November 21, 2024

Odia Express

Here, There and Everywhere

ସ୍ଵାମୀଙ୍କ ଅସ୍ଥି ଆଣିବାକୁ ଯାଇଥିଲେ ପତ୍ନୀ, ସେଠାରେ ଯାହା ଦେଖିଲେ ତାହା ତାଙ୍କ ଚେତା ଉଡେଇ ଦେଲା..

1 min read

ଆଜି ଆମେ ଆପଣଙ୍କୁ ଏକ ଏପରି ଖବର ସହ ମୁହାଁମୁହିଁ କରିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣଙ୍କ ଚେତା ଉଡିଯିବ । ହଁ ଆଜ୍ଞା ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେଉଛୁ ଯେ ଏହି ଖବର ଏକ ଏପରି ମହିଳାଙ୍କ ବିଷୟରେ ଅଟେ ଯିଏ ନିଜର ସ୍ଵାମୀଙ୍କ ଅସ୍ଥି ଏକତ୍ର କରିବାକୁ ଯାଇଥିଲେ କିନ୍ତୁ ସେତେବେଳେ ସେଠାରେ କିଛି ଏପରି ଦେଖାଦେଲା, ଯାହାକୁ ଦେଖି ତାଙ୍କର ଚେତା ଉଡିଗଲା । ଉଲ୍ଲେଖାଯୋଗ୍ୟ ଯେ କେବଳ ମହିଳା ନୁହେଁ ତାଙ୍କ ସହ ଉପସ୍ଥିତ ଲୋକମାନଙ୍କ ଆଖି ମଧ୍ୟ ଖୋଲା ରହିଗଲା । ଏହି ଘଟଣା ଚଣ୍ଡିଗଡର ଅଟେ ।ନିରୁ କପୁର ନିଜର ସ୍ଵାମୀଙ୍କ ଅସ୍ଥି ନେବାକୁ ସେଠାକାର ଶ୍ମଶାନରେ ପହଞ୍ଚି ଥିଲେ । କିନ୍ତୁ ଯେଉଁ ଲକରରେ ସେ ତାଙ୍କ ସ୍ବାମୀଙ୍କ ଅସ୍ଥି ରଖିଥିଲେ , ଯେତେବେଳେ ସେହି ଲକର ଖୋଲାଗଲା ତେବେ ଦେଖାଗଲା ଯେ ସେଠାରେ ସେ ସ୍ତମ୍ବିଭୂତ ହୋଇ ରହିଗଲେ । ପ୍ରକୃତରେ ନିରୁ ଶ୍ମଶାନଘାଟରେ ସବୁ ପଣ୍ଡିତଙ୍କ ସହ କଥା ହୋଇ ତାଙ୍କୁ ଜଣେଇଦିଆଗଲା ଯେ ତାଙ୍କ ସ୍ଵାମୀ ସୁରେଶ କପୁର ଙ୍କର ଅସ୍ଥି ଗୁଡିକ ଲକର ନୋ-୧୪ରେ ରଖାଯାଇଛି । କିନ୍ତୁ ଯେବେ ସେ ସେହି ଲକର ଖୋଲି ଦେଖିଲେ ତ ଅସ୍ଥି ସେଠାରୁ ଗାୟବ ହୋଇଯାଇଥିଲା । ଯଦିଓ ଏହି ସମୟରେ ଉପସ୍ଥିତ ପ୍ରତ୍ୟେକ ମହିଳାଙ୍କୁ ଭିନ୍ନ ଭିନ୍ନ ପ୍ରକାରରେ ବୁଝେଇଲେ , କିନ୍ତୁ ସେମାନଙ୍କ ମଧ୍ୟରୁ କେହିମଧ୍ୟ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ ।

 

