November 17, 2024

Odia Express

Here, There and Everywhere

୨୮ ନଭେମ୍ବର ୨୦୧୯ ଗୁରୁବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାଲକ୍ଷ୍ମୀ ଙ୍କ କୃପା ବରଷିବ ଏହି ୪ଟି ରାଶି ଉପରେ

1 min read

ମେଷ : ଆଜି ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ଜୀବନରେ ପ୍ରତିକ୍ଷଣରେ ଆମକୁ କିଛି ନୂଆ କଥା ଶିଖିବାକୁ ପଡ଼ିଥାଏ ।ତେଣୁ ସବୁ ପରିସ୍ଥିତିରୁ ଆମେ କିଛି ନା କିଛି ଶିଖିବା ଉଚ଼ିତ୍ । ଏମିତିବି ଆପଣଙ୍କୁ ନୂଆ ଅନୁଭୂତି ଅନୁଭବ କରିବା ବହୁତ ପସନ୍ଦ । ସ୍ଵଭାବରେ ଭାବୁକତା ଅଧିକ ହେବାରୁ ମାନସିକ ଚିନ୍ତା ରହିବ। ଆର୍ଥିକ ବିଷୟଗୁଡ଼ିକର ଆୟୋଜନ ହେବ। ମାତାଙ୍କର ତରଫରୁ ଅଧିକ ପ୍ରେମ ଏବଂ ଭାବନାର ଅନୁଭବ ହେବ। ମହିଳାମାନଙ୍କର ଧନ ସୌନ୍ଧର୍ଯ୍ୟ ପ୍ରଶାଧନ, ବସ୍ତ୍ର କିମ୍ବା ଆଭୂଷଣର କ୍ରୟ ପଛରେ ଖର୍ଚ୍ଚ ହେବ। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ସଫଳତା ମିଳିବ। ସ୍ଵଭାବରେ ପରିବର୍ତ୍ତନ ଆସିବ। ସାର୍ବଜନିକ ରୂପରେ ମାନହାନି ନ ହେଉ ଏହାର ଧ୍ୟାନ ରଖିବେ।ପ୍ରତିକାର: ଗାଈକୁ କିଛି ଖୁଆନ୍ତୁ।

ବୃଷ : ଆଜି ଆପଣ ନିଜ ଘରର ସାଜସଜ୍ଜାକୁ ଗୋଟିଏ ନୂଆରୂପ ଦେବାକୁ ଚ଼ାହିଁବେ । ଏଥିରୁ ଆପଣ ନିଜ ଜୀବନରେ ମଧ୍ୟ ନୂଆ ଭାବନା ଅନୁଭବ କରିବେ, ଘରେ କରାଯାଇଥିବା ଏହି ପରିବର୍ତ୍ତନ ଆପଣଙ୍କର ନିଜ ଭିତରେ ଥିବା ପରିବର୍ତ୍ତନ କୁ ହିଁ ଦର୍ଶାଇବ । ଆଜି ଆପଣ ଧାର୍ମିକ କାର୍ଯ୍ୟ ଆଡ଼କୁ ଢଳିବେ। କୌଣସି ତୀର୍ଥ ସ୍ଥାନର ଦର୍ଶନ ହେବାର ସଂଯୋଗ ଅଛି। ବିଦେଶ ଗମନ ପାଇଁ ଅବସର ନିର୍ମିତ ହେବ। ଭାଇ-ବନ୍ଧୁମାନଙ୍କର ଲାଭ ହେବ। ଅଫିସ୍ ରେ ଉଚ୍ଚ ପଦାଧିକାରିମାନଙ୍କଠାରୁ ସମ୍ଭାଳିକରି ରୁହନ୍ତୁ। ଆଜି ଆର୍ଥିକ ଲାଭର ଦିନ ଅଟେ। ଶାରୀରିକ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ।ପ୍ରତିକାର- ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ମିଥୁନ : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।  ତଥାପି ମଧ୍ୟ ନୂଆ କାର୍ଯ୍ୟ ଆରମ୍ଭ ନ କରିବା ପାଇଁ ଉପଦେଶ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଶତ୍ରୁ ଆପଣଙ୍କ ଅହିତ କରିବାକୁ ପ୍ରୟାସ କରିବେ। ଜଲାଶୟ ଏବଂ ମହିଳାଙ୍କଠାରୁ ସତର୍କ ରୁହନ୍ତୁ। ଈଶ୍ଵର ଭକ୍ତି ଏବଂ ଗଭୀର ଚିନ୍ତନ ଶକ୍ତି ମନକୁ ଶାନ୍ତି ଦେବ।ପ୍ରତିକାର:- ଷଣ୍ଢକୁ ଗୁଡ଼ ରୁଟି ଖୁଆନ୍ତୁ।

