November 21, 2024

Odia Express

Here, There and Everywhere

ତାଜମହଲର ଶାନଦାର୍ ସୁନ୍ଦରତାର ଏହା ହେଲା ବଡ ରହସ୍ୟ , ଶତ୍ରୁଙ୍କ ମାଟିରେ ଚମକୁଛି ଆମର ତାଜମହଲ…ଜାଣିରଖନ୍ତୁ ପୁରା ଘଟଣା..

1 min read

ବିଶ୍ୱର ସପ୍ତମ ଅଜୁବା , ମାନେ ତାଜମହଲ ସୁନ୍ଦରତା ବହୁ ବର୍ଷରୁ ରହିଛି , ଲୋକେ ଆଜି ବି ତାଜମହଲକୁ ଦେଖିକରି ଦିୱାନା ହେଉଛନ୍ତି । ବହୁ ବର୍ଷ ହେଲା ଧୁଳି, ଖରା, ଶୀତ , ବର୍ଷା ଖାଇ ଏହାର ସୁନ୍ଦରତା ଆଜି ବି ରହିଛି , ଧଳା ରଙ୍ଗର ମାର୍ବଲରେ ତିଆରି ହୋଇଥିବା ଏହି ମହଲ ଦୁରରୁ ଦେଖିବା ବହୁତ ଭଲ ଲାଗୁଛି , ସେମିତି ସ୍ୱର୍ଗର ବାଖ୍ୟା କେବଳ ଶବ୍ଦ ରେ ଜଣାଯାଏ , କିନ୍ତୁ ଶବ୍ଦ ଓ କଳ୍ପନାରୁ ଦୂରରେ ଥିବା ତାଜମହଲ କେଉଁ ସ୍ୱର୍ଗରୁ କମ୍ ଲାଗେନି , କିନ୍ତୁ କଣ ଆପଣଙ୍କୁ ଜଣାଅଛି କି ସୁନ୍ଦରତାର ପ୍ରତିକ ତାଜମହଲର ସଫାଇ କାମ ଏକ ଖାସ୍ ତରିକାରେ କରାଯାଏ , ଯେଉଁଥିରୁ ପାକିସ୍ଥାନରୁ ମଗା ହେଉଥିବା କିଛି ଜିନିଷର ବିଶେଷ ହାତ ଅଛି , ଯାହାର କାରଣରୁ ତାଜମହଲ ଆଜି ବି ଚମକୁଛି , କଣ ଅଛି ଏହାର ସୁନ୍ଦରତାର ରାଜ୍ , ଏହାର ଆଜି ଆମେ ଖୁଲାସା କରିବୁ ।

ଆଗ୍ରାର ତାଜମହଲ ବିଷୟରେ କିଏ ବା ନଜାଣେ , ଦୁନିଆଁର ସାତଟି ଅଜୁବା ରେ ସାମିଲ୍ ତାଜମହଲ୍ ସାଢେ ତିନି ଶହ ବର୍ଷରୁ ରହିଛି,  ଏହା ଉପରେ ଏକ ପ୍ରକାରର ମେକ୍ ଅପ୍ କରାଯାଇଥାଏ , ଯାହା ଏତେ ବର୍ଷ ପର୍ଯ୍ୟନ୍ତ କରାଯାଇଛି , ଏହି ବର୍ଷ ବି ଗରମ ଦିନରେ ତାଜର ପଥରକୁ ବଞ୍ଚାଇବାପାଈଁ , ମଇଳା ଶେଷ କରିବାପାଇଁ ବିଶେଷ ରସାୟନ ସହ ମିଶାଇକରି ମୁଲତାନୀ ମାଟି ର ଏକ ଲେପ ପ୍ରସ୍ତୁତ କରାଯାଏ , ଏହା ମଡ ପ୍ୟାକିଙ୍ଗ୍ ନାଁ ଦିଆଯାଇଛି , ଏହାକୁ ଲଗାଇଲେ ଏକ ପଟୁ ଯେଉଁଠି ତାଜମହଲ ସୂର୍ଯ୍ୟଙ୍କ ତେଜ କିରଣ ଓ ଗରମରୁ ସୁରକ୍ଷା ପାଇଥାଏ , ସେମିତି ରସାୟନ ଓ ପଥରରେ ମଇଳା ବହୁତ ପରିମାଣରେ କମ୍ ହୋଇଯାଏ ।

