November 21, 2024

Odia Express

Here, There and Everywhere

ଲୋକପ୍ରିୟ ସିଙ୍ଗର୍ ଅନୁରାଧା ପୋଡୁୱାଲ୍ ଙ୍କ ଝିଅ ଦେଖିବାକୁ ବହୁତ ସୁନ୍ଦର, ଫଟୋ ଦେଖିଲେ ଆପଣ ବି ହୋଇଯିବେ ବିମୋହିତ – ଦୀପିକା କ୍ୟାଟ୍ରିନା ମଧ୍ୟ ତାଙ୍କ ଆଗେ ଫିକା ପଡିଯିବେ..

୯୦ ଦଶକର ଏମିତି ବହୁତ ସାରା ଜିନିଷ ଅଛି ଯାହା ଆମେ ଏପର୍ଯ୍ୟନ୍ତ ମନେ ରଖିଛେ , ୯୦ ଦଶକର ଫିଲ୍ମ ଅଭିନେତା, ଅଭିନେତ୍ରୀମାନେ ଓ ଗୀତ ଆଜି ବି ଆମ ମନରେ ବସି ରହିଛି , ଯଦି ଆପଣ ୯୦ ଦଶକରେ ଜନ୍ମଗ୍ରହଣ କରିଛନ୍ତି ତେବେଆପଣ ସିଙ୍ଗର୍ ଅନୁରାଧା ପୋଡୁୱାଲ୍ ଙ୍କ ହିଟ୍ ଗୀତ୍ ଶୁଣିଥିବେ । ଅନୁରାଧା ପୋଡୁୱାଲ୍ ବହୁତ ସାରା ଭଜନ ଗାଇଛନ୍ତି , ଯାହା ବହୁତଘରେ ଏବେ ପର୍ଯ୍ୟନ୍ତ ବାଜୁଛି ,ଅନୁରାଧା ପୋଡୁୱାଲ୍ ୯୦ ଦଶକର ଏକ ପ୍ରସିଦ୍ଧ ଗାୟିକା ଅଟନ୍ତି , ଅନୁରାଧା ପୋଡୁୱାଲ୍ ଗୀତ ଦ୍ୱାରା ଲୋକେ ଏତେ ପ୍ରଭାବିତ ହେଲେ କି ସେ ତାଙ୍କୁ ଆଉଜଣେ ଲତା ମଙ୍ଗେସକର୍ କହିବାକୁ ଲାଗିଲେ , କିନ୍ତୁ ଯେଉଁ ଭଳି ସେ ୯୦ ଦଶକର ଜନାଶୁଣା କଳାକାରଙ୍କୁ ଫିଲ୍ମରୁ ଦୂରତା ବନାଇଦେଇଥିଲେ ,

ଧିରେ ଧିରେ ସେ ସିଙ୍ଗିଙ୍ଗ୍ ରୁ ଦୁରତା ବନାଇଦେଲେ , ଏବେ ସେ ପ୍ରାୟ ଇଣ୍ତଷ୍ଟ୍ରିରୁ ଗାୟବ ହୋଇଗଲେଣି , ଅନୁରାଧାଙ୍କ ଦ୍ୱାରା ଗାଇଥିବା ଭଜନ ଆଜି ବି ଲୋକେ ଶୁଣୁଛନ୍ତି , କିନ୍ତୁ ତାଙ୍କ ଅସଲ ଜୀବନ ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି , ଆଜି ଆମେ ତାଙ୍କ ନିଜ ଜୀବନ ବିଷୟରେ କିଛି ସୁଚନା ଦେବୁ ।୨୭ ଅକ୍ଟୋବର ୧୯୫୪ କୁ ଜନ୍ମ ନେଇଥିବା ଅନୁରାଧା ପୋଡୁୱାଲା ଛୁଆ ବେଳରୁ ମୁମ୍ବାଇରେ କାଟିଥିଲେ , ଯାହାର କାରଣରୁ ସେ ଫିଲ୍ମ ଆଡକୁ ବେଶୀ ଆକର୍ଷିତ ହୋଇଥିଲେ,  ସେ ନିଜ କ୍ୟାରିୟରରେ ୧୯୭୩ ରେ ଅମିତାଭ ଓ ଜୟା ବଚ୍ଚନଙ୍କ ଫିଲ୍ମ ଅଭିମାନରେ ଆରମ୍ଭ କରିଥିଲେ  ଏହାପରେ ସେ ହିରୋ , ତେଜାବ୍ , ଦିଲ୍ , ରାମ ଲଖନ୍ ,ଆଶିକି ଓ ସାଜନ ପରି ଫିଲ୍ମରେ ଆବାଜ୍ ଦେଇଥିଲେ ।

