ଏମାନଙ୍କ ମଧ୍ୟରୁ ଚୟନ କରନ୍ତୁ କେବଳ ଗୋଟିଏ ଚିହ୍ନ, ଜାଣନ୍ତୁ ନିଜର ଜୀବନର ସମସ୍ୟା ଓ ତାହାର ସମାଧାନ…
1 min readଯଦି ଆପଣ ନିଜ ଜୀବନର ଅସୁବିଧାର ନିରାକରଣ ଚାହୁଁଛନ୍ତି, ତେବେ ଏହି ଜ୍ଞାନବର୍ଦ୍ଧକ ସୂଚନାକୁ ଧ୍ୟାନପୂର୍ବକ ପଢନ୍ତୁ । ପ୍ରକୃତରେ ଆଜି ଆମେ ଆପଣାକୁ କିଛି ଚିହ୍ନ ସହିତ ମୁହାଁମୁହିଁ କରେଇବୁ ଓ ଆପଣାକୁ ଏହି ଚିହ୍ନ ମଧ୍ୟରୁ ଗୋଟିକୁ ଚୟନ କରିବାକୁ ହେବ । ଯେଉଁ ଚିହ୍ନ ଆପଣାକୁ ପସନ୍ଦ ଆପଣ ତାହା ବାଛି ପାରନ୍ତି । ଜଣେଇଦେଉଛୁ ଯେ ଏହି ଚିହ୍ନ ଆଧାରରେ ଆମେ ଆପଣଙ୍କ ବର୍ତ୍ତମାନ ଓ ଭବିଷ୍ୟ ସହ ଜଡିତ ମହତ୍ବପୂର୍ଣ୍ଣ କଥାମାନ କହିବୁ ।
୧. ବାଘ:- ଉଲ୍ଲେଖାଯୋଗ୍ୟ ଯେ ଏଠାରେ ପ୍ରଥମ ଚିହ୍ନ ବାଘ ଅଟେ । ଯାହାକୁ ଶୌର୍ଯ୍ୟ ମାନେ ଶକ୍ତିର ପ୍ରତୀକରୂପେ ଜଣାଜାଏ । । ଜଣେଇଦେବୁ କି ବୈଦିକ ଜ୍ୟୋତିଷରେ ଏହାକୁ ସୂର୍ଯ୍ୟଙ୍କ ସମାନ ଜ୍ଞାନ କରାଯାଏ । ଯଦି ଆପଣ ଏହି ଚିହ୍ନ କୁ ଚୟନ କରିଛନ୍ତି , ତେବେ ଏହାର ଅର୍ଥ ଏହା ଯେ ଆପଣଙ୍କୁ ଭବିଷ୍ୟରେ ନିଜର ଭାଗ୍ୟ ସହିତ କିଛି ବୁଝାମଣାକରି ଚଳିବାର ବହୁତ ଆବଶ୍ୟକତା ଅଛି । ଏହାଛଡା ଆପଣ ଯେଉଁ ରାସ୍ତାରେ ଚାଲୁଛନ୍ତି , ସେ ବିଷୟରେ ମଧ୍ୟ ଏହି ଚିହ୍ନ ବହୁତ କିଛି କହୁଛି ।
ଏହାର ଅର୍ଥ ଏହା ମଧ୍ୟ ହୋଇଥିବ ଯେ ଯେଉଁ ରାସ୍ତାରେ ଆପଣ ଯେଉଁ ଚିନ୍ତନ ସହ ଚାଲୁଛନ୍ତି , ସେଥିରେ ସୁଧାର ଆଣିବାର ଆବଶ୍ୟକତା ଅଛି । ଏହାଛଡା ଏହା ମଧ୍ୟ ହୋଇଥାଏ ଯେ ସେହି ରାସ୍ତା ଭୁଲ ଅଟେ ଓ ଏହି କାରଣରୁ ଭବିଷୟରେ ଆପଣଙ୍କ ସହିତ କିଛି ଖରାପ ହୋଇପାରେ । ଏଥିପାଇଁ ସମୟ ପୂର୍ବରୁ ନିଜକୁ ଖରାପ ରାସ୍ତାରେ ଚାଲିବାରୁ ଅଟକେଇବା ଉଚିତ । ଏହାସହ ଆପଣଙ୍କୁ ସବୁବେଳେ ନିଜ ଉପରେ ଆତ୍ମବିଶ୍ଵାସ ରଖିବା ଉଚିତ ।
୨. ସମୟ ଘଡି:- ଜଣେଇଦେଉଛୁ ଯେ ଏହା ବଦଲୁଥିବା ସମୟର ପ୍ରତୀକ ଅଟେ । ଏହି ସମୟ ଘଡି ର ବ୍ୟବହାର ଆଜିର ସମୟରେ ନୁହେଁ କିନ୍ତୁ ଅତୀତ ରେ ହେଉଥିଲା । ଜଣେଇ ଦେଉଛୁ ଯେ ଏହି ଚିହ୍ନ ଆପଣଙ୍କ ମାନସିକ ଅବସ୍ଥାକୁ ଦର୍ଶାଇ ଥାଏ । ଏହି ଚିହ୍ନକୁ ଚୟନ କରିବାର ଅର୍ଥ ଏହା ଯେ ଆପଣ ନିଜର ଅତୀତର କୌଣସି ତିକ୍ତ ଅନୁଭୂତିରୁ ବାହାରିବାକୁ ପ୍ରଚେଷ୍ଟା ତ କରୁଛନ୍ତି କିନ୍ତୁ ବାହାରି ଆସିପାରୁ ନାହାନ୍ତି । କିନ୍ତୁ ଆମେ ଆପଣଙ୍କ ସୂଚନା ନିମନ୍ତେ ଜଣେଇ ଦେଉଛୁ ଯେ କୌଣସି ଭଲ କିମ୍ବା ମନ୍ଦ ଜିନିଷ ସବୁଦିନ ପାଇଁ ରହେନାହିଁ । ଏଥିପାଇଁ ନିଜର ଅତୀତରୁ ବାହାରି ବର୍ତ୍ତମାନରେ ବଞ୍ଚିବାର ଚେଷ୍ଟା କରନ୍ତୁ । ତାହେଲେ ଆପଣ ଖୁସିରେ ରହିପାରିବେ ।
୩. ଚନ୍ଦ୍ରମା:- ଉଲ୍ଲେଖାଯୋଗ୍ୟ ଯେ ଚନ୍ଦ୍ରମାର ଭାବନା ସହିତ ବହୁତ ଗଭୀର ସମ୍ପର୍କ ହୋଇଥାଏ ଓ ଏହାକୁ ଚୟନ କରିବାର ଅର୍ଥ ଏହା ଯେ ଆପଣଙ୍କ ବ୍ୟବହାର ବାସ୍ତବରେ ବହୁତ ରହସ୍ୟମୟୀ ଅଟେ । ଯଦି ଆପଣ ଏହି ଚିହ୍ନକୁ ଚୟନ କରିଛନ୍ତି , ଏହାର ଅର୍ଥ ଏହା ଯେ ଆପଣଙ୍କ ମନରେ କିଛି ନା କିଛି ଦ୍ଵନ୍ଦ ତ ରହିଛି ନିଶ୍ଚୟ, ଜଣେଇଦେଉଛୁ କି ଏହାର ଅର୍ଥ ଏହା ଯେ କୌଣସି ଜିନିଷ ଆପଣଙ୍କୁ ବହୁତ ଅଧୌର୍ଯ୍ୟ କରୁଛି ଓ ଏହି କାରଣରୁ ଆପଣଙ୍କ ରାତିର ନିଦ ମଧ୍ୟ ଉଡିଯାଇଛି । ଏଥିପାଇଁ ଯଦି ହୋଇପାରିବ ତେବେ ନିଜର ମନର ଭାବନା ଗୁଡିକୁ କାହା ସହିତ ବାଣ୍ଟନ୍ତୁ, ତାହେଲେ ଆପଣଙ୍କ ମନକୁ ଶାନ୍ତି ମିଳିବ ।
୪. ଚାବି:- ଜଣେଇଦେଉଛୁ ଯେ ଚାବି ସବୁବେଳେ ପଥ ପ୍ରଦର୍ଶକ ରୂପରେ ଦେଖା ଯାଇଥାଏ । ଏହା ଆପଣଙ୍କ ଦ୍ଵାରା ଚୟନ କରାଯାଇଥିବା ରାସ୍ତା ବିଷୟରେ ବହୁତ କିଛି କହିଥାଏ । ଜଣେଇଦେଉଛୁ ଯେ ଯଦି ଆପଣ ଏହି ଚିହ୍ନ କୁ ଚୟନ କରିଛନ୍ତି , ତ ଏହାର ଅର୍ଥ ଏହା ଯେ ଆପଣଙ୍କ ମନରେ କିଛି ଏପରି ପ୍ରଶ୍ନ ଖେଳୁଛି , ଯାହାର ଉତ୍ତର ଆପଣ ଯେକୌଣସି ମୂଲ୍ୟରେ ପାଇବାକୁ ଚାହୁଁଛନ୍ତି । ଜଣେଇଦେଉଛୁ ଯେ ଏଥିପାଇଁ ଆପଣଙ୍କ ମାନସିକ ଶାନ୍ତିର ଆବଶ୍ୟକତା ରହିଛି ଓ ଏମିତିରେ ଆପଣଙ୍କୁ ନିଶ୍ଚିତ କୌଣସି ବାହାର ସ୍ଥାନକୁ ଭ୍ରମଣ କରିବା ନିମନ୍ତେ ଯିବା ଉଚିତ । ହୋଇପାରେ ଯେ ଏଥିରୁ ଆପଣଙ୍କୁ ନିଜର ସମସ୍ତ ପ୍ରଶ୍ନର ଉତ୍ତର ମିଳିଯାଇପାରେ ।
୫. ହମସା ହ୍ୟାଣ୍ଡ:- ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ଚିହ୍ନ ଶୈତାନି ଶକ୍ତି ସହିତ ଜଡିତ ହେବାର କୁହାଯାଏ । ଏହି ଚିହ୍ନକୁ ଚୟନ କରିବାର ଅର୍ଥ ଏହା ଯେ ଆପଣ କୌଣସି ନକରାତ୍ମକ ଶକ୍ତିର ଶିକାର ହୋଇଛନ୍ତି । ଯଦିଓ ଆପଣ ଏହି ନକରାତ୍ମକ ଚିନ୍ତାରୁ ବାହାରକୁ ଆସିବାକୁ ବହୁତ ବ୍ୟାକୁଳ ଅଟନ୍ତି । ଏଥିପାଇଁ ଯଦି ହୋଇପାରେ ତ ନିଜର ଇଚ୍ଛାଶକ୍ତିକୁ ଏତେ ମାତ୍ରାରେ ଶକ୍ତିଶାଳୀ କରନ୍ତୁ ଯେ ଖରାପ ଚିନ୍ତା ଆପଣଙ୍କ ମୁଣ୍ଡରେ ପ୍ରାଧାନ୍ୟ ବିସ୍ତାର କରିପାରିବ ନାହିଁ ।
ଏଥିନିମନ୍ତେ ଆପଣଙ୍କୁ କିଛି ସମୟ ନିଜ ପାଇଁ ବାହାର କରିବାକୁ ହେବ ଓ ଏକାନ୍ତରେ ବସି ଶାନ୍ତିର ସହ ଚିନ୍ତା କରିବା ଆବଶ୍ୟକ । ତେବେ ଯାଇ ଆପଣଙ୍କ ଆତ୍ମବିଶ୍ଵାସ ଶକ୍ତିଶାଳୀ ହୋଇପାରିବ ।