କର୍କଟ : ଆଜି ଆପଣ ମାନସିକ କ୍ଷେତ୍ରରେ ଦୃଢ଼ ରହିବେ । ଆପଣଙ୍କ ଯୋଗ୍ୟତା ଓ ଜ୍ଞାନ ବଳରେ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ ଓ ତା ସଙ୍ଗେ ଆପଣଙ୍କୁ ଲାଭ ମଧ୍ୟ ମିଳିବ । ସାର୍ବଜନିକ ଜୀବନରେ ଆପଣଙ୍କ ମାନ-ପ୍ରତିଷ୍ଠା ବଢ଼ିବ। ନୂଆ ବସ୍ତ୍ର ପରିଧାନ ଏବଂ ବାହନସୁଖର ପ୍ରାପ୍ତି ହୋଇପାରେ। ଭାଗୀଦାରୀରେ ଲାଭ ହେବ। ଦାମ୍ପତ୍ୟଜୀବନର ଉତ୍ତମ କ୍ଷଣର ଅନୁଭବ କରିବେ। ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତକରିବେ ଏବଂ ଧନଲାଭ ହେବ।ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ : ଆଜି ଆପଣ ନିଜର ଘରବାଲା ଓ ସାଂଗ ମାନଙ୍କ ସହିତ ମଜା ନେବେ ,ଯେଉଁଥିରେ ଆପଣଙ୍କ ଘର ଉପରେ ଖୁସିରେ ବାତାବରଣ ବାଗେଇ ହୋଇ ରହିବ । ଅଧିକ ସମୟ ଧରି ଘରେ ଚାଲିଥିବା କଳିକଜିଆରୁ ଆପଣଙ୍କୁ ମୁକ୍ତି ମିଳିଯିବ ।  ପ୍ରେମୀ ଯୁଗଳଙ୍କ ମଧ୍ୟରେ ଘନିଷ୍ଠତା ଏବଂ ପ୍ରେମ ବଢ଼ିବ। ତାଙ୍କ ସହ ସାକ୍ଷାତକରି ରୋମାଞ୍ଚକ ରହିବ। ଶେୟାର-ସଟ୍ଟାରେ ଲାଭ ହେବ। ସନ୍ତାନଙ୍କର କାମ ହାସଲ ହେବ। ମିତ୍ରମାନଙ୍କଠାରୁ ଲାଭ ହେବ।ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ

କନ୍ୟା : ଆଜି ଆପଣଙ୍କୁ ଆପଣଙ୍କ ଯୋଗ୍ୟତାର ବିକାଶ କରିବାର ସୁଯୋଗ ମିଳିପାରେ । ଏହି ସୁଯୋଗର ଆପଣ ପୂରା ଲାଭ ଉଠାନ୍ତୁ ଏବଂ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ ।ନିଜ ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିର ଆବଶ୍ୟକତା ଅଛି, ନହେଲେ ବିବାଦ ହୋଇପାରେ। ମହିଳା ବର୍ଗଙ୍କଠାରୁ ଲାଭ ହେବ। ଉଦାସ ହେବା କାରଣରୁ ନକାରାତ୍ମକ ବିଚାର ଆସିପାରେ ଏଥିରୁ ବଞ୍ଚିତ ରୁହନ୍ତୁ। ଅତ୍ୟଧିକ ଧନ ପ୍ରାପ୍ତିର ସମ୍ଭାବନା ଅଛି। ଖାଇବା ପିଇବାରେ ନିୟନ୍ତ୍ରଣ ରଖିବା ସ୍ୱାସ୍ଥ୍ୟ ପାଇଁ ଠିକ ରହିବ।ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ତୁଳା : ଆପଣଙ୍କ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି ।ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚ଼ିତ୍ । ବ୍ୟବସ୍ଥିତ ରୂପରେ ଆର୍ଥିକ ବିଷୟଗୁଡ଼ିକ ସମ୍ଭାଳି ନେବେ। ନିଜର କଳାତ୍ମକ ବିଚାରକୁ ଭଲ ଭାବରେ କରିବେ। ବସ୍ତ୍ର, ଆଭୂଷଣ, ସୌଂଦର୍ଯ୍ୟ ପ୍ରସାଧନ ଏବଂ ମନୋରଞ୍ଜନ ପଛରେ ଧନ ଖର୍ଛ ହେବ। କୌଟୁମ୍ବିକ ସୁଖ-ଶାନ୍ତି ରହିବ। ଉତ୍ତମ ଦାମ୍ପତ୍ୟ ଜୀବନଙ୍କର ଅନୁଭୂତି ହେବ। ଧନ ଲାଭର ଆଶା ରଖିପାରନ୍ତି।ପ୍ରତିକାର- କ୍ଷୀରଗୁଡ଼ ପଣାକରି ବରଗଛ ମୂଳରେ ଢ଼ାଳନ୍ତୁ।