ଯେଉଁଥିପାଇଁ ନିରୁ କପୁର ସେକ୍ଟର ୨୪ ପୋଲିସ ଷ୍ଟେସନ ଠାରେ ନିଜର ସ୍ଵାମୀଙ୍କ ଅସ୍ଥି ଗାୟବ ହେବାର ଅଭିଯୋଗ ଲେଖାଇଲେ । ଏତିକିବେଳେ ପୋଲିସ ଥାନାର ଇନଚାର୍ଜ ଏସଆଇ ରୋହତାଶ କୁମାର ଶ୍ମଶାନ ଘାଟର ପଣ୍ଡିତଙ୍କ ସହିତ ସମସ୍ତ ଲୋକମାନଙ୍କୁ ପଚରାପଚରି କଲେ ଏହାସହ ସେ ସେହି ରେଜିଷ୍ଟରର ମଧ୍ୟ ଯାଞ୍ଚ କରିଥିଲେ । ଯେଉଁଥିରେ ଅସ୍ଥି ନେଇଯାଇଥିବା ଲୋକ ମାନଙ୍କର ନାମ ଲେଖାଯାଇଥିଲା । ଏଥିମଧ୍ୟରେ ଜଣାପଡିଲା ଯେ ଡଡ୍ଡୁନଜରା କଲୋନୀର ବାସିନ୍ଦା ଜେନ ବ୍ୟାଙ୍କ ଆସିଷ୍ଟାଣ୍ଟ ମ୍ୟାନେଜର ନନ୍ଦ କିଶୋର ଗତ ଚାରି ତାରିଖରେ ଲକର ନମ୍ବର ୧୪ରୁ ଅସ୍ଥି ନେଇ ଯାଇଛନ୍ତି । ଯଦିଓ ଏବେ ସେ ସହର ବାହାରେ ଅଛନ୍ତି। ଏହାପରେ ପୋଲିସ ତାଙ୍କ ଭାଇ ଚତୁର ସେନଙ୍କ ସହିତ ଏହିବିଷୟରେ ବହୁତ ପଚରାଉଚୁରା କଲେ । ଏହାପରେ ନନ୍ଦ କିଶୋର ଙ୍କ ଭାଇ କହିଲେ ଯେ ତାଙ୍କର ଖୁଡୀ ତାଙ୍କ ସହ ତାଙ୍କ ଘରେ ରହୁଥିଲେ ।

ଏଥିମଧ୍ୟରେ ସେ ସେହି ଲକରରୁ ନିଜର ଖୁଡିଙ୍କ ଅସ୍ଥି ବାହାର କରି ସେସବୁ ପ୍ରବାହିତ କରିବା ପାଇଁ ଯାଇଛନ୍ତି । ଏହାଛଡା ପୋଲିସର କହିବା ହେଲା ଯେ ନନ୍ଦ କିଶୋର ଯେବେ ଗତ ଚାରି ତାରିଖରେ ୧୪ନମ୍ବର ଲକର ର ଚାବି ଲଗେଇଲେ ତେବେ ତାଙ୍କର ତାଲା ଖୋଲିଗଲା ଓ ଏହାର ଯାଞ୍ଚ ନିଜେ ପୋଲିସ କରିଛି । ଯେଉଁଥି ପାଇଁ ଏବେ ସେ ସେହି ଅସ୍ଥି ପ୍ରବାହିତ କରିବାକୁ ଯାଇଛନ୍ତି । କିନ୍ତୁ ଅନ୍ୟ ତରଫରୁ ନିରୁ କପୁରଙ୍କର କହିବା ହେଲା ଯେ ସେ ମଧ୍ୟ ନିଜର ସ୍ଵାମୀଙ୍କ ଅସ୍ଥି ଏହି ଲକର ଭିତରେ ରଖିଥିଲେ । ତେଣୁ ଏପରି ହେବ କିପରି ।

ବର୍ତ୍ତମାନ ଏହାକୁ ନଗର ନିଗମର ଅବହେଳା ବୋଲି କୁହାଯାଉଛି । କାରଣ ନଗର ନିଗମ ଅଧୀନ ଶ୍ମଶାନ ଘାଟରେ ଲକରରେ ଅସ୍ଥି ରଖୁଥିବା ଲୋକଙ୍କର ରେଜିଷ୍ଟରରେ ଏଣ୍ଟ୍ରି କରାଯାଉନାହିଁ ଓ ବହୁତ ସମୟରୁ ଏହି ସବୁ ଚାଲି ଆସୁଛି । ଅନ୍ୟ ପକ୍ଷରେ ଶ୍ମଶାନ ଘାଟରେ ଯେଉଁ ଚାରିଜନ ପଣ୍ଡିତ ଅଛନ୍ତି ସେମାନେ କେବଳ ସଂସ୍କାର ବିଧି ପୂର୍ଣ୍ଣ କରୁଛନ୍ତି । ବର୍ତ୍ତମାନ ଏହି ଘଟଣାର ଯାଞ୍ଚ ଚାଲୁଅଛି ଓ ଯେଉଁ ଲୋକ ଲକର ନମ୍ବର ୧୩ରୁ ଅସ୍ଥି ନେଇ ଯାଇଛନ୍ତି, ଏବେ ତାଙ୍କୁ ପଚରାଉଚୁରା କରାଯିବ ।

Leave a Reply

Your email address will not be published. Required fields are marked *