ଘର ଭିତରେ ସୁଡଙ୍ଗ କରି ଏହି ବିହାରୀ ମହିଳା କରୁଥିଲେ ଏପରି କାର୍ଯ୍ୟ , ଜାଣିଲେ ଚକିତ ହୋଇଯିବେ ଆପଣ…
ଆଜି ଆମେ ଆପଣଙ୍କୁ ଏକ ଏପରି ଖବର କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଏହା ହୁଏତ ଅନେକଥର ଶୁଣିଥିବେ ଯେ ମଦ ପିଇବା ସ୍ୱାସ୍ଥ୍ୟ ନିମନ୍ତେ ହାନିକାରକ ହୋଇଥାଏ ଓ ଏହା ଉପରେ କଟକଣା ଲାଗିବା ବହୁତ ଜରୁରୀ ଅଟେ । ଏହି କାରଣ ଥିଲା ଯେ ଏହାଉପରେ କଟକଣା ଲଗେଇବାକୁ ବିହାର ସରକାର ମଦବନ୍ଦୀର ଅନେକ ପ୍ରକାର ନିୟମ ଓ ଆଇନ ତିଆରି କରିଛନ୍ତି ଯାହାପରେ ସେଠାରେ ମଦ ଉପରେ ସଂପୂର୍ଣ୍ଣ କଟକଣା ଲାଗିଲା ଓ ବନ୍ଦ ହୋଇଗଲା କିନ୍ତୁ ତଥାପି ବିହାରର ଅନେକ ଜିଲ୍ଲାରେ ମଦ ବିକ୍ରି କରାଯାଉଛି । ଆଜି ଯେଉଁ ମାମଲା ସାମନାକୁ ଆସିଛି ତାହା ଏହା ସହ ଜଡିତ ଅଟେ ।
ପ୍ରକୃତରେ ଏହି ଘଟନା ବିହାରର ସଲାରପୁରର ଯେଉଁଠାରେ ଜୋରସୋର ନିର୍ଭୟରେ ମଦ ଧନ୍ଦା ଚଳୁଥିଲା । ଆଶ୍ଚର୍ଯ୍ୟ ତ ତେବେ ହେବ ଯେବେ ଆପଣଙ୍କୁ ଜଣାପଡିବ ଯେ ଏହି ସଲାର ପୁର ପଞ୍ଚାୟତର ୱାର୍ଡର ଜଣେ ମହିଳା ସଦସ୍ୟ ପୁନମ ଦେବୀ ଉର୍ଫ ରେଖା ଦେବୀଙ୍କର ଥିଲା ଯାହାକୁ ପୋଲିସ ଛାପା ମାରି ୫୦ଲିଟର ଦେଶୀ ମହୁଲି ମଦ ଜବତ କରିଛି । ଖବର ଅନୁଯାୟୀ ୱାର୍ଡର ଏହି ସଦସ୍ୟ ନିଜ ଘରେ ମଦର ଏହି କଳାଧନ୍ଦା କରୁଥିଲେ । ରବିବାର ଦିନ ସକାଳ ସମୟରେ ଯେତେବେଳେ ପୋଲିସ ଏହାଙ୍କ ଘରେ ଛାପା ମାରିଲେ ସେତେବେଳେ ସତ୍ୟ ସାମ୍ନା କୁ ଆସିଲା ।
ପ୍ରକୃତରେ ଏହି ମହିଳା ଘରର ତଳେ ମାଟିରେ ମଦର ବହୁତ ବଡ ଟାଙ୍କି ନିର୍ମାଣ କରିଥିଲେ । ଯଦ୍ୱାରା ପୋଲିସକୁ ଏହି ବିଷୟରେ ଜଣା ନପଡିବ । ଏହି ମାମଲାରେ ଥାନାଧ୍ୟକ୍ଷ ସରଫରାଜ ଆହମଦ କହିଲେ ଯେ ଫରିଦପୁର ବଜାରରେ ଦେଶୀ ମଦର ବ୍ୟବସାୟ ଜୋରସୋର ଚଳୁଥିଲା । ଯାଞ୍ଚ ରେ ଏହା ମଧ୍ୟ ଜଣାପଡିଛି ଯେ ମହିଳା ଜଣକ ଗୋଟିଏ ବଖରାରେ ଛୋଟ ବଡ ପ୍ଲାଷ୍ଟିକର ପାଣିତଙ୍କି ମଧ୍ୟ ରଖିଥିଲେ , ଯାହାକୁ ସିମେଣ୍ଟ ଦ୍ଵାରା ଜାମ କରି ରଖିଥିଲେ । ଛାପାରେ ପୋଲିସକୁ ସେହି ମହିଳାଙ୍କ ଘରୁ ବହୁତ ଟାଙ୍କି ଓ ମଦ ତିଆରି ଉପକରଣ ମଧ୍ୟ ମିଳିଛି । ବର୍ତ୍ତମାନ ତ ଆରୋପୀ ସେହି ମହିଳା ଗିରଫ ହୋଇଛନ୍ତି ଓ ତଦନ୍ତ ପରେ ତାଙ୍କୁ ଜେଲ କୁ ପଠେଇ ଦିଆଯାଇଛି ।
ଆଶ୍ଚର୍ଯ୍ୟର କଥା ଏହା ଯେ ଯେବେ ଆମେ ଗ୍ରାମ ପଞ୍ଚାୟତସଦସ୍ୟ ମାନେ ନେତା ଏପରି କାମ କରିବେ ତେବେ ଜନତା କିଭଳି ସୁଧୁରିବେ । ସୂଚନା ଅନୁଯାୟୀ ଜଣେଇଦେଉଛୁ ଯେ ରେଖା ନିଜର 2ମହଲା ଘର ତଳେ ଏକ ବହୁତ ବଡ ଟାଙ୍କି ନିର୍ମାଣ କରିଥିଲେ ଓ ସେହି ଟାଙ୍କିରେ ରେଖା ମହୁଲିକୁ ଗୋଟିଏ ପାତ୍ରରେ ବହୁତ ଦିନ ପଚେଇ ମଦ ପ୍ରସ୍ତୁତ କରୁଥିଲେ । ଏହିଭଳି ସେ ସେଠାରେ ଆଜି ମଧ୍ୟ ମଦ ଦୋକାନ ଚଳଉଥିଲେ ଯାହା କି ବହୁତ ଭୁଲ ଯଦିଓ ଏହା ଉପରେ ପୋଲିସ ତୁରନ୍ତ ସକ୍ରିୟ ହୋଇ ଏ ସମ୍ବନ୍ଧୀୟ ସମସ୍ତଙ୍କୁ ଜେଲ ପଠେଇଛନ୍ତି ।