ଏହାକୁ ମଡ ପ୍ୟାକିଙ୍ଗ୍ କୁହାଯାଏ , ମୁଲତାନି ମାଟିର ପେଷ୍ଟ ତିଆରି କରାଯାଏ , ପ୍ରଥମେ ପାଣିରେ ଛିଞ୍ଚନ ହୁଏ , ତାପରେ ସେହି ଜାଗାରେ ମୁଲିଆ ପେଣ୍ଟ କରିବା ବାଳା ବଡ ବ୍ରଶ ସାହାଯ୍ୟରେ ପୁରା ତାଜମହଲରେ ଲେପ ଲଗାଇଥାଉ , ପୁରା ତାଜମହଲ ଲେପ ଲଗାଇବା କାମ ତିନି ଚାରି ମାସ ସମୟ ନେଇଥାଏ , ଏହି କ୍ଲେ ଖାସିୟତ୍ ଅଛି କି ଏହା ମଇଳା, ତେଲିୟ ପ୍ରଦୁଷଣ ଓ ଅନ୍ୟ କେମିକାଲ୍ ନିଜେ ଅବଜର୍ଭ କରିଦେଇଥାଏ ।

ତାଜମହଲ ବଞ୍ଚାଇବା ପାଇଁ ପ୍ରକିୟା ଗତ ତିନି ଶହ ବର୍ଷରୁ ଚାଲି ଆସୁଛି ଯେଉଁଥିରେ ଖାସକରି ପାକିସ୍ଥାନ ମୁଲତାନରେ ମିଳୁଥିବା ବିଶେଷ ମାଟି ଯାହାକୁ ଆମେ ମୁଲତାନ ମାଟି ନାଁରେ ଜାଣିଛେ , ତାହାର ଲେପ ଲଗାଯାଏ , ମୁଲତାନୀ ମାଟିର ପ୍ରୟୋଗ ଭାରତରେ ମହିଳାମାନେ ମେକ ଅପ୍ ର ପୂର୍ବରୁ ଚେହେରା ଧୋଇବା ପାଇଁ କରିଥାନ୍ତି , ସିନ୍ଧ ରୁ ନେଇକରି ଭାରତର ସବୁ ଜାଗାରେ ପହଞ୍ଚାଇବା କାମ ଇଂରେଜମାନେ କରିଥିଲେ  ଏହି ମାଟୀ ବ୍ରିଟେନ୍ ,ଆମେରିକା , ଦକ୍ଷିଣ ପୂର୍ବ ଭାଗ , ପାକିସ୍ଥାନର ସିନ୍ଧ , ଜାପାନ,ମାକ୍ସିକୋ ଆଦି ଜାଗାରେ ମିଳିଥାଏ , ସେମିତି ଭାରତରେ ଏହା ବହୁତ ପରିମାଣରେ ପାକିସ୍ଥାନରୁ କିଣାଯାଇଥାଏ ।

ତାଜମହଲକୁ ସୁନ୍ଦର ବନାଇଥିବା ସେହି କ୍ଲେ କୁ ଫୁଲେର୍ ଅର୍ଥ କୁହାଯାଏ , ଏହା ନା କେବଳ ତାଜମହଲର ମଇଳା ସଫା ହୋଇଯାଏ , ବରଂ ତାହାର ରଙ୍ଗ ବି ବାହାରିଆସେ , ଏମିତି ବିଲକୁଲ୍ ସେହି ପରି ହୋଇଥାଏ , ଆମେ ଏହାକୁ ମୁଲତାନି ମାଟି ନାଁରେ ଜାଣିଛୁ , ଏହା ପଲିଗ୍ରାସଫାଇଟ୍ କିମ୍ବା ଅଟାପୁଲଗାଇଟ୍ ବି କହନ୍ତି , ଏଥିରେ ମାଗ୍ନେସିୟମ୍ , ଏଲୁମିନିୟମ୍ , ଫିଲୋସିଲିକେଟ୍ ହୋଇଥାଏ ,

ଏହାର କେମିକାଲ୍ ଫର୍ମୁଲା (Mg,Al)2Si4O10(OH)।4 (H2O) ଅଟେ , ଯେଉଁ ମୁଲତାନି ମାଟି ଚେହେରାରେ ଲଗାଇକରି ସଫା କରାଯାଏ , ତେବେ ତାହା ଚମକ ସହ ଏକ ଖାସ୍ ଆଭା ଆସିଯାଏ , ପାକିସ୍ଥାନରୁ ଏହି ମାଟି ଲୋକ ଶରୀରର ଅଙ୍ଗ ପାଇଁ ମେଡିସିନ୍ କୁହାଯାଏ , ଏହାର ଉପଯୋଗ ପୁରୁଣା ସମୟରେ ବାଳ ଧୋଇବା ଆଦି ପାଇଁ ହୋଇଛି , ଆଜିକାଲି ଏହାକୁ ସ୍ନାନ କରିବା , ଫେସ୍ ପ୍ୟାକ୍ ଆଦି ବ୍ୟବହାର କରିବା , ଚର୍ମରୋଗ ସମାପ୍ତ କରିବା ଏବଂ ତ୍ୱଚା ନରମ କରିବା ପାଇଁ ବହୁତ ମହତ୍ତ୍ୱ ଅଛି ।

Leave a Reply

Your email address will not be published. Required fields are marked *