November 22, 2024

Odia Express

Here, There and Everywhere

ସେନାର ଏହି ଜବାନ ବିଶ୍ୱ ବଡି ବିଲଡିଙ୍ଗ୍ ଚ୍ୟାମ୍ପିୟନସିପ୍ ରେ ଦେଖାଇଲେ ନିଜର କମାଲ , ଜିତିଲେ ସ୍ୱର୍ଣ୍ଣ ପଦକ – ତାପରେ ଦେଶ ପାଇଁ କହିଲେ ଏଭଳି କଥା..

1 min read

କୋରିଆର ଜେଜୁ ଦ୍ୱିପରେ ଆୟୋଜିତ ହୋଇଥିବା ୧୧ତମ ବିଶ୍ୱ ବଡିବିଲଡିଙ୍ଗ୍ ଚ୍ୟାମ୍ପିୟନସିପ୍ ରେ ଭାରତ ତରଫରୁ ଭାଗ ନେଇଥିବା ଅନୁଜ କୁମାର ପ୍ରଥମ ସ୍ଥାନ ହାସିଲ୍ କରିନେଇଛନ୍ତି , ଏହି ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି , ଅନୁଜ୍ କୁମାର ଇଣ୍ତିଆନ୍ ଆର୍ମୀରେ ନିଜର ସେବା କରୁଛନ୍ତି , ଓ ମଦ୍ରାସ ଇଞ୍ଜିନିୟର ଗ୍ରୁପ୍ ରେ କାର୍ଯ୍ୟରତ ଅଛନ୍ତି , ଏବେ କୋରିଆରେ ଆୟୋଜିତ ହୋଇଥିବା ଏହି ଚ୍ୟାମ୍ପିୟନସିପ୍ ରେ ବହୁତ ଦେଶର ପ୍ରତିଯୋଗୀ ଆସିଥିଲେ , ଓ ଏହି ପ୍ରତିଯୋଗୀ ଙ୍କୁ ହରାଇ ଏହି ଚ୍ୟାମ୍ପିୟନସିପ୍ କୁ ଅନୁଜ୍ କୁମାର ନିଜ ନାଁରେ କରିନେଇଛନ୍ତି ।

ହାବିଲଦାର୍ ଅନୁଜ କୁମାରଙ୍କୁ ମିଳିଥିବା ଏହି ବିଜୟ ପରେ ତାଙ୍କର ସ୍ୱାଗତ ବହୁତ ଧୁମ୍ ଧାମ୍ ରେ କରାଯାଇଥିଲା , ଆପଣଙ୍କୁ କହିଦେବୁ କି ଅନୁଜ୍ କୁମାର ୨୦୧୦ ରେ  ଇଣ୍ତିଆନ୍ ଆର୍ମୀରେ ଯୋଗ ଦେଇଥିଲେ,  ଏହି ସମୟରେ ଭାରତୀୟ ସେନା ମଦ୍ରାସ୍ ଇଞ୍ଜିନିୟରିଙ୍ଗ୍ ଗ୍ରୁପ୍ ର ସଦସ୍ୟ ଅଛନ୍ତି , ଏହି ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ଅନୁଜ୍ ବଡି ବିଲଡିଙ୍ଗ୍ ସହ ଯୋଡି ହୋଇଥିବା ଆହୁରି ପଦକ ଜିତିଛନ୍ତି , ଓ ତାଙ୍କର ଦ୍ୱାରା ନେଭି, ଏୟାରଫୋର୍ସ , ଓ ଆର୍ମୀର ବଡି ବିଲଡିଙ୍ଗ୍ ପ୍ରତିଯୋଗିତାରେ ବି ଭାଗ ନେଇଥିଲେ , ଏହି ପ୍ରତିଯୋଗିତାରେ ଜିତିବାପରେ ୧୧ତମ ବିଶ୍ୱ ବଡିବିଲଡିଙ୍ଗ୍ ଚ୍ୟାମ୍ପିୟନ୍ ସିପ୍ ୨୦୧୯ ରେ ଭାଗ ନେବାପାଇଁ ଭାରତ ପକ୍ଷରୁ ପଠାଯାଇଥିଲା,  ଓ ଏହି ପ୍ରତିଯୋଗିତାରେ ସେ ଜୋରଦାର୍ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅକ୍ତିଆର କରିନେଲେ ।

ସେମିତି ଭାରତ ଫେରିବାପରେ ତାଙ୍କର ଧୁମ୍ ଧାମ୍ ସ୍ୱାଗତ କରାଗଲା , ଓ ତାଙ୍କର ଏହି ସ୍ୱାଗତ ପାଇଁ ତାଙ୍କର ଅଧିକାରୀମାନେ ବିଶେଷ ପ୍ରସ୍ତୁତିମାନ କରିଥିଲେ , ଏତିକି ନୁହେମ୍ଂ ଅନୁଜ୍ କୁମାରଙ୍କୁ ମିଳିଥିବା ଏହି ସବୁ ସଫଳତା ପାଇଁ ସେନାର ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ସମ୍ମାନିତ୍ ବି କରାଯାଇଥିଲା । ଅନୁଜ୍ କୁମାର ୨୦୧୮ ରେ ଆୟୋଜିତ ହୋଇଥିବା ମିଷ୍ଟର ଇଣ୍ତିଆ ପ୍ରତିଯୋଗିତା ରେ ବି ଭାଗ ନେଇଥିଲେ , ଓ ଏହି ପ୍ରତିଯୋଗିତାରେ ଜିତି ବି ଥିଲେ , ସେ ଚେନ୍ନାଇରେ ଆୟୋଜିତ ୧୨ତମ ନ୍ୟାଶନାଲ୍ ବଡି ବିଲଡିଙ୍ଗ୍ ଚ୍ୟାମ୍ପିୟନସିପ୍ ରେ ବି ଅନୁଜ୍ କୁମାର ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

୧୧ତମ ବିଶ୍ୱ ବଡି ବିଲଡିଙ୍ଗ୍ ଚ୍ୟାମ୍ପିୟନସିପ୍ ର ଆୟୋଜନ ନଭେମ୍ବର ମାସରେ ହୋଇଥିଲା,  ଓ ଏହି ପ୍ରତିଯୋଗିତା ୬ ଦିନ ଯାଏଁ ଚାଲିଥିଲା , ୫-୧୧ ନଭେମ୍ବର ଦକ୍ଷିଣ କୋରିଆର ଜେଜୁ ଦ୍ୱିପରେ ଆୟୋଜିତ କରାଯାଇଥିବା ଏହି ପ୍ରତିଯୋଗିତାରେ ଭାରତୀୟ ସେନାର ବହୁତ ବଡି ବିଲଡର୍ ପଦକ ବି ଜିତିଛନ୍ତି , ଯେବେ କି ୧୦୦ ରୁ ଉର୍ଦ୍ଧ୍ୱ କିଲୋବର୍ଗରେ ଅନୁଜଙ୍କ ପ୍ରଥମ ସ୍ଥାନ ହାସିଲ୍ କରି ସ୍ୱର୍ଣ୍ଣ ପଦକର ଅଧିକାରୀ ହୋଇଥିଲେ ।

Leave a Reply

Your email address will not be published. Required fields are marked *