ପରିଶେଷରେ ସେ ୨୦୦୬ ରେ ଜାନେ ହୋଗା କ୍ୟା ପାଇଁ ପ୍ଲେ ବ୍ୟାକ୍ ସିଙ୍ଗିଙ୍ଗ୍ କରିଥିଲେ,  ସେ ନିଜ କ୍ୟାରିୟରର ଉଚ୍ଚତାକୁ ଯାଇକରି ଫିଲ୍ମ ଗୀତରେ ଗାଇବାକୁ ମନା କରିଦେଲେ , ଯାହାପରେ ଅନୁରାଧା ପୋଡୁୱାଲ୍ ବହୁତ ଭକ୍ତି ଗୀତରେ ଆବାଜ୍ ଦେଇଥିଲେ । ଅନୁରାଧା ପୋଡୁୱାଲ୍ ଅରୁଣ ପୋଡୁୱାଲ୍ ଙ୍କୁ ବିବାହ କରିଥିଲେ , ଯିଏକି ଏସ୍ ଡି ବର୍ମନ୍ ଙ୍କ ଆସିଷ୍ଟାଣ୍ଟ ଥିଲେ , ଓ ନିଜେ ଏକ ମ୍ୟୁଜିକ୍ କମ୍ପୋଜର୍ ଥିଲେ,  ତାଙ୍କର ଦୁଇଟି ଛୁଆ ହେଲେ ଆଦିତ୍ୟ ଓ ଝିଅ କବିତା ପୋଡୁୱାଲ୍ , କିନ୍ତୁ ଅନୁରାଧା ସ୍ୱାମୀ ଅରୁଣ ପୋଡୁୱାଲ୍ ୧୯୯୧ ରେ ମୃତ୍ୟୁ ବରଣ କରିଥିଲେ,  ଅନୁରାଧା ପ୍ରାୟ ୧୦ ବର୍ଷ ସମୟ ପର୍ଯ୍ୟନ୍ତ ଟି ସିରିଜ୍ ପାଇଁ କାମ କରିଥିଲେ,  ଯାହାପରେ ଅନୁରାଧାଙ୍କ ନାଁ ଟି ସିରିଜ୍ ମାଲିକ ଗୁଲସନ୍ କୁମାରଙ୍କ ସହ ଯୋଡା ଗଲା ।

ଅନୁରାଧାଙ୍କ ଝିଅ କବିତା ପୋଡୁୱାଲ୍ ବି ନିଜ ମାଙ୍କ ପରି ସିଙ୍ଗିଙ୍ଗ୍ ରେ ନିଜ କ୍ୟାରିୟର ବନାଇବାକୁ ଚାହୁଁଛନ୍ତି , କାରଣ ତାଙ୍କର ଏହା ଇନକମ୍ ସୋର୍ସ ଅଟେ , କବିତା ନିଜ ମାଙ୍କ ପରି ଯେତେ ଫେମସ୍ ନୁହନ୍ତି କିନ୍ତୁ ୧୬ ଟି ଭକ୍ତି ଆଲବମ୍ ପାଇଁ ଗୀତ ଗାଇଛନ୍ତି , କବିତା ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି , ଓ ନିଜ ସୋସିଆଲ୍ ମିଡିଆରେ ଲାଇଭ୍ ଭିଡିଓଜ୍ ଓ ଛୋଟ ମୋଟ ଭିଡିଓ ପୋଷ୍ଟ କରନ୍ତି ।

ଆପଣଙ୍କୁ କହିଦେବୁ କି କବିତା ଜଣେ ଭଲ ଦକ୍ଷ କ୍ଲାସିକାଲ୍ ସିଙ୍ଗର୍ ବି ଅଟନ୍ତି , ସେ ପଣ୍ତିତ ଜିୟାଲା ଜି ବସନ୍ତ ଓ ସୁରେସ୍ ଜୀଙ୍କ ଠାରୁ ଟ୍ରେନିଙ୍ଗ୍ ନେଇଥିଲେ,  ସେ୧୯୯୨ ରେ ରିଲିଜ୍ ହୋଇଥିବା ମହେଶ ଭଟ୍ଟଙ୍କ ଫିଲ୍ମ ଜୁନୁନ୍ ତୁ ମେରା ମେହେରବାନ୍ ଗୀତ ଗାଇଥିଲେ , ସେ ୧୩ ବର୍ଷର ବୟସରୁ ମ୍ୟୁଜିକ୍ ସହ ଯଡିତ ହୋଇଥିଲେ,  ଓ ୧୬ ବର୍ଷରେ ଫିଲ୍ମରେ ଗୀତ କମ୍ପୋଜ୍ କରିଥିଲେ ।

Leave a Reply

Your email address will not be published. Required fields are marked *