ଗୋଟେ ଗଧ କହିଲା କି ଘାସ ନୀଳ ହୋଇଥାଏ କିନ୍ତୁ ବାଘ କହିଲା କି ଘାସ ସବୁଜ ହୋଇଥାଏ , ଏହି କଥାକୁ ନେଇକରି ଦୁହେଁଙ୍କ ମଧ୍ୟରେ ବହୁତ ଯୁକ୍ତି ତର୍କ ହେଲା – ତେବେ ଦୁହେଁ ରାଜା ସିଂହ ପାଖରେ ପହଞ୍ଚିଲେ , ଗଧ କହିଲା ମହାରାଜ…
ଥରେ ଜଙ୍ଗଲରେ ଗଧ ଓ ବାଘ ମଧ୍ୟରେ ଯୁକ୍ତି ତର୍କ ହୋଇଗଲା , ଗଧ ବାଘକୁ କହିଲା କି ଘାସର ରଙ୍ଗ ନୀଳ ହୋଇଥାଏ , କିନ୍ତୁ ବାଘ କହିଲା ତାହା ସବୁଜ ହୋଇଥାଏ , ଗଧ କହିଲା କି ତୁମେ ଭୁଲ୍ କହୁଛ , ଘାସର ରଙ୍ଗର ନୀଳ ହୋଇଥାଏ , କିନ୍ତୁ ଦୁହେଁ ନିଜ କଥାରେ ଅଡି ରହିଲେ , ଦୁହେଁ ନିଷ୍ପତ୍ତି ନେଲେ କି ଏହି କଥାର ଫଇସଲା ସେମାନେ ଜଙ୍ଗଲରେ ରାଜା ସିଂହ ପାଖକୁ ଯାଇକରି କରିବେ । ଦୁହେଁ ସିଂହ ପାଖରେ ପହଞ୍ଚିଗଲେ , ଗଧ ଚିତ୍କାର କରି କହିଲା ମହାରାଜ ଆପଣ ନିଜେ ହିଁ କୁହନ୍ତୁ କି ଘାସ ନୀଳ ହୋଇଥାଏ କି ନାହିଁ । ଏହି ବାଘ ଅଛି ଯାହା ମାନୁ ନାହିଁ , କିନ୍ତୁ ସେ ବାରମ୍ବାର ତାହାକୁ ସବୁଜ କହୁଛି , ମହାରାଜ ଆପଣ ନିଜେ ନ୍ୟାୟ କରନ୍ତୁ , ଏହି ବାଘକୁ ଦଣ୍ତ ଦିଅନ୍ତୁ ।
ସିଂହ କହିଲା ଗଧ ବିଲକୁଲ୍ ସଠିକ୍ କହୁଛି , ଏହି କାରଣରୁ ବାଘକୁ ୧ ବର୍ଷର କାରାଦଣ୍ତ ଦିଆଗଲା , ଏହା ଶୁଣିକରି ଜଙ୍ଗଲର ସବୁ ପଶୁ ଓ ବାଘ ବି ଆଶ୍ଚର୍ଯ୍ୟ ହୋଇଗଲେ , ବାଘ କହିଲା ମହାରାଜ ଘାସର ରଙ୍ଗ ତ ସବୁଜ ହୋଇଥାଏ , କିନ୍ତୁ ଆପଣ ମୋତେ ୧ ବର୍ଷର ଦଣ୍ତ କଣ ପାଇଁ ଦେଉଛନ୍ତି , ସିଂହ କହିଲା ଘାସର ରଙ୍ଗ ତ ସବୁଜ ହୋଇଥାଏ , କିନ୍ତୁ ତୁମକୁ ଦଣ୍ତ ଏଥିପାଇଁ ମିଳୁଛି କି ତୁମେ ଏହି ମୁର୍ଖ ପ୍ରାଣୀ ସହ ଯୁକ୍ତି କରୁଛ , ତୁମେ ବହୁତ ବାହାଦୁର୍ , ସାହାସୀ ଓ ବୁଦ୍ଧିମାନ ପ୍ରାଣୀ ଅଟ , ଏହା ତୁମର ଭୁଲ୍ ଅଟେ , ତୁମକୁ ଏଥିପାଇଁ ୧ ବର୍ଷର ଦଣ୍ତ ମିଳିବ , ତୁମକୁ ଧ୍ୟାନ ରଖିବାକୁ ହେବ କି ମୁର୍ଖର ସହ ଯୁକ୍ତି ଲାଗିବା ଉଚିତ୍ ନୁହେଁ ।’
କାହାଣୀରୁ ଏହା ଶିକ୍ଷା ମିଳିଲା କି ମୁର୍ଖର ସହ ଅଯଥା ଯୁକ୍ତି କଲେ କିଛି ଲାଭ ହୋଇନଥାଏ । ଏହା ଦ୍ୱାରା କ୍ଷତି ହିଁ ସହିବାକୁ ପଡେ , ତାହା ସହ ମୁର୍ଖକୁ ଆମର ସମୟ ବ୍ୟର୍ଥ ହୋଇଥାଏ ବୁଝାଇବାପାଇଁ ।