍କ ନାଁ ରାଣା ରଘୁନାଥ ସିଂ ତୋମାର ଅଟେ ।

ଚାରିଥର ଭାରତୀୟ ଜନତା ପାର୍ଟିରୁ ସାଂସଦ ହେବାପରେ ୨୦୦୩ ରେ ସେ ପାର୍ଟିକୁ ନିର୍ବାଚନୀ ଟିକେଟ୍ ପାଇଁ ଅପିଲ୍ କଲେ , କିନ୍ତୁ ନିର୍ବାଚନରେ ଠିଆ ହେବାପାଇଁ ତାଙ୍କୁ ୧୪ ଲକ୍ଷ ଟଙ୍କା ଦାବି ହୋଇଥିଲା,  ଇମାନଦାର୍ ରଘୁରାଜ ସିଂ ତୋମାର୍ ପଇସା ଦେବାକୁ ମନା କରିଦେଲେ , ଏଥିପାଇଁ ପାର୍ଟି ତାଙ୍କୁ ଟିକେଟ୍ ଦେଲା ନାହିଁ , ଏମ୍ ଏଲ୍ ଏ ରହିଥିବା ରଘୁରାଜ ନିଜ ଘରର ରକ୍ଷଣାବେକ୍ଷଣ ବି କରିନାହାନ୍ତି , ତାଙ୍କର ବାହାରେ ଠିଆ ହୋଇଥିବା ଜିପ୍ ବି ଖରାପ ହୋଇସାରିଛି , ଏହି ଜିପ୍ ରେ ଆଜି ବି ବିଧାୟକଙ୍କ ବୋର୍ଡ୍ ଲାଗିଛି , ସେ ସେହି ଦିନକୁ ମନେ ପକାଉଛନ୍ତି ।

ରଘୁନାଥ ନିମାଡଖେଡି ବିଧାନସଭାରୁ ୧୯୭୭ ରୁ ୧୯୮୦ ପର୍ଯ୍ୟନ୍ତ ୧୯୮୦ ରୁ ୧୯୮୫ ପର୍ଯ୍ୟନ୍ତ ଓ ୧୯୯୦ ରୁ ୧୯୯୨ ପର୍ଯ୍ୟନ୍ତ ଓ ୧୯୯୩ ରୁ ୧୯୯୭ ପର୍ଯ୍ୟନ୍ତ ବିଧାୟକ ରହିସାରିଛନ୍ତି , ଆଜିର ସମୟରେ ରଘୁରାଜ ସିଂ ତୋମାର ପୁନାସା ବ୍ଲକ୍ ମୁଖ୍ୟାଳୟରୁ ୧୦ କିମି ଦୂର ରିଛଫଳ ଗାଁର ଏକ ପୁରୁଣା ଘରେ ନିଜ ଜୀବନ ଅତିବାହିତ କରୁଛନ୍ତି , ରଘୁରାଜଙ୍କୁ ପେନସନ୍ ରୁପେ ୩୫ ହଜାର ଟଙ୍କା ମିଳିଥାଏ , ସେ ଏହି ପଇସାରେ ନିଜର ଚିକିତ୍ସା ସହ ଛୁଆଙ୍କ ପାଠ ପଢା ବି ସମ୍ଭାଳୁଛନ୍ତି , ରଘୁରାଜ ସିଂ ତୋମାରଙ୍କ ସହ ତାଙ୍କ ପୁଅ ନାରୟଣ ସିଂ ବି ରୁହନ୍ତି , ଯେବେ ରଘୁରାଜ ସିଂ ତୋମର୍ ବିଧାୟକ ପଦରେ କାର୍ଯ୍ୟରତ ଥିଲେ ତେବେ ଲୋକଙ୍କ ଭଲ ପାଇଁ ଅନଶନ କରିଥିଲେ,  ୧୯୭୧ ରେ ବି ଜେଲ୍ ଯାଇଥିଲେ , ୧୯୭୫ ରେ ମିସାବନ୍ଧୀ ରେ ରହିଥିଲେ ॥

ଯେବେ ରଘୁରାଜ ବିଧାୟକ ଥିଲେ ତେବେ ସେ ଏକ ବସ୍ ରେ ଯାତ୍ରା କରିଥିଲେ,  ରଘୁରାଜ ସିଂ ତୋମାର କହନ୍ତି କି ତାଙ୍କର ପୁରୁଣା ବଂଶଜ ୧୪୦ ଏକର ଜାଗା ଅଛି , ବିଧାୟକ ପଦରେ ରହିଥିବା ବେଲେ ସେ ଜମି ବି କିଣିନଥିଲେ,  ତୋମର୍ କହନ୍ତି କି ବିଧାୟକ ରହିବା ସମୟରେ ଏନ୍ ବିଡିଏ ୧୮ କ୍ୱାର୍ଟର୍ ଭାଙ୍ଗିସାରିଛି , ଯେବେ ମୁଁ ଏହି ମାମଲା ବିଧାନସଭାରେ ଉଠାଇଲି ତେବେ କିଛି ଅଧିକାରୀ ମୋତେ ୫ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ଚାହିଁଲେ , ତେବେ ମୁଁ ତାଙ୍କୁ ପାଟି କରିଥିଲି ,ମୁଁ ୟୁରିଆ ଖାଦରେ ମୋରମ୍ ମିଶାଇକରି ବଜାରରେ ବିକ୍ରି କରିବା କଥ ବିଧାନସଭାରେ ଉଠାଇଥିଲି , ଏହି କଥାରେ କାରଖାନା ମାଲିକ ମୋତେ ୧୫ ଲକ୍ଷ ଟଙ୍କା ଲାଞ୍ଚ ଅଫର୍ କରିଥିଲା , ମୁଁ ତାକୁ ବି ମନା କରିଦେଲି , ଏମିତି ବହୁତ ସାରା ମାମଲା ଅଛି , କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ କାହାଠୁ ୧ ଟଙ୍କା ବି ନେଇନାହିଁ ।

Leave a Reply

Your email address will not be published. Required fields are marked *