ବାପାଙ୍କୁ ଏକା ସାଙ୍ଗେ ପୁଅର ଅନ୍ତିମ ସଂସ୍କାର , ଓ ଝିଅର ବାହାଘର କରିବାକୁ ପଡିଲା , ସବୁ ଦୁଃଖ ଲୁଚାଇକରି ବାହାଘର ସବୁ ରିତିନିତି ନିଭାଇଥିଲେ ବାପା ପରେ ସତ ଯେବେ ଜଣାପଡିଲା …
କାନପୁର ଦେହାତରେ ଏକ ବହୁତ ବଡ ହୃଦୟ ବିଦାରକ ଘଟଣା ଘଟିଲା , ଏଠାରେ ଏକା ସାଙ୍ଗେ ଭାଇର ମୃତ୍ୟୁ ଓ ଭଉଣୀର ବାହାଘର ହେଲା, ଭାଇର ମୃତ୍ୟୁର ଚିନ୍ତାରେ ନିଜ ଛାତିରେ ଚାପି ପୁରା ବାପା ବିବାହର ସବୁ କାର୍ଯ୍ୟ ନିଭାଉଥିଲେ । ବାହାଘର ମଧ୍ୟରେ ଯେବେ ମା ନିଜ ପୁଅକୁ ଡାକିଥିଲେ ତେବେ ବାପାଙ୍କ ଆଖିରେ ଲୁହ ଚାଲି ଆସିଥିଲା , ସକାଳୁ ଯେବେ ଭଉଣୀର ବିଦାୟୀ ଆସିଲା ତେବେ ବାପାଙ୍କର ଆଖିରେ ଲୁହ ବାହାରିଆସିଲା , ଝିଞ୍ଜକ କରିଆ ଝାଲା ମଙ୍ଗଳପୁର ନିବାସୀ ପୂର୍ବ ଫୌଜି ପୁଅ ବାହାଘର ବୁଧବାର ଦିନ କିଶୋରା ରେ ମହଜୁଦ୍ ମୁରାରୀ ଗାର୍ଡେନ୍ ରେ ହୋଇଥିଲା , ରାତିରେ ବରଯାତ୍ରୀ ଆସିବାପରେ ଏକ ଦୁର୍ଘଟଣାରେ କନ୍ୟାର ବଡ ଭାଇର ମୃତ୍ୟୁ ହୋଇଗଲା ।
ପୁଅର ମୃତ୍ୟୁ ହେବାର ଖବର ମିଳିବା ପରେ ବାପାଙ୍କ ଉପରେ ଦୂଃଖର ପାହାଡ ମାଡିଆସିଲା , ଲୋକେ ତାଙ୍କୁ ସାହାସ ବାନ୍ଧିବାକୁ କହିଲ୍ କିନ୍ତୁ ସେ ପୁଅର ମୃତ୍ୟୁର ଦୂଃଖକୁ ନିଜ ଛାତିରେ ଚାପି ଝିଅ ବାହାଘର କରାଇଲେ , ତାପରେ ସେମାନେ ସାହାସ ହରାଇନଥିଲେ, ଓ ନିଜ ଝିଅକୁ ବିଦା କଲେ , ଏହାପରେ ପୁଅର ଅର୍ଥିକୁ କାନ୍ଧ ଦେଲେ , ପରିବାର ଲୋକେ ଏପରି କାନ୍ଦୁଥିବାର ଦେଖି ସମସ୍ତଙ୍କ ଆଖିରେ ଲୁହ ଚାଲି ଆସିଥିଲା , ମଙ୍ଗଳପୁର ଥାନା କରିଆ ଝାଲା ରୋଡ୍ ରେ ରହୁଥିବା ରିଟାୟର୍ଡ ଫୌଜି ନରେଶ ଯାଦବଙ୍କ ଝିଅ ଅଞ୍ଜୁ ଯାଦବ ବୁଧବାର କୁ ସିନ୍ଧି କଲୋନୀ ଭରଥନା ଇଟାବାରୁ ବରଯାତ୍ରୀ ଆସିଥିଲେ ।
ଘର ପାଖରେ ଏକ ଗେଷ୍ଟ ହାଉସ୍ ରେ ବିବାହ ହେବାର ଥିଲା , ବରଯାତ୍ରୀ ଆସିବାପରେ ତାଙ୍କ ସ୍ୱାଗତ କରାଯାଇଥିଲା , ତେବେ କନ୍ୟାର ଭାଇ କିଛି ଜିନିଷ ଆଣିବାପାଇଁ କରିଆର ଝାଲା ମୋଡ ସ୍ଥିତ ନିଜ ଘରୁ ବାହାରିଥିଲା, ଘରକୁ ଫେରିବା ରାସ୍ତାରେ କିଶୋର ମୋଡ୍ ରେ କେଉଁ ଗାଡି ପଛ ପଟୁ ଧକ୍କା ଦେଇଥିଲା । ବାଟରେ ଯାଉଥିବା ଲୋକେ ଏହି ବିଷୟରେ ସ୍ଥାନୀୟ ଥାନାରେ ଜଣାଇଲେ , ଓ ପରେ ମେଡିକାଲ୍ ରେ ଦାଖିଲା କରାଇଲେ , କିନ୍ତୁ ଡାକ୍ତର ମୃତ ଘୋଷିତ କରିଦେଲେ , କନ୍ୟାର ଭାଇ ନାଁ ହିମାଂଶୁ ଯାଦବ ଥିଲା ବୟସ ୧୯ ବର୍ଷ ଥିଲା , ପୁଅର ମୃତ୍ୟୁ ଖବର ଶୁଣିକରି ତା ବାପା ତୁରନ୍ତ ସିଏଚ୍ ସି ପହଞ୍ଚିଲେ , ସେଠାକୁ ଯାଈକରି ନିଜ ପୁଅର ଶବ ଦେଖିକରି ବହୁତ କାନ୍ଦିଲେ ,
କିଛି ଲୋକ ବାହାଘର ଶାନ୍ତିରେ ହେଇଯାଉ କହି ବାପାଙ୍କୁ ଶାନ୍ତ କରିଦେଲେ , ନିଜ ପୁଅର ମୃତ୍ୟୁ ହେବା ଖବର ଛାତିରେ ଚାପି ବାପା ଗେଷ୍ଟ ହାଉସ୍ ପହଞ୍ଚିଲେ , ଓ ରାତି ସାରା କେଉଁ ଭଳି ଭାବେ ନିଜ ଆଖିର ଲୁହ ଲୁଚାଇକରି ବାହାଘରର ସବୁ ରୀତିନୀତି ତୁଲାଇଲେ , ସକାଳୁ ପର୍ଯ୍ୟନ୍ତ ବାପା କାହାକୁ ବି ପୁଅର ମୃତ୍ୟୁ ଖବର ଜଣାନଥିଲେ । ଏହା ସହ କନ୍ୟା ଅଞ୍ଜୁ ଓ ତା ମା କିରଣକୁ ବି ଏହି ବିଷୟରେ ଜଣାଇନଥିଲେ, ସକାଳୁ ଝିଅ ବିଦା ହେଲା ବେଳକୁ ହିମାଂଶୁଙ୍କ ଘର ଲୋକେ ସମସ୍ତେ ଜାଣିପାରିଲେ କି ହିମାଂଶୁ ଆଉ ଦୁନିଆଁରେ ନାହିଁ ,
ଶଶୁର ଘରେ ପହଞ୍ଚିବାପରେ ଅଞ୍ଜୁ ଭାଇର ମୃତ୍ୟୁ ଖବର ପାଇଁ ତୁରନ୍ତ ନିଜ ସ୍ୱାମୀ ଅନିକେତ୍ ଙ୍କ ସହ ନିଜ ଘରକୁ ଚାଲି ଆସିଲା , ଭାଇର ଶରୀରରେ ଶୋଇ କାନ୍ଦିବାରେ ଲାଗିଲା , ଅଞ୍ଜୁ ପୁରା ବେହୋସ୍ ହୋଇଯାଇଥିଲେ , ଏହି ଦୃଶ୍ୟ ଦେଖିକରି ସମସ୍ତେ କାନ୍ଦିପକାଇଥିଲେ , ସମସ୍ତେ ହିଂମାଶୁଙ୍କ ପରିବାରକୁ ଆଶ୍ୱସନା ଦେଉଥିଲେ , ପରେ ପରିବାର ଲୋକେ ହିମାଂଶୁ ର ଓରେୟା ଯମୁନା ନଦି ତଟରେ ଦାହ ସଂସ୍କାର କରାଈଲେ ।