ସାପକୁ ମାରୁଥିଲେ ଗାଁ ଲୋକ – ଜଣେ ସାଧୁ ଆସି ବଞ୍ଚାଇଦେଲେ ତା ଜୀବନ – ତାପର ଦିନ ସେହି ସାପ ଆସି ସାଧୁଙ୍କ ବାଟ ଜଗିଲା କାରଣ ଜାଣିଲେ ଆପଣ ଚକିତ ହେବେ..
ଆଜି ଆମେ ଆପଣଙ୍କୁ ଏକ ରୋମାଞ୍ଚକର କାହାଣୀ କହିବାକୁ ଯାଉଛୁ , କିଛି ବର୍ଷ ପୂର୍ବେ ଗୋଟେ ଗାଁରେ କିଛି ଲୋକ ଗୋଟେ ସାପକୁ ବାଡିରେ ପିଟୁଥିଲେ , ସେମାନେ ସେହି ସାପକୁ ମାରିଦେବାକୁ ଚାହୁଁଥିଲେ , କିନ୍ତୁ ସେଠାରେ ଜଣେ ସାଧୁ ବ୍ୟକ୍ତି ଆସି ଉପସ୍ଥିତ ହେଲେ , ଓ ସେ ସେହି ଗାଁର ଲୋକଙ୍କୁ କହିଲେ କି ଏହି ସାପକୁ ଛାଡିଦିଅ ଓ ଯିବାକୁ ଦିଅ ।ଗାଁ ଲୋକେ କହିଲେ ଯଦି ଆମେ ତାକୁ ଛାଡିଦେବୁ ତେବେ ସେ ଆମକୁ କାମୁଡିବ , ତେବେ ସାଧୁ କହିଲେ କି ଯଦି ଆପଣ ମାନେ ତାକୁ ନ ମାରିବେ କିମ୍ବା ହଇରାଣ ନ କରିବେ ସେ ବିନା କାରଣରେ କାହାକୁ ବି କାମୁଡିବ ନାହିଁ , ଗାଁ ଲୋକେ ସାଧୁଙ୍କର କଥା ମାନି ଛାଡିଥିଲେ , ଓ ନିଜ ନିଜ ଘରକୁ ଚାଲିଗଲେ , ସାଧୁ ବି ନିଜ ଆଶ୍ରମକୁ ଚାଲି ଆସିଥିଲେ ।
ତାପର ଦିନ ସକାଳୁ ସକାଳୁ ସାଧୁ ନଦୀରେ ଗାଧୋଇବା ପାଇଁ ଯାଉଥିଲେ , କାରଣ ସେହି ସମୟରେ ବ୍ରହ୍ମ ମୁହୁର୍ତ୍ତ ଥିଲା ଏଥିପାଇଁ ସେହି ସମୟରେ ଆଲୁଅ ଠିକ୍ ଭାବରେ ଆସିନଥିଲା , ତେବେ ସାଧୁଙ୍କ ନଜର ଗୋଟେ ସାପ ଉପରେ ପଡିଲା , ସାଧୁ ବହୁତ ଚେଷ୍ଟା କରିଥିଲେ ସେହି ସାପକୁ ସେଠାରେ ଭଗାଇବା ପାଇଁ କିନ୍ତୁ ସେହି ସାପଟି ସେହି ସ୍ଥାନ ଛାଡିକରି କେଉଁ ଆଡେ ଗଲା ନାହିଁ ,ତାପରେ ସେହି ସାଧୁ ନିଜ ରାସ୍ତା ବଦଳାଇ ଦେଲେ , ଓ ଅଲଗା ଘାଟରେ ସ୍ନାନ ପାଇଁ ଚାଲିଗଲେ , ଫେରିବା ସମୟରେ ସକାଳ ହୋଇ ସାରିଥିଲା , ଓ ସେ ଆଶ୍ରମ ଆଡକୁ ପ୍ରତ୍ୟାବର୍ତ୍ତନ କରୁଥିଲେ , ସେ ସେହି ସାପକୁ ଦେଖିଲେ , ସେ ସାପ ସେଠାରେ ବସିଥିଲା , ସେ ସେଠାରେ ଦେଖିଲେ ସେଠାରୁ କିଛି ଦୁରରେ ଗୋଟେ ବଡ ଗାତ ଅଛି ।
ସାଧୁ ବୁଝିଗଲେ କି ଯଦି ସେହି ସାପ ସେହି ରାସ୍ତାରେ ନ ଥାନ୍ତା ,ତେବେ ସେ ସେହି ଗାତରେ ପଡିଯାଇଥାନ୍ତେ , ସାଧୁ ଭଗବାନଙ୍କୁ ଧନ୍ୟବାଦ କଲେ ଓ ଧନ୍ୟବାଦ କଲେ ସେହି ସାପକୁ ଯିଏକି ତାଙ୍କର ଜୀବନ ରକ୍ଷା କଲା ।ଏହି କଥାକୁ ଏକ ଛୋଟ ଶିକ୍ଷା ଅଟେ କି ଯେ କୌଣସି ଜୀବକୁ କରାଯାଇଥିବା ଦୟା ଓ ପରୋପକାର ସବୁ ବେଳେ ଭଲ ଫଳ ନେଇକରି ଆସିଥାଏ , ମାନାଯାଇଥାଏ କି ଏମିତି ଲୋକଙ୍କର ସାହାଯ୍ୟ ପାଇଁ ସ୍ୱୟଂ ଭଗବାନ ଆସି କରିଥାନ୍ତି , ଯେଉଁ ମାନେ ଅନ୍ୟ ମାନଙ୍କୁ ଦୟା ଭାବ ରଖନ୍ତି , ଓ ଭଲ କାମ କରିଥାନ୍ତି ।