ବିଚ୍ଛା : ଏହି କ୍ଷେତ୍ରରେ ଆପଣ ବଢ଼ାଇଥିବା ପାଦ କେବଳ ଆପଣଙ୍କ ମାନସିକ ଯୋଗ୍ୟତା ନୁହେଁ ଆପଣଙ୍କ ବ୍ୟବସାୟିକ ଦିଗରେ ମଧ୍ୟ ବହୁତ ଲାଭଦାୟକ ହେବ । ଆଜି ଆପଣଙ୍କୁ କିଛି ନୂଆ ଶିଖିବାର ଆଗ୍ରହ ଆପଣଙ୍କୁ ବ୍ୟସ୍ତ କରେଇଦେବ । ଆପଣଙ୍କ ବାଣୀ କିମ୍ବା ବ୍ୟବହାର ଆଜି କାହା ସହିତ ଭୁଲ ବୁଝାବଣା ସୃଷ୍ଟି କରିପାରେ। ପରିବାରର ଲୋକମାନଙ୍କ ସହିତ ମନମାଳିନ୍ୟ ହୋଇପାରେ, ସମ୍ଭାଳିକରି ରୁହନ୍ତୁ। ବାହନ ଏବଂ ସ୍ୱାସ୍ଥ୍ୟକୁ ନେଇକରି ସାବଧାନ ରୁହନ୍ତୁ। ମାନ-ପ୍ରତିଷ୍ଠାରେ ଉନ୍ନତି ହେବ। ଆଜି ମନୋରଞ୍ଜନର ପଛରେ ଖର୍ଚ୍ଚ ହୋଇପାରେ। ମସ୍ତିସ୍କକୁ ଶାନ୍ତ ରଖିବାକୁ ଉପଦେଶ।ପ୍ରତିକାର- ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ଧନୁ : ଶିକ୍ଷାକ୍ଷେତ୍ରରେ ଆଜି ଆପଣଙ୍କୁ ସଫଳତା ମିଳିବ । ଯଦି ଆପଣ ଜଣେ ଛାତ୍ର ତାହେଲେ ଆଜି ପଢ଼ା କ୍ଷେତ୍ରରେ ଆପଣ ଆଗରେ ରହିବେ । ଆପଣଙ୍କୁ କୌଣସି ନୂଆ ଜାଗାରେ କିମ୍ବା ନୂଆ ପ୍ରଣାଳୀରେ ପଢ଼ିବା ପାଇଁ ସୁଯୋଗ ମିଳିପାରେ । ଆର୍ଥିକ ଲାଭର ସମ୍ଭାବନା ଅଛି। ଘରେ ଆନନ୍ଦର ବାତାବରଣ ରହିବ। ନୌକର ଏବଂ ସହକର୍ମିମାନଙ୍କ ସମ୍ପୂର୍ଣ୍ଣ ସାଥି ମିଳିବ। କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ବିରୋଧୀ ଏବଂ ଶତ୍ରୁ ନିଜର ଚାଲରେ ନାକାମ ହେବେ। ମହିଳା ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ। ଭଗବାନଙ୍କର ଆଶୀର୍ବାଦ ଆପଣଙ୍କ ସାଥିରେ ଅଛି।ପ୍ରତିକାର:-ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ।

ମକର : ଆଜି ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।  ବ୍ୟାପାରରେ ଲାଭ, ଚାକିରିରେ ପଦୋନ୍ନତି ଏବଂ ଆୟ ସ୍ରୋତରେ ବୃଦ୍ଧି ହେବାରୁ ଆପଣ ଖୁବ ଆନନ୍ଦ ଏବଂ ସନ୍ତୋଷର ଭାବନା ଅନୁଭବ କରିବେ। ମିତ୍ର, ପତ୍ନୀ, ପୁତ୍ର ଆଦିଙ୍କର ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ଯାତ୍ରା ତଥା ବିବାହର ଯୋଗ ଅଛି। ପ୍ରଣୟ ପାଇଁ ଅନୁକୂଳ ଦିନ ଅଟେ। ଉତ୍ତମ ବୈବାହିକ ସୁଖର ଆନନ୍ଦ ଉଠାଇ ପାରିବେ।ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

କୁମ୍ଭ : ଆଜି ଆପଣଙ୍କୁ ଏମିତି ଗୋଟିଏ ଜ୍ଞାନ ପ୍ରାପ୍ତି କରିବାର ଅବସର ମିଳିବ ଯେଉଁଥିରେ କି ଆପଣଙ୍କୁ ଲାଭ ହେବ । ଏହି ଜ୍ଞାନ ଆପଣଙ୍କୁ କୌଣସି ବ୍ୟକ୍ତି କିମ୍ବା ପୁସ୍ତକରୁ ପ୍ରାପ୍ତ ହୋଇପାରେ ।କାର୍ଯ୍ୟରେ ସଫଳତା ପାଇବା ପାଇଁ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପାଇଁ ଆଜି ଉତ୍ତମ ଦିନ ଅଟେ। ଆପଣଙ୍କ ନିକଟରେ ବିଚାରରେ ଆଜି ସ୍ଥିରତା ରହିବ, ଯେଉଁଥିରେ କୌଣସି କାର୍ଯ୍ୟ ଭଲ ଭାବରେ କରି ପାରିବେ। କଳାକାମାନଙ୍କୁ ନିଜର କଲା ପ୍ରଦର୍ଶିତ କରିବାପାଇଁ ମୌକା ମିଳିବ ଏବଂ ତାଙ୍କର ସମ୍ମାନ ମଧ୍ୟ ହେବ। ଜୀବନସାଥୀ ସହିତ ଅଧିକ ନିକଟତା ଅନୁଭବ କରିବେ। ମିତ୍ରମାନଙ୍କ ସହିତ ଛୋଟ ଯାତ୍ରା କିମ୍ବା ପର୍ଯ୍ୟଟନ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ।ପ୍ରତିକାର- ଇଷ୍ଟ ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ମୀନ : ପରିବାର ଲୋକଙ୍କ ସାଙ୍ଗରେ କେଉଁଠି ବୁଲିବାକୁ ଗଲେ ଆପଣଙ୍କ ସମ୍ପର୍କ ଆହୁରି ଘନିଷ୍ଠ ହେବ । ମନେରଖନ୍ତୁ ନିଜକୁ ସ୍ଫୁର୍ତ୍ତି ରଖିବାକୁ ହେଲେ ପରିବାର ଲୋକଙ୍କ ସାଙ୍ଗରେ ସମୟ କଟାନ୍ତୁ ।ଏହା ଠାରୁ ଭଲ ରାସ୍ତା ଆପଣଙ୍କ ପାଖରେ ନାହିଁ । ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ପ୍ରଭାବ ଜମାଇ ପାରିବେ। ଭରପୂର ଆତ୍ମବିଶ୍ଵାସ ଏବଂ ଦୃଢ଼ ମନୋବଳରେ ଆପଣଙ୍କ କାର୍ଯ୍ୟ ସରଳତାପୂର୍ବକ ସମ୍ପୂର୍ଣ୍ଣ ହେବ। ଉଚ୍ଚ ପଦାଧିକାରିମାନଙ୍କ ଦ୍ଵାରା କାମର ସମ୍ମାନ ମିଳିବ। ପଦୋନ୍ନତିର ସମ୍ଭାବନା ଅଛି। ପିତାଙ୍କଠାରୁ ଲାଭ ହେବ। ଜମି ତଥା ବାହନ ସମ୍ବନ୍ଧୀତ କାମକାର୍ଯ୍ୟ ପାଇଁ ଅନୁକୂଳ ସମୟ ଅଟେ।ପ୍ରତିକାର:-ଗାଈକୁ କିଛି ଖାଦ୍ୟ ଖୁଆନ୍ତୁ।

Leave a Reply

Your email address will not be published. Required fields are marked *