October 10, 2025

Odia Express

Here, There and Everywhere

ମନୀଷ ପାଣ୍ତେ ଟି ଟ୍ୱେଣ୍ଟିରେ କରିଦେଲେ ତୁଫାନୀ ଶତକ, ମାତ୍ର ୨୨ ଟି ବଲ୍ ରେ ବନାଇଲେ ୧୦୮ ରନ୍..

ଭାରତୀୟ ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ତେ ବହୁତ ପ୍ରତୀକ୍ଷା ପରେ ବାଙ୍ଗଲାଦେଶର ବିପକ୍ଷରେ ତୃତୀୟ ଟିଟ୍ୱେଣ୍ଟି ମୁକାବଲାରେ ଟିମ୍ ଇଣ୍ତିଆରେ ଜାଗା ମିଳିଲା , ଏଠାରେ ସେ କେବଳ ୧୩ ଟି ବଲ୍ ଖେଳିବାକୁ ମିଳିଥିଲା ଯେଉଁଥିରେ ୩ ଟି ଚଉକା ସହ ନାବାଦ୍ ୨୨ ରନ୍  କରିଥିଲେ , ଏଥିରେ ପାଣ୍ତେ ଜୀଙ୍କ ମନ ଭରିଲା ନାହିଁ , ସେ କର୍ଣ୍ଣାଟକ ପାଇଁ ମଙ୍ଗଳବାରକୁ ସୈୟଦ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟରେ ବ୍ୟାଟିଙ୍ଗ୍ କରିବାକୁ ଆସିଥିଲେ । ଏଠାରେ ସର୍ଭିସେସ୍ ବିପକ୍ଷରେ ପ୍ରଥମ ବ୍ୟାଟିଙ୍ଗ୍ କରିବାକୁ ଆସିଥିବା କର୍ଣ୍ଣାଟକ ରୋହନ୍ କଦମ୍ ପ୍ରଥମ ଓଭରକୁ ହରାଇଦେଲେ , ଓ ବ୍ୟାଟିଙ୍ଗ୍ କରିବାକୁ ଆସିଲେ ମନୀଷ ପାଣ୍ତେ ,

ଶାନଦାର୍ ଫର୍ମରେ ଯାଉଥିବା ମନୀଷ କେବଳ ଚଉକା ଓ ଛକାରେ ୧୦୮ ରନ୍ କରିଥିଲେ,  ସେ ପୁରା ପାରିରେ ୧୨ ଟି ଚଉକା ଓ ୧୦ ଟି ଛକା ମାରିଥିଲେ , ମାନେ ୨୨ ଟି ବଲ୍ ରେ ୧୦୮ ରନ୍ , ପୁରା ପାରିର କଥା କହିଲେ ୫୪ ଟି ବଲ୍ ରୁ ୧୨ ଟି ଚଉକା ଓ ୧୦ ଟି ଛକା ଦ୍ୱାରା ସେ ନାବାଦ୍ ୧୨୯ ରନ୍ କରିଥିଲେ , ସେ ନିଜର ଶତକ କେବଳ ୪୪ ଟି ବଲ୍ ରୁ ପୁରା କରିଥିଲେ , ଏହି ପାରିରେ ପାଣ୍ତେଙ୍କ ଷ୍ଟ୍ରାଇକ୍ ରେଟ୍ ୨୩୮,୮୯ ଥିଲା ।

ପାଣ୍ତେଙ୍କ ପାରି ଦମ୍ ରେ କର୍ଣ୍ଣାଟକ ପ୍ରଥମ ବ୍ୟାଟିଙ୍ଗ୍ କରି ୩ ୱିକେଟ୍ ହରାଇ ୨୫୦ ରନ୍ କରିଥିଲେ , ପାଣ୍ତେଙ୍କ ଛଡା ଦେବଦତ୍ତ ପଡିକଲ୍ ୭୫ ରନ୍ ର୍ ପାରି ଖେଳିଥିଲେ,  କର୍ଣ୍ଣାଟକ ସର୍ଭିସେସ୍ ଙ୍କୁ ୭ ୱିକେଟ୍ କ୍ଷତିରେ ୧୭୫ ରନ୍ ରେ ରୋକି ମୁକାବଲା ୮୦ ରନ୍ ରେ ଜିତିଗଲେ , ଶ୍ରେୟସ୍ ଗୋପାଲ୍ ୪ ଓଭରରେ ୧୯ ରନ୍ ଦେଇକରି ୫ ୱିକେଟ୍ ନେଇଥିଲେ ।

Leave a Reply

Your email address will not be published. Required fields